ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ପ୍ରତ୍ୟେକ ଦିନ ରାତିରେ ସ୍ତ୍ରୀ ସହିତ ନିଶ୍ଚୟ କରନ୍ତୁ ଏହି କାମ :-

ଶୋଇବା ମନୁଷ୍ୟ ଜୀବନର ଏକ ଅବିଚ୍ଛେଦ କାମ ଅଟେ । ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ମାତ୍ର ଶୋଇବା ପୂର୍ବରୁ ସବୁ କାମ ସାରି ଠିକ ସମୟରେ ଶୋଇବା ଉଚିତ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଶୋଇବା ପୂର୍ବରୁ ହିଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସବୁ କାମ ସାରିଦେବା ଉଚିତ । ଏହାବ୍ୟତୀତ ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କେଉଁ କାମ ବିଳମ୍ବିତ ରାତି ପର୍ଯ୍ୟନ୍ତ କରିବା ଉଚିତ ନୁହେଁ ।

୧ . ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ବନ୍ଧ ବନାଇବା ପାଇଁ ରାତି ୧୨ରୁ ରାତି ୩ ଉପଯୁକ୍ତ ସମୟ ଅଟେ । ରାତି ୩ ପରେ ତାହା ପ୍ରେମ ସମ୍ବନ୍ଧ ଅତ୍ୟନ୍ତ ଅଶୁଭ ହୋଇଥାଏ । ନଚେତ ଖୁବ ଖରାପ ପରିସ୍ଥିତି ଭୋଗିବାକୁ ପଡ଼ିଥାଏ । ଭୋର ୩ ହେଉଛି ବ୍ରହ୍ମ ମୁହୁର୍ତ୍ତ । ଏହି ସମୟରେ ଦୈବୀ ଶକ୍ତି ସବୁଠି ଉପସ୍ଥିତ ଥାଏ । ଏହି ସମୟରେ ଭଗବାନଙ୍କ ପୂଜାପାଠ ଏବଂ ଆରତୀ କରାଯାଏ ।

୨ . ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜାପାଠ କରିଥାଏ ତାହା ପୁଣି ବିନା କୌଣସି ମୁହୂର୍ତ୍ତରେ ତେବେ ସେହି ବ୍ୟକ୍ତିକୁ ଆର୍ଥିକ ଲାଭ ହୁଏନାହିଁ । ତାହାର କୌଣସି ଫଳ ପ୍ରାପ୍ତ ହୁଏନାହିଁ । ରାତି ୧୧ ପୂର୍ବରୁ ପୂଜାପାଠ କରିବା ଉତ୍ତମ ଅଟେ । ନଚେତ ତାହା ଖରାପ ଆତ୍ମାକୁ ଚାଲିଯାଏ କିମ୍ବା ତାହାକୁ ତାନ୍ତ୍ରିକ ପୂଜା କୁହାଯାଏ । ଏହାର ଅତ୍ୟନ୍ତ ଖରାପ ପ୍ରଭାବ ମନୁଷ୍ୟ ଉପରେ ପଡ଼ିଥାଏ । ଏପରି ପୂଜା ମନୁଷ୍ୟକୁ ବର୍ବାଦ କରିଥାଏ ।

୩ . ରାତିରେ ବିଛଣାକୁ ଯିବା ପୂର୍ବରୁ ହାତ ଗୋଡ଼ ମୁହଁ ଭଲ ଭାବରେ ଧୋଇବା ଉଚିତ ନଚେତ ନକରାତ୍ମକ ପ୍ରଭାବ ପକାଇ ଥାଏ । ଯଦି ଆପଣ ହାତ ଗୋଡ଼ ନଧୋଇ ବିଛଣାରେ ଶୋଇ ଯାଆନ୍ତି ତେବେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ ।

୪ . ଶୋଇବା ପୂର୍ବରୁ ହାଲୁକା ଉଷୁମ ଗରମ କ୍ଷୀର ପିଇବା ଉଚିତ । ଏହାଦ୍ବାରା ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ ଏବଂ ଶରୀର ସୁସ୍ଥ ରହେ।

୫ . ରାତିରେ ଶୋଇବା ପୂର୍ବରୁ ପୁରା ଦିନର କାମକୁ ମନେ ପକାଇ ଚିନ୍ତା କରନ୍ତୁ ଯେ କେଉଁ କାମ ଭୁଲ କରିଛନ୍ତି ଏବଂ କେଉଁ କାମ କରିବା ଉଚିତ ନଥିଲା । ପୁଣି ସକାଳୁ ନିଜ ଜୀବନକୁ ପୁଣିଥରେ ନୂଆ ଭାବରେ ଆରମ୍ଭ କରନ୍ତୁ ।

୬ . ରାତିରେ ଖାଇବା ପରେ ଅଇଁଠା ବାସନକୁ କିମ୍ବା ପାଣି ଟ୍ୟାପକୁ ଖୋଲା ଛାଡ଼ନ୍ତୁ ନାହିଁ । ନଚେତ ଏହାଦ୍ବାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦିଏ । ଶାସ୍ତ୍ର ଅନୁଯାୟୀ ମଧ୍ୟ ଏପରି କରିବା ବର୍ଜିତ ଅଟେ । କାରଣ ଅଇଁଠା ବାସନ ମଧ୍ୟ ମନୁଷ୍ୟକୁ ଅଭିଶାପ ଦେଇଥାଏ । ଯେଉଁ କାରଣରୁ ମାତା ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି ।

୭ . ରାତିରେ ପୋଷାକ ଧୋଇ ଶୁଖାଇବା ଉଚିତ ନୁହେଁ । ଦିନ ସମୟରେ କପଡ଼ା ଶୋଇ ଶୁଖାଇଲେ ସୂର୍ଯ୍ୟ ରଶ୍ମି ଦ୍ୱାରା ନକରାତ୍ମକତା ବାହାରି ଯାଏ । ମାତ୍ର ରାତିରେ ଚନ୍ଦ୍ର ରଶ୍ମି ଦ୍ୱାରା ନକରାତ୍ମକତା ବାହାରି ପାରେନାହିଁ । ତେଣୁ ରାତିରେ ପୋଷାକ ଧୋଇ ଶୁଖାଇବା ଉଚିତ ନୁହେଁ । ରାତିରେ ଘୁରିବୁଲୁଥିବା ନକରାତ୍ମକ ଶକ୍ତି ଆପଣଙ୍କ ପୋଷାକରେ ଅନ୍ତର୍ନିହିତ ହୋଇଯାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ ।

Leave a Reply

Your email address will not be published. Required fields are marked *