ଏହି ୬ ଟି ସଙ୍କେତ ଘରେ ଭୂତ ରହିବାର ସଙ୍କେତ ଦେଇଥାଏ , ନିଶ୍ଚୟ ଜାଣି ରଖନ୍ତୁ :-

ସମସ୍ତଙ୍କ ଘରେ କିଛିନା କିଛି ସମସ୍ୟା ସବୁବେଳେ ଲାଗି ରହିଥାଏ । ପୁଣି ନକରାତ୍ମକତା ଏତେ ବଢ଼ିଯାଏ ଯେ ଘରର ମୁରବୀଙ୍କ ଚାକିରୀ ଚାଲିଯାଏ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ନକରାତ୍ମକତା କାରଣରୁ ବିଗିଡ଼ି ଯାଏ । ନକରାତ୍ମକତା କାରଣରୁ ଘରେ କାହାରି ଦୁର୍ଘଟଣା କିମ୍ବା ଅକାଳ ମୃତ୍ୟୁ , ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା , ମାନସିକ ଚିନ୍ତା ଏହିଭଳି ଅନେକ ସମସ୍ୟା ଦେଖା ଦେଇଥାଏ । ମାତ୍ର ଗରୁଡ଼ ପୁରାଣ ଅନୁଯାୟୀ ସଂସାରରେ ଭଲ ସହିତ ଖରାପ ମଧ୍ୟ ରହିଥାଏ । ଏସବୁ ସମସ୍ୟା ଘରେ କୌଣସି ନକରାତ୍ମକ ଶକ୍ତି ବାସ କଲେ ହୋଇଥାଏ । ତେଣୁ ଘରେ ଏସବୁ ସମସ୍ୟା ହେବାର ଅନେକ କାରଣ ରହିଥାଏ । ଯାହାକୁ ନିଶ୍ଚିତ ଭାବରେ ଜାଣି ରଖିବା ଉଚିତ ।

୧ . ମନେ ରଖିବା ଉଚିତ ଯେ କେବେବି ଅଇଁଠା ବାସନ କିମ୍ବା ଗ୍ଲାସରେ ଖାଦ୍ୟ ଏବଂ ପାଣି ପିଇବା ଉଚିତ ନୁହେଁ ।ଅଇଁଠା ବାସନରେ ଅନ୍ୟକୁ ପରଶିବା ମଧ୍ୟ ଠିକ ନୁହେଁ । କାରଣ ଏହାଦ୍ବାରା ନକରାତ୍ମକତା ଜନ୍ମ ହୋଇଥାଏ । ଏହାଦ୍ବାରା ଜାତକ ଉପରେ ରାହୁ ଦୋଷ ପଡ଼ିଥାଏ । ଯେଉଁ କାରଣରୁ କୌଣସି କାର୍ଯ୍ୟରେ ସଫଳତା ମିଳେ ନାହିଁ । ତେଣୁ ଘରେ ଅଇଁଠା ବାସନକୁ ସର୍ବଦା ଧୋଇବା ପରେ ହିଁ ସେଥିରେ ଖାଇବା ଉଚିତ ।

୨ . ଘରେ ହଠାତ ଜିନିଷ ଏପଟ ସେପଟ ହୋଇଯିବା ମଧ୍ୟ ଭଲ ସଙ୍କେତ ହୋଇ ନଥାଏ । ହଠାତ ଲାଇଟ ଅଫ ଅନ ହୋଇଯିବା , ରାତିରେ କୌଣସି ଭୟଙ୍କର ଶବ୍ଦ , ପାଉଁଜି ଶବ୍ଦ ଏସବୁ ଘରେ ନକରାତ୍ମକ ଶକ୍ତିର ସଙ୍କେତ ଦେଇଥାଏ । ତେଣୁ ଏପରି ପରିସ୍ଥିତିରେ ଘରେ ହନୁମାନ ଚାଳିଶାର ପାଠ କରିବା ଉଚିତ ।

୩ . ଘରେ ହଠାତ କାହାରି ମୃତ୍ୟୁ ହୋଇଯିବା , ବାରମ୍ବାର କ୍ଷୀର ଉତୁରିବା , ପ୍ରତ୍ୟେକ ଦିନ ତେଲ ପଡ଼ିବା , କାଚ ଗ୍ଲାସ ବାରମ୍ବାର ଭାଙ୍ଗିବା , ଘରର ସଦସ୍ୟଙ୍କୁ ରୋଗ ଲାଗି ରହିବା , ଏସବୁ ମଧ୍ୟ ଅଶୁଭ ସଙ୍କେତ ହୋଇଥାଏ । ଏସବୁ ସଙ୍କେତ ଆପଣଙ୍କ ଘରେ ଖରାପ ଶକ୍ତି ରହିବାର ସଙ୍କେତ ଦେଇଥାଏ

୪ . ଏହାବ୍ୟତୀତ ଘର ସଫା ସୁତୁରା କରିବା ପରେ ବି ଖରାପ ଦୁର୍ଗନ୍ଧ ଆସିବା , ହଠାତ କାନ୍ଥରେ ଫାଟ ସୃଷ୍ଟି ହେବା , ଆଇନାରେ ସ୍କ୍ରାଚ ହୋଇଯିବା , ମହିଳାଙ୍କୁ ବିନା କାରଣରେ କ୍ରୋଧ ଆସିବା , ଏହିସବୁ ଘରେ ଖରାପ ଶକ୍ତି ଥିବାର ସଙ୍କେତ ଦେଇଥାନ୍ତି ।

୫ . ବାରମ୍ବାର କାଚ ଭାଙ୍ଗିବା , ଘରେ ବୁଢିଆଣି ଜାଲ ତିଆରି ହେବା , ଧନ ଆସିବା ଏବଂ ହଠାତ ଶେଷ ହୋଇଯିବା , କରଜ ଶେଷ ନହେବା ଇତ୍ୟାଦି ଘରେ ନକରାତ୍ମକ ଶକ୍ତିର ସଙ୍କେତ ଦେଇଥାଏ।

୬ . ରାତିରେ ପରିସ୍ରା ପାଇଁ ଉଠିଲେ ରାତି ୧ ରୁ ୩ ମଧ୍ୟରେ ଏଣେତେଣେ ପରିସ୍ରା କରିବା ଉଚିତ ନୁହେଁ । କାରଣ ରାତି ୧ ରୁ ୩ ମଧ୍ୟରେ ବାତାବରଣରେ ନକରାତ୍ମକତା ରହିଥାଏ । ଯାହା ଆପଣଙ୍କ ଉପରେ ପ୍ରଭାବ ପକାଇ ପାରେ । ରାତି ୧ ରୁ ୩ ତାନ୍ତ୍ରିକ ମୁହୂର୍ତ୍ତ ହୋଇଥାଏ । ତେଣୁ ଏହି ସମୟରେ ତାନ୍ତ୍ରିକ ନିଜର ପୂଜାପାଠ କରିଥାଏ । ଏହି ସମୟରେ ଖରାପ ଶକ୍ତି ମାନଙ୍କର ଶକ୍ତି ଅଧିକ ହୋଇଯାଏ । ତେଣୁ ବାହାରେ ପରିସ୍ରା କରିବା ସମୟରେ ଶୁନଶାନ ସ୍ଥାନରେ ଏହି କାମ କରନ୍ତୁ ନାହିଁ ।

୭ . ସୂର୍ଯ୍ୟ ଉଦୟ ପରେ ଲୁଗା ସଫା କରିବା ଉଚିତ ନୁହେଁ । ଏହାଦ୍ବାରା ଖରାପ ଶକ୍ତିର ପ୍ରଭାବ ସେହି ବ୍ୟକ୍ତି ଉପରେ ପଡ଼ିଥାଏ ଏବଂ ଭଗବାନ ମଧ୍ୟ କ୍ରୋଧିତ ହୁଅନ୍ତି । ସୂର୍ଯ୍ୟ ଉଦୟ ପରେ ଭଗବାନଙ୍କ ଆରାଧନା କରିବା ଉଚିତ ।

୮ . ଅନ୍ୟ କୌଣସି ବ୍ୟକ୍ତିର ପୋଷାକ କିମ୍ବା ଜୋତା ନିଜ ଘରେ ରହି ଯାଇଥିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ନଚେତ ଘରେ ନକରାତ୍ମକତା ବୃଦ୍ଧି ପାଇପାରେ ।

୯ . ଅନ୍ୟ ବ୍ୟକ୍ତି ଆପଣଙ୍କ ଘରେ ନଖ କାଟିବା ଉଚିତ ନୁହେଁ । ନଚେତ ଆପଣଙ୍କ ଘର ଉପରେ ଖରାପ ଶକ୍ତିର ପ୍ରଭାବ ପଡ଼ିଥାଏ । ଘରକୁ ନକରାତ୍ମକତା ପ୍ରବେଶ କରିଥାଏ । ଯେଉଁ ଦୋକାନରେ ବୁଢିଆଣି ଜାଲ ଥାଏ ସେହି ଦୋକାନରେ ଭୂତ ପ୍ରେତର ପ୍ରଭାବ ରହିଥାଏ ।

୧୦ . ମହିଳା ମାନେ ସନ୍ଧ୍ୟାରେ କିମ୍ବା ବିଳମ୍ବିତ ରାତି ପର୍ଯ୍ୟନ୍ତ କେଶ ଖୋଲା ରଖିବା ଉଚିତ ନୁହେଁ । ଏହାସହିତ ରାତିରେ ଆଇନା ଦେଖିବା ଉଚିତ ନୁହେଁ । ନଚେତ ଖରାପ ଶକ୍ତି ଘରକୁ ପ୍ରବେଶ କରି ପାରନ୍ତି ।

Leave a Reply

Your email address will not be published. Required fields are marked *