ତୁଳସୀ ଗଛ ସାମ୍ନାରେ କହି ଦିଅନ୍ତୁ ଏହି ଗୋଟିଏ ଖାସ ମନ୍ତ୍ର । ଆଉ ୨୪ ଘଣ୍ଟା ମଧ୍ୟରେ ଦେଖନ୍ତୁ ଚମତ୍କାର :-

ହିନ୍ଦୁ ଧର୍ମରେ ତୁଳସୀ ଗଛର ଖାସ ମହତ୍ତ୍ୱ ରହିଛି । କାରଣ ତୁଳସୀ ଗଛକୁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଯେଉଁ ଘରେ ପ୍ରତ୍ୟେକ ଦିନ ତୁଳସୀ ପୂଜା କରାଯାଏ ସେହି ଘରେ କେବେବି ଦାରିଦ୍ର୍ୟତା ଏବଂ ଦୁର୍ଭାଗ୍ୟର ବାସ ହୋଇ ନଥାଏ । ତୁଳସୀ ପୂଜା କରିବା ଦ୍ୱାରା ପାପ ନଷ୍ଟ ହୋଇଥାଏ ।

ତୁଳସୀ ସାଧରଣତଃ ୩ ପ୍ରକାରର ଅଟେ । ଧଳା ତୁଳସୀ , କୃଷ୍ଣ ତୁଳସୀ ଏବଂ ରାମ ତୁଳସୀ । ଏସବୁ ମଧ୍ୟରୁ କୃଷ୍ଣ ତୁଳସୀର ଅନେକ ମହତ୍ତ୍ୱ ରହିଥାଏ । ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ କେବେବି ନକରାତ୍ମକତା ବାସ କରେନାହିଁ ଏବଂ ତୁଳସୀର ଦର୍ଶନ କରିବା ଦ୍ୱାରା ସବୁ ପାପ ନଷ୍ଟ ହୋଇଥାଏ

ପୌରାଣିକ କଥା ଅନୁସାରେ ପ୍ରତ୍ୟେକ ଦିନ ତୁଳସୀ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ବୈଭବ ଆସିଥାଏ ଏବଂ ମାତା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହନ୍ତି । ପଦ୍ମପୁରାଣ ଅନୁଯାୟୀ ଯେଉଁ ଘରେ ତୁଳସୀ ପୂଜା ହୋଇଥାଏ ସେହିଠାରେ ବ୍ରହ୍ମା , ବିଷ୍ଣୁ , ମହେଶ୍ୱର ଏହି ତ୍ରିଦେବଙ୍କ ଉପସ୍ଥିତି ରହିଥାଏ । ଯାହାଦ୍ୱାରା ଘରର କଳହ କ୍ଳେଶ ଦୂର ହୋଇଯାଏ ।

ଆଜିକାର ଲେଖାରେ ଆମେ ତୁଳସୀ ପୂଜା ସମୟରେ କରାଯାଉଥିବା ଏକ ଖାସ ମନ୍ତ୍ର ବିଷୟରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ ଏବଂ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ । ଏହା କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀ ସ୍ଥାୟୀ ଭାବରେ ମଧ୍ୟ ବାସ କରିବେ । ଘରେ କେବେବି ଦୁଃଖ ଦାରିଦ୍ର୍ୟତାର ବାସ ହୁଏନାହିଁ ।

ସେହି ମନ୍ତ୍ରକୁ ଜପ କରିବା ପାଇଁ ସର୍ବପ୍ରଥମେ ସକାଳୁ ଜଲଦି ଉଠି ସ୍ନାନ କରନ୍ତୁ । ଏହାପରେ ନିଜ ଇଷ୍ଟ ଦେବତାଙ୍କୁ ପ୍ରଥମେ ଆରାଧନା କରନ୍ତୁ । ପୂଜା କରି ସାରିବା ପରେ ଆରତୀ ମଧ୍ୟ କରି ନିଅନ୍ତୁ । ଏହାପରେ ତୁଳସୀ ଚଉରା ପାଖକୁ ଆସି ତୁଳସୀ ମାତାଙ୍କୁ ପ୍ରଣାମ କରନ୍ତୁ ଏବଂ ଏକ ଲୋଟାରେ ଶୁଦ୍ଧ ଜଳ ଅର୍ପିତ କରନ୍ତୁ । ଆପଣ ଚାହିଁଲେ ଗଙ୍ଗା ଜଳ ମଧ୍ୟ ଅର୍ପିତ କରି ପାରିବେ । ତାପରେ ସିନ୍ଦୁର ଏବଂ ହଳଦୀ ଚଢ଼ାନ୍ତୁ ଯାହାକି ମାତା ତୁଳସୀଙ୍କ ଶୃଙ୍ଗାର ଅଟେ । ଏହାପରେ ସେହି ତୁଳସୀ ଚଉରା ମୂଳରେ ଘିଅ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ।

ଏହାପରେ ଧୂପକାଠି ଜଳାଇ ତୁଲାଇ ଚଉରାର ସାତଥର ପତିକ୍ରମା କରି ନିଅନ୍ତୁ । ଏହାପରେ ତୁଳସୀ ଗଛ ସାମ୍ନାରେ ବସି ଗୋଟିଏ ତୁଳସୀ ମାଳା ନେଇ ଏକ ଖାସ ମନ୍ତ୍ର ଜପ କରନ୍ତୁ । ମନ୍ତ୍ରଟି ହେଉଛି :- ” ମହାପ୍ରସାଦ ଜନନୀ ସର୍ବସୌଭଗ୍ୟ ବର୍ଦ୍ଧନୀ , ଆଦି ବ୍ୟାଧି ଜରାମୁକ୍ତ ତୁଳସୀତୟଂ ନମସ୍ତୁତେ । ” ଏହାପରେ ମାତା ତୁଳସୀଙ୍କ ଚରଣରେ ମୁଣ୍ଡ ଲଗାଇ ନିଜ ମନର ସମସ୍ୟା ଜଣାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ମନସ୍କାମନା ଶୀଘ୍ର ମାତା ତୁଳସୀଙ୍କ ପାଖରେ ପହଞ୍ଚିବ । ଏହାଦ୍ୱାରା ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୁଅନ୍ତି । କାରଣ ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ ।

Leave a Reply

Your email address will not be published. Required fields are marked *