ଗରୁଡ ସ୍ତମ୍ଭ କେଉଁଥିରେ ନିର୍ମିତ ଓ ଏହାକୁ ଆଲିଙ୍ଗନ କଲେ କଣ ମିଳେ?

ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଗରୁଡ ସ୍ତମ୍ଭ କେଉଁଥିରେ ନିର୍ମିତ ଓ ଏହାକୁ ଆଲିଙ୍ଗନ କଲେ କଣ ମିଳିଥାଏ ବିଷୟରେ କହିବୁ | ଭକ୍ତ ଟିଏ ଯେତବେଳେ ମହାପ୍ରଭୁଙ୍କ ପାଖକୁ ଆସି ଥାଏ,ସେ ମହାପ୍ରଭୁଙ୍କର ବାହାନ ବନିତା ନନ୍ଦନ ଯୋଉଠି ଉପ ବେସନ କରିଛନ୍ତି ସେ ମହାପ୍ରଭୁ ଙ୍କ ଗରୁଡ଼ ସ୍ତମ୍ଭ କୁ ଆଲିଙ୍ଗନ କରିଥାଏ | ଅର୍ଥାତ ଗରୁଡ ସ୍ତମ୍ଭ କୁ କୁଣ୍ଡାଇଥାଏର ଅର୍ଥ ମହାପ୍ରଭୁଙ୍କୁ ଆଲିଙ୍ଗନ କରିବା ସହିତ ସମାନ | ମହାପ୍ରଭୁ ରତ୍ନ ସିଂହାସନରେ ଚକା ବଇଣ୍ଠି ପରି ଉଭା ତହିଁ କି ଉପମା ଦେବା |

ତେଣୁ ଚକା ବଇଣ୍ଠି ଉପରେ ମହାପ୍ରଭୁ ଉପବେଶନ କରିଛନ୍ତି |ଭକ୍ତଟିଏ ସାଢେ ସାତ ଫୁଟ ହେଲେ ମଧ୍ୟ ସେ ମହାପ୍ରଭୁ ଙ୍କୁ ସ୍ପର୍ଶ କରିପାରିବ ନାହିଁ | ତେଣୁ ଗରୁଡ଼ ସ୍ତମ୍ଭ ଙ୍କୁ ଆଲିଙ୍ଗନ କାରି ମହାପ୍ରଭୁଙ୍କର ଶାନିତ୍ୱ ଲାଭ କରନ୍ତି |

ଏହି ଗରୁଡ ସ୍ତମ୍ଭ ବିଷୟରେ ଜାଣିବାକୁ ଆଜି ବି ବୈଜ୍ଞାନିକ ମାନେ ଆଶ୍ଚଯ୍ୟ, ତାହା କାଷ୍ଟରେ ନିର୍ମିତ ନା ପ୍ରସ୍ତରେ ଆଜି ପର୍ଯ୍ୟନ୍ତ ମଧ୍ୟ ଜଣାପଡି ନାହିଁ | ଏହା ଗୋଟିଏ ଜୀବାସ୍ମ ବୋଲି କୁହାଯାଏ ଯାହାକୁ ଇଂରାଜୀ ରେ ଫସିବ୍ କୁହାଯାଏ | ତେଣୁ ସେ ଜିବାସ୍ମ ବା ଗରୁଡ ଉଦାର ମଣିରେ ତାହା ପ୍ରସ୍ତୁତ ହୋଇଛି | ଗରୁଡ଼ ସ୍ତମ୍ଭ ରେ ଗଛର ଫାଟ ପରି ରହିଛି, ସେଥିରେ ଗଛର ଗଣ୍ଠି ପରି ମଧ୍ୟ ଗଣ୍ଠି ରହିଛି | ସେ ଯାହାବି ହେଉ ନା କାହିଁକି ଭକ୍ତ ଟିଏ ଯେବେ ଗରୁଡ ସ୍ତମ୍ଭ କୁ ଆଲିଙ୍ଗନ କରେ ସେ ମହାପ୍ରଭୁ ଙ୍କୁ ଆଲିଙ୍ଗନ କରିଥାଏ |

ସେହି ଗରୁଡ ସ୍ତମ୍ଭ ଆଉ କେହି ନୁହନ୍ତି ଯେତେବେଳ ଗନ୍ଦର୍ବ ରଥରେ ମହାପ୍ରଭୁ ମୁରଲୀ ବଜାଉଥିଲେ, ସେତେବେଳେ ଗୋପା ଳୁଣୀ ମାନେ ଅର୍ଥାତ ଗୋପଗଉଡୁଣୀ ମାନେ ନିଜ ସ୍ୱାମୀ ଶାଶୁ ଶରୁର ଙ୍କୁ ଛାଡି ଗନ୍ଦର୍ବ ରଥରେ ବସି ତୁଳସୀ ମୂଳକୁ ଯାଉଥିଲେ |

ସେହି ସମୟ ରେ ଏକ ଛୋଟ ବୟସର ଗୌଡୁଣି ନିଜ ସ୍ୱାମୀ ଙ୍କ ଚାପ ରେ ଯାଇପାରିନଥିଲା ତେଣୁ ସେ ଆତ୍ମହୁତି ଦେଇଥିଲା | ସେ ଯେଉଁ ଖୁମ୍ବ ରେ ମୁଣ୍ଡ ପିଟି ପିଟି ଆତ୍ମହତ୍ୟା କରିଥିଲା ତାହାକୁ ମହାପ୍ରଭୁ ଶ୍ରୀମନ୍ଦିର ସମ୍ମୁଖ ରେ ରଖିଛନ୍ତି | ତାକୁ ହିଁ ଗରୁଡ ସ୍ତମ୍ଭ କୁହଯାଏ |ଏବଂ ଭକ୍ତ ମାନେ ତାକୁ ଆଲିଙ୍ଗନ କାରୀ ପରମ ସୁଖ ଅନୁଭବ କରୁଛନ୍ତି

ଏବଂ ମହାପ୍ରଭୁଙ୍କର ଯେତେବେଳେ ସକାଳରେ ମଙ୍ଗଳ ଆଳତି ହୋଇ ଯେତେବେଳେ ମୈଲମ ହୋଇଥାନ୍ତି ଅର୍ଥାତ ବସି ବସ୍ତ୍ର ଫୁଲ ଏସବୁ କାଢ଼ିବାକୁ ମୈଲମ କୁହାଯାଏ | ଏବଂ ଏହା ପରେ ପଡପ ହୋଇଥାନ୍ତି ଅର୍ଥାତ ନୂଆ ବସ୍ତ୍ର ଫୁଲ ପରିଧାନ କରିବାକୁ କୁହାଯାଏ | ମହାପ୍ରଭୁ ଙ୍କ ସ୍ନାନ କୁ ଅବକାଶ କୁହାଯାଏ ଏବଂ ଏହା ପୂର୍ବରୁ ଦନ୍ତଧନ୍ତ କରାଯାଏ, ଦାନ୍ତ ଘସାଇ ଦିଆଯାଏ |

ମୁତୁରି ଦାନ୍ତ କାଠି ରେ କର୍ପୁର ସହ ସୁନା ର ଜିଭ ଛେଲା ରେ କରାଯାଇଥାଏ | ମହାପ୍ରଭୁ ରୁପା ପିଙ୍ଗନା ରେ ଦହି ମିଶ୍ରିତ ଜଳ ରେ ଆଇନା ସାମ୍ନାରେ ସ୍ନାନ କରିଥାନ୍ତି |ଏହାକୁ ଅବକାଶ ବୋଲି କୁହାଯାଏ ଏହାକୁ ମହାପ୍ରଭୁ ଙ୍କ ସ୍ନାନ ବୋଲି କୁହାଯାଏ | ଏହା ପରେ ଗରୁଡ ସ୍ତମ୍ଭ ସ୍ନାନ କରିଥାନ୍ତି ତେବେ ଏହା ପରେ ପ୍ରଭୁ ଙ୍କର ସକାଳ ଧୂପ ହୋଇଥାଏ |

Leave a Reply

Your email address will not be published. Required fields are marked *