ରୋଷେଇ ଘରେ ଭୁଲରେ ବି ଏହି କାମ କରନ୍ତୁ ନାହିଁ ନାହିଁ ! ନଚେତ ହୋଇଯିବେ କାଙ୍ଗାଳ :-

କିଛି ଏଭଳି କାମ ଅଛି ଯାହାକୁ ଯଦି ସ୍ତ୍ରୀ ଲୋକ ମାନେ ଘରେ କରନ୍ତି ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି । ପ୍ରାଚୀନ ଧର୍ମ ଗ୍ରନ୍ଥ ଅନୁସାରେ ସ୍ୱାମୀ ସ୍ତ୍ରୀ ଙ୍କୁ ମାତା ପାର୍ବତୀ ଏବଂ ମହାଦେବଙ୍କ ସ୍ୱରୂପ ମାନା ଯାଏ । କାରଣ ଦୁହେଁ ପରସ୍ପରର ପରିପୁରକ ଏବଂ ଅର୍ଦ୍ଧନାରୀ ଶ୍ବର ଅଟନ୍ତି । ତେଣୁ ସ୍ୱାମୀ ସ୍ତ୍ରୀ ମଧ୍ୟ ପରସ୍ପରର ପରିପୁରକ ହୋଇଥାନ୍ତି । ତେଣୁ ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀ କୁହାଯାଏ ।ତେଣୁ ସ୍ୱାମୀର ଭାଗ୍ୟ ସହିତ ସ୍ତ୍ରୀର ଭାଗ୍ୟ ମଧ୍ୟ ଜଡ଼ିତ ହୋଇଥାଏ । ସ୍ତ୍ରୀର ପ୍ରତ୍ୟେକ କର୍ମର ଫଳ ସ୍ୱାମୀକୁ ହିଁ ଭୋଗିବାକୁ ପଡିଥାଏ ।

ତେଣୁ ଯଦି ମହିଳା ଖରାପ କାମ କରେ ତେବେ ଘରୁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଚାଳି ଯାଆନ୍ତି ଏବଂ ଘରେ ଲକ୍ଷ୍ମୀଙ୍କ ଜ୍ୟେଷ୍ଠ ଭଉଣୀ ଅଲକ୍ଷ୍ମୀ ବାସ କରନ୍ତି । ତେଣୁ ମହିଳା ମାନେ ଯଦି ସେମିତି ଭୁଲ କରୁଥାନ୍ତି ତେବେ ତାହାକୁ ତୁରନ୍ତ ସୁଧାରି ନେବା ଆବଶ୍ୟକ । ନଚେତ ଘରକୁ ଅଲକ୍ଷ୍ମୀ ଆସିଲେ କଳହ କ୍ଳେଶ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଆଜିକାର ଲେଖାରେ ଆମେ ସେହି ସବୁ ଭୁଲ ବିଷୟରେ କହିବାକୁ ଯାଉଛୁ ।

୧ . ଘରର ସ୍ତ୍ରୀ ସନ୍ଧ୍ୟା ସମୟରେ କେବେବି ମୁକୁଳା କେଶରେ ଘରେ ବୁଲିବା ଉଚିତ ନୁହେଁ । ସନ୍ଧ୍ୟା ସମୟରେ କେଶ ମୁକୁଳା ରଖିଲେ ଏବଂ କୁଣ୍ଡାଇଲେ ଘରକୁ ନକରାତ୍ମକତା ଆସିଥାଏ ଏବଂ ମାତା ଲକ୍ଷ୍ମୀ ମାଡି ଘର ଛାଡ଼ି ଦିଅନ୍ତି ।

୨ . ଘରର ମୁଖ୍ୟଦ୍ୱାରରେ ଅନେକ ମହିଳା ବସି ଗପ କରନ୍ତି କିମ୍ବା ଭୋଜନ ମଧ୍ୟ କରିଥାନ୍ତି । ଯାହା ଆଦୋୖ ଠିକ ନୁହେଁ । କାରଣ ଘରର ମୁଖ୍ୟଦ୍ୱାର ଦେଇ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି । ଯଦି ମହିଳା ମାନେ ମୁଖ୍ୟଦ୍ୱାରରେ ବସି ରାସ୍ତା ଅବରୋଧ କରନ୍ତି ତେବେ ମାତା ଲକ୍ଷ୍ମୀ ମୁଖ୍ୟଦ୍ୱାରରୁ ହିଁ ଫେରି ଯାଆନ୍ତି । ଏହାବ୍ୟତୀତ ଘରର ମୁଖ୍ୟଦ୍ୱାରକୁ ସର୍ବଦା ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ଉଚିତ ।

୩ . ଅନେକ ଘରେ ମହିଳା ସକାଳ ସମୟରେ ବିଳମ୍ବରେ ଉଠନ୍ତି । ଯାହାଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଏହାଦ୍ବାରା ଘରକୁ ନକରାତ୍ମକତା ମଧ୍ୟ ଆସିଥାଏ । ତେଣୁ ମହିଳା ମାନେ ସକାଳୁ ଶୀଘ୍ର ଉଠି ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଭଗବାନଙ୍କ ପୂଜା କରିବା ଉଚିତ ଏବଂ ଧୂପ ଦୀପ ଜାଳିବା ଉଚିତ ।

୪ . ଅନେକ ଘରେ ମହିଳା ମାନେ ରୋଷେଇ ଘରେ ଅଇଁଠା ବାସନ ରଖି ଦିଅନ୍ତି । ଏହାଦ୍ବାରା ଘରକୁ ନକରାତ୍ମକ ତା ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଘରୁ ଚାଲି ଯାଆନ୍ତି । ତେଣୁ ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ ଏବଂ ରାତି ସମୟରେ ଅଇଁଠା ବାସନକୁ ଧୋଇ ଦିଅନ୍ତୁ । ମହିଳା ମାନେ ଅଇଁଠା ବାସନରେ ନିଜେ ଭୋଜନ କରିବା ଉଚିତ ନୁହେଁ କିମ୍ବା କାହାକୁ ଭୋଜନ କରାଇବା ମଧ୍ୟ ଉଚିତ ନୁହେଁ ।

୫ . ମହିଳାଙ୍କ ବଚନ ସର୍ବଦା ଧୀର ଏବଂ ଶାନ୍ତ ହେବା ଉଚିତ । ମାତ୍ର ଯେଉଁ ମହିଳାଙ୍କ ସ୍ୱଭାବ ଠିକ ହୋଇ ନଥାଏ ଏବଂ ସେମାନେ କଥାବାର୍ତ୍ତା ମଧ୍ୟ ଠିକ ଢ଼ଙ୍ଗରେ କରନ୍ତି ନାହିଁ ସେହି ମହିଳା ମାନଙ୍କ ଉପରେ ଭଗବାନ କେବେବି ପ୍ରସନ୍ନ ରୁହନ୍ତି ନାହିଁ । ଏହା ବ୍ୟତୀତ ମହିଳା ମାନେ କାହାକୁ ରୁକ୍ଷ ବଚନ କହିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି ଏବଂ ଅଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାବ୍ୟତୀତ ଘରୁ ସୁଖ ସମୃଦ୍ଧି ଏବଂ ବୈଭବ ଚାଲିଯାଏ ।

୬ . ଯେଉଁ ଘରୁ ଭିକ୍ଷୁକ ଅପମାନିତ ହୋଇ ଖାଲି ହାତରେ ଯାଇଥାଏ ସେହି ଘରେ କେବେବି ସୁଖ ସମୃଦ୍ଧି ଉନ୍ନତି ହୁଏ ନାହିଁ । ତେଣୁ ଘରକୁ ଆସୁଥିବା ଭିକ୍ଷୁକଙ୍କୁ ମହିଳା ମାନେ କିଛି ନା କିଛି ଦାନ କରିବା ଉଚିତ । ଘରକୁ ଆସୁଥିବା ଗାଈକୁ ମଧ୍ୟ କିଛିନା କିଛି ଖାଇବାକୁ ଦେବା ଉଚିତ ।

ଆମ ଶାସ୍ତ୍ର ଏବଂ ପୁରାଣରେ ଅନେକ କିଛି ବର୍ଣ୍ଣିତ ହୋଇଛି । ଯେଉଁଥିରେ ସକାଳ ସମୟରେ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ ବର୍ଣ୍ଣନା କରାଯାଇଛି ।

୧ . ଶାସ୍ତ୍ର ଅନୁଯାୟୀ ଘରର ମହିଳାଙ୍କୁ ସକାଳ ସମୟରେ ଅପଶବ୍ଦ କହିବା ଉଚିତ ନୁହେଁ । ନଚେତ ଘରେ ସଫଳତା ରହିବ ନାହିଁ ଏବଂ କାଙ୍ଗାଳ ହୋଇଯିବେ । ତେଣୁ ସକାଳୁ ଉଠି ମହିଳାଙ୍କ ସହିତ ଭଲ ଆଚରଣ ଏବଂ କଥାବାର୍ତ୍ତା କରିବା ଉଚିତ । ଏହାଦ୍ବାରା ଆପଣଙ୍କୁ ସଫଳତା ପାଇବାରୁ କେହିବି ବଞ୍ଚିତ କରି ପାରିବେ ନାହିଁ ।

୨ . ସକାଳୁ ଉଠିବା ମାତ୍ରେ ଯଦି କେହି ବ୍ୟକ୍ତି ଧାର ଧାର ମାଗିବାକୁ ଆସୁଛନ୍ତି ତେବେ ଭୁଲରେବି ବିନା ସ୍ନାନ ଏବଂ ପୂଜାପାଠ ବ୍ୟତୀତ ତାକୁ ଦିଅନ୍ତୁ ନାହିଁ । ନଚେତ ଘରୁ ମାତା ଲକ୍ଷ୍ମୀ ଚାଲିଯିବେ ଏବଂ ଆପଣ କାଙ୍ଗାଳ ହୋଇଯିବେ ।

୩ . ସକାଳୁ ଉଠି କୌଣସି ବ୍ୟକ୍ତି ସହିତ କଳହ ଝଗଡ଼ା କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ପୁରା ଦିନ ବେକାର ଯାଏ ଏବଂ ନକରାତ୍ମକତାରେ ପୁରି ରହେ । ଯାହାଦ୍ୱାରା ମନୁଷ୍ୟ କୌଣସି କାମରେ ସଫଳତା ପାଇପାରେ ନାହିଁ ।

୪ . ସକାଳୁ ଉଠିବା ମାତ୍ରେ ମିଛ କହିବା ଉଚିତ ନୁହେଁ । ନଚେତ ସବୁ କାର୍ଯ୍ୟରେ ଅସଫଳତା ମିଳିଥାଏ ଏବଂ ଭଗବାନ ମଧ୍ୟ କ୍ରୋଧିତ ହୁଅନ୍ତି ।ସକାଳୁ ଉଠି ମିଛ କହିବା ଦ୍ୱାରା ନର୍କକୁ ଯିବାକୁ ପଡ଼ିଥାଏ । ପୁଣି ଗୋଟିଏ ମିଛ ସବୁ ସତକୁ ନଷ୍ଟ କରିଦିଏ । ତେଣୁ ସକାଳୁ ଉଠି ଆଦୋୖ ମିଛ କହିବା ଉଚିତ ।

୫ . ଯଦି ସକାଳୁ ଲଗାତାର ଅନେକ ଦିନ ହେବ କ୍ଷୀର ଛିଡ଼ି ଯାଉଛି ତେବେ ଏହା ଅଶୁଭ ସଙ୍କେତ ଅଟେ । ଏହାଦ୍ବାରା ଆପଣଙ୍କର କୌଣସି ପ୍ରକାରର ଉନ୍ନତି ହେବ ନାହିଁ । ତେଣୁ ଆପଣ ସତର୍କ ରୁହନ୍ତୁ ।

୬ . ଯେଉଁ ଘରେ ଲୋକେ ସକାଳୁ ବିଳମ୍ବରେ ଉଠନ୍ତି ଏବଂ ଭଗବାନଙ୍କ ପୂଜାପାଠ କରନ୍ତି ନାହିଁ , ସେହି ଘରେ ଅଲକ୍ଷ୍ମୀ ବାସ କରନ୍ତି । ସେହି ଘରେ ଲୋକଙ୍କ ସ୍ୱାସ୍ଥ୍ୟ ଠିକ ରହେନାହିଁ ଏବଂ ଆର୍ଥିକ ସମସ୍ୟା ଦେଖା ଯାଇଥାଏ । ତେଣୁ ସକାଳୁ ଜଲଦି ଉଠି ଭଗବାନଙ୍କ ପୂଜାପାଠ କରିବା ଉଚିତ ।

୭ .ସକାଳୁ ତୁଳସୀ ପତ୍ର ଆପଣ ତୋଳି ପାରିବେ । ମାତ୍ର ଶନିବାର ଏବଂ ରବିବାର ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ । ତେଣୁ ସକାଳୁ ଉଠି ଏହି କାମ କରନ୍ତୁ ନାହିଁ ।

୮ . ସକାଳୁ ଉଠି ଭଗବାନଙ୍କ ପୂଜା କରିବା ଉଚିତ । ମାତ୍ର ଯେଉଁ ବ୍ୟକ୍ତି ସକାଳୁ ଉଠି ଖରାପ କାମ କରିଥାଏ କିମ୍ବା କୌଣସି ପ୍ରକାରର ସମ୍ବନ୍ଧ ବନାଇ ଥାଏ ତେବେ ସେହି ଘରକୁ ଦାରିଦ୍ର୍ୟତା ଆସିବ ନିଶ୍ଚିତ ଥାଏ । ତେଣୁ ସକାଳୁ ଉଠି ସର୍ବପ୍ରଥମେ ଭଗବାନଙ୍କୁ ପୂଜା କରିବା ଉଚିତ ।

Leave a Reply

Your email address will not be published. Required fields are marked *