ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଘର ପାଖରେ ଏହି ଚାରି ପ୍ରକାରର ଗଛ ଥିଲେ ଧନର ନାଶ ହୋଇଥାଏ , ଜାଣି ରଖନ୍ତୁ :-

ଭଗବାନ ଶ୍ରୀକୃଷ୍ଣ ବାସ୍ତୁ ଶାସ୍ତ୍ରର ଅଗାଧ ଜ୍ଞାନ ରଖିଥିଲେ । ଯାହାଦ୍ୱାରା ସେ ସମୟ ସମୟରେ ଯୁଧିଷ୍ଠିରଙ୍କୁ ବାସ୍ତୁ ଶାସ୍ତ୍ର ବିଷୟରେ ଜ୍ଞାନ ଦେଉଥିଲେ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ଚାରି ପ୍ରକାର ଗଛ ବିଷୟରେ କହିବୁ ଯାହା ଯଦି ଆପଣଙ୍କ ଘର ସାମ୍ନାରେ କିମ୍ବା ଘରର ଚାରି ପାଖରେ ଥାଏ ତେବେ ତାହାଦ୍ୱାରା ବାସ୍ତୁ ନଷ୍ଟ ହେବା ସହିତ ଧନ ମଧ୍ୟ ନଷ୍ଟ ହୋଇଥାଏ ।

ସାଧରଣତଃ ଘର ସାମ୍ନାରେ କିଛି ଗଛ ଅଛି ଲଗାଇବା ଦ୍ୱାରା ସକାରାତ୍ମକତା ଜାତ ହୋଇଥାଏ । ଯାହାଦ୍ୱାରା ପରିବାରରେ ମଧ୍ୟ ସକାରାତ୍ମକତା ରହେ । ଏହାଦ୍ବାରା ପରିବାର ସଦସ୍ୟଙ୍କ ଉନ୍ନତି ମଧ୍ୟ ହୋଇଥାଏ । ଘରର ସୀମାରେ ସେହି ବୃକ୍ଷ ଗୁଡ଼ିକ ଦେବତା ସଦୃଶ୍ୟ ଛିଡ଼ା ହୋଇ ଘରକୁ ରକ୍ଷା କରିଥାନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ନକରାତ୍ମକ ଏବଂ ସକାରାତ୍ମକ ଉଭୟ ବୃକ୍ଷ ବିଷୟରେ କହିବୁ ।

ପ୍ରଥମତଃ ଘରର ମୁଖ୍ୟଦ୍ୱାରକୁ ଛୋଟ ଛୋଟ ବୃକ୍ଷ ଏବଂ ଲତା ଦ୍ୱାରା ସର୍ବଦା ସୁସଜ୍ଜିତ ରଖିବା ଆବଶ୍ୟକ । ଏହାଦ୍ବାରା ଘରେ ସକାରାତ୍ମକତା ଜାତ ହୋଇଥାଏ । ମାତ୍ର ଧ୍ୟାନ ଦେବେ ଯେପରି କୌଣସି ବୃକ୍ଷର ଛାୟା ଘର ଉପରେ ନପଡ଼େ । ନଚେତ ଏହାଦ୍ବାରା ଛାୟା ଦୋଷ ଜାତ ହୋଇଥାଏ । ଏହାଦ୍ବାରା ପରିବାରରେ ସମସ୍ୟା ଦେଖା ଦିଏ ।

ଘରର ଅଗ୍ନି ଏବଂ ନୈରୁତ ଦିଗରେ ଗଛ ଲଗାଇବା ଉଚିତ ନୁହେଁ କାରଣ ଏହା ଜଲଦି ଶୁଖିଯାଏ ଏବଂ ଖୁବ ଖରାପ ପରିଣାମ ଭୋଗିବାକୁ ପଡ଼ିଥାଏ । ଘରର ଉତ୍ତର ଦିଗରେ କନକ ଚମ୍ପା ଫୁଲ ଗଛ ଲଗାଇଲେ ଘରେ ଉନ୍ନତି ହୋଇଥାଏ । ଘରର ମୁଖ୍ୟ ଯଦି ବ୍ୟବସାୟ କରୁଛନ୍ତି ତେବେ ଘର ସାମ୍ନାରେ ନିମ ଏବଂ ବେଲ ଗଛ ରୋପଣ କରି ତାହାର ପାଳନ କରିବା ଉଚିତ ।

ଘର ସାମ୍ନାରେ କୌଣସି ଲତା ଗଛ ତଳୁ ଉପରକୁ ଉଠିଲେ ତାହା ଉନ୍ନତି ଦେଇଥାଏ । ମାତ୍ର ତାହା ଉପରୁ ତଳକୁ ଆସିଲେ ବର୍ବାଦୀର କାରଣ ହୋଇଥାଏ । କଦଳୀ ଗଛ ଅତ୍ୟନ୍ତ ଶୁଭ ଅଟେ । ମାତ୍ର ଏହା ଘରର ପଛ ପଟେ ରହିବା ଭଲ ହୋଇଥାଏ । ଘର ସାମନାରେ ମନୀ ପ୍ଲାଟ ଗଛ ରଖିବା ଖୁବ ଶୁଭ ହୋଇଥାଏ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ ।

ଯଦି ଆପଣ କଦଳୀ ଗଛ ଘର ସାମ୍ନାରେ ଲଗାଇବାକୁ ଚାହୁଁଛନ୍ତି ତେବେ ତୁଳସୀ ଗଛ ପାଖରେ ଲଗାନ୍ତୁ । ଏହାଦ୍ବାରା ଅପାର ଧନ ପ୍ରାପ୍ତି ହୋଇଥାଏ । କାରଣ ତୁଳସୀ ଗଛ ମାତା ଲକ୍ଷ୍ମୀ ଏବଂ କଦଳୀ ଗଛ ଭଗବାନ ବିଷ୍ଣୁଙ୍କ ପ୍ରତୀକ ହୋଇଥାଏ । ଘର ପାଖରେ କଣ୍ଟା ଜାତୀୟ ଗଛ ରଖିବା ଆଦୋୖ ଶୁଭ ହୋଇ ନଥାଏ । ଏହାଦ୍ବାରା ଘର ଉପରେ ଖୁବ ଖରାପ ପ୍ରଭାବ ପଡ଼ିଥାଏ ।

ଏହାବ୍ୟତୀତ ଦକ୍ଷିଣ ଦିଗରେ ତୁଳସୀ ଗଛ ରହିଲେ ସନ୍ତାନକୁ କଷ୍ଟ ସହିବାକୁ ପଡିଥାଏ । କୌଣସି ମୃତ ଗଛର ଛାୟା ଘର ଉପରେ ପଡ଼ିଲେ ତାହା ମୃତ ସୂଚକ ହୋଇଥାଏ । ତେଣୁ ତାହାକୁ ତୁରନ୍ତ ଉପାଡ଼ି ଦିଅନ୍ତୁ । ଏହାବ୍ୟତୀତ ଘରେ କିଛି ଭୁଲ ବଶତଃ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ତେଣୁ ଶୋଇବା କକ୍ଷରେ ପୂଜାଘର ରଖିବା ଉଚିତ ନୁହେଁ ।

କାରଣ ଏହା ଅଶୁଭ ହୋଇଥାଏ । ଯଦି ପୂଜାଘର ଅନ୍ୟତ୍ର ରଖିବା ସମ୍ଭବ ନୁହେଁ ତେବେ ରାତିରେ ଶୋଇବା ପୂର୍ବରୁ ମନ୍ଦିରକୁ ଏକ କପଡ଼ା ଦ୍ୱାରା ଢାଙ୍କି ଦିଅନ୍ତୁ । ସାଧରଣତଃ ପ୍ରତ୍ୟେକ ଘରର ମୁଖ୍ୟଦ୍ୱାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏହି ମୁଖ୍ୟଦ୍ୱାର ଦେଇ ସକାରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରିଥାଏ । ତେଣୁ ଘରର ମୁଖ୍ୟଦ୍ୱାର ପ୍ରତି କିଛି ବିଶେଷ କଥା ଧ୍ୟାନ ଦେବା ଉଚିତ ।

ଯଦି କୌଣସି ଘରର ମୁଖ୍ୟଦ୍ୱାର ଦକ୍ଷିଣ ଦିଗକୁ ଥାଏ ତେବେ ମୁଖ୍ୟଦ୍ୱାରରେ ହନୁମାନଙ୍କ ଫୋଟ କିମ୍ବା ମୂର୍ତ୍ତି ଲଗାଇବା ଉଚିତ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ସକାରାତ୍ମକ ଶକ୍ତି ରହିବା ସହିତ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ତେଣୁ ଘରର ଐଶ୍ୱନ୍ୟ କୋଣରେ କିମ୍ବା ଘର ସାମ୍ନାରେ ତୁଳସୀ ଗଛ ଲଗାଇବା ଉଚିତ ।

ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହେବା ସହିତ ଧନ ପ୍ରାପ୍ତି ହୋଇଥାଏ । ଅନେକ ଘରେ ନଳ ଭାଙ୍ଗି ଥିବା ବେଳେ କେଉଁଠି କେଉଁଠି ପାଣି ସ୍ରୋତ ସବୁବେଳେ ବାହାରି ଥାଏ । ଏହାଦ୍ବାରା ପାଣି ବର୍ବାଦ ହେବା ସହିତ ଘରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଘରେ ସକାଳ ସନ୍ଧ୍ୟାରେ ନିଶ୍ଚିତ ଭାବରେ ପୂଜା ଆରତୀ କରିବା ଉଚିତ । ନଚେତ କେବଳ ଗାୟତ୍ରୀ ମନ୍ତ୍ର ପାଠ କରିବା ଆବଶ୍ୟକ ।

ଘର ସାମ୍ନାରେ ଘୋଡ଼ା ନାଲ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଅବଶୋଷିତ ହୋଇଥାଏ । ଶୋଇବା ସମୟରେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ପଶ୍ଚିମ ଦିଗକୁ ମୁଣ୍ଡ କରି ଭୁଲରେବି ଶୋଇବା ଉଚିତ ନୁହେଁ । ନଚେତ ଅନିଦ୍ରା , ପେଟ ସମସ୍ୟା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ରୋଷେଇ ଘର ପାଖରେ କିମ୍ବା ସାମ୍ନାରେ ବାଥରୁମ କିମ୍ବା ଶୌଚାଳୟ ରହିଲେ ତାହା ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ଯାହା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

Leave a Reply

Your email address will not be published. Required fields are marked *