କୌଣସି ଦୁର୍ଭାଗ୍ୟ ଥିଲେ କେବଳ ଦାନ କରନ୍ତୁ ଏହି ଗୋଟିଏ ଜିନିଷ ଆଉ ଦେଖନ୍ତୁ ଚମତ୍କାର :-

ଘରେ ସମୟ ସମୟରେ ହେଉଥିବା ଅନେକ କଥା କିଛି ବିଶେଷ ସଙ୍କେତ ଦେଇଥାଏ । ଯେଉଁଥିରୁ ଆମର ଭବିଷ୍ୟତ ବିଷୟରେ ଅନେକ କିଛି ସୂଚନା ମିଳିଥାଏ । ସେହି ସବୁ ସଙ୍କେତକୁ ଯଦି ଆମେ ଧ୍ୟାନ ଦେବା ତେବେ ଆମେ ସତର୍କ ହୋଇ ଭବିଷ୍ୟତକୁ ଠିକ ଭାବରେ ବଦଳାଇ ପାରିବା । ତେବେ ଆଜିକାର ଲେଖାରେ ଆମେ ଆମ ଦୈନନ୍ଦିନ ଜୀବନରେ ମିଳୁଥିବା ସେହି ସବୁ ସଙ୍କେତ ବିଷୟରେ କହିବୁ ଏବଂ ତାହାକୁ ଠିକ କରିବା ପାଇଁ କିଛି ବିଶେଷ ଉପାୟ ବିଷୟରେ ମଧ୍ୟ କହିବୁ ।

ଯାହାକି ଆମ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ହୋଇଛି । ଆଜି ଆମେ ଶିବ ମହାପୁରାଣରେ ବର୍ଣ୍ଣିତ ହୋଇଥିବା କିଛି ବସ୍ତୁ ବିଷୟରେ କହିବୁ ଯାହାକୁ ଯଦି ମନୁଷ୍ୟ ଦାନ କରେ ତେବେ ଜୀବନର ସବୁ ପ୍ରକାରର ଦୁର୍ଭାଗ୍ୟକୁ ସୌଭଗ୍ୟରେ ପରିଣତ କରି ପାରିବ ।

ଭଗବାନ ଶିବ ନିଜ ଭକ୍ତଙ୍କ ଆରାଧନାରେ ଖୁବଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି । ତେଣୁ ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ୟା ଅଛି ତେବେ ସୋମବାର ଦିନ ଶିବଲିଙ୍ଗ ସାମ୍ନାରେ ବସି ନିଜର ସମସ୍ୟା ବିଷୟରେ ଭଗବାନ ଶିବଙ୍କୁ ନିଶ୍ଚୟ କୁହନ୍ତୁ । ତେଣୁ ଶିବମହାପୁରାଣ ଅନୁଯାୟୀ ଆଜି ଆମେ ୬ ଟି ବସ୍ତୁ ବିଷୟରେ କହିବୁ ଯାହାକୁ ଯଦି ଆପଣ ଦାନ କରନ୍ତି ତେବେ ଜୀବନର ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ।

ତେବେ ମନେ ରଖନ୍ତୁ ଯେ ଦାନ କରିବା ସମୟରେ କେବେବି ନିଜ ସଞ୍ଚୟ ଶେଷ ହୋଇଯିବ ଭାବିବା ଉଚିତ ନୁହେଁ କିମ୍ବା ଆପଣ କୌଣସି ଜିନିଷ ପାଇବା ଆଶାରେ ବସ୍ତୁ ଦାନ କରୁଛନ୍ତି ବୋଲି ଭାବିବା ମଧ୍ୟ ଉଚିତ ନୁହେଁ । କାରଣ ଏହା ଅତ୍ୟନ୍ତ ସ୍ୱାଭାବିକ ଯେ ଯେଉଁ ବସ୍ତୁକୁ ଆପଣ ଅନ୍ୟକୁ ଦାନ ଦେବେ ତାହାର ହଜାରେ ଗୁଣା ଆପଣଙ୍କ ପାଖକୁ ଫେରି ଆସିବ । ତେଣୁ ଚାଲନ୍ତୁ ସେହି ୬ ଟି ବସ୍ତୁ ବିଷୟରେ ଜାଣିନେବା ।

୧ . ଲୁଣ :-

ଯଦି ଆପଣଙ୍କର ଏକ ଗମ୍ଭୀର ସମସ୍ୟା ରହିଛି ଯାହାକୁ ଆପଣ କାହା ସାମ୍ନାରେ କହି ପାରୁ ନାହାଁନ୍ତି ଏବଂ ଭିତରେ ଭିତରେ ହିଁ ଖୁବ କଷ୍ଟ ପାଉଛନ୍ତି ତେବେ ସୋମବାର ଦିନ ଲୁଣ ଦାନ କରନ୍ତୁ । ଦେଖିବେ ଆପଣଙ୍କର ସେହି ସମସ୍ୟା ଦୂର ହେବା ସହିତ ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଯିବ । ଆପଣଙ୍କ ଦୁର୍ଭାଗ୍ୟ ସୌଭଗ୍ୟରେ ପରିଣତ ହୋଇଯିବ । ମାତ୍ର ଧ୍ୟାନ ଦେବେ ଯେ ଲୁଣ ଯେମିତି ଆପଣ ସିଧାସଳଖ ହାତରୁ ହାତକୁ ଦାନ ନକରନ୍ତି । ନଚେତ ତାହା ଅଶୁଭ ହୋଇଥାଏ ଏବଂ ଓଲଟା ଜୀବନରେ ସମସ୍ୟା ଦେଖାଦିଏ । ଆପଣ ଗୋଟା ଲୁଣ କିମ୍ବା ସାଧାରଣ ଲୁଣ ମଧ୍ୟ ଦାନ ପାଇଁ ବ୍ୟବହାର କରି ପାରିବେ ।

୨ . ଗୁଡ଼ :-

ସୋମବାର ଦିନ ଗୁଡ଼ ଦାନ କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିଥାଏ । ତେବେ ତାହା କୌଣସି ପ୍ରକାରର ସମ୍ପର୍କ ହୋଇଥାଉ ନା କାହିଁକି । ଗୁଡ଼ ଦାନ କରିବା ଦ୍ୱାରା ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ମଧୁରତା ଆସିଥାଏ । ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇଥାଏ କିମ୍ବା ପରିବାରରେ ସଂପର୍କ ସମ୍ବନ୍ଧୀୟ ସମସ୍ୟା ଥାଏ ତେବେ ସୋମବାର ଦିନ ଭଗବାନ ଶିବଙ୍କୁ ନିଶ୍ଚୟ ଗୁଡ଼ ଅର୍ପିତ କରନ୍ତୁ କିମ୍ୱା ଗାଈକୁ ଗୁଡ଼ ମିଶା ରୁଟି ଖାଇବାକୁ ଦିଅନ୍ତୁ ।

୩ . ତିଳ :-

ସୋମବାର ଦିନ ତିଳ ଦାନ କରିବା ଦ୍ୱାରା ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ତାହା କୌଣସି କ୍ଷେତ୍ରରେ ହୋଇଥାଉ ନା କାହିଁକି । ଅନେକ ସମୟରେ ବ୍ୟକ୍ତି ଖୁବ ପରିଶ୍ରମ କରି ମଧ୍ୟ ଇଣ୍ଟରଭିଉରେ ଉତ୍ତୀର୍ଣ୍ଣ ହୋଇପାରେ ନାହିଁ । ତେଣୁ ଯଦି ଆପଣ ସୋମବାର ଦିନ ତିଳ ଦାନ କରନ୍ତି ତେବେ ଏହି ସମସ୍ୟା ଦୂରେଇ ଯିବ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସୁଧାର ଆସିବ ।

୪ . ଘିଅ :-

ଘିଅ ଦାନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରେଇ ଯାଏ । ଯଦି ଘରର କୌଣସି ଛୋଟ ପିଲା କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇଛି ତେବେ ତାଙ୍କ ଦେହରୁ ଘିଅ ସ୍ପର୍ଶ କରାଇ ଦାନ କରି ଦିଅନ୍ତୁ । ଦେଖିବେ ଚମତ୍କାର ଭାବରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ । ଗାଈ ଘିଅ ଦାନ ସବୁଠାରୁ ଉତ୍ତମ ଏବଂ ପବିତ୍ର ହୋଇଥାଏ । ମହାଦେବଙ୍କୁ ଘିଅ ଅର୍ପିତ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରେଇ ଯାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ସବୁ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୫ . ଶସ୍ୟ :-

ସୋମବାର ଦିନ କୌଣସି ପ୍ରକାରର ଶସ୍ୟ ଦାନ କରିବା ମଧ୍ୟ ଶୁଭ ହୋଇଥାଏ । ତେବେ ସୋମବାର ଦିନ କୌଣସି ଗରିବଙ୍କୁ ଦାନ ଗହମ ଦାନ କରି ପାରିବେ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବଜୟ ରହେ । ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇ ଘରର ଅସ୍ଥାୟୀ ଭାବରେ ରହନ୍ତି । ଏହାବ୍ୟତୀତ ଭାଗ ଭଗବାନ ଶିବ ମଧ୍ୟ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *