ବଡ଼ ସୋମବାର ଦିନ ଏହି ୩ଟି ଭୁଲ ଆଦୋୖ କରନ୍ତୁ ନାହିଁ ନଚେତ ପୁରା ଘର ହୋଇଯିବ ନ-ଷ୍ଟ

ସପ୍ତାହରେ ୭ ଟି ବାର ରହିଛି ଯାହାର ଏକ ବିଶେଷ ନାମ ରହିଛି ପୁଣି ତାହା ଏକ ବିଶେଷ ଗ୍ରହ ସହ ଜଡ଼ିତ ହୋଇଥାଏ । ଏହାବ୍ୟତୀତ ପ୍ରତ୍ୟେକ ଦିନ ଜଣେ ବିଶେଷ ଦେବତାଙ୍କ ବାର ରହିଥାଏ । ସେହିଦିନ ସେହି ଦେବତାଙ୍କ ଶକ୍ତି ଅଧିକ ମାତ୍ରାରେ ସକ୍ରିୟ ରହିଥାଏ । ତେଣୁ ସେହିଦିନ ସେହି ଦେବତାଙ୍କ ଉପାସନା କରିବା ଦ୍ୱାରା ଆମ ଜୀବନ ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ତେଣୁ କେଉଁ ବାରରେ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ ଜାଣିବା ଉଚିତ । ଆଜିକାର ଲେଖାରେ ଆମେ ସୋମବାର ବିଷୟରେ ଏବଂ ବ୍ରତ ବିଷୟରେ ସମ୍ପୂର୍ଣ୍ଣ ନିୟମ ବିଷୟରେ କହିବୁ ।

୧ . ସୋମବାର ଶିବଙ୍କ ବାର ହୋଇଥାଏ ଏବଂ ସୋମବାରର ଅଧିପତି ଚନ୍ଦ୍ର । ତେଣୁ ଏହିଦିନ ଉଭୟ ମହାଦେବ ଏବଂ ଚନ୍ଦ୍ରଙ୍କ ପୂଜା ମିଳିତ ଭାବରେ କରାଯାଏ । ମହାଦେବଙ୍କ ଭକ୍ତ ମାନେ ନିଜର ଅନେକ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଏହିଦିନ ବ୍ରତ ରଖିଥାନ୍ତି । ଏହାବ୍ୟତୀତ ନିଜ ଜୀବନରେ ଖୁସି ଆଣିବା ପାଇଁ ଏବଂ ସୁଖ ସମୃଦ୍ଧି ପାଇଁ ମହାଦେବଙ୍କୁ ଆରାଧନା କରିଥାନ୍ତି । କୁଆଁରୀ କନ୍ୟା ମାନେ ମଧ୍ୟ ବିଶେଷ ଭାବରେ ଏହି ବ୍ରତ ରଖିଥାନ୍ତି ।

୨ . ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ମହାଦେବ ଏବଂ ଚନ୍ଦ୍ର ଉଭୟଙ୍କର ପୂଜା କରାଯାଏ । ଏହିଦିନ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜଳାଭିଷେକ କରାଯାଏ , ଗଙ୍ଗା ଜଳ ଅର୍ପିତ କରାଯାଏ ଏବଂ ଶିବଙ୍କ ଅତି ପ୍ରିୟ ବେଲପତ୍ର , ଧୁତୁରା , ଅଟା ଭୋଗ ଏବଂ ଧଳା ଫୁଲ ମଧ୍ୟ ଅର୍ପିତ କରାଯାଏ । ଏହାଦ୍ୱାରା ମନସ୍କାମନା ପୂର୍ଣ୍ଣ ହୁଏ ।

୩ . ଭଗବାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଏହିଦିନ ଧଳା ବସ୍ତୁ ଯେମିତିକି କ୍ଷୀର , ଦହି , ଧଳା ଫୁଲ ଏବଂ ଧଳା ବସ୍ତ୍ର ଅର୍ପିତ କରନ୍ତୁ । ଏହାବ୍ୟତୀତ ନିଷ୍ଠାର ସହିତ ଆରାଧନା କରି ନିଜେ ଧଳା ବସ୍ତ୍ର ମଧ୍ୟ ପରିଧାନ କରନ୍ତୁ । ଏହାଦ୍ବାରା ସବୁ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ ।

୪ . ସୋମବାର ଦିନ କୌଣସି ଜରୁରୀ କାମ ପାଇଁ ବାହାରକୁ ଯାଉଥିଲେ ନିଶ୍ଚିତ ଭାବରେ ଆଇନାରେ ମୁହଁ ଦେଖି ଯାଆନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଏହିସବୁ କାମ ସୋମବାର ଦିନ କରିବା ଉଚିତ ନୁହେଁ :-

୧ . ସୋମବାର ବ୍ରତରେ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ନୁହେଁ । ଏହାବ୍ୟତୀତ କଳା ବସ୍ତ୍ର ଧାରଣ କରି ଶିବ ମନ୍ଦିରକୁ ମଧ୍ୟ ଯିବା ଉଚିତ ନୁହେଁ । ଏହିଦିନ ମହିଳା ମାନେ ନିଜ କେଶ ଧୋଇବା ଉଚିତ ନୁହେଁ । ସୋମବାର ବ୍ରତରେ ବ୍ୟକ୍ତିକୁ ଟିକିଏ ସଂଯମତା ରକ୍ଷା କରିବା ଉଚିତ ଏବଂ ଭୁଲରେବି ନାସପାତି ସେବନ କରିବା ଉଚିତ ନୁହେଁ ।

୨ . ଏହିଦିନ ଶୁଦ୍ଧ ସାତ୍ଵିକ ଭୋଜନ ଯେପରିକି କ୍ଷୀର , ଦହି , ଫଳ ଆଦି ସେବନ କରି ପାରିବେ ।

୩ . ସୋମବାର ଦିନ କାହାରି ଅପମାନ କରନ୍ତୁ ନାହିଁ କିମ୍ବା କାହାକୁ ଅପଶବ୍ଦ କୁହନ୍ତୁ ନାହିଁ । ଏହାଦ୍ବାରା ଜିହ୍ଵାରେ ବସିଥିବା ମାତା ସରସ୍ୱତୀଙ୍କ ଅପମାନ ହୋଇଥାଏ । ବିଶେଷ କରି ସୋମବାର ବ୍ରତରେ ଏପରି ଭୁଲ କରନ୍ତୁ ନାହିଁ ନଚେତ ବ୍ରତର ଫଳ ପ୍ରାପ୍ତ ହେବନାହିଁ ।

୪ . ସୋମବାର ଦିନ ମହାଦେବଙ୍କ ସହିତ ନନ୍ଦୀ ମହାରାଜଙ୍କ ପୂଜା ମଧ୍ୟ କରନ୍ତୁ । ମହାଦେବ ପଶୁ ପ୍ରିୟ ହୋଇଥାନ୍ତି । ତେଣୁ ଏହିଦିନ ଚାରୋଟି ଗୋଡ଼ ଥିବା ଜୀବ ଯେପରିକି ଗୋମାତାଙ୍କୁ ପୂଜା କରି ଖାଇବାକୁ ଦେବା ଆବଶ୍ୟକ ।

୫ . ସୋମବାର ଦିନ ଛିଡ଼ା ବେଲପତ୍ର , ଖଣ୍ଡିତ ଚାଉଳ , ତୁଳସୀ ଏବଂ କେତକୀ ଫୁଲ ଭଳି ଜିନିଷ ଅର୍ପିତ କରନ୍ତୁ ନାହିଁ । ଏହିଦିନ ମହାଦେବ ଏବଂ ଚନ୍ଦ୍ରମାଙ୍କ ଉପାସନା କରିବା ଉଚିତ । ଏହିଦିନ ଶିବ ମନ୍ଦିରକୁ ଯାଇ ଓଁ ନମଃ ଶିବାୟ ଜପ କରନ୍ତୁ । ଦେଖିବେ ମହାଦେବ ନିଶ୍ଚୟ ପ୍ରସନ୍ନ ହେବେ ।

୬ .ସୋମବାର ଦିନ ମହାଦେବଙ୍କୁ ପୂଜା କରିବା ପରେ ଗାଈକୁ ପୂଜା କରି ନିଶ୍ଚିତ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ବ୍ୟକ୍ତିକୁ ପୁଣ୍ୟ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ପାପ ନଷ୍ଟ ହୋଇଯାଏ । ମଙ୍ଗଳବାର ଦିନ ଗାଈକୁ ରୋଟି ସହିତ ବେସନ ଲଡ଼ୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ମଙ୍ଗଳ ମଜବୁତ ହୋଇଥାଏ । ବୁଧବାର ଦିନ ସବୁଜ ଚାରା ଖାଇବାକୁ ଦେଇ ପାରିବେ । ଏହାଦ୍ବାରା ଭଗବାନ ଗଣେଶ ପ୍ରସନ୍ନ ହୁଅନ୍ତି । ଗୁରୁବାର ଦିନ ରୁଟିରେ ହଳଦୀ ମିଶାଇ ଗାଈକୁ ଖୁଆଇଲେ ମଧ୍ୟ ପୁଣ୍ୟ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *