ମନୀ ପ୍ଲାଣ୍ଟରେ ଭୁଲରେବି ଜଳ ଚଢ଼ାନ୍ତୁ ନାହିଁ , ନଚେତ ହୋଇଯିବେ କାଙ୍ଗାଳ :-

ବାସ୍ତୁ ଶାସ୍ତ୍ର ଅନୁଯାୟୀ ହିନ୍ଦୁ ଧର୍ମରେ ମନୀ ପ୍ଲାଣ୍ଟର ଅନେକ ମହତ୍ତ୍ୱ ରହିଛି । ଏପରି କୁହାଯାଏ ଯେ ମନୀ ପ୍ଲାଣ୍ଟ ଗଛ ଘରେ ରଖିଲେ ଧନର ଅଭାବ ହୁଏ ନାହିଁ । ଏପରି କୁହାଯାଏ ଯେ ମନୀ ପ୍ଲାଣ୍ଟ ଯେଉଁଠି ରହିଥାଏ ସେଠାରେ ସ୍ବୟଂ ମାତା ଲକ୍ଷ୍ମୀ ରହିଥାନ୍ତି । ଏହାବ୍ୟତୀତ ମନୀ ପ୍ଲାଣ୍ଟର ଖାସ ଧ୍ୟାନ ଦେଲେ ଘରେ ଧନର ଅଭାବ କେବେ ହୁଏ ନାହିଁ । ଆଜିକାର ଏହି ଲେଖାରେ ଆମେ ମନୀ ପ୍ଲାଣ୍ଟକୁ ଘରେ ରଖିଲେ କେଉଁ ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ ସେହି ବିଷୟରେ କହିବୁ । ଏହାବ୍ୟତୀତ ମନୀ ପ୍ଲାଣ୍ଟରେ କେଉଁ ପ୍ରକାରର ପାଣି ଦେବା ଉଚିତ ନୁହେଁ ସେହି ବିଷୟରେ ମଧ୍ୟ କହିବୁ ।

ପ୍ରଥମତଃ ମନୀ ପ୍ଲାଣ୍ଟକୁ କେବେବି କିଣି ଘରେ ଲଗାଇବା ଉଚିତ ନୁହେଁ । ବରଂ ଏହାକୁ ସେହିପରି ବ୍ୟକ୍ତିଙ୍କ ଘରୁ ଚୋରି କରିବା ଉଚିତ ଯାହାଙ୍କ ଆର୍ଥିକ ସ୍ଥିତି ପୂର୍ବରୁ ହିଁ ମଜବୁତ ଥିବ । ଏହାବ୍ୟତୀତ ସେହି ଘରେ ପୂଜାପାଠ ମଧ୍ୟ ହେଉଥିବା ଆବଶ୍ୟକ । ତେବେ ପ୍ରଥମେ ଆପଣ କୌଣସି ପୁରୁଣା ମନୀ ପ୍ଲାଣ୍ଟ ଗଛର ଅଗ୍ର ଭାଗରୁ କାଟି ଆଣନ୍ତୁ । ମନେ ରଖନ୍ତୁ ଯେ ଯେପରି କୌଣସି ଶୁଖି ଯାଇଥିବା ଗଛ ନଆଣନ୍ତି ।

ଘରକୁ ଆଣି ପ୍ରଥମେ ଏକ କାଚ ଗ୍ଲାସରେ ପାଣି ନେଇ ବୁଡ଼ାଇ ରଖନ୍ତୁ । ସେଥୁରେ ଚେର ବାହାରି ଯିବାପରେ ତାହାକୁ ଅନ୍ୟ ସ୍ଥାନରେ ଲଗାଇ ଦିଅନ୍ତୁ । ମନୀ ପ୍ଲାଣ୍ଟକୁ କେବେବି କିଣି ଲଗାଇବା ଉଚିତ ନୁହେଁ । ଲଗାଇ ସାରିବା ପରେ ତାହାକୁ ଆବଦ୍ଧ କରି ରଖନ୍ତୁ ଏବଂ ଉପରେ କୌଣସି ନାଲି ସୂତାରେ ବାନ୍ଧି ଦିଅନ୍ତୁ । ଯେପରି ତାହାର ଚେର ବାହାରକୁ ଦେଖା ଯିବନାହିଁ । ଏହାଦ୍ବାରା ମନୀ ପ୍ଲାଣ୍ଟର ଶକ୍ତି ଅନେକ ଗୁଣା ବଢ଼ିଯାଏ ।

ମନୀ ପ୍ଲାଣ୍ଟକୁ କୌଣସି ବୋତଲ , କୁଣ୍ଡ କିମ୍ବା ଭୂଇଁରେ ମଧ୍ୟ ଲଗାଇ ପାରିବେ । ମନୀ ପ୍ଲାଣ୍ଟକୁ ପୂଜା କଲେ ହିଁ ତାହାର ଶକ୍ତି ସକାରାତ୍ମକ ଭାବରେ କାମ କରିଥାଏ । ମନୀ ପ୍ଲାଣ୍ଟକୁ ଘରର ମୁଖ୍ୟଦ୍ୱାର ଉପରେ ଲଗାଇଲେ ଖୁବ ଭଲ ଫଳ ଦେଇଥାଏ । ଏହାବ୍ୟତୀତ ଏହାକୁ ଆପଣ ଘର ମଧ୍ୟରେ କିମ୍ବା ଟେରିସରେ ମଧ୍ୟ ଲଗାଇ ପାରିବେ । ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ପୂର୍ବ ଦିଗ ମନୀ ପ୍ଲାଣ୍ଟ ଲଗାଇବା ପାଇଁ ଉତ୍ତମ ଦିଗ ଅଟେ ।

ଏହି ଦିଗରେ ଲଗାଇଲେ ଘରେ ସୁଖ ସମୃଦ୍ଧି ହୋଇଥାଏ । କାରଣ ଏହି ଦିଗର ଦେବତା ସ୍ବୟଂ ଭଗବାନ ଗଣେଶ ଏବଂ ପ୍ରତିନିଧି ଶୁକ୍ର ଅଟନ୍ତି । ତେଣୁ ଘରେ ଆର୍ଥିକ ବୃଦ୍ଧି ମଧ୍ୟ ହୋଇଥାଏ । ଯଦି ମନୀ ପ୍ଲାଣ୍ଟର କୌଣସି ପତ୍ର ଶୁଖି ଯାଏ ତେବେ ତାହାର ଅର୍ଥ ଆର୍ଥିକ ଦୁର୍ବଳତାର ପ୍ରାରମ୍ଭ । ଏପରି ସେହିଘରେ ହୋଇଥାଏ ଯେଉଁ ଘରେ ଖରାପ ପାଣି ଦିଆଯାଏ ।

ମନୀ ପ୍ଲାଣ୍ଟରେ ସର୍ବଦା ଭଲ ପାଣି ଅର୍ଥାତ ପିଇବା ଯୋଗ୍ୟ ପାଣି ଦେବା ଉଚିତ । ପାଣିରେ ଆପଣ ଚାହିଁଲେ ଆଳୁ ରସ ମିଶାଇ ଦେଇ ପାରିବେ । ଯାହାଦ୍ୱାରା ମନୀ ପ୍ଲାଣ୍ଟ ବହୁତ ଯଦି ବଢ଼ିବ ଏବଂ ସବୁଜ ପତ୍ରରେ ଭରିଯିବ । ଗଛ ସବୁବେଳେ ସବୁଜ ରହିଲେ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ମାସିକ ଧର୍ମ ସମୟରେ ମହିଳା ମାନେ ମନୀ ପ୍ଲାଣ୍ଟରେ ଜଳ ଦେବା ଉଚିତ ନୁହେଁ କିମ୍ବା ତୁଳସୀ ଗଛରେ ମଧ୍ୟ ଜଳ ଦେବା ଉଚିତ ନୁହେଁ ।

ନଚେତ ଗଛ ଶୁଖିଯାଏ ଏବଂ ମାତା ଲକ୍ଷ୍ମୀ କ୍ରୋଧିତ ହେବା ସହିତ ଘରକୁ ଧନ ଆସିବା ବଦଳରେ ଚାଲିଯାଏ । ରବିବାର ଦିନ ମନୀ ପ୍ଲାଣ୍ଟରେ ପାଣି ଦେବା ଉଚିତ ନୁହେଁ । ମନୀ ପ୍ଲାଣ୍ଟ ସର୍ବଦା ଉପରକୁ ଯିବା ଉଚିତ । ମନୀ ପ୍ଲାଣ୍ଟ ଗଛ ମୂଳରେ ଏକ ଟଙ୍କିଆ ମୁଦ୍ରା ପୋତି ଦେବା ଉଚିତ । କାରଣ ଏପରି କୁହାଯାଏ ଯେ ଟଙ୍କାକୁ ଟଙ୍କାହିଁ ଆକର୍ଷିତ କରିଥାଏ । ତେଣୁ ଏପରି କରିବା ଦ୍ୱାରା ଘରକୁ ଧନ ଆକର୍ଷିତ ହୋଇ ଆସିଥାଏ ।

ଏହାଦ୍ବାରା ସକାରାତ୍ମକ ଶକ୍ତି ମଧ୍ୟ ଆକର୍ଷିତ ହୋଇ ଆସିଥାଏ । କାହାକୁବି ଉପହାରରେ ମନୀ ପ୍ଲାଣ୍ଟ ଦେବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ଘରର ଧନ ସମୃଦ୍ଧି ଅନ୍ୟ ଘରକୁ ଚାଲିଯିବ । ଆପଣ ଚାହିଁଲେ ବାହାରୁ ଆଣି ଏହାକୁ ଉପହାର ସ୍ୱରୂପ ଦେଇ ପାରିବେ । ମାତ୍ର ଘରେ ଥିବା ଗଛକୁ କାହାକୁ ଦିଅନ୍ତୁ ନାହିଁ । ଅଫିସ ଏବଂ କାର୍ଯ୍ୟାଳୟ ମାନଙ୍କରେ ମନୀ ପ୍ଲାଣ୍ଟକୁ ରଖାଯାଏ କାରଣ ଏହାର ସବୁଜ ପତ୍ରକୁ ଦେଖିବା ଖୁବ ଭଲ ହୋଇଥାଏ ।

ଏହାଦ୍ବାରା ସକାରାତ୍ମକତା ଆସିଥାଏ । ଏହି ପ୍ଲାଣ୍ଟର ଯଦି କୌଣସି ପତ୍ର ହଳଦିଆ ହୋଇ ଯାଉଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ମନୀ ପ୍ଲାଣ୍ଟ ଶୁଖିଗଲେ ନକରାତ୍ମକତା ଆସିଥାଏ । ସକାଳୁ ଉଠିବା ମାତ୍ରେ ମନୀ ପ୍ଲାଣ୍ଟକୁ ସର୍ବପ୍ରଥମେ ଦେଖିବା ଉଚିତ । ଯାହାଦ୍ୱାରା ଦିନ ସାରା ସକାରାତ୍ମକ ଶକ୍ତିର ସଞ୍ଚାର ରହିବ ।

Leave a Reply

Your email address will not be published. Required fields are marked *