ସ୍ୱାମୀ ସହିତ ଭୋଜନ କରୁଥିବା ମହିଳାଙ୍କୁ ଭୋଗିବାକୁ ପଡ଼ିଥାଏ ଏପରି ଦୁର୍ଦଶା ! ନିଶ୍ଚୟ ଦେଖନ୍ତୁ :-

ମନୁଷ୍ୟ ନିଜ ଜୀବନରେ ସଂଘର୍ଷ ଏବଂ ପରିଶ୍ରମ କରିଥାଏ କେବଳ ଖାଦ୍ୟ ପାଇଁ । କାରଣ ମନୁଷ୍ୟ ବଞ୍ଚିବା ପାଇଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ଖାଦ୍ୟ । ଖାଦ୍ୟ ସେବନ କରିବା ଦ୍ୱାରା ଶକ୍ତି ମିଳିଥାଏ । ଯାହାଦ୍ୱାରା ମନୁଷ୍ୟ କାମ କରିବାକୁ ସକ୍ଷମ ହୁଏ । ସନାତନ ଧର୍ମରେ ଭୋଜନ ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରିବାର ନିୟମ ରହିଛି । ଭଗବାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥାଏ । ତେବେ ଶାସ୍ତ୍ରରେ ଏହାର ଅନେକ କାରଣ ବିଷୟରେ ମଧ୍ୟ କୁହାଯାଇଛି । ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଭୋଜନ ବେଳେ କେଉଁ ସବୁ ଭୁଲ କରିବା ଆଦୋୖ ଉଚିତ ନୁହେଁ । ତେବେ ଚାଲନ୍ତୁ ସେହିସବୁ ଭୁଲ ବିଷୟରେ ଜାଣିନେବା ।

୧ . ଭୋଜନ କରିବା ସମୟରେକଥାବାର୍ତ୍ତା କରିବା ଉଚିତ ନୁହେଁ । ବରଂ ଚୁପଚାପ ଖାଦ୍ୟକୁ ସମ୍ମାନ କରି ଉପଭୋଗ କରି ସେବନ କରିବା ଉଚିତ । ବିଜ୍ଞାନ ସମ୍ମତ କାରଣ ଅନୁଯାୟୀ ମଧ୍ୟ ଏହା କୁହାଯାଇଛି । ତେଣୁ ଖାଦ୍ୟ ଖାଇବା ସମୟରେ କଥାବାର୍ତ୍ତା ହେବା ଉଚିତ ନୁହେଁ ।

୨ . ଭୁଲରେବି କିମ୍ବା କୌଣସି ପରିସ୍ଥିତିରର ବି କାହାରି ଅଇଁଠା ଖାଇବା ଉଚିତ ନୁହେଁ । ଆଜିକାଲି ଲୋକେ ବାହାରେ ଖାଦ୍ୟ ଖାଇବା ସମୟରେ ନିଜ ସାଙ୍ଗ ମାନଙ୍କ ସହିତ ଖାଦ୍ୟ ସେୟାର କରିଥାନ୍ତି । ଯାହା ଆଦୋୖ ଥିଲା ନୁହେଁ । କାରଣ ଏହା କରିବା ଦ୍ୱାରା ଉକ୍ତ ବ୍ୟକ୍ତି ଅଶୁଦ୍ଧ ବିଚାରର ହୋଇଥିଲେ ସେହି ଚିନ୍ତାଧାରା ଆପଣଙ୍କ ଠାରେ ମଧ୍ୟ ଦେଖା ଦେବ ।

ଏହାଦ୍ବାରା ଆପଣଙ୍କ କାମ ବିଗିଡ଼ି ଯାଇପାରେ ଏବଂ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବୈଜ୍ଞାନ ସମ୍ମତ କାରଣ ଅନୁଯାୟୀ ଏପରି ଅନ୍ୟ ବ୍ୟକ୍ତିର ଅଇଁଠା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ପାରେ । ଏହାବ୍ୟତୀତ ସେହି ବ୍ୟକ୍ତି ହୁଏତ ଆପଣଙ୍କୁ ମନରୁ ଖାଦ୍ୟ ଦେଉ ନଥାଇ ପାରନ୍ତି । ଯାହାଦ୍ୱାରା ଆପଣଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ । ଏହାଦ୍ବାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

୩ . ବିନା ସ୍ନାନ କିମ୍ବା ବିନା ପରିଷ୍କାର ପରିଛନ୍ନତା କିମ୍ବା ଆପରିଷ୍କାର ସ୍ଥାନରେ ଭୋଜନ କରିବା ଦ୍ୱାରା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ଏବଂ ଏହାଦ୍ବାରା ଧନ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ । ଏହାଦ୍ବାରା ଆପଣଙ୍କ ଧନ ସଞ୍ଚୟ କରିବାର କ୍ଷମତା ମଧ୍ୟ ନଷ୍ଟ ହୋଇଥାଏ । ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଥାଏ ।

୪ . ଭୋଜନ କରିବା ସମୟରେ ଛିଡ଼ା ହୋଇ ଭୋଜନ କରିବା ଉଚିତ ନୁହେଁ । କାରଣ ଛିଡ଼ା ହୋଇ ଭୋଜନ କରିବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ପୋଷାକ ତତ୍ତ୍ୱ ମିଳିପାରେ ନାହିଁ ଏବଂ ଏହାଦ୍ବାରା ହଜମ ହେବାରେ ମଧ୍ୟ ସମସ୍ୟା ଦେଖା ଦିଏ । ତେଣୁ ଛିଡ଼ା ହୋଇ ଭୋଜନ କରିବା ଉଚିତ ନୁହେଁ ।

୫ . ଭୋଜନ କରିବା ସମୟରେ ଠିକ ଦିଗକୁ ମୁହଁ କରି ଭୋଜନ କରିବା ମଧ୍ୟ ଉଚିତ । ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କଲେ ଘର ଉପରେ ପ୍ରେତାତ୍ମାର ପ୍ରଭାବ ପଡ଼ିଥାଏ ଏବଂ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ତେଣୁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ।

୬ . ଭୋଜନ କରିବା ପାଇଁ ରୋଷେଇ ଘର ସବୁଠାରୁ ଉତ୍ତମ ହୋଇଥାଏ । କାରଣ ରୋଷେଇ ଘରେ ଭୋଜନ କରିବା ଦ୍ୱାରା ରାହୁ କେତୁର ପ୍ରଭାବ ପଡ଼ି ନଥାଏ । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି ବିଷୟରେ ସ୍ପଷ୍ଟ ଭାବରେ କୁହାଯାଇଛି ।

୭ . ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ସାଥିରେ ଗୋଟିଏ ଥାଳିରେ ଭୋଜନ କରିଥାନ୍ତି । ମାତ୍ର ଏହା ଆଦୋୖ ଭଲ ହୋଇ ନଥାଏ । ସ୍ୱାମୀ ସ୍ତ୍ରୀ ସାଥିରେ ଗୋଟିଏ ଥାଳିରେ ଭୋଜନ କରିବା ଦ୍ୱାରା ଦାରିଦ୍ର୍ୟତାର ବାସ ହୋଇଥାଏ । ତେଣୁ ସର୍ବଦା ଶାସ୍ତ୍ର ଅନୁସାରେ ହିଁ ଭୋଜନ କରିବା ଉଚିତ । ନଚେତ ସ୍ୱାମୀ ସ୍ତ୍ରୀ ଜୀବନରେ ସମସ୍ୟା ଦେଖା ଦେଇପାରେ ଏବଂ ଦୁଃଖ ମଧ୍ୟ ଆସିପାରେ ।

ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଭରସା ଏବଂ ବିଶ୍ୱାସ କରି ପରସ୍ପର ସହିତ ମିଶି ରହିବା ଉଚିତ । ଶାସ୍ତ୍ର ଅନୁଯାୟୀ ଯେଉଁ ସ୍ୱାମୀ ସ୍ତ୍ରୀ ଉପରେ ଅତ୍ୟାଚାର କରିଥାଏ କିମ୍ବା ଯେଉଁ ସ୍ତ୍ରୀ ସ୍ୱାମୀକୁ ଅପମାନ ଦେଇଥାଏ ଏବଂ ତାଙ୍କ ଆଜ୍ଞାର ପାଳନ କରି ନଥାଏ ସେହି ମହିଳା ଉପରେ ମାତା ଲକ୍ଷ୍ମୀ ରୁସ୍ଟ ହୁଅନ୍ତି । ଏହାଦ୍ବାରା ସେହି ମହିଳାଙ୍କ ପୁଣ୍ୟ ପାପରେ ପରିଣତ ହୋଇଯାଏ ଏବଂ ସ୍ୱାମୀ ସହ ଝଗଡ଼ା କରୁଥିବା ସ୍ତ୍ରୀ ଆଗାମୀ ଜନ୍ମରେ ଘୁଷୁରୀ ରୂପରେ ଜନ୍ମ ହୋଇଥାଏ

ଅନ୍ୟକୁ କଷ୍ଟ ଦେଉଥିବା ମହିଳା ଆଗାମୀ ଜନ୍ମରେ କାଉ ହୋଇଥାଏ । ବୈବାହିକ ଜୀବନରେ ସ୍ୱାମୀ ସ୍ତ୍ରୀ ନିଜର ସୁଖ ଦୁଃଖ ଓଏର୍ସ6ସହିତ ସେୟାର କରିବା ଉଚିତ । ଏହାଦ୍ବାରା ପ୍ରେମ ବଢ଼ିବା ସହିତ ବୈବାହିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ । ଏହାଦ୍ବାରା ସାଂସାରିକ ଜୀବନରେ ମଧ୍ୟ ଖୁସି ବଜାୟ ରହିଥାଏ ।

କିଛି କଥା ଏପରି ଅଛି ଯାହାକୁ ଜଣେ ସ୍ତ୍ରୀ ନିଜ ସ୍ୱାମୀ ଠାରୁ ଲୁଚାଇ ଥାଏ । କାରଣ ସେ ତାହା କହିବା ଜରୁରୀ ଭାବି ନଥାଏ ।

୧ . ବିବାହ ପରେ ସ୍ତ୍ରୀ ନିଜର ପ୍ରଥମ ପ୍ରେମ ବିଷୟରେ ନିଜ ସ୍ୱାମୀ ସହିତ କେବେବି ସେୟାର କରେ ନାହିଁ । କାରଣ ସେ ଭୟରେ ଥାଏ କାଳେ ନିଜର ପ୍ରଥମ ପ୍ରେମ ବିଷୟରେ ଜାଣିବା ପରେ ବୈବାହିକ ଜୀବନରେ ସମସ୍ୟା ଦେଖା ଦେବ ।

୨ . ବିବାହ ପରେ ସ୍ୱାମୀର କିଛି କିଛି କଥା ସ୍ତ୍ରୀକୁ ପସନ୍ଦ ନଆସିଲେ ମଧ୍ୟ ସେ ହଁ ରେ ହଁ ମିଳାଇ ଥାଏ । ତାକୁ ପସନ୍ଦ ନଆସିଲେ ବି ସବୁ କଥାକୁ ମାନି ନେଇଥାଏ । ନିଜର ଇଚ୍ଛାକୁ ସ୍ୱାମୀ ସାମ୍ନାରେ କହିବାକୁ ଚାହିଁ ନଥାଏ ।

୩ . ଅଧିକାଂଶ ମହିଳା ଏପରି ହୋଇଥାନ୍ତି ଯେଉଁମାନେ ନିଜ ଶରୀରରେ ଥିବା ରୋଗ ଏବଂ ଯନ୍ତ୍ରଣା ବିଷୟରେ ନିଜ ସ୍ୱାମୀକୁ ଲୁଚାଇ ଥାଆନ୍ତି । କାରଣ ସେ ପ୍ରତି ଛୋଟ ଛୋଟ କଥା ପାଇଁ ନିଜ ସ୍ୱାମୀଙ୍କ କାମରେ ବାଧା ଦେବାକୁ ଚାହିଁ ନଥାଏ ।

Leave a Reply

Your email address will not be published. Required fields are marked *