ଘରକୁ ଏହି ପାଞ୍ଚଟି ପଶୁ ଆସିଲେ ଘର କାଙ୍ଗାଳ ହୋଇଯାଏ , ଜାଣନ୍ତୁ କାହିଁକି ? :-

ଘରେ ପଶୁ ପାଳିବା ଏବଂ ତାହାର ସେବା କରିବା ଖୁବ ଭଲ କଥା ଅଟେ ଏହାଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏପରି କୁହାଯାଏ ଯେ ପଶୁ ପାଳିବା ଦ୍ୱାରା ମନୁଷ୍ୟର ପାପ ନଷ୍ଟ ହୋଇଥାଏ । ମାତ୍ର କିଛି ଏପରି ପଶୁ ଅଛି ଯାହା ଘରକୁ ଆସିବା ଦ୍ୱାରା ଅନିଷ୍ଟ ହୋଇଥାଏ ଏବଂ ନାନା ସମସ୍ୟା ସହିବାକୁ ପଡ଼ିଥାଏ । ଏହାଦ୍ବାରା ପାରିବାରିକ ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ । ଏହି ପଶୁ ଘରକୁ ଆସିଲେ ଘରେ ଦାରିଦ୍ର୍ୟତା ବୃଦ୍ଧି ପାଏ । ସେଥିମଧ୍ୟରୁ କିଛି ପଶୁ ମଣିଷର ଜୀବନ ମଧ୍ୟ ନେଇଯାଆନ୍ତି । ଘରେ ନକରାତ୍ମକତା ମଧ୍ୟ ବୃଦ୍ଧି ପାଏ । ଆଜିକାର ଲେଖାରେ ଆମେ ସେହିସବୁ ପଶୁ ବିଷୟରେ କହିବାକୁ ଯାଉଛୁ ।

୧ . କୁକୁର :- ଘରେ କୁକୁର ପାଳିବା ଖୁବ ଭଲ ଅଟେ । ମାତ୍ର କିଛି କୁକୁର ଖୁବ ଅପରିଷ୍କାର ହୋଇଥାଏ । ଏପରି କୁହାଯାଏ ଯେ ପରିଷ୍କାର କୁକୁର ସର୍ବଦା ନିଜ ସହିତ ସକାରାତ୍ମକତା ନେଇ ଚାଲିଥାଏ ଏବଂ ଅପରିଷ୍କାର କୁକୁର ସର୍ବଦା ନକରାତ୍ମକତା ନେଇ ଚାଲିଥାଏ । ତେଣୁ ଏହି ଅପରିଷ୍କାର କୁକୁର ଘରକୁ ପ୍ରବେଶ କଲେ ଘରକୁ ଦାରିଦ୍ର୍ୟତା ଆସିଥାଏ ।

ପୂଜା କରିବା ସମୟରେ ଯଦି କେହି ଅପରିଷ୍କାର କୁକୁର ଘର ମଧ୍ୟକୁ ପ୍ରବେଶ କରେ ତେବେ ଘରକୁ ନକରାତ୍ମକତା ପ୍ରବେଶ କରିଥାଏ ଏବଂ ଘରେ ରାହୁ କେତୁ ଦୋଷ ଲାଗିଥାଏ । ତେଣୁ ତୁରନ୍ତ କୁକୁରକୁ ଘଉଡ଼ାଇ ଗଙ୍ଗା ଜଳରେ ଘରକୁ ପବିତ୍ର କରନ୍ତୁ । ନଚେତ ଘରୁ ମାତା ଲକ୍ଷ୍ମୀ ଚାଲିଯିବେ ଏବଂ ଘରକୁ ଦାରିଦ୍ର୍ୟତା ମାଡ଼ି ଆସିବ ।

୨ . ବାଦୁଡ଼ି :-

ଏହା ଏକ ନକରାତ୍ମକ ଜୀବ ଅଟେ । ଏହା ଗୃହକୁ ପ୍ରବେଶ କରିବା ମାତ୍ରେ ହିଁ ଘରକୁ ନକରାତ୍ମକତା ଆସିଥାଏ । ଏପରି କୁହାଯାଏ ଯେ ଏହି ଜୀବ ଯେଉଁ ଘରକୁ ଆସିଥାଏ ସେହି ଘରର ଧନ ହାନୀ ଆରମ୍ଭ ହୋଇଯାଏ । ଏହାବ୍ୟତୀତ ମାତା ଲକ୍ଷ୍ମୀ ମଧ୍ୟ ସେହି ଘର ଛାଡ଼ି ଦିଅନ୍ତି । ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ଏହା ଦାୟୀ ହୋଇଥାଏ । ପୁଣି ଘରେ ଏହି ଜୀବର ବାସ ଦ୍ୱାରା ଅନ୍ୟାନ୍ୟ ନକରାତ୍ମକ ଶକ୍ତି ମଧ୍ୟ ଘରେ ବାସ କରନ୍ତି । ଏହା ଅକାଳ ମୃତ୍ୟୁକୁ ସାଥିରେ ନେଇ ଆସିଥାଏ । ପରିବାରକୁ ନଷ୍ଟ କରିଥାଏ ଏବଂ ଅଶୁଭ ସଙ୍କେତ ହୋଇଥାଏ । ତେଣୁ ତୁରନ୍ତ ଏହି ଜୀବକୁ ଘରୁ ହଟାଇ ଦିଅନ୍ତୁ ।

୩ . ବିରାଡ଼ି :-

ହିନ୍ଦୁ ଧର୍ମ ଅନୁଯାୟୀ ଘରେ ବିଲେଇ ପାଳିବା ଅଶୁଭ ଅଟେ । ଏପରି କୁହାଯାଏ ଯେ ବିଲେଇ ଘରକୁ ରାହୁ କେତୁକୁ ନେଇ ଆସିଥାଏ ଯାହାକି ଶାସ୍ତ୍ର ଅନୁଯାୟୀ ଅଶୁଭ ଅଟେ । ବିଲେଇର ପାଦ ଧୂଳି ଯେଉଁ ସ୍ଥାନରେ ପଡ଼େ ସେହି ସ୍ଥାନରେ କିଛି ସମୟ ପାଇଁ ନକରାତ୍ମକତା ରହିଥାଏ । ଏପରି କୁହାଯାଏ ଯେ ବିଲେଇ ଏବଂ କୁକୁର ଉଭୟଙ୍କୁ କ୍ଷୀର ପିଆଇଲେ କୁକୁର ବିଶ୍ୱାସୀ ହୋଇଯାଏ ମାତ୍ର ବିଲେଇ ନଷ୍ଟ ହିଁ କରିଥାଏ ।

ବିଲେଇ କାନ୍ଦିବା ମୃତ୍ୟୁର ସଙ୍କେତ ହୋଇଥାଏ । ଯଦି ଆପଣଙ୍କ ଘରକୁ ବାରମ୍ବାର ବିଲେଇ ଆସୁଛି ତେବେ ସତ୍ୟନାରାୟଣ କଥା କରିବା ଆବଶ୍ୟକ । ଘରେ ବାରମ୍ବାର ବିଲେଇ କ୍ଷୀର ପିଇବା ଆଦୋୖ ଶୁଭ ହୋଇ ନଥାଏ । ବିଲେଇ ଝଗଡ଼ା କଲେ ପରିବାରରେ ମଧ୍ୟ ଅଶାନ୍ତି ଦେଖା ଦେଇଥାଏ ।

୪ . ଘୁଷୁରୀ :-

ଘୁଷୁରୀ ଖୁବ ଅପରିଷ୍କାର ପଶୁ ହୋଇଥାଏ । ତାହାର ଶରୀରରେ ଖାଲି ଅପରିଷ୍କାର ନଥାଏ ବରଂ ଶରୀର ଭିତରୁ ମଧ୍ୟ ଦୁର୍ଗନ୍ଧ ବାହାରି ଥାଏ । ଯଦି ଆପଣଙ୍କ ଘରକୁ ହଠାତ ଘୁଷୁରୀ ଆସିଯାଏ ତେବେ ତାହା ଅଶୁଭ ସଙ୍କେତ ହୋଇଥାଏ । ଧନ ହାନୀ ହୋଇଥାଏ । କାରଣ ଘୁଷୁରୀ ସବୁବେଳେ ମଳ ମୂତ୍ରରେ ବସିଥାଏ । ଯଦି ଘରକୁ ହଠାତ ଘୁଷୁରୀ ଆସି ଯାଉଛି ତେବେ ତାହାକୁ ତଡ଼ି ଦେଇ ଘରକୁ ଗଙ୍ଗା ଜଳରେ ପବିତ୍ର କରିବା ଉଚିତ । ନଚେତ ମାନ ସମ୍ମାନ ହାନୀ ସହିତ ସୁଖ ସମୃଦ୍ଧି ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ତେଣୁ ଏହାକୁ ଅଣଦେଖା କରନ୍ତୁ ନାହିଁ ।

୫ . ଅନେକ ସମୟରେ ଘର ସଫା କରିବା ସମୟରେ ବିଛା , ମୂଷା , ଏଣ୍ଡୁଅ କିମ୍ବା ଝିଟିପିଟି ବାହାରି ଆସିଥାଏ । ତେଣୁ ହଠାତ ଘରୁ ଝିଟିପିଟି ବାହାରି ଆସିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଘରକୁ ଅଧିକ ମାତ୍ରାରେ ମୂଷା ଆସିଲେ ତାହା କୌଣସି ବଡ଼ ରୋଗ ଦିଗରେ ସୂଚନା ଦେଇଥାଏ । ସେହିଭଳି ଘରକୁ ଏଣ୍ଡୁଅ ଆସିବା ମଧ୍ୟ ଅଶୁଭ ହୋଇଥାଏ ।

୬ . ଘରକୁ ସାପ ଆସିବା ଶୁଭ ମାନା ଯାଏ ନାହିଁ । ଏହାଦ୍ବାରା କୌଣସି ଏକ ବଡ଼ ସମସ୍ୟା ଆସିବାର ଇଙ୍ଗିତ ମିଳିଥାଏ । ଏହାସହିତ ଘରେ ଝଗଡ଼ା ମଧ୍ୟ ହୋଇଥାଏ । ତେଣୁ ତାହାକୁ ନମାରି କେବଳ ଘରୁ ବାହାର କରି ଦିଅନ୍ତୁ ।

୭ . ଘରକୁ ନାଲି ପିମ୍ପୁଡ଼ି ଆସିଲେ ଆର୍ଥିକ କ୍ଷତି ହୋଇଥାଏ । ଏହାଦ୍ବାରା ପରିବାରରେ ସମସ୍ୟା ଆସିଥାଏ ।

Leave a Reply

Your email address will not be published. Required fields are marked *