ରବିବାର ଦିନ ଯେଉଁଠି ବି ମିଳିଯିବ ତ ଛାଡ଼ିବେ ନାହିଁ ଧନ ଚାକିରୀ ସୁଖ ସମ୍ମାନ ଶତ୍ରୁମୁକ୍ତି ଏବଂ ଇଛାପୂର୍ଣ୍ଣ ହେବ…

ଆଜି ଆମେ କହିବାକୁ ଯାଉଛୁ ମନ୍ଦାର ଫୁଲ ବିଷୟରେ, ତେବେ ମନ୍ଦାର ଫୁଲ ଦେବୀ ମାଙ୍କର ଅତି ପ୍ରିୟ ହୋଇଥାଏ | କିନ୍ତୁ ଯଦି ଆପଣ ରବିବାର ଦିନ ଏହି ଫୁଲ ଦେଇ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତି ତେବେ ଆପଣଙ୍କର ବଡ଼ରୁ ବଡ଼ ଶତ୍ରୁ ବି ପରାସ୍ତ ହୋଇ ଯିବେ | ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ତାହା ବହୁତ ହିଁ ପ୍ରଭାବଶାଳୀ ଅଟେ | ପୂଜା କରିବା ସମୟରେ ଆମେ

ଫୁଲ ତ ନିଶ୍ଚିନ୍ତ ଅର୍ପିତ କରିଥାଉ ଏବଂ କେଉଁ ଫୁଲ କେଉଁ ଦେବା ଦେବୀଙ୍କୁ ପସନ୍ଦ ତାହା ମଧ୍ୟ ଜାଣିବା ଆବଶ୍ୟକ | ଏମିତିରେ ଅନେକ ରଙ୍ଗର ମନ୍ଦାର ଫୁଲ ଅଛି କିନ୍ତୁ ଆଜି ଆମେ ନାଲି ମନ୍ଦାର ବିଷୟରେ କହିବାକୁ ଯାଉଛୁ | ଏହି ଫୁଲ ମା ଲକ୍ଷ୍ମୀ,ମା ଦୁର୍ଗା ଗଣେଶ ଜୀ ସମସ୍ତଙ୍କୁ ପସନ୍ଦ ଅଟେ ହନୁମାନ ଜୀ ଙ୍କୁ ମଧ୍ୟ ମନ୍ଦାର ଫୁଲ ଅତି ପ୍ରିୟ |

ତେବେ ଆପଣ ଯଦି ଏହି ଫୁଲ ମଙ୍ଗଳବାର ଦିନ ହନୁମାନ ଜୀ ଙ୍କୁ ଅର୍ପଣ କରନ୍ତି | ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତି ତେବେ ଘରେ ସୁଖ ସମୃଦ୍ଧି ବଢିଥାଏ ଏବଂ ଧନ ସମ୍ପତ୍ତି ର କୌଣସି ଅଭାବ ହୁଏ ନାହିଁ | ଅନ୍ୟପକ୍ଷରେ ମନ୍ଦାର ଫୁଲ ସୂର୍ଯ୍ୟ ଦେବଙ୍କୁ ମଧ୍ୟ ଅର୍ପଣ କରାଯାଏ, ଏହା କରିବା ଦ୍ୱାରା ଶତ୍ରୁ ନାଶ ହୋଇଥାନ୍ତି | ଚାକିରୀ, ଧନ, ସମ୍ପତ୍ତି, ମାନ, ସମ୍ମାନ ସୂର୍ଯ୍ୟ ଦେବ ଙ୍କ କୃପାରୁ ମିଳିଥାଏ | ତେବେ ଆସନ୍ତୁ ଏହି ଫୁଲର ଜ୍ୟୋତିଷ ଫାଇଦା ବିଷୟରେ ଜାଣିବା |

ବିଶ୍ୱାସ ଅଛି କି ମନ୍ଦାର ଫୁଲ ରେ ମା ଦୁର୍ଗାଙ୍କର ବାସ ହୋଇ ଥାଏ, ତେବେ ଫୁଲ ରେ ଯେଉଁ ସବୁଜ ଭାଗ ରହିଥାଏ ସେଥିରେ ବୁଧ କେତୁଙ୍କର ବାସ ହୋଇଥାଏ | ଫୁଲର ମଝି ଭାଗରେ ମଙ୍ଗଳ ରହିଥାନ୍ତି, ରଙ୍ଗ ରେ ସୂର୍ଯ୍ୟଙ୍କ ବାସ ହୋଇଥାଏ ଏବଂ ଫୁଲର ଆରମ୍ବରେ ଗୁରୁ ଗ୍ରହ ବୃହସ୍ପତିଙ୍କ ବାସ ହୋଇଥାଏ | ଅଂକୁର ଭିତରେ ରାହୁ, ଶନି ହୋଇଥାନ୍ତି ତେବେ ମଝି ଭଗରେ ଚନ୍ଦ୍ରମା ରହିଥାନ୍ତି | ତେବେ ଶାସ୍ତ୍ର ରେ ମନ୍ଦାର ଫୁଲ କୁ ଶୁଭ ବୋଲି କୁହାଯାଏ | ଏହି ଫୁଲ କୁ ଆପଣ ଘରେ ରଖିବା ଦ୍ୱାରା ସମ୍ପର୍କ ମଜବୁତ ହୋଇଥାଏ | ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ ରେ ସମ୍ପର୍କ ଆହୁରି ମଧ୍ୟ ଗଭୀର ହୋଇଥାଏ | ସମ୍ପର୍କରେ ମିଠା ଭାବନା ବନି ରହିଥାଏ |

ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ମନ୍ଦାର ଫୁଲର ଉପାୟ ବିଷୟରେ ଯାହା ଆପଣଙ୍କୁ ରଙ୍କରୁ ରାଜା ବନେଇଦେବ | ରବିବାର ଦିନ 8ଟି ମନ୍ଦାର ଫୁଲ ନିଅନ୍ତୁ ଧ୍ୟାନ ରଖନ୍ତୁ କେବଳ ନାଲି ମନ୍ଦାର ହିଁ କାମ ଦେଇଥାଏ | ଏହାକୁ ପ୍ରଭୂ ଗଣେଶ ଙ୍କ ଅର୍ପଣ କରନ୍ତୁ,ଏହି ଫୁଲ କୁ ପରଦିନ ସକାଳୁ ସୂର୍ଯ୍ୟ ଙ୍କ କିରଣ ରେ ରଖନ୍ତୁ | ଯେତେବେଳେ ଏହା ଶୁଖିଯିବ ଏହାକୁ ପାଉଡର କରିଦିଅନ୍ତୁ ସେଥିରେ କର୍ପୁର ଏବଂ ସିନ୍ଦୁର ମିଶେଇ ଶୁଭ କାର୍ଯ୍ୟ ରେ ଜିବା ସମୟରେ ମଥାରେ ଲଗାନ୍ତୁ | ଏହି ଫୁଲ ରେ ସବୁ ଦେବା ଦେବୀଙ୍କର ବାସ ହୋଇଥାଏ ତେଣୁ ଏହା ଅତ୍ୟନ୍ତ ଶକ୍ତଶାଳୀ ହୋଇଥାଏ | ଆପଣଙ୍କର ସବୁ କାର୍ଯ୍ୟ ହୋଇଥାଏ, କୌଣସି ବାଧା ହୋଇନଥାଏ | ଧନ ଚାକିରୀ ସବୁ ଆସିଥାଏ ଏବଂ ଶତ୍ରୁ ମଧ୍ୟ ନାଶ ହୋଇଥାନ୍ତି |

Leave a Reply

Your email address will not be published. Required fields are marked *