ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଜୀବନରେ ପାପ କରିଥିଲେ ମିଳିଥାଏ ଏପରି ସଙ୍କେତ :-

ମନୁଷ୍ୟ ନିଜ ଜୀବନରେ ଜ୍ଞାତ ଅଜ୍ଞାତରେ ଅନେକ ପାପ କରିଥାଏ । ଯାହାର ସଙ୍କେତ ନିଶ୍ଚିତ ଭାବରେ ମନୁଷ୍ୟକୁ ଅନେକ କିଛି ସଙ୍କେତ ଆକାରରେ ମିଳିଥାଏ । ଭଗବାନ କେବଳ ଏହି ସଙ୍କେତ ଦ୍ୱାରା ମନୁଷ୍ୟକୁ ସଚେତନ କରାଇବାକୁ ଚାହାଁନ୍ତି ଏବଂ ଭଲ କର୍ମ କରିବାକୁ ଇଙ୍ଗିତ ଦେଇଥାନ୍ତି । ମନୁଷ୍ୟ କରୁଥିବା ପ୍ରତ୍ୟେକ କର୍ମର ଫଳ ତାକୁ ନିଶ୍ଚୟ ମିଳିଥାଏ । ତେବେ ତାହା ଭଲ କାମ ହେଉ କିମ୍ବା ଖରାପ କାମ ହେଉ । ପୁଣି ସେ ପାପକୁ ନିଜ ମନରୁ କରନ୍ତୁ , ଶରୀରରୁ କରନ୍ତୁ କିମ୍ବା ନିଜ ହାତରେ କରନ୍ତୁ , ସବୁ ପାପର ଦଣ୍ଡ ରହିଛି ।

ମନୁଷ୍ୟ ଜାଣିଶୁଣି କରିଥିବା ପାପ ବିଷୟରେ ଜାଣି ପରିଥାଏ । ମାତ୍ର ଅଜାଣତରେ କରିଥିବା ପାପ ଜାଣି ପାରି ନଥାଏ । ତେଣୁ ମନୁଷ୍ୟକୁ ଶାସ୍ତ୍ରର ଅଧ୍ୟୟନ କରିବାକୁ ଉପଦେଶ ଦିଆଯାଏ । ଯେଉଁ ବ୍ୟକ୍ତି ଶାସ୍ତ୍ର ଅନୁଯାୟୀ ନିଜ ଜୀବନକୁ ବ୍ୟତୀତ କରେ ସେହି ବ୍ୟକ୍ତି ହିଁ ଜୀବନରେ ଖୁସିରେ ରହେ । ମାତ୍ର ଗରୁଡ଼ ପୁରାଣ ଅନୁସାରେ ମନୁଷ୍ୟ ନିଜ ପାପ କର୍ମକୁ ହୃଦୟଙ୍ଗମ କରି ପାପର ପ୍ରାୟଶ୍ଚିତ ମଧ୍ୟ କରି ପାରିବ ।

ଯେଉଁ ବ୍ୟକ୍ତି ଜାଣିଶୁଣି ପାପ କରିଥାଏ ତେବେ ତାହାର ପ୍ରାୟଶ୍ଚିତ ଏହି ଦୁନିଆରେ ନାହିଁ । ମାତ୍ର ଯେଉଁ ବ୍ୟକ୍ତି ଅଜାଣତରେ ପାପ କରିଥାଏ ସେହି ବ୍ୟକ୍ତି ନିଜ ପାପର ପ୍ରାୟଶ୍ଚିତ କରି ପାରିବ । ଯେଉଁଭଳି ଭାବରେ ରାବଣ , କଂସ ଏବଂ ଶିଶୁପାଳକୁ ପ୍ରାୟଶ୍ଚିତ କରିବାର ଅବସର ପ୍ରାପ୍ତ ହୋଇଥିଲା । ତେଣୁ ମନୁଷ୍ୟକୁ ଈଶ୍ୱର ପାଞ୍ଚଟି ଏପରି ପ୍ରକାରର ସଙ୍କେତ ଦିଅନ୍ତି ଯାହାଦ୍ୱାରା ମନୁଷ୍ୟ ନିଜର ପାପ ବିଷୟରେ ଜାଣିପାରେ ।

ଗରୁଡ଼ ପୁରାଣରେ ମନୁଷ୍ୟ ଅଜାଣତରେ କରୁଥିବା ପାପର ପାଞ୍ଚଟି ସଙ୍କେତ ଏବଂ ତାହାର ପ୍ରାୟଶ୍ଚିତ ପାଇଁ କରାଯାଉଥିବା ଉପାୟ ବିଷୟରେ ବର୍ଣ୍ଣିତ ହୋଇଛି । ତେଣୁ ଚାଲନ୍ତୁ ଜାଣିନେବା ।

୧ . ଅନେକ ସମୟରେ ମନୁଷ୍ୟକୁ ଜୀବନର କୌଣସି ଏକ ମୁହୂର୍ତ୍ତରେ ଯାହା ଚାହୁଁଥାଏ ତାହା ମିଳିନଥାଏ । ଅନେକ ଚେଷ୍ଟା ସତ୍ତ୍ୱେବି ତାହା ମନୁଷ୍ୟକୁ ପ୍ରାପ୍ତ ହୁଏ ନାହିଁ । ତାହା ଧନ ହୋଇପାରେ କିମ୍ବା ଅନ୍ନ । ଅନେକ କଷ୍ଟ ସହିବା ସତ୍ତ୍ୱେବି ଏହିସବୁ ଜିନିଷ ମନୁଷ୍ୟକୁ ମିଳି ନଥାଏ । ଏପରି ପରିସ୍ଥିତିର ସାମ୍ନା ହେଲେ ମନୁଷ୍ୟ ବୁଝିଯିବା ଆବଶ୍ୟକ ଯେ ତା ଦ୍ୱାରା ଜାଣ ଅଜାଣତରେ ଅନେକ ପାପ ହୋଇଛି ଏବଂ ତାକୁ ପାପର ପ୍ରାୟଶ୍ଚିତ କରିବା ଆବଶ୍ୟକ ।

୨ . ଯଦି ମନୁଷ୍ୟକୁ କୌଣସି ସମୟରେ ଏକୁଟିଆ ଅନୁଭୂତ ହୁଏ । ଏପରି ପ୍ରତୀତ ହୁଏ ଯେ ତାର ନିଜର ଆଉ କେହି ନାହାଁନ୍ତି , ସମସ୍ତେ ତାକୁ ଛାଡ଼ି ଦେଇଛନ୍ତି ତେବେ ସେହି ସଙ୍କେତ ମନୁଷ୍ୟର ପାପ ଦିଗରେ ଇଙ୍ଗିତ କରିଥାଏ । ଏହାର ଅର୍ଥ ଏହା ଯେ ସେହି ମନୁଷ୍ୟ ଦ୍ୱାରା ଅନେକ ପାପ ହୋଇଛି । ଯେତେବେଳେ ମନୁଷ୍ୟକୁ ସମସ୍ତେ ଛାଡ଼ି ଯାଆନ୍ତି ତାହାର ଅର୍ଥ ସେହି ମନୁଷ୍ୟ ଦ୍ୱାରା ଅନେକ ପାପ ହୋଇଛି ।

୩ . ଯଦି ମନୁଷ୍ୟ କୌଣସି ସମୟରେ ନିଜର ମାନ ପ୍ରତିଷ୍ଠାକୁ ହରାଇ ଦିଏ , କେହିବି ତାଙ୍କର ସମ୍ମାନ କରନ୍ତି ନାହିଁ ଏବଂ ଅପମାନିତ କରନ୍ତି , ତେବେ ସେତେବେଳେ ବୁଝିଯିବା ଆବଶ୍ୟକ ଯେ ତାଙ୍କ ଦ୍ୱାରା କୌଣସି ପାପ ହୋଇଛି ଏବଂ ଈଶ୍ୱର ତାଙ୍କୁ ପ୍ରାୟଶ୍ଚିତ କରିବାର ଅବସର ଦେଉଛନ୍ତି ।

୪ . ଯଦି ମନୁଷ୍ୟ ନିଜର କୌଣସି ପ୍ରିୟ ବସ୍ତୁକୁ ହରାଇ ଦିଏ ଯାହାକୁ ସେ ଖୁବ କଷ୍ଟ ଏବଂ ପରିଶ୍ରମରେ ସମ୍ଭାଳି ରଖିଥାଏ , ତେବେ ତାହା ମଧ୍ୟ ଈଶ୍ୱରଙ୍କ ସଙ୍କେତ ଅଟେ । ଅର୍ଥାତ ଈଶ୍ୱର ତାଙ୍କୁ ତାଙ୍କ ଅଜାଣତରେ ହୋଇଥିବା ପାପର ପ୍ରାୟଶ୍ଚିତ କରିବାକୁ ସଙ୍କେତ ଦେଉଛନ୍ତି । ତେଣୁ ସେତେବେଳେ ସେହି ବ୍ୟାକ୍ତିକୁ ସେହି ବସ୍ତୁର କାମନା ଛାଡ଼ି ଭଗବାନଙ୍କ ଶରଣକୁ ଯିବା ଉଚିତ । ତାହେଲେ ଯାଇ ସେହି ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହେବ ।

୫ . ଯଦି ମନୁଷ୍ୟ ନିଜ ସ୍ୱପ୍ନରେ ବାରମ୍ବାର ଭୟଙ୍କର ଦୃଶ୍ୟ ଦେଖେ ତେବେ ସେ ବୁଝିଯିବା ଉଚିତ ଯେ ସେ ଜୀବନରେ ବହୁତ ପାପ କରିଛନ୍ତି । ତେଣୁ ବର୍ତ୍ତମାନ ତାକୁ ପ୍ରାୟଶ୍ଚିତ କରିବା ଉଚିତ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣକୁ ଯିବା ଉଚିତ ।

Leave a Reply

Your email address will not be published. Required fields are marked *