ମଙ୍ଗଳବାର ଦିନ ଲୁଣର ଏହି ଉପାୟ ଜୀବନରେ ଭରିଦେବ ଖୁସି , ନିଶ୍ଚୟ ଜାଣି ରଖନ୍ତୁ :-

ଜ୍ୟୋତିଷ ଏବଂ ମନୁଷ୍ୟର ବ୍ୟକ୍ତିଗତ ଜୀବନ ଉଭୟରେ ହିଁ ଲୁଣର ଅନେକ ଅନେକ ମହତ୍ତ୍ୱ ରହିଥାଏ । ଲୁଣର ଉପଯୋଗ ଜ୍ୟୋତିଷ ଏବଂ ବ୍ୟକ୍ତିଗତ ଜୀବନରେ କରାଯାଇଥାଏ । ଲୁଣର ଅନେକ ଉପାୟ ମନୁଷ୍ୟର ଜୀବନ ବଦଳାଇ ଦେଇଥାଏ । କହିବାକୁ ଗଲେ ଲୁଣ ମନୁଷ୍ୟର ଆୟୁଷ ବଢ଼ାଇବା ସହିତ କମେଇ ଥାଏ ମଧ୍ୟ । ତେବେ ବିଭିନ୍ନ ପ୍ରକାରର ଥାଏ ଯେପରିକି ସିଦ୍ଧା ଲୁଣ , ପାହାଡ଼ି ଲୁଣ ଏବଂ ସମୁଦ୍ରି ଲୁଣ ଯାହାକୁ ଆମେ ସାଧାରଣ ଲୁଣ କହିଥାଉ । ଯଦି ଜାତକରେ ଚନ୍ଦ୍ର ଦୁର୍ବଳ ଥାଏ ତେବେ ସିଦ୍ଧା ଲୁଣର ବ୍ୟବହାର କରାଯାଏ ।

କାରଣ ଏହାଦ୍ବାରା ଚନ୍ଦ୍ର ମଜବୁତ ହେବା ସହିତ ରକ୍ତଚାପ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ତେବେ ଘରର କୋଣରେ ସର୍ବଦା ଏକ କାଚ ପାତ୍ରରେ ନିଶ୍ଚିତ ଭାବରେ ଲୁଣ ଭର୍ତ୍ତି କରି ରଖିବା ଉଚିତ । ଲୁଣ ଚନ୍ଦ୍ର , ଶୁକ୍ର ଏବଂ ରାହୁର ପ୍ରତୀକ ହୋଇଥାଏ । ତେଣୁ ଘରେ ଲୁଣକୁ ଭିନ୍ନ ଭିନ୍ନ ଧାତୁ କିମ୍ବା ପ୍ଲାଷ୍ଟିକ ପାତ୍ରରେ ନରଖି ସର୍ବଦା କାଚ ପାତ୍ରରେ ରଖିବା ଉଚିତ । ଯଦି ଆପଣ ତାହାକୁ ଷ୍ଟିଲ କିମ୍ବା ଅନ୍ୟ ଧାତୁ ନିର୍ମିତ ପାତ୍ରରେ ରଖନ୍ତି ତେବେ ରାହୁ ଦୋଷା ଭୋଗିବାକୁ ପଡ଼ିଥାଏ ।

ଘରର ବାଥରୁମରେ ଏକ କୋଣରେ କାଚ ପାତ୍ରରେ ରୋକ ସଲଟ ରଖିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଏହାବ୍ୟତୀତ ଘରେ ଥିବା ଅନ୍ୟାନ୍ୟ ସୂକ୍ଷ୍ମ କିଟାଣୁ ମଧ୍ୟ ମରିଯାଏ । ଏହାବ୍ୟତୀତ ଆପଣ ଘରେ ରୋକ ସଲଟ ଲେମ୍ପ ମଧ୍ୟ ରଖି ପାରିବେ । ଲୁଣକୁ ସିଧାସଳଖ କାହା ହାତରେ ଦେବା ଉଚିତ ନୁହେଁ । ଏହାଦ୍ବାରା ଚନ୍ଦ୍ର ଦୁର୍ବଳ ହେବା ସହିତ ସମ୍ବନ୍ଧ ମଧ୍ୟ ଖରାପ ହୋଇପାରେ । ତେଣୁ ତାହାକୁ ଅନ୍ୟ କୌଣସି ପାତ୍ର ମାଧ୍ୟମରେ ଦେଇ ପାରିବେ । ଘରର ନକରାତ୍ମକତା ଅଧିକ ବଢ଼ିଗଲେ କିମ୍ବା ରାହୁ ଦୋଷ ଥିଲେ ଘରର ମୁଖ୍ୟଦ୍ୱାରରେ ଏକ ନାଲି କପଡ଼ାରେ କଳା ଲୁଣ ବାନ୍ଧି ଟାଙ୍ଗି ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ଦୋଷ ଦୂରେଇ ଯିବ ।

କଳା ଲୁଣ ଧନ ବୃଦ୍ଧି ଦିଗରେ ମଧ୍ୟ ସହାୟକ ହୋଇଥାଏ । ତେଣୁ କଳା ଲୁଣକୁ ନାଲି କପଡ଼ାରେ ବାନ୍ଧି ଦୋକନ ଗେଟରେ କିମ୍ୱା ସିନ୍ଧୁକରେ ରଖି ପାରିବେ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ । ଆପଣ ଚାହିଁଲେ ଏକ ଗ୍ଲାସରେ ପାଣିରେ ଲୁଣ ମିଶାଇ ଘରର ନୈରୁତ ଦିଗରେ ରଖି ପାରିବେ । ଏହା ପଛରେ ଏକ ଲାଇଟ ଜଳାଇ ପାରିବେ । ନଚେତ ରୋକ ସଲଟ ଲେମ୍ପ ମଧ୍ୟ ବ୍ୟବହାର କରି ପାରିବେ ।

ସେହି ପାଣିକୁ ମାସକୁ ଥରେ ବଦଳାଇ ଦିଅନ୍ତୁ ଏବଂ ଲୁଣକୁ ମଧ୍ୟ । ଏପରି କୁହାଯାଏ ଯେ ଘରୁ ଦାରିଦ୍ର୍ୟତା ଦୂର କରିବା ପାଇଁ ସପ୍ତାହରେ ଥରେ ପାଣିରେ ଲୁଣ ମିଶାଇ ଘରେ ପୋଛା ମାରିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଛୋଟ ପିଲାଙ୍କ ନଜର ଦୋଷ ମଧ୍ୟ ଏହି ଲୁଣ ଦ୍ୱାରା କରାଯାଇଥାଏ ।

ଏଥିପାଇଁ କିଛି ଲୁଣ ନେଇ ଏବଂ ସାତଟି ନାଲି ଶୁଖିଲା ଲଙ୍କା ନେଇ ଛୋଟ ପିଲାର ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ତାହାକୁ ଜାଳି ଦିଅନ୍ତୁ । ଏହି ଉପାୟକୁ ବାମ ହାତରେ କରନ୍ତୁ । ଏହି ଉପାୟ ସର୍ବଦା ବୟସରେ ବଡ଼ ଥିବା ବ୍ୟକ୍ତିଙ୍କ ଉପରେ ହିଁ କରନ୍ତୁ । ଆପଣ ଏହା ମଧ୍ୟ କରିପାରିବେ ଯେ କିଛି ଲୁଣ , ରାଇ ଏବଂ ପିଆଜ ଚୋପା ନେଇ ସାତ ଥର ନିଆଁ ଉପର ଦେଇ ବୁଲାଇ ସେହି ନିଆଁ ଉପରେ ପକାଇ ଦିଅନ୍ତୁ । ଏହାପରେ ତାହାକୁ ଜଳନ୍ତା ଅବସ୍ଥାରେ ହିଁ ଘର ବାହାରକୁ ଫିଙ୍ଗି ଦିଅନ୍ତୁ । ନଚେତ କିଛି ଲୁଣ ନେଇ ନିଜ ମୁଣ୍ଡ ଉପର ଦେଇ ସାତ ଥର ଓଲଟା ବୁଲାଇ ଶୌଚାଳୟରେ ଫ୍ଲସ କରି ଦିଅନ୍ତୁ ।

ଏହା ମଧ୍ୟ ଏକ ଉତ୍ତମ ଉପାୟ ଅଟେ । ସପ୍ତାହରେ ଥରେ ପାଣିରେ ଲୁଣ ମିଶାଇ ଛୋଟ ପିଲାଙ୍କୁ ସ୍ନାନ କରାଇବା ଉଚିତ । ଏହାଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ନଚେତ ଯଦି ଆପଣ ସବୁବେଳେ ମାନସିକ ଚିନ୍ତାରେ ରହୁଛନ୍ତି କିମ୍ବା ଆପଣଙ୍କୁ ଭଲ ନିଦ ହେଉନାହିଁ ତେବେ ରାତିରେ ଶୋଇବା ପୂର୍ବରୁ ପାଣିରେ ଏକ ଚିମୁଟା ଲୁଣ ମିଶାଇ ହାତ ଗୋଡ଼ ଧୁଅନ୍ତୁ । ଏହାଦ୍ବାରା ମଧ୍ୟ ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *