27 ଅଗଷ୍ଟ ଶନି ଅମାବାସ୍ୟା ଘରେ ଏହି ଠାରେ ଜଳାନ୍ତୁ 1 ଦୀପ ପୂର୍ବପୁରୁଷଙ୍କୁ ମିଳିବ ମୁକ୍ତି ପିତୃଦୋଷ ଦୂର..

ବନ୍ଧୁଗଣ ଏହି ବର୍ଷ ଭାଦ୍ରବ ଅମାବାସ୍ୟା 27 ଅଗଷ୍ଟ ଶନିବାର କୁ ପଡୁଛି | ଅମାବାସ୍ୟା ତିଥିରେ ଯେବେ ଶନିବାର ରେ ପଡେ ତାହାକୁ ଶନିଦେବ ଅମାବାସ୍ୟା କୁହାଯାଏ | ଏହି ଦିନ ଶନିଦେବ ଏବଂ ପୂର୍ବପୁରୁଷଙ୍କୁ ପ୍ରସନ୍ନ କରିବାର ମହତ୍ତ୍ୱପୂର୍ଣ୍ଣ ଦିନ ଅଟେ | ଏହି ଅମାବାସ୍ୟା କୁ କୁଶଗ୍ରହଣୀ ମଧ୍ୟ କୁହାଯାଏ, ଏହି ଦିନ କୁଶ ଭାଙ୍ଗିବା ଏବଂ ଘରକୁ ଆଣିବା ଲାଭକାରୀ ହୋଇଥାଏ |

କୁଶ କୁ ଅନେକ ପୂଜା ପାଠ ରେ ବ୍ୟବହାର କରାଯାଏ, ପିତୃ ତର୍ପଣ ପିତୃ ଶ୍ରଦ୍ଧା ରେ ଏହାକୁ ମୁଦି କରି ପିନ୍ଧାଯାଇଥାଏ | ଏହି ଶନି ଅମାବାସ୍ୟା ସଂଯୋଗ ବର୍ତ୍ତମାନ ଦୁଇ ବର୍ଷ ପରେ ପୁଣି ବନିବ | ଏହି ଅମାବାସ୍ୟା କୁ ପିତୃ କାର୍ଯ୍ୟ ନିମନ୍ତେ କରାଯାଇଥାଏ, ଏହି ଦିନ ସକାଳୁ ଉଠି ସ୍ନାନ କରିବା ପିତୃଙ୍କର ପୂଜା କରିବା ଅତ୍ୟନ୍ତ ଲାଭକାରି ହୋଇଥାଏ | ସ୍ନାନ କରିସାରି ପୂର୍ବ ପୁରୁଷ କୁ ଗୋଟିଏ ଢାଳ ପାଣି ଅର୍ପଣ କରିବା ବିଶେଷ ଫଳପ୍ରଦ ହୋଇଥାଏ |

ତେବେ ବନ୍ଧୁଗଣ ଏହା ସହ ଆପଣ ଏହି ଦିନ ଦାନ ମଧ୍ୟ କରିପାରିବେ | ଏହି ଦିନ ଶନିଦେବ ପୂଜା ସମୟରେ ଶନି ମନ୍ତ୍ର ର ଜପ ଏବଂ ପିତୃ ଗାୟତ୍ରୀ ଜପ କରିବା, ପିତୃ ପୂଜାର ଅନୁଷ୍ଠାନ ମଧ୍ୟ କରିପାରିବେ | ଯଦି ଆପଣଙ୍କର ଶନି ଦୋଷ ଅଛି ତେବେ ଏହି ଶନିବାର ଦିନ କୌଣସି ଗରିବଙ୍କୁ ଅନ୍ନ ଦାନ କରନ୍ତୁ | ଏହି ଅମାବାସ୍ୟା ରେ ଗରିବ ଏବଂ ଶ୍ରମିକଙ୍କୁ ଭୋଜନ ଦିଅନ୍ତୁ |ଏବଂ ସେମାନଙ୍କୁ ସମ୍ମାନ କରନ୍ତୁ ଏହା କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାଏ |

ଏହି ଦିନ କାଉ କୁ ମିଠା ରୁଟି ଖାଇବାକୁ ଦେବା ଶୁଭ ହୋଇଥାଏ, ଏଥିସହିତ କଳା କୁକୁରକୁ ଖାଦ୍ୟ ଦେବା ଦ୍ୱାରା ମଧ୍ୟ ଶନିଦେବ କୃପା ଢାଳିଥାନ୍ତି | ଏହି ଅମାବାସ୍ୟା ରେ ଦିନ ଦୁଇଟି ଶୁଭ ଯୋଗ(ଶିବ, ପଦ୍ମ )ମଧ୍ୟ ବନୁଛି |ଏହି ଶୁଭ ଯୋଗରେ କୌଣସି ପୂଜା ଆରାଧନା ଏବଂ ଉପାୟ କରିବା ଦ୍ୱାରା ତାହାର ଦୁଇଗୁଣା ଶୁଭଫଳ ମିଳିଥାଏ | ଏହି ଦିନ ଆପଣ ପିତୃଦୋଷ ର ଉପାୟ ମଧ୍ୟ କରିପାରିବେ |

ଶାସ୍ତ୍ରରେ କୁହାଯାଇଛି ଦେବି ଦେବତାଙ୍କ ପୂର୍ବରୁ ପିତୃ ମାନଙ୍କୁ ପୂଜା କରିବା ଉଚିତ ହୋଇଥାଏ | ଏହି ଦିନ ପିତୃ ଦୋଷ ରୁ ମୁକ୍ତି ପାଇବା ପାଇଁ, ପିତୃ ଦୋଷ କୁ ପିତୃ ଆଶୀର୍ବାଦ ରେ ପରିଣତ କରିବା ପାଇଁ ଆମେ ଆପଣଙ୍କ ପାଇଁ ଗଜବ ପ୍ରଭାବଶାଳୀ ଉପାୟ ଆମେ ନେଇକି ଆସିଚୁ | କେଉଁଠାକୁ ଯିବାର ଆବଶ୍ୟ କତା ନାହିଁ ଆପଣ ଏହାକୁ ଆପଣଙ୍କ ଘରେ ମଧ୍ୟ କରି ପାରିବେ |

ନା ଆପଣଙ୍କୁ କୌଣସି ସାମଗ୍ରୀ ଦରକାର ହେବ ନା ହିଁ ବହୁତ ଖର୍ଚ କରିବାକୁ ପଡିବ | ତେବେ ଏହି ଉପାୟକୁ ନିଶ୍ଚିନ୍ତ କରନ୍ତୁ | ତେବେ ବନ୍ଧୁଗଣ ଏହି ଉପାୟ ଘରର କୌଣସି ବି ବ୍ୟକ୍ତି କରି ପାରିବେ | କେବଳ ମନରେ ଶ୍ରଦ୍ଧା ରଖି ଏହି କାର୍ଯ୍ୟ କୁ କରନ୍ତୁ, ଏହି ଦିନ ନିରାମିଷ ଭୋଜନ କରନ୍ତୁ ଏବଂ ମାସିକ ଧର୍ମ ହୋଇଥିବା ମହିଳା ଏହାକୁ କରିପାରିବେ ନାହିଁ | ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..

ଏହି ସନ୍ଧ୍ୟାରେ ସ୍ନାନ ସାରି ଗୋଟିଏ ଦୀପ ନିଅନ୍ତୁ,ଏଥିରେ ସୋରିଷ ତେଲ ଭରି ଘରକୁ ଦକ୍ଷିଣ ଦିଗରେ କୌଣସି ଏକା ଜାଗା ଉପରେ ରଖିଦିଅନ୍ତୁ | ମନେ ରଖନ୍ତୁ ତଳେ ରଖିବେ ନାହିଁ | ଏହା ପରେ ପିତୃ ପୁରୁଷ ଙ୍କ ପାଇଁ ପାର୍ଥନା କରନ୍ତୁ, ଯାହା ଦୁଃଖ ଯନ୍ତ୍ରଣା ପାଉଛନ୍ତି ତାକୁ ମଧ୍ୟ୍ୟ କୁହନ୍ତୁ | ତେବେ ଏହିପରି କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ପିତୃ ଆଶୀର୍ବାଦ ମିଳିଥାଏ |

ତେବେ ବନ୍ଧୁଗଣ ଏହି ଦିନ ପିତୃ ମନ୍ତ୍ର “ଓଁ ପିତୃ ଦେବାୟ ନମଃ “କୁ 108ଥର ଜପ କରନ୍ତୁ | “ଓଁ ନମଃ ଭଗ ବତେ ବାସୁଦେବାୟ ” ମନ୍ତ୍ର ଜପ କରନ୍ତୁ ଏହା ପରେ ଓଁ ଶନିଶ୍ଚରାୟ ମନ୍ତ୍ର କୁ ମଧ୍ୟ 108 ଥର ଜପ କରନ୍ତୁ | ଏହିପରି କରିବା ଦ୍ୱାରା ପିତୃଙ୍କ ଆଶୀର୍ବାଦ ମିଳିଥାଏ ଏବଂ ସବୁ ସମସ୍ୟାର ସମାଧାନ ହୋଇଥାଏ |

ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ପିତୃଙ୍କ ଭିତରେ ଆର୍ଯ୍ୟମାନ ପିତୃ ହୋଇଥାନ୍ତି, ଭଗବାନ କୃଷ୍ଣ କହିଛନ୍ତି କି ପିତୃ ହିଁ ଭଗବାନ ବିଷ୍ଣୁ ହୋଇଥାନ୍ତି | ଯେଉଁ ବ୍ୟକ୍ତି ପିତୃଙ୍କର ପୂଜା କରିଥାଏ ସେ ଭଗବାନ ବିଷ୍ଣୁଙ୍କୁ ହିଁ ପୂଜା କରିଥାଏ | ଶାସ୍ତ୍ର ଅନୁଯାଇ ସୃଷ୍ଟି ଆରମ୍ଭ ହେବା ସମୟରେ ବ୍ରହ୍ମା ଜୀ ଙ୍କ ପିଠିରୁ ପିତୃ ଉତ୍ପନ ହୋଇଥିଲେ |

କଥା ଅନୁସାରେ ବ୍ରହ୍ମା ଜୀ ସେହି ଶରୀରକୁ ତ୍ୟାଗ କରିଥିଲେ ଯାହା ପରେ ସନ୍ଧ୍ୟା ହୋଇଯାଇଥିଲା | ସେଥିପାଇଁ ପିତୃ ସନ୍ଧ୍ୟା ସମୟ ରେ ବହୁତ ଶକ୍ତିଶାଳୀ ହୋଇଥାନ୍ତି | ଏଥି ପାଇଁ ଏହି ସମୟ ଦୀପ ଜାଳିବା ପାଇଁ ସର୍ବୋତମ ହୋଇଥାଏ | ତେବେ ବନ୍ଧୁଗଣ ଆପଣ ଦୀପ ତଳେ ଯେଉଁ ଚାଉଳ ରଖିଛନ୍ତି ତାକୁ ସକାଳୁ ପକ୍ଷୀ ଙ୍କୁ ଦେଇଦିଅନ୍ତୁ | ଏମିତି କରିବା ଦ୍ୱାରା ପିତୃ ପ୍ରସନ୍ନ ହୋଇଥାନ୍ତି |

ଭୋକିଲା ଲୋକକୁ ଅର୍ଣ୍ଣ ଦାନ କରିବା ଦ୍ୱାରା ପିତୃଙ୍କର ଭୋକ ଶୋକ ମେଣ୍ଟି ଯାଇଥାଏ | ପିତୃ ତୃପ୍ତ ହୋଇଯାନ୍ତି, ପିତୃ ପ୍ରସନ୍ନ ହୋଇଯାନ୍ତି,ବନ୍ଧୁଗଣ ଶ୍ରଦ୍ଧାର ସହ ଦିଆଯାଇଥିବା ଦାନ ହିଁ ସତ୍ୟ ଦାନ ଅଟେ | ଏହା କରିବା ଦ୍ୱାରା ପିତୃଙ୍କ ଆତ୍ମା ଶାନ୍ତି ହୋଇଥାଏ | ତେବେ ମନେ ରଖନ୍ତୁ ଶ୍ରଦ୍ଧା ଠୁ ଅଧିକ ମହତ୍ତ୍ୱପୂର୍ଣ ହେଉଛି ସ୍ନେହ ଏବଂ ଶ୍ରଦ୍ଧା ତେବେ ବଂଚିଥିବା ସମୟ ରେ ନିଜ ପ୍ରିୟ ଲୋକଙ୍କୁ ସ୍ନେହ ଶ୍ରଦ୍ଧା ମଧ୍ୟ କରନ୍ତୁ ଏବଂ ପରେ ମଧ୍ୟ ଶ୍ରଦ୍ଧା ର ସହ ଏହି ନିୟମ କୁ କରନ୍ତୁ | ଏହା କରିବା ଦ୍ୱାରା କେବେ ବି ଆମ ଆଗାମୀ ପିଢ଼ି କୁ ପିତୃଦୋଷ ଲାଗିନଥାଏ, ଏବଂ ଏହି ଶନି ଅମାବାସ୍ୟା ଦିନ ଏହି ବିଶେଷ ଉପାୟ ନିଶ୍ଚିନ୍ତ କରନ୍ତୁ..

Leave a Reply

Your email address will not be published. Required fields are marked *