ପାଦର ଲମ୍ବା ଆଙ୍ଗୁଠିର ରହସ୍ୟ ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ !!!! :-

ପ୍ରତ୍ୟେକ ମଣିଷର ପାଦରେ ଆଙ୍ଗୁଠିର ଆକାର ଭିନ୍ନ ଭିନ୍ନ ରହିଥାଏ । ଯାହାର ଅନେକ ଭିନ୍ନ ଭିନ୍ନ ରହସ୍ୟ ମଧ୍ୟ ରହିଛି । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଲମ୍ବା ଆଙ୍ଗୁଠିର ସେହିସବୁ ରହସ୍ୟ ବିଷୟରେ କହିବାକୁ ଯାଉଛୁ । ସାଧରଣତଃ କହିବାକୁ ଗଲେ ଅଧିକାଂଶ ଲୋକଙ୍କ ପାଦ ଆଙ୍ଗୁଠି ସମାନ ରହିଥାଏ । ମାତ୍ର କିଛି ଏପରି ଲୋକ ଅଛନ୍ତି ଯେଉଁ ମାନଙ୍କର ଆଙ୍ଗୁଠି ବଙ୍କା ଥାଏ । କେତେବେଳେ କାହାର ବୁଢ଼ା ଆଙ୍ଗୁଠି ଠାରୁ ଅନ୍ୟ ସବୁ ଆଙ୍ଗୁଠି ବଡ଼ ହୋଇଥାଏ ଡ କେତେବେଳେ ବୁଢ଼ା ଆଙ୍ଗୁଠି ଛୋଟ ହୋଇଥାଏ । ତେବେ ଏହି ଆଙ୍ଗୁଠି ବଡ଼ କିମ୍ବା ଛୋଟ ହେବାର ଅନେକ ମହତ୍ତ୍ୱ ରହିଛି ।

ଶାସ୍ତ୍ର ଅନୁସାରେ ମନୁଷ୍ୟ ଶରୀରର ଅଙ୍ଗ ସେହି ମନୁଷ୍ୟ ବିଷୟରେ ଅନେକ କିଛି କହିଥାଏ । ମନୁଷ୍ୟ ଶରୀରର ଅଙ୍ଗ ଆଧାରରେ ସେହି ମନୁଷ୍ୟର ବ୍ୟକ୍ତିତ୍ୱ ବିଷୟରେ ଜାଣିହୁଏ । ପାଦର ଆଙ୍ଗୁଠିରୁ ହିଁ ବ୍ୟକ୍ତିର ସ୍ୱଭାବ ଏବଂ ଚରିତ୍ର ବିଷୟରେ ଜଣା ପଡ଼ିଥାଏ । ଅଙ୍ଗ ଦେଖି ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣି ହେଉଥିବା ବିଧିକୁ ସମୁଦ୍ର ଶାସ୍ତ୍ର କୁହାଯାଏ । ସମୁଦ୍ର ଶାସ୍ତ୍ରକୁ ଅଧ୍ୟୟନ କରିବା ପରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ସ୍ଵଭାବ , ବିକ୍ତିତ୍ୱ ଏବଂ ଜୀବନର ସବୁ ରହସ୍ୟ ବିଷୟରେ ଜାଣି ପାରିବ । ଏହାବ୍ୟତୀତ ସେହି ବ୍ୟକ୍ତିର ଆଚାର ବିଚାର ବିଷୟରେ ମଧ୍ୟ ଜାଣିହୁଏ ।

ଯେଉଁ ବ୍ୟକ୍ତିଙ୍କ ପାଦର ବୁଢ଼ା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ବଡ଼ ହୋଇଥାଏ ଏବଂ ଅନ୍ୟ ଆଙ୍ଗୁଠି ଛୋଟ ହୋଇଥାଏ ସେହି ବ୍ୟକ୍ତି ମାନେ ଖୁବ ଶକ୍ତିଶାଳୀ ହୋଇଥାନ୍ତି । ଏପରି ବ୍ୟକ୍ତି ସାଧରଣତଃ କ୍ରେଜି ସ୍ୱଭାବର ହୋଇଥାନ୍ତି ଏବଂ କିଛି କରି ଦେଖାଇବାର ସାମ୍ୟର୍ଥ ରଖନ୍ତି । ଏମାନେ କୌଣସିବି କାମକୁ ପୁରା ଶକ୍ତିର ସହିତ ଶେଷ କରନ୍ତି । ଏମାନେ ମାନସିକ ଭାବରେ ଶକ୍ତିଶାଳୀ ହୋଇଥାନ୍ତି ମାତ୍ର ଶାରୀରିକ ଭାବରେ ଦୁର୍ବଳ ହୋଇ ପାରନ୍ତି । ଏମାନେ ପ୍ରତ୍ୟେକ କାମକୁ ବୁଝି ବିଚାରି କରିଥାନ୍ତି । ବୁଢ଼ା ଆଙ୍ଗୁଠିର ପାଖ ଆଙ୍ଗୁଠି ଯେଉଁ ବ୍ୟକ୍ତିର ଛୋଟ ହୋଇଥାଏ ସେମାନେ ସର୍ବଦା ଖୁସିରେ ରହନ୍ତି କିମ୍ବା ଖୁସିରେ ରହିବାକୁ ପ୍ରୟାସ କରନ୍ତି ।

ଯଦି ପାଦର ବୁଢ଼ା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ସମାନ ହୁଏ ଏବଂ ଅନ୍ୟ ଆଙ୍ଗୁଠି ଛୋଟ ହୁଏ ତେବେ ଏପରି ବ୍ୟକ୍ତି ମାନେ ସମାଜରେ ନିଜ ପରିଶ୍ରମ ପାଇଁ ଜଣା ଯାଆନ୍ତି । ଏମାନେ ଖୁବ ଭଲ ହୋଇଥାନ୍ତି ଏବଂ ଅନ୍ୟ ମାନଙ୍କ ସହିତ ଝଗଡ଼ାରୁ ଦୂରେଇ ରହନ୍ତି । ଯେଉଁ ବ୍ୟକ୍ତିଙ୍କ ଆଙ୍ଗୁଠି ବଡ଼ରୁ ଛୋଟ କ୍ରମରେ ରହିଥାଏ ସେହି ବ୍ୟକ୍ତି ମାନେ ସର୍ବଦା ନିଜର ଶ୍ରେଷ୍ଠତା ପ୍ରମାଣ କରିବାରେ ଲାଗି ପଡ଼ନ୍ତି ।

ସେମାନେ ସର୍ବଦା ନିଜ ଅଧିକ ବିଷୟରେ ହିଁ କହିଥାନ୍ତି । ସେମାନେ ଏପରି ଭାବନ୍ତି ଯେ ସେମାନେ ଯାହା ଭାବୁଛନ୍ତି କିମ୍ବା କରୁଛନ୍ତି ତାହା ହିଁ କେବଳ ଠିକ । ଯଦି ଘର ପରିବାରରେ କେହି ତାଙ୍କର ବିରୋଧ କରନ୍ତି କିମ୍ବା ଇଚ୍ଛାକୁ ସପୋର୍ଟ କରନ୍ତି ନାହିଁ ତେବେ ଏମାନେ କ୍ରୋଧିତ ହୋଇ ଯାଆନ୍ତି । କିନ୍ତୁ ଏମାନେ ନିଜ କ୍ରୋଧକୁ କେବେ ବାହାରକୁ ବାହାର କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *