ସ୍ତ୍ରୀ ମାନେ ଅଟାରେ ଏହି ଜିନିଷ ମିଶାଇ ରୁଟି ତିଆରି କଲେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ :-

ଆମ ହିନ୍ଦୁ ସମାଜରେ ମହିଳାଙ୍କୁ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । ମହିଳା ମାନେ ଘରକୁ ସମ୍ଭାଳିବା କାମ କରିଥାନ୍ତି ଯାହା ଖୁବ କଠିନ ହୋଇଥାଏ । ମହିଳାଙ୍କ ଅନୁପସ୍ଥିତିରେ ଘର ଘର ଭଳି ଲାଗି ନଥାଏ । ତେବେ ମହିଳା ମାନେ ନିଜ ଘରକୁ ଉନ୍ନତି ଦିଗରେ ନେବା ପାଇଁ ଗୋଟିଏ ଉପାୟ ନିଶ୍ଚିତ କରିବା ଆବଶ୍ୟକ । ତେଣୁ ସେହି ଉପାୟ ବିଷୟରେ ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ କହିବୁ ।

ଘରର ମୁଖ୍ୟ ସ୍ଥାନ ହେଉଛି ରୋଷେଇ ଘର । କାରଣ ମନୁଷ୍ୟ ଦୁଇ ଓଳି ଶାନ୍ତିରେ ଖାଇବା ପାଇଁ ହିଁ ପରିଶ୍ରମ କରିଥାଏ । ପୁଣି ବାସ୍ତୁ ନିୟମରେ କିଛି ଏପରି ନିୟମ ଅଛି ଯାହାକୁ ମାନିବା ଦ୍ୱାରା ଉନ୍ନତି ଦ୍ୱିଗୁଣିତ ହୋଇଯାଏ । ଖାସ କରି ଘରର ରୋଷେଇ ଘରେ ତାୱାକୁ ସ୍ୱତନ୍ତ୍ର ଭାବରେ ରଖିବା ଉଚିତ। ଯାହାଦ୍ୱାରା ଘରେ ଉନ୍ନତି ହୋଇଥାଏ । ତେଣୁ ତାୱାକୁ ସର୍ବଦା ଚୁଲିର ଡାହାଣ ପାର୍ଶ୍ଵରେ ରଖିବା ଉଚିତ ।

ଏହାକୁ ସର୍ବଦା ଲୁଚାଇ ରଖିବା ଉଚିତ । ଚୁଲି ତଳେ ତାହା ରଖନ୍ତୁ ନାହିଁ । ତାୱାକୁ ବ୍ୟବହାର କରିସାରିବା ପରେ ସଫାସୁତୁରା କରି ରଖିବା ଉଚିତ । ମହଳା ମାନେ ଅପରିଷ୍କାର କଢ଼େଇ ବ୍ୟବହାର କରିବା ଉଚିତ ନୁହେଁ । ଯାହାର ଖରାପ ପ୍ରଭାବ ତାଙ୍କ ସ୍ଵଭାବ ଏବଂ ଚରିତ୍ର ଉପରେ ପଡ଼ିଥାଏ । ଏବଂ ତାହା ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ପଡ଼ିଥାଏ । ଏହାଦ୍ବାରା ରାହୁ ଆକ୍ଟିଭ ହୋଇଯାଏ ।

ରାତିରେ ରୋଷେଇ ଘରେ ତାୱାକୁ ଛିଡ଼ା କରି ରଖିବା ଉଚିତ ନୁହେଁ । ରୋଟି ବନାଇ ସାରିବା ପରେ ସେଥିରେ ଏକ ପୁରୁଣା ରୋଟି ବନାନ୍ତୁ । ତାପରେ କୌଣସି ପାତ୍ର ଦ୍ୱାରା ତାହାକୁ ଢାଙ୍କି ଦିଅନ୍ତୁ । ଏହାପରେ ସକାଳୁ ଉଠି ତାୱାକୁ ସଫା କରି ରଖନ୍ତୁ । ରୋଷେଇ ପରେ ବାସନ କୁସନ କଢ଼େଇକୁ ଚୁଲି ଉପରେ ଛାଡ଼ି ଦିଅନ୍ତୁ ନାହିଁ । କାରଣ ତାୱା ରୋଷେଇ ଘରର ସବୁଠାରୁ ମହତ୍ୱପୂର୍ଣ୍ଣ ଅଟେ । ରାହୁ ଆକ୍ଟିଭ ହେଲେ ଜୀବନରେ ସମସ୍ୟା ଦେଖା ଦିଏ । ତେଣୁ ତାୱାକୁ ପରିଷ୍କାର ଏବଂ ଠିକ ସ୍ଥାନରେ ରଖିଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ତାୱାରେ ରୁଟି କରିବା ସମୟରେ ଆଦୋୖ ପାଣି ଢ଼ାଳିବା ଉଚିତ ନୁହେଁ ।

ଏହାଦ୍ବାରା ବାସ୍ତୁ ଖରାପ ହୋଇଥାଏ । ବରଂ ପ୍ରଥମେ ସେଥିରେ ଏକ ଚିମୁଟା ଲୁଣ ପକାଇ ପୋଛି ଦିଅନ୍ତୁ । ତାପରେ ରୋଟି ବନାଇବା ଆରମ୍ଭ କରନ୍ତୁ । ଘରର ତାୱାକୁ ଓଲଟା ରଖନ୍ତୁ ନାହିଁ । ନଚେତ ଏହା ଖରାପ ପ୍ରଭାବ ପକାଇ ଥାହେ । ଘରେ ସଦସ୍ୟ ଖାଇବାକୁ ବସିଥିଲେ ସେମାନଙ୍କ ଡାହାଣ ଦିଗରେ ତାୱା କିମ୍ବା କଢ଼େଇ ରଖନ୍ତୁ । ଏହାଦ୍ବାରା ଖାଦ୍ୟ ପରଶିବାକୁ ସୁବିଧା ହୋଇଥାଏ ।

ରାତିରେ ରୋଟି ବନାଇ ସାରିବା ପରେ ତାୱାରେ ଗୋଟିଏ ତେଜ ପତ୍ର ଏବଂ ଏକ ଦାନା ଅଳେଇଚ ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ଜଳାଇ ଦିଅନ୍ତୁ । ନଚେତ ଆପଣ ଲବଙ୍ଗର ବ୍ୟବହାର ମଧ୍ୟ କରରି ପାରିବେ । ସବୁବେଳେ ତାୱାକୁ ପରିଷ୍କାର ରଖନ୍ତୁ । ତାୱା ଯେତେ ଚମକିବ ଆପଣଙ୍କ ଭାଗ୍ୟ ମଧ୍ୟ ସେତେ ଚମକିବ ।

Leave a Reply

Your email address will not be published. Required fields are marked *