ଏହି ଜିନିଷ ମୁହଁରେ ସବୁବେଳେ ରଖନ୍ତୁ | ସାରା ଜୀବନ ପଇସା ର ଅଭାବ ହେବ ନାହିଁ..

ବନ୍ଧୁଗଣ କାହାର ଭାଗ୍ୟ ତାଙ୍କ ନିଜ କର୍ମ ଉପରେ ହିଁ ନିର୍ଭର କରିଥାଏ କିନ୍ତୁ ମନୁଷ୍ୟ ତାକୁ ଭାଗ୍ୟର ଦୋଷ ଦେଇ ସୌଭାଗ୍ୟ ଏବଂ ଦୁର୍ଭାଗ୍ୟର ନାମ ଦେଇଦେଇ ଥାଏ | ଯଦି ଆପଣଙ୍କର କେବେ ଦୁର୍ଭାଗ୍ୟ ଆସେ ତେବେ ଏମିତି କଣ କଲେ ତାହା ସୌଭାଗ୍ୟ ରେ ବଦଳିଯିବ | ଏମିତି ସମୟରେ ଆପଣଙ୍କ ପାଖରେ ଧର୍ଯ୍ୟ ରହିବା ନିହାତି ଦରକାର | ପ୍ରାୟତଃ ଆମେ ବିଫଳ ହେଲା ପରେ ସେହି ରାସ୍ତା ଛାଡିଦେଇଥାଉ କାରଣ ଆମେ ବିଫଳ ହୋଇ ହରିନଥାଉ ବିଫଳ ହେବାର ଡରରେ ହାରିଯାଇଥାଉ |

ନକାରାତ୍ମକ ଭାବନା ଏବଂ ପ୍ରୟାସ ନକରିବା ଯୋଗୁ ଆମକୁ ବିଫଳତା ଆଉ ପରାଜୟ ମିଳିଥାଏ | ଅସୁବିଧା ସମୟରେ ଧର୍ଯ୍ୟ ରଖନ୍ତୁ ଏବଂ ସାହସର ସହ କାମ କରନ୍ତୁ, ବିଫଳତାକୁ ସାମ୍ନାରେ ଦେଖି ଧର୍ଯ୍ୟ ରଖିବା ଅତ୍ୟନ୍ତ କଷ୍ଟକର ହୋଇଥାଏ | କିନ୍ତୁ ଏହିପରି ପରିସ୍ଥିତିରେ ଲୋକ ମାନ୍ୟତା ପାଇଥିବା କିଛି ଉପାୟ ବହୁତ କାମରେ ଆସିଥାଏ |

ତେବେ ସାହସର ସହିତ ଏହି ଉପାୟ କରି ଆପଣ ଜୀବନର ସବୁବେଳେ ସମସ୍ୟାର ସମାଧାନ କରିପାରିବେ | ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଲବଙ୍ଗ ଏବଂ ଗୁଜୁରାତିର ଉପାୟ ବିଷୟରେ କହିବୁ | ସନାତନ ଧର୍ମ ରେ ଲବଙ୍ଗ ଏବଂ ଗୁଜୁରାତି କୁ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ

ଏହାକୁ ପୂଜା ପାଠ ଶୁଭ କାର୍ଯ୍ୟ ରେ ମଧ୍ୟ ବ୍ୟବହାର କରାଯାଏ, ଏହାକୁ ଶୁଭ କାର୍ଯ୍ୟ ସହ ଖାଦ୍ୟରେ ଏବଂ ସ୍ୱାଦରେ ମଧ୍ୟ ବହୁତ ଉପଯୋଗ କରାଯାଏ |ଏହା ବ୍ୟତୀତ ଲବଙ୍ଗ ଏବଂ ଗୁଜୁରାତି କୁ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ବ୍ୟବହାର କରାଯାଏ | ଏହାକୁ ତନ୍ତ୍ର ମନ୍ତ୍ର ରେ ମଧ୍ୟ କାର୍ଯ୍ୟ ରେ ନିଆଯାଇଥାଏ | ତେବେ ବନ୍ଧୁଗଣ ଏହିପରି କିଛି ଉପାୟ ଯାହା ଆପଣଙ୍କ ଜୀବନକୁ ବଦଳେଇ ଦେଇପାରେ ଆସନ୍ତୁ ଜାଣିବା ସେହି ବିଷୟରେ..

ତେବେ ବନ୍ଧୁଗଣ ନକାରାତ୍ମକ ଉର୍ଜା ପାଇଁ ଘରେ ବହୁତ ଅଶାନ୍ତି ହୋଇଥାଏ, ଏହା ଦ୍ୱାରା ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ତେଣୁ ଏହାକୁ ଦୂର କରିବା ପାଇଁ ଆପଣଙ୍କ ଏହି ଛୋଟ ଉପାୟ କରିପାରିବେ | ଶନିବାର କିମ୍ବା ରବିବାର ଦିନ 7ଟି ଲବଙ୍ଗ ଗୋଟିଏ ପାତ୍ର ରେ ନିଅନ୍ତୁ ଏଥି ସହିତ କର୍ପୁର ଏବଂ 4ଟି ଗୁଜୁରାତି ରଖି ଏହାକୁ ଜଳେଇଦିଅନ୍ତୁ | ଏହା ପରେ ଏହି ପାଉଁଶକୁ ଗଙ୍ଗାଜଳରେ ମିଶେଇ ଘରର ମୁଖ୍ୟ ଦ୍ୱାରା ରେ ଛିଞ୍ଚି ଦିଅନ୍ତୁ | ଏହା ଦ୍ୱାରା କୌଣସି ନକାରାତ୍ମକ ଉର୍ଜା ଘରେ ପ୍ରବେଶ କରିପାରେ ନାହିଁ |

ଶୁକ୍ର ଭୌତିକ ସୁଖ,ସମ୍ପର୍ଣ୍ଣତା, ପ୍ରସିଦ୍ଧି, କଳା, ସମୃଦ୍ଧ ଜୀବନ,ସୌନ୍ଦର୍ଯ୍ୟ କାମ ବାସନା, ଭୌଭବ ଆଦିଙ୍କର କାରକ ଗ୍ରହ ଅଟେ | ଶୁକ୍ର ଯେବେ ମଜବୁତ ହୁଏ ବ୍ୟକ୍ତି କୁ ସୁଖ ସମୃଦ୍ଧି ମିଳିଥାଏ ସେ ରାଜକୀୟ ଜୀବନ ଅତିବାହିତ କରିଥାଏ | ତେବେ ଶୁକ୍ର ଙ୍କୁ ମଜବୁତ କରିବା ପାଇଁ ଏହି ଉପାୟ କରନ୍ତୁ | ଦୁଇଟି ଗୁଜୁରାତି ନିଅନ୍ତୁ ଏହାକୁ ଶୁକ୍ରବାର ଦିନ ଗୋଟିଏ ପାତ୍ର ରେ ଗରମ କରନ୍ତୁ | ଏହି ଜଳକୁ ନେଇ ସ୍ନାନ କରିବା ଜଳରେ ମିଶାଇ ସ୍ନାନ କରନ୍ତୁ ଏହାକୁ କରିବା ସମୟରେ ପ୍ରାଥନା କରନ୍ତୁ ଆପଣଙ୍କ ସବୁ ମନୋକାମନା ପୂର୍ଣ୍ଣ ହେବ |

ଚାକିରୀ ପାଠ ପଢା ଆଉ ବ୍ୟବସାୟରେ ଅସୁବିଧା ହେଉଥିଲେ ଏହି ଛୋଟ ଉପାୟ କରନ୍ତୁ | ଛୋଟ ଗୁଜୁରାତି ରୁ ଦୁଇଟି ଦାନା ବାହାର କରନ୍ତୁ ଏହା ସହ ମିଶ୍ରି ମିଶାଇ ଓସ୍ତ ଗଛ ତଳେ ଥୋଇ ଆସନ୍ତୁ | ଏହି ଉପାୟ ଆପଣ କୌଣସି ଦିନ ବି କରିପାରିବେ |ଯଦି ପରିଶ୍ରମ କରିବା ପରେ ମଧ୍ୟ ଫଳ ମିଳୁନାହିଁ, ରୋଜଗାର କରୁଛନ୍ତି କିନ୍ତୁ ପଇସାର ଅଭାବ ରହୁଛି ତେବେ ଏଭଳି ପରିସ୍ଥିତିରେ ଏହି ଉପାୟ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ | ମଙ୍ଗଳବାର ଦିନ ହନୁମାନ ଜୀ ଙ୍କ ମନ୍ଦିର ରେ ଦୀପ ଜଳାନ୍ତୁ ଏଥିରେ ଦୁତି ଲବଙ୍ଗ ପକେଇ ଦିଅନ୍ତୁ | ହନୁମାନ ଚାଳିଶା ପାଠ କରନ୍ତୁ ନିଜ ମନର କୁହନ୍ତୁ | ଭଗବାନ ନିଶ୍ଚିନ୍ତ ଆପଣଙ୍କ ମନସ୍କାମନା ପୂର୍ଣ୍ଣ କରିବେ |

ଯଦି ଆପଣଙ୍କ ବିବାହରେ ବାଧା ଆସୁଛି, ବହୁତ ଚେଷ୍ଠା ପରେ ମଧ୍ୟ ବିବାହ ହୋଇପାରୁନାହିଁ | ବୈବାହିକ ଜୀବନ ରେ ଅଶାନ୍ତି ରହିଛି, ସ୍ୱାମୀ ସ୍ତ୍ରୀ ଝଗଡା ସବୁବେଳେ ହେଉଛି ତେବେ ଏଭଳି ପରିସ୍ଥିତିରେ ଏହି ଛୋଟ ଉପାୟ କରିପାରିବେ | ଶୁକ୍ରବାର ଦିନ ସବୁଜ ଗୁଜୁରାତି, ଏବଂ ମିଠେଇ କର୍ପୁର ସିନ୍ଦୁର ଆଣନ୍ତୁ | ଏହାକୁ ନେଇ କୌଣସି ବହୁଥିବା ନଦୀ ନିକଟକୁ ଯାନ୍ତୁ ଏହାପରେ କଦଳୀ ପତ୍ର ରେ ମିଠେଇ ରଖନ୍ତୁ ଏବଂ ଲବଙ୍ଗ ଗୁଜୁରାତି କୁ ପାଣି ରେ ଭସେଇ ଦିଅନ୍ତୁ | ଏବଂ ସୂର୍ଯ୍ୟ ଦେବତା ଙ୍କୁ ପ୍ରାଥନା କାରୀ ନିଜ ଅସୁବିଧା ଜାଣନ୍ତୁ | ଏହାଦ୍ୱାରା ଆପଣଙ୍କ ଶୁକ୍ର ମଜବୁତ ହୋଇଥାନ୍ତି ଏବଂ ଆପଣଙ୍କ ଇଛା ପୂର୍ଣ୍ଣ କରିଥାନ୍ତି |

ଅର୍ଥର ଅଭାବ ହେଉଥିଲେ କୌଣସି କିନ୍ନର କୁ ଦୁଇଟି ଲବଙ୍ଗ ସହ କିଛି ପଇସା ଦାନ କରନ୍ତୁ ଶୁଭ ହେବ | ଯଦି ଆପଣଙ୍କର ସ୍ୱାମି ସ୍ତ୍ରୀଙ୍କ ସମ୍ପର୍କ ରେ ତିକ୍ତତା ଆସିଛି ତେବେ ଆପଣଙ୍କ ଶୁକ୍ରବାର ଦିନ 4ଟି ଗୁଜୁରାତି ନିଜ କାନିରେ ବାନ୍ଧି ଦିନ ଯାକ ରଖନ୍ତୁ ଏବଂ ପରଦିନ ଏହାକୁ ନିଜ ଜୀବନ ସାଥିକୁ ଖାଇବାକୁ ଦିଅନ୍ତୁ ଏମିତି 3ଶୁକ୍ରବାର କରନ୍ତୁ ସବୁକିଛି ଠିକ ହୋଇଯିବ | ଯଦି ଆପଣଙ୍କ ସୁନ୍ଦର ଏବଂ ସୁଶୀଳ ଝିଅ କୁ ବିବାହ କରିବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ କୌଣସି ଗରିବକୁ 3ଟି ଗୁଜୁରାତି ପଇସା ଦିଅନ୍ତୁ ଆପଣଙ୍କ ଇଛା ପୂର୍ଣ୍ଣ ହେବ |

ଚାକିରୀରେ ଯଦି ପଦୋନ୍ନତି ହେଉନାହିଁ ଯେତେ ଚେଷ୍ଠା କଲେ ମଧ୍ୟ ଆପଣଙ୍କୁ ଉନ୍ନତି ମିଳୁନାହିଁ ତେବେ ଦୁଇଟି ଲବଙ୍ଗ ରାତିରେ ଶୋଇବା ବେଳେ ନିଜ ତକିଆ ତଳେ ରଖନ୍ତୁ ଏହାକୁ ସକାଲେ କୌଣସି ଅଜଣା ବ୍ୟାକ୍ତି ଙ୍କୁ ଦେଇଦିଅନ୍ତୁ ଶୁଭ ଫଳ ମିଳିବ | ତେବେ ବନ୍ଧୁଗଣ ଯଦି ଆପଣ କୌଣସି କାର୍ଯ୍ୟରେ ଯାଉଛନ୍ତି ତେବେ ତିନୋଟି ଗୁଜୁରାତି ନିଅନ୍ତୁ ବାହାରିବା ସମୟରେ ଗୋଟିଏ ଖାନ୍ତୁ ଆଉ ସବୁ ପକେଟ ରେ ରଖିଥାନ୍ତୁ |

ଏହିପରି କରିବା ଦ୍ୱାରା ଆପଣଙ୍କ ଇଛା ପୂର୍ଣ୍ଣ ହୋଇଥାଏ | ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ, ନାଲି କପଡା ରେ ଗୁଜୁରାତି ଏବଂ ଲବଙ୍ଗ ରଖି ଧନ ରଖିବା ସ୍ଥାନ ରେ ରଖିଦିଅନ୍ତୁ | ସବୁ ଦିନ ସକାଳୁ ଗୁଜୁରାତି ଖାଇ ଦିନ ଆରମ୍ଭ କରନ୍ତୁ ବହୁତ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *