Venus Transit 2022: 31 ଅଗଷ୍ଟରୁ 15 ଦିନ ପର୍ଯ୍ୟନ୍ତ ସାବଧାନ ରୁହନ୍ତୁ ଏହି ଲୋକ, ଶୁକ୍ର – ସୂର୍ଯ୍ୟ ମିଶିକି ଦେବେ ଏମିତି ବଡ ସମସ୍ୟା !

Venus Transit in Leo 2022: ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ଗ୍ରହ ଅଟନ୍ତି | ସୂର୍ଯ୍ୟ ଏହି ସମୟ ରେ ସ୍ଵରାଶି ସିଂହ ରେ ଅଛନ୍ତି |ଶୁକ୍ର ଗ୍ରହ ମଧ୍ୟ 31 ଅଗଷ୍ଟ 2022 କୁ ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି | ଏହାଦ୍ୱାରା ସିଂହ ରାଶି ରେ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ଯୁତି ହେବ | ଶୁକ୍ର ସିଂହ ରାଶିରେ 23ଦିନ ରହିବେ ଏବଂ ସୂର୍ଯ୍ୟ 15 ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବେ |ଏହି ପ୍ରକାରରେ 31 ଅଗଷ୍ଟରୁ 15 ସେପ୍ଟେମ୍ବର ପର୍ଯ୍ୟନ୍ତ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ଯୁତି ସମସ୍ତ 12 ରାଶିଗୁଡିକ ଉପରେ ପ୍ରଭାବ ପକେଇବେ | ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ସୁଯ୍ୟ – ଶୁକ୍ର ଯୁତି ଅସୁବିଧା ବଢେଇବେ..

ସୂର୍ଯ୍ୟ – ଶୁକ୍ରଙ୍କ ଯୁତି କରିବେ ହଇରାଣ :

ମିଥୁନ : ମଥୁନ ରାଶିର ଲୋକମାନଙ୍କୁ ସୂର୍ଯ୍ୟ – ଶୁକ୍ରଙ୍କ ଯୁତି କ୍ୟାରିଅର ଏବଂ ଆର୍ଥିକ ସ୍ଥିତିରେ ଅସୁବିଧା ନେଇକି ଆସିବ | ଖର୍ଚ ବଢିବ, ୱାର୍କପ୍ଲେସ ରେ ଲୋକ କାମ ଭଲ ଭାବରେ ପରିଚାଳନା କରିବେ କିନ୍ତୁ ମନମୁତାବିକ ଉନ୍ନତି ନମିଳିବାରୁ ଚିନ୍ତିନ୍ତ ରହିବେ | ଛୋଟ ଭାଇ ଭଉଣୀ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି, ତାଙ୍କର ସାହାଯ୍ୟ କରିବାର ଚେଷ୍ଠା କରନ୍ତୁ |ନହେଲେ ପରିଜନ କ୍ରୋଧିତ ହୋଇପାରନ୍ତି |

କର୍କଟ : ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ – ଶୁକ୍ରଙ୍କ ଯୁତି ଖର୍ଚ୍ଚାନ୍ତର କରିବେ | ବଜେଟ ବନେଇକି ଚାଲନ୍ତୁ ନହେଲେ ହଇରାଣ ହେବେ | ଗଳା ସହ ଜଡିତ ସମସ୍ୟା ହୋଇପାରେ | ଏପଟ ସେପଟ କିଛି ଖାଆନ୍ତୁ ନାହଁ | କୌଣସି କ୍ଷତି ହେବାର ଆଶଙ୍କା ଅଛି | ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ |

କନ୍ୟା : କନ୍ୟା ରାଶିର ଲୋକମାନେ ଏହି 15 ଦିନ ବହୁତ ସମ୍ଭାଳିକ ରୁହନ୍ତୁ | ବିଶେଷ ଭାବରେ ଇଂଭେଷ୍ଟ କରନ୍ତୁ ନାହିଁ | କ୍ଷତି ହୋଇପାରେ | ଅନାବଶ୍ୟକ ଖର୍ଚ ଚିନ୍ତାରେ ପକାଇ ପାରେ |ସମ୍ପର୍କରେ ତିକ୍ତତା ଆସିପାରେ | ବହୁତ ଭାବି ଚିନ୍ତି କାର୍ଯ୍ୟ କରନ୍ତୁ | ଲଭ ଲାଇଭ ରେ ମଧ୍ୟ ଅସୁବିଧା ହୋଇପାରେ |

ମକର : ମକର ରାଶିର ଲୋକମାନଙ୍କ ଜୀବନରେ ଅନେକ କ୍ଷେତ୍ର ରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ | ପରିଶ୍ରମ କରିବେ କିନ୍ତୁ ଫଳ ମିଳିବ ନାହିଁ | ମନୋବଳ ହାରନ୍ତୁ ନାହିଁ, ଧର୍ଯ୍ୟ ରଖନ୍ତୁ | କୌଣସି ଖରାପ ଖବର ବିଚଳିତ କରିପାରେ | ବିରୋଧୀ ସକ୍ରିୟ ରହିବେ |

ମୀନ : ମୀନ ରାଶିର ଲୋକମାନଙ୍କ ପାଇଁ ସୂର୍ଯ୍ୟ – ଶୁକ୍ରଙ୍କ ଯୁତି କ୍ୟାରିଅରରେ ବାଧା ଆଣିପାରେ | କ୍ୟାରିଅର ସହ ଜଡିତ କୌଣସି ବି ନିଷ୍ପତ୍ତି ଏହି ସମୟରେ ନିଅନ୍ତୁ ନାହିଁ | ନହେଲେ କ୍ଷତି ହୋଇପାରେ | କାର୍ଯ୍ୟ ରେ ଅସୁବିଧା ଆସିପାରେ | ବିବାହିତ ଲୋକଙ୍କର ଶଶୁରଘର ଲୋକଙ୍କ ସହ ସମ୍ପର୍କ ବିଗିଡି ଯାଇ ପାରେ |

Leave a Reply

Your email address will not be published. Required fields are marked *