ଯେଉଁ ବ୍ୟକ୍ତିଙ୍କ ନିଦ ପ୍ରାତଃ ୩ ରୁ ୫ ମଧ୍ୟରେ ଭାଙ୍ଗିଥାଏ ସେମାନେ ନିଶ୍ଚିତ ଭାବରେ ଜାଣି ନିଅନ୍ତୁ କିଛି ବିଶେଷ ସୂଚନା । ନଚେତ ……..

ନିଦ୍ରା ଆମ ଜୀବନର ଏକ ଅବିଭାଜ୍ୟ ଅଙ୍ଗ ଅଟେ । ଏକ ପୁର୍ଣ୍ଣ ନିଦ୍ରା ଉଭୟ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରଖିଥାଏ । ଏପରି କୁହାଯାଇଥାଏ ଯେ ରାତ୍ରିର ପ୍ରଥମ ପ୍ରହରରେ ଶୋଇବା ଉଚିତ ଏବଂ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ । କିନ୍ତୁ ଆଜିକାଲିକା ବ୍ୟସ୍ତବହୁଳ ଜୀବନରେ ଏହା ସମ୍ଭବ ହୁଏନାହିଁ ।

ଶାସ୍ତ୍ର ଅନୁଯାୟୀ ରାତ୍ରିର ତୃତୀୟ ପ୍ରହରରେ ନିଦ ପ୍ରଥମ ଚରଣରୁ ଦ୍ୱିତୀୟ ଚରଣକୁ ଯାଇଥାଏ । ତେଣୁ ଏହି ସମୟରେ ଅନେକ ଲୋକଙ୍କର ନିଦ ଭାଙ୍ଗି ଯାଏ । ଯଦି ଏମିତି କିଛିଦିନ ହୁଏ ତେବେ କୌଣସି ସମସ୍ୟା ନାହିଁ ମାତ୍ର ଏପରି ପ୍ରତ୍ୟେକ ଦିନ ହେଲେ ତାହାକୁ ଅଣଦେଖା କରିବା ଉଚିତ ନୁହେଁ । କାରଣ ଏପରି ହେବା କୌଣସି ସାଧାରଣ କଥା ନୁହେଁ ।

ଯଦି ଆପଣ ରାତିରେ ଶୋଇଥିବା ସମୟରେ ହଠାତ ମଧ୍ୟ ରାତ୍ରିରେ ନିଦ ଭାଙ୍ଗି ଯାଉଛି ତେବେ ଏହାର ଅର୍ଥ ଆପଣଙ୍କୁ କୌଣସି ମାନସିକ ଚିନ୍ତା ଶୋଇବାକୁ ଦେଉନାହିଁ କିମ୍ବା ଆପଣ ମାନସିକ ଭାବରେ ସୁସ୍ଥ ନାହାଁନ୍ତି । ଏପରି ହେଲେ ସର୍ବପ୍ରଥମେ ଥଣ୍ଡା ପାଣିରେ ମୁହଁ ଧୋଇବା ପରେ ସକାରାତ୍ମକ କଥା ଚିନ୍ତା କରନ୍ତୁ । ଏହାଦ୍ବାରା ଆପଣଙ୍କୁ ମାନସିକ ଚିନ୍ତାରୁ ମୁକ୍ତି ମିଳିବା ସହିତ ଏକ ଶାନ୍ତିର ନିଦ ମଧ୍ୟ ପ୍ରାପ୍ତ ହେବ । ପୁଣି ଯଦି ରାତି ୧୧ ରୁ ୧ ମଧ୍ୟରେ ଆପଣଙ୍କ ନିଦ ଭାଙ୍ଗି ଯାଉଛି ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ବରଂ ଚିନ୍ତା ନକରି ଶୋଇ ଯାଆନ୍ତୁ ଏବଂ ସକାଳୁ ଉଠି ସେହି ସମସ୍ୟାର ସମାଧାନ କରନ୍ତୁ ।

ଯଦି ଆପଣଙ୍କ ନିଦ ରାତି ୧୨ ପାଖାପାଖି ଭାଙ୍ଗି ଯାଉଛି ତେବେ ଏହାର ଅର୍ଥ କୌଣସି ଅଦୃଶ୍ୟ ଅଜଣା ଶକ୍ତି ଆପଣଙ୍କ ସହିତ ସମ୍ପର୍କ କରିବାକୁ ଚାହୁଁଛି । ଏହାଦ୍ବାରା ଆପଣଙ୍କ ଜୀବନକୁ ମଧ୍ୟ ବିପଦ ହୋଇପାରେ । ଯଦି ରାତି ୧ ରୁ ୩ ମଧ୍ୟରେ ନିଦ ଭାଙ୍ଗି ଯାଉଛି ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କର ଲିଭର ସମ୍ବନ୍ଧିତ ସମସ୍ୟା ରହିଛି ।

ଏପରି ହେଲେ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ , ସକାରାତ୍ମକ ଭାବନା ଆଣନ୍ତୁ ଏବଂ ମନ୍ତ୍ର ଜପ କରି ଶୋଇ ଯାଆନ୍ତୁ । ଏପରି କୁହାଯାଏ ଯେ ଯଦି ଆପଣ ରାତି ୧୨ ରୁ ୩ ମଧ୍ୟରେ ସ୍ୱପ୍ନ ଦେଖନ୍ତି ତେବେ ତାହା ଆଗାମୀ ୩ ବର୍ଷ ମଧ୍ୟର ତାହା ସତ ହୋଇଯିବ । ଏହାସହିତ ୧ ରୁ ୨ ମଧ୍ୟରେ ଦେଖାଯାଇଥିବା ସ୍ୱପ୍ନ ଏକ ବର୍ଷ ମଧ୍ୟରେ ସତ ହୋଇଥାଏ ।

ଯଦି ଆପଣଙ୍କ ନିଦ ରାତି ୩ ରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଏହି ସମୟରେ ବାତାବରଣରେ ଉପସ୍ଥିତ ଥିବା ଦିବ୍ୟ ଶକ୍ତି ମାନ ଚାହୁଁଛନ୍ତି ଯେ ଆପଣ ଉଠି ସ୍ନାନ କରି ଏହି ଦିବ୍ୟଶକ୍ତି ମାନଙ୍କର ଆରାଧନା କରନ୍ତୁ । ଯଦି ଆପଣଙ୍କ ନିଦ ସକାଳ ୫ ରୁ ୭ ମଧ୍ୟରେ ଭାଙ୍ଗୁଛି ତେବେ ହୁଏତ ଆପଣଙ୍କର ଫୁସଫୁସ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ।

ରାତି ୩ ରୁ ୫ ମଧ୍ୟରେ ପରିବେଶରେ ଅନେକ ଅଦୃଶ୍ୟ ଶକ୍ତି ରହିଥାଏ ଯାହା ହୁଏତ ଆପଣଙ୍କୁ ନିଦରୁ ଉଠାଇବାକୁ ଚାହୁଁଥାଏ । ଯାହାଦ୍ୱାରା ଆପଣଙ୍କ ନିଦ ଭାଙ୍ଗିଯାଏ । ଏହି ଅଜଣା ଶକ୍ତି ସର୍ବଦା ଆପଣଙ୍କୁ ସଜାଗ ରଖିବାକୁ ଚେଷ୍ଟା କରିଥାଏ । ଏହା ଜୀବନରେ ହେବାକୁ ଥିବା ବଡ଼ ପରିବର୍ତ୍ତନ ଦିଗରେ ଇସାରା କରିଥାଏ ।

୩ ରୁ ୫ ମଧ୍ୟରେ ନିଦ ଖୋଲିବାର ଅର୍ଥ ଆପଣଙ୍କ ଘରେ ଧନ ଧାନ୍ୟରେ ବୃଦ୍ଧି ହେବାକୁ ଯାଉଛି । ଆପଣଙ୍କ ଘରକୁ ଖୁସି ଆସିବାକୁ ଯାଉଛି । ସକାଳୁ ଜଲଦି ଉଠିବା କେବଳ ଶରୀର ପାଇଁ ନୁହେଁ ବରଂ ମନ ପାଇଁ ମଧ୍ୟ ଉତ୍ତମ ହୋଇଥାଏ । ଏହାଦ୍ବାରା ଅନେକ ଧାର୍ମିକ ଲାଭ ମଧ୍ୟ ହୋଇଥାଏ । ତେଣୁ ଏହି ସମୟରେ ନିଦ ଭାଙ୍ଗିଲେ ଦୀର୍ଘ ନିଶ୍ଵାସ ନିଅନ୍ତୁ । ଯେତେ ସମ୍ଭବ ସକାରାତ୍ମକ ବିଚାର ମନକୁ ଆଣନ୍ତୁ ।

ହନୁମାନଙ୍କ ଚରଣରେ ଏକ ଦୀପ ପ୍ରଜ୍ଜ୍ୱଳିତ କରନ୍ତୁ । ଏହାବ୍ୟତୀତ ଯଦି ୫ ରୁ ୭ ମଧ୍ୟରେ ଆପଣଙ୍କ ନିଦ ହଠାତ ଭାଙ୍ଗି ଯାଉଛି ତେବେ ଏହାର ଅର୍ଥ ଆପଣ ହୃଦୟରୁ ଅତ୍ୟନ୍ତ ଦୁଃଖିତ ଅଛନ୍ତି । ଆପଣ ଭାବନାତ୍ମକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୁର୍ବଳ ଅଛନ୍ତି । ସକାଳ ୫ ରୁ ୭ ମଧ୍ୟରେ ନିଦ ଭାଙ୍ଗିବା ଅର୍ଥ ଆପଣ ଅତ୍ୟନ୍ତ କ୍ରିୟାଶୀଳ ଅଟନ୍ତି । ଏହି ସମୟରେ ଆପଣଙ୍କ ଶକ୍ତିର ପ୍ରଭାବ ଅଧିକ ହୋଇଥାଏ । ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ପରେ ଉଠିଥାଏ ସେହି ବ୍ୟକ୍ତି ଜୀବନରେ କେବେ ଭଲ ଦିନ ଆସିବ ନାହିଁ । ଏହାବ୍ୟତୀତ ସେହି ବ୍ୟକ୍ତିକୁ କେବେବି ଆର୍ଥିକ ଲାଭ ମଧ୍ୟ ହେବ ନାହିଁ ।

Leave a Reply

Your email address will not be published. Required fields are marked *