ମହିଳା ମାନେ ଏପରି ସ୍ନାନ କରିବା ଦ୍ୱାରା ଆସିଥାଏ ଦାରିଦ୍ର୍ୟତା :-

ଆଜିକାର ଲେଖାରେ ଆମେ ଆପଣଙ୍କୁ ମହିଳା ମାନେ କିପରି ସ୍ନାନ କଲେ ଦାରିଦ୍ର୍ୟତା ଆସିଥାଏ , ଏହାବ୍ୟତୀତ ସ୍ନାନ ପରେ ଏବଂ ପୂର୍ବରୁ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ କହିବୁ । ମନୁଷ୍ୟର ଦୈନନ୍ଦିନ ଜୀବନରେ ସ୍ନାନ ଏକ ମହତ୍ୱପୂର୍ଣ୍ଣ କାମ ଅଟେ । ବିନା ସ୍ନାନରେ କୌଣସି କାମ କରିବା ଉଚିତ ହୋଇ ନଥାଏ । ଏମିତିକି ବିନା ସ୍ନାନରେ କୌଣସି ଧାର୍ମିକ କାର୍ଯ୍ୟ କରିବା ଉଚିତ ନୁହେଁ । । ମାତ୍ର ଅନେକ ଲୋକ ସ୍ନାନ କରିବା ସମୟରେ କିଛି ଭୁଲ କରିଥାନ୍ତି । ଯାହାଦ୍ୱାରା ଘରକୁ ସମସ୍ୟା ଆସିଥାଏ ଏବଂ ଭୟଙ୍କର ରୋଗର ସାମ୍ନା କରିବାକୁ ମଧ୍ୟ ପଡ଼ିଥାଏ । ତେଣୁ ଚାଲନ୍ତୁ ଜାଣିନେବା ।

୧ . ଅନେକ ଲୋକ ଏହି ଭୁଲ କରିଥାନ୍ତି ଯେ ସେମାନେ ଭଲ ଭାବରେ ଏବଂ ପରିଷ୍କାର ଭାବରେ ସ୍ନାନ କରନ୍ତି ନାହିଁ । ଯେଉଁ କାରଣରୁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏହି କାରଣରୁ ଦାରିଦ୍ର୍ୟତା ମଧ୍ୟ ଆସିଥାଏ ।

୨ . ଠିକ ଢ଼ଙ୍ଗରେ ସ୍ନାନ ନକଲେ ମଧ୍ୟ ଘରକୁ ଦାରିଦ୍ର୍ୟତା ଆସିଥାଏ । ସ୍ନାନ ସମୟରେ ସମ୍ପୂର୍ଣ୍ଣ ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ । ଅତିକମରେ ଗୋଟିଏ ବସ୍ତ୍ର ନିଶ୍ଚିତ ଭାବରେ ରହିବା ଉଚିତ । ବିଶେଷ କରି ମହିଳା ମାନେ ଯଦି ସମ୍ପୂର୍ଣ୍ଣ ନିବସ୍ତ୍ର ହୋଇ ସ୍ନାନ କରନ୍ତି ତେବେ ଘରକୁ ଦାରିଦ୍ର୍ୟତା ଏବଂ ରୋଗ ଆସିଥାଏ । ରାତିରେ ସ୍ନାନ ସମୟରେ ବିଶେଷ ଧ୍ୟାନ ଦେବା ଉଚିତ ନଚେତ ଦୋଷ ଲାଗିପାରେ ।

୩ . ସ୍ନାନ କରିବା ପରେ ସର୍ବଦା ପରିଷ୍କାର ତଉଲିଆରେ ଦେହ ପୋଛନ୍ତୁ । କେବେବି ଅନ୍ୟ କୌଣସି ବ୍ୟକ୍ତିର ତଉଲିଆରେ ଶରୀର ପୋଛନ୍ତୁ ନାହିଁ । ନଚେତ ଏହାଦ୍ବାରା ଅନେକ ଗମ୍ଭୀର ତ୍ୱଚା ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଏହାବ୍ୟତୀତ ଅନ୍ୟର ପୋଷାକ ମଧ୍ୟ ପିନ୍ଧିବା ଉଚିତ ନୁହେଁ ।

୪ . ସ୍ନାନ କରିବା ସମୟରେ ପଥମେ ହଠାତ ମୁଣ୍ଡରେ ପାଣି ଢ଼ାଳିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ରକ୍ତ ସଞ୍ଚାଳନ ବନ୍ଦ ହେବା ସହିତ ହାର୍ଟଆଟେକ ଭଳି ସମସ୍ୟା ହୋଇପାରେ । ତେଣୁ ସର୍ବପ୍ରଥମେ ପାଦରୁ ମୁଣ୍ଡ ଦିଗରେ ସ୍ନାନ କରିବା ଉଚିତ ।

୫ . ଯଦି ଆପଣ କେଉଁଠି ବାହାରକୁ ଯାଇଛନ୍ତି ତେବେ ଘରକୁ ଫେରିବା ପରେ ତୁରନ୍ତ ସ୍ନାନ କରନ୍ତୁ ନାହିଁ । ଜିମ ପରେ ମଧ୍ୟ ତୁରନ୍ତ ସ୍ନାନ କରନ୍ତୁ ନାହିଁ । ନଚେତ ଏହାର ଖରାପ ପ୍ରଭାବ ଅପଣଙ୍କ ଶରୀର ଉପରେ ପଡ଼ିଥାଏ ।

କିଛି କାମ ଏପରି ଅଛି ଯାହାକୁ ସ୍ନାନ କରିବା ପୂର୍ବରୁ କରିବା ଉଚିତ । ନଚେତ ସ୍ନାନ ପରେ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବା ସହିତ ବାସ୍ତୁ ଦୋଷ ମଧ୍ୟ ଲାଗିଥାଏ ।

୧ . ଭଗବାନଙ୍କ ପୂଜା ପାଇଁ ବ୍ୟବହୃତ ହେଉଥିବା ଫୁଲକୁ ସ୍ନାନ ପୂର୍ବରୁ ହିଁ ତୋଳି ନିଅନ୍ତୁ । ଏହାକୁ ସ୍ନାନ ପରେ ତୋଳିଲେ ଭଗବାନ ସ୍ୱୀକାର କରନ୍ତି ନାହିଁ ।

୨ . ସ୍ନାନ ପରେ ପୂଜାରେ ବ୍ୟବହୃତ ହୋଇଥିବା ବାସନକୁ ଧୋଇବା ଉଚିତ ନୁହେଁ । ଏହାଦ୍ବାରା ଶରୀର ଅଶୁଦ୍ଧ ହୋଇଯାଏ । କାରଣ କହିବାକୁ ଗଲେ ତାହା ମଧ୍ୟ ଅଇଁଠା ବାସନ ହୋଇଥାଏ । ତେଣୁ ସ୍ନାନ ପରେ ସେହି ବାସନ ଧୋଇଲେ ପୁଣିଥରେ ସ୍ନାନ କରିବାକୁ ପଡ଼ିଥାଏ । ତେଣୁ ସ୍ନାନ ପୂର୍ବରୁ ସେହି ବାସନକୁ ଧୋଇ ଦିଅନ୍ତୁ ।

୩ . ସ୍ନାନ ପରେ ଶରୀର ମାଲିସ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମଧ୍ୟ ଶରୀର ଅଶୁଦ୍ଧ ହୋଇଥାଏ । କାରଣ ମାଲିସ କରିବା ଦ୍ୱାରା ଶରୀରରୁ ବିଭିନ୍ନ ପ୍ରକାରର ଅଶୁଦ୍ଧ ବର୍ଜ୍ୟବସ୍ତୁ ନିର୍ଗତ ହୋଇଥାଏ । ଏହିକାମ ସ୍ନାନ ପୂର୍ବରୁ କିମ୍ବା ସ୍ନାନ ସମୟରେ ହିଁ କରି ନିଅନ୍ତୁ ।

୪ . ସ୍ନାନ କରିବା ପରେ ରୋଷେଇ ଘରକୁ ଯିବା ଉଚିତ ନୁହେଁ କାରଣ ରୋଷେଇ ଘରେ ଅଇଁଠା ବାସନ ଥାଏ ଯାହାକୁ ଛୁଇଁଲେ ଶରୀର ଅଶୁଦ୍ଧ ହୋଇଥାଏ

୫ . ସ୍ନାନ କରିବା ପରେ ନିଜର କିମ୍ବା ଭଗବାନଙ୍କ ବସ୍ତ୍ର ସଫା କରିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଶରୀର ଅପବିତ୍ର ହୋଇଯାଏ । ତେଣୁ ସ୍ନାନ ପୂର୍ବରୁ ହିଁ ନିଜ ବସ୍ତ୍ର ଏବଂ ଭଗବାନଙ୍କ ବସ୍ତ୍ର ସଫା କରି ଦିଅନ୍ତୁ ।

୬ . ସ୍ନାନ କରିବା ପରେ ତୁଳସୀ ଗଛରେ ପାଣି ଦେବା ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ଯେମିତି ଆପଣ କୌଣସି ନକରାତ୍ମକ ଚିନ୍ତାଧାରା ନେଇ ତୁଳସୀରେ ଜଳ ଅର୍ପିତ ନକରନ୍ତି । ଏହାବ୍ୟତୀତ ତୁଳସୀରେ ଜଳ ଅର୍ପିତ କରିବା ପରେ ଗୋଟିଏ ପତ୍ର ପ୍ରସାଦ ଆକାରରେ ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ମଧ୍ୟରେ ସକାରାତ୍ମକତା ଅଧିକ ସମୟ ପର୍ଯ୍ୟନ୍ତ ରହିବ ।

୭ . ସ୍ନାନ କରିବାର ତୁରନ୍ତ ପରେ ଭଗବାନଙ୍କ ପୂଜାପାଠ କରିବା ଉଚିତ । କାରଣ ସ୍ନାନ ପରେ ମନ ଏବଂ ଶରୀର ପବିତ୍ର ଥାଏ ଏବଂ ସକାରାତ୍ମକ ଶକ୍ତିରେ ଭରପୁର ଥାଏ । ତେଣୁ ସେହି ସମୟରେ ପୂଜାପାଠ କଲେ ଭଗବାନଙ୍କ ସହିତ ଜଡ଼ିତ ହେବାର ଅଧିକ ଚାନ୍ସ ଥାଏ ।

Leave a Reply

Your email address will not be published. Required fields are marked *