“ଶନି ଅମାବାସ୍ୟା ” ପୁରୁଣା ଝାଡୁରେ କରନ୍ତୁ ଏହି ଗୋଟିଏ କାମ ଆପଣଙ୍କ ପିତୃ କରିବେ ମାଲାମାଲ ପିତୃଦୋଷ ବଦଳିଯିବ ପିତୃ ଆଶୀର୍ବାଦ ରେ..

ବନ୍ଧୁଗଣ ପିତୃପକ୍ଷ ପୂର୍ବରୁ ପଡୁଥିବା ଭାଦ୍ରବ ଅମାବାସ୍ୟା କୁ ଶାସ୍ତ୍ର ରେ ଶାସ୍ତ୍ରରେ ବହୁତ ମହତ୍ତ୍ୱପୂର୍ଣ ବୋଲି ବିଶ୍ୱାସ କରାଯାଇଛି | ଏହିଦିନ ଦାନ ପୁର୍ଣ୍ୟ କରିବା ତର୍ପଣ କରିବା ବହୁତ ହି ଶୁଭ ହୋଇଥାଏ | ଏହି ଅମାବାସ୍ୟା ଶନିବାର ଦିନ ପଡୁଥିବାରୁ ,ଏହାକୁ ଶନି ଅମାବାସ୍ୟା ମଧ୍ୟ କୁହାଯାଉଛି | ଏହାକୁ ପିତୃକାରୀୟଶୁ ଏବଂ ଶନିଶ୍ଚରିୟ ଅମାବାସ୍ୟା ରୂପରେ ମଧ୍ୟ ଜଣାଯାଏ |

କାଳ ସର୍ପ ଦୋଷ,ଧୈୟା ତଥା ସାଢେ ସାତୀ ସହିତ ଶନି ସମ୍ବନ୍ଧିୟ ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଉ କିଛି ବିଶେଷ ଉପାୟ କରିବା ପାଇଁ ଅତି ଦୁର୍ଲଭ ଏବଂ ମହତ୍ତ୍ୱପୂର୍ଣ ସମୟ ହୋଇଥାଏ | ପୌରାଣିକ ଧର୍ମ ଗ୍ରନ୍ଥ ଏବଂ ହିନ୍ଦୁ ମାନ୍ୟତା ଅନୁସାରେ ଶନି ଅମାବାସ୍ୟାର ବହୁତ ମହତ୍ୱ କୁହାଯାଇଛି | ଏହି ଦିନ ସୂର୍ଯ୍ୟ ପୁତ୍ର ଶନିଦେବଙ୍କୁ ପୂଜିବା ଦ୍ୱାରା ଅନେକ ସୁଫଳ ମିଳିଥାଏ | ଯଦି ନିଶ୍ଚଳ ମନରେ ଭଗବାନ ଙ୍କୁ ପୂଜା କରଯାଏ ତେବେ ବ୍ୟକ୍ତିର ସବୁ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ | ଶନି ଅମାବାସ୍ୟା ଦିନ ପିତୃ ପୁରୁଷଙ୍କ ଶ୍ରାଦ୍ଧ ଅବଶ୍ୟ ଦେବା ଉଚିତ ହୋଇଥାଏ |

ଏହି ଅମାବାସ୍ୟା ଦିନ ସ୍ନାନକରି ଶନି ମନ୍ଦିର ଯାଇ ଶନି ଦେବଙ୍କର ବିଶେଷ ପୂଜା କରିବା ଏବଂ ଦର୍ଶନ କରିବା ଉଚିତ ହୋଇଥାଏ | ଶନିଦେବଙ୍କୁ ନୀଳ ରଙ୍ଗର ପୁଷ୍ପ, ବେଲପତ୍ର ଆଦି ଅର୍ପଣ କରନ୍ତୁ | ଭଗବାନ ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ “ଓଁ ଶମ୍ ଶନିଶ୍ଚରାୟ ନମଃ ” ଏହି ମନ୍ତ୍ରରେ ଜପ କରନ୍ତୁ | ଶନି
ଅମାବାସ୍ୟା ଦିନ ଶନି ଚାଳିଶା, ହନୁମାନ ଚାଳିଶା, ବଜରଙ୍ଗ ପାଠ ଅବଶ୍ୟ କରିବା ଉଚିତ | ଶନି ଅମାବାସ୍ୟା ଦିନ ସାମର୍ଥ୍ୟ ଅନୁଯାଇ ଗରିବକୁ ଦାନ ନିଶ୍ଚିନ୍ତ କରନ୍ତୁ | ଏହି ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ବହୁତ ଭଲ ଫଳ ମିଳିଥାଏ, ତେବେ ଆସନ୍ତୁ ଜାଣିବା କିଛି ବିଶେଷ ଉପାୟ ବିଷୟରେ ..

ବନ୍ଧୁଗଣ ଏହି ଅମାବାସ୍ୟାର ଗୋଟିଏ ଦିନ ପୂର୍ବରୁ ବିରି ଏବଂ ମୁଗ ଡାଲିକୁ ଗୋଟିଏ କପଡ଼ାରେ ବାନ୍ଧି ଦିଅନ୍ତୁ ଏହି ପୁଟୁଳା କୁ ନିଜ ପାଖରେ ରଖି ଶୋଇଯାନ୍ତୁ କିନ୍ତୁ ଧ୍ୟାନ ରଖନ୍ତୁ ଆପଣ ଏକା ହିଁ ଶୋଇବେ | ପରଦିନ ସକାଳେ ଏହାକୁ କୌଣସି ଶନି ମନ୍ଦିର ରେ ଦେଇ ଆସନ୍ତୁ, ମାନ୍ୟତା ଅଛି ସବୁ ଅସୁବିଧା ଶେଷ ହୋଇ ଯାଏ |

ନକାରାତ୍ମକତା ଦୂର ହୋଇଯାଏ ଜୀବନ ରେ ସୁଖ ସମୃଦ୍ଧି ଆସିଥାଏ | ଶନି ଅମାବାସ୍ୟା ରେ ଗୋଟିଏ କାଚର ପାତ୍ର ରେ ସୋରିଷ ତେଲ, ଏବଂ ଏକ ମୁଦ୍ରା ରଖି ନିଜର ଛାଇକୁ ଦେଖନ୍ତୁ ଏହା ସହିତ କୌଣସି ଆବଶ୍ୟକତା ଥିବା ଲୋକ କୁ ଦାନ କରନ୍ତୁ | ଶନି ମନ୍ଦିର ଯାଇ ସୋରିଷ ତେଲର ଦୀପ ଜଳାନ୍ତୁ ଏବଂ ଶନିବାର ଦିନ ଓସ୍ତ ଗଛରେ ମୂଳରେ ମଧ୍ୟ ଦୀପ ଜାଲନ୍ତୁ |ଏହା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଯାଇଥାଏ |

ତେବେ ଏବେ ଆସନ୍ତୁ ଜାଣିବା ଏକ ବିଶେଷ ଉପାୟ ବନ୍ଧୁଗଣ ଧନର ଇଛା କାହାର ନଥାଏ | ଧନ ରେ ମନୁଷ୍ୟ ନିଜର ଇଛା ପୁରା କରିଥାଏ, ଧନ ପାଇଁ ମନୁଷ୍ୟ ଦିନ ରାତି କାମ କରିଥାଏ |ତଥାପି ଧନର ଅଭାବ ଦେଖାଯାଇଥାଏ, ଜୀବନ ସମସ୍ୟାରେ ଘେରି ଥିବାର ଦେଖାଯାଇଥାଏ | ଏହାଦ୍ୱାରା ବ୍ୟକ୍ତି ମାନସିକ ସ୍ତରରେ ମଧ୍ୟ କମଜୋର ହୋଇଯାଏ, ତେବେ ବନ୍ଧୁଗଣ ଆପଣଙ୍କ ଘରେ ଯଦି ଏହିପରି କିଛି ଅସୁବିଧା ହେଉଛି ତେବେ ଏହାକୁ ଦୂର କରିବା ପାଇଁ ଏହି ବିଶେଷ ଉପାୟ କରନ୍ତୁ |

ଘରେ ବ୍ୟବହୃତ ହେଉଥିବା ଝାଡୁ ଆର୍ଥିକ ଦୃଷ୍ଟି ରେ ବହୁତ ହିଁ ଅଧିକ ମହତ୍ୱପୁର୍ଣ ହୋଇଥାଏ | ଏବଂ ଏହି ଝାଡୁ ମଣିଷ କୁ କୋଟିପତି ମଧ୍ୟ ବନେଇ ପାରେ ଆଉ କାଙ୍ଗାଳ ବି ବନେଇ ପାରେ | ବନ୍ଧୁଗଣ ଶୁଭ ଏବଂ ଅଶୁଭ ଶାସ୍ତ୍ର ରେ ଝାଡୁର ପ୍ରୟୋଗ ସହ ଯୋଡି ହୋଇଅଛି ଏବଂ ଏହାର ପ୍ରୟୋଗ କରିବାର ବିଧିକୁ ଅତ୍ୟଧିକ ମହତ୍ୱ ଦିଆ ଯାଇଛି |

ଏହା ସେମାନଙ୍କ ପାଇଁ ଯେଉଁ ମାନେ ଆମ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ଏବଂ ତାହାର ବୈଜ୍ଞାନିକ କାରଣ କୁ ବୁଝାନ୍ତି | ତେବେ ଆଜି ଆମେ ଝାଡୁର ସେହୁ ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ ବନ୍ଧୁଗଣ ଝାଡୁକୁ କେଉଁ ଦିଗରେ ରଖିବା ଉଚିତ ହୋଇଥାଏ ଏବଂ କଣ କରିବା ଦ୍ୱାରା ଶୁଭ ହୋଇଥାଏ ଚାଲନ୍ତୁ ସେହି ବିଷୟରେ ଜାଣିବା |

ତେବେ ବନ୍ଧୁଗଣ ଯେଉଁ ଘର ପରିଷ୍କାର ପରିଛନ୍ନ ରହିଥାଏ ଏବଂ ଝାଡୁ କୁ ସଠିକ ସ୍ଥାନ ରେ ରଖା ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ସେହି ପରି ଯେଉଁ ଘର ସଫା ସୁତୁରା ନଥାଏ ସେହି ଅଲକ୍ଷ୍ମୀ ବାସ କରନ୍ତି | ତେବେ ବନ୍ଧୁଗଣ ଘରେ ଅଶାନ୍ତି ହେବାର କାରଣ ନକାରାତ୍ମକ ଉର୍ଜା ହୋଇଥାଏ ଆଉ ଏହି ଉର୍ଜା ଝାଡୁ ଠାରୁ ମଧ୍ୟ ଆସିଥାଏ |

ତେବେ ଏହିପରି ଅନେକ ଉପାୟ ଅଛି ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଏନ୍ତି ଏବଂ ସେହି ଘରକୁ ଅଜସ୍ର ଧନ ଦେଇଥାନ୍ତି | ଯେଉଁ ଘରେ ଶାନ୍ତି ଥାଏ ସେହି ଘରେ ସବୁବେଳେ ସକାରାତ୍ମକ ଉର୍ଜା ଭରି ହୋଇ ରହିଥାଏ ଏବଂ ସେହି ଘରେ ମାତା ଲକ୍ଷ୍ମୀ ମଧ୍ୟ ବାସ କରିଥାନ୍ତି | ତେବେ ବନ୍ଧୁଗଣ ଚାଲନ୍ତୁ ଆଜି ସେହି ଝାଡୁର କିଛି ଉପାୟ ବିଷୟରେ ଜାଣିବା |

ବ୍ୟସ୍ତ ବ୍ରିବତ ସମୟରୁ କିଛି ସମୟରେ ନିଶ୍ଚିନ୍ତ ବାହାର କରନ୍ତୁ ଏବଂ ସକାଳ,ସନ୍ଧ୍ୟା ରେ ଘର ଝାଡୁ କରନ୍ତୁ |ଏହିପରି କରିବା ଦ୍ୱରା ଘରୁ ନକାରାତ୍ମକ ଉର୍ଜା ଦୁରେଇ ଯାଇଥାଏ | ତେବେ ବନ୍ଧୁଗଣ କେଉଁ ବାର ରେ ଝାଡୁ କିଣିବା ଉଚିତ ହୋଇଥାଏ?ତେବେ ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ସପ୍ତାହରେ ସାତ ଦିନ ହୋଇଥାଏ |

ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଏବଂ ରବିବାର ତେବେ ଶାସ୍ତ୍ର ଅନୁଯାଇ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି | କଡା ବାର ହେଉ ଛନ୍ତି ରବିବାର,ମଙ୍ଗଳବାର,ଶନିବାର ଏବଂ ସୌମ୍ୟ ବାର ହେଉଛନ୍ତି ସୋମବାର,ବୁଧବାର,ଗୁରୁବାର,ଶୁକ୍ରବାର | ତେବେ ସର୍ବଦା ମନେ ରଖନ୍ତୁ ଶନିବାର ଝାଡୁ କିଣନ୍ତୁ ଏବଂ କଡା ବାର ରେ କିଣନ୍ତୁ ଲାଭ ହୋଇଥାଏ | ଏବଂ ବଡ଼ ପର୍ବ ପର୍ବାଣି ରେ ମଧ୍ୟ କିଣନ୍ତୁ ଦୀପାବଳି ରେ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ |

ତେବେ ବନ୍ଧୁଗଣ କେଉଁ କୋଣ ରେ ଝାଡୁ ରଖିବା ଉଚିତ ଆଉ କେଉଁ କୋଣ ରେ ନରଖିବା ଉଚିତ ଚାଲନ୍ତୁ ଜାଣିବା | ଝାଡୁକୁ ଈଶାଣ କୋଣ ରେ ରଖନ୍ତୁ ନାହିଁ | ଏହା ଦ୍ୱାରା ଘରୁ ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି | ତେବେ ବନ୍ଧୁଗଣ ପୂଜା ଘରେ ମଧ୍ୟ ଝାଡୁ ରଖିବା ଉଚିତ ହୋଇନଥାଏ ଯେଉଁ ଘରେ ଏମିତି କରନ୍ତି ସେଇଠି ଦୁର୍ଭାଗ୍ୟ ଆସିଥାଏ |

ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି | ତେବେ ଆପଣଙ୍କୁ କହିରଖୁଛୁ କି ଝାଡୁ କୁ ସଦା ସର୍ବଦା ଦକ୍ଷିଣ ପଶ୍ଚିମ କୋଣ ରେ ରଖିବା ଉଚିତ ହୋଇଥାଏ | ଆପଣଙ୍କୁ କହି ରଖୁଛୁ କି ଝାଡୁ କରିବାର ଉଚିତ ସମୟ ହେଉଛି ସକାଳୁ ଉଠି କରିବା ଏବଂ ସନ୍ଧ୍ୟାରେ କରିବା ଏହିପରି କରିବା ଦ୍ୱାରା ଅନେକ ଲାଭ ହୋଇଥାଏ | ଝାଡୁ ରେ ପାଦ ଲଗାନ୍ତୁ ନାହିଁ ଲକ୍ଷ୍ମୀ ଛାଡି ଚାଲିଯାନ୍ତି |

ସଦା ସର୍ବଦା ଝାଡୁ କୁ ଲୁଚେଇକି ରଖନ୍ତୁ | ଏହାକୁ ଆଖୀ ସାମ୍ନା ରେ ରଖିବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ | ତେବେ ଝାଡୁ କୁ ସର୍ବଦା ଆଖି ଠାରୁ ଦୂରରେ ରଖନ୍ତୁ | ଝାଡୁ କୁ ପଲଙ୍କ ତଳେ ଆଦୌ ରଖିବା ଉଚିତ ନୁହେଁ ଏହିପରି କରିବା ଦ୍ୱାରା ଦେହ ଖରାପ ହୋଇଥାଏ | ଝାଡୁ କୁ ରୋଷେଇ ଘରେ ରଖନ୍ତୁ ନାହିଁ କାରଣ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି | ଏହା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ ତେଣୁ ଝାଡୁ ଏହିପରି ରଖନ୍ତୁ ନାହିଁ |ତେବେ ଆପଣଙ୍କୁ କହିରଖୁଛୁ କି ଝାଡୁ କୁ ସଦା ସର୍ବଦା ଦକ୍ଷିଣ ପଶ୍ଚିମ କୋଣ ରେ ରଖିବା ଉଚିତ ହୋଇଥାଏ |

Leave a Reply

Your email address will not be published. Required fields are marked *