କିଏ କେତେବି ଆବଶ୍ୟକ କରୁ , କିନ୍ତୁ ଏହି ଜିନିଷ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ , ଜାଣନ୍ତୁ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ :-

ସବୁ ଘରେ ଛୋଟ ବେଳୁ ହିଁ ସମସ୍ତଙ୍କୁ ଶିକ୍ଷା ଦିଆଯାଏ ଯେ ଅନ୍ୟକୁ କିପରି ସାହାଯ୍ୟ କରାଯାଏ ଏବଂ ଦରିଦ୍ର୍ୟକୁ କିପରି ଦାନ କରାଯାଏ । କିନ୍ତୁ ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି ଯେ କିଛି ଜିନିଷ ଏପରି ଅଛି ଯାହାକୁ ଭୁଲରେବି କାହାକୁ ଦେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଧନର ଲକ୍ଷ୍ମୀ ଆପଣଙ୍କ ଉପରେ ରୁସ୍ଟ ହେବେ । ଯାହାଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିବ । ତେବେ ଚାଲନ୍ତୁ ସେହି ଜିନିଷ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ସ୍ତ୍ରୀଙ୍କ ଗହଣା :-

ସ୍ତ୍ରୀଙ୍କ ଗହଣା ସେମାନଙ୍କ ଅମୂଲ୍ୟ ଅଭୂଷଣ ଅଟେ । ଯାହା ବିନା ସେମାନେ ଅଧା ହୋଇଥାନ୍ତି । ପୁଣି ଆଭୂଷଣର ଦେବୀ ମାତା ଲକ୍ଷ୍ମୀ ଅଟନ୍ତି । କୌଣସିବି ନୂଆ ଗହଣା ଆଣିଲେ ମହିଳା ମାନେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ତାହାକୁ ଧାରଣ କରିଥାନ୍ତି । ତେଣୁ ଭୁଲରେବି ଏହାକୁ କାହାକୁବି ଦେବା ଉଚିତ ନୁହେଁ । ଖାସ କରି ବିବାହିତ ମହିଳା ମାନେ ନିଜ ଆଭୂଷଣ କାହାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ ଘରୁ ଚାଲି ଯାଆନ୍ତି । ତେଣୁ ଗହଣା ଯାହାକି ଘରର ସୌହାର୍ଦ୍ଦ୍ୟ ତାହାକୁ କାହାକୁବି କୌଣସି ପରିସ୍ଥିତିରେ ଦିଅନ୍ତୁ ନାହିଁ ।

୨ . ଝାଡ଼ୁ :-

ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଯାହାକି ସ୍ୱଚ୍ଛତାର ଚିହ୍ନ ଅଟେ । ମାତା ଲକ୍ଷ୍ମୀଙ୍କର ପରିଷ୍କାର ପରିଚ୍ଛନ୍ନତା ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଝାଡୁକୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ନଚେତ ଘରର ଉନ୍ନତି ଏବଂ ସମୃଦ୍ଧି ଅନ୍ୟ ଘରକୁ ଚାଲିଯିବା ସହିତ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହେବେ ।

୩ . କ୍ଷୀର ଦହି :-

ସନ୍ଧ୍ୟା ସମୟରେ କେହିବି ମାଗିଲେ କ୍ଷୀର ଦହି କାହାକୁ ଦାନ କରିବା ଉଚିତ ନୁହେଁ । ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଧଳା ବସ୍ତୁ ଦ୍ୱାରା ନଜର ଜଲଦି ଲାଗିଯାଏ । ତେଣୁ ସୂର୍ୟ୍ଯ ଉଦୟ ପରେ ଭୁଲରେ ବି ଏହି ସବୁ ଜିନିଷ କାହାକୁ ଦିଅନ୍ତୁ ନାହିଁ ।

୪ . ଘରେ ସଞ୍ଚିତ ଧନ :-

କୌଣସି ବ୍ୟକ୍ତିକୁ ଧନର ଆବଶ୍ୟକତା ଥିଲେବି ଘରେ ସଞ୍ଚିତ କରି ରଖିଥିବା ଧନ , ସିନ୍ଦୁକ କିମ୍ବା ସ୍ୱାମୀ ରଖିଥିବା ଧନକୁ କାହାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ଅଭାବ ଦେଖା ଦେଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ଏହାଦ୍ବାରା ସମ୍ବନ୍ଧରେ ମଧ୍ୟ ତ୍ରୁଟି ଦେଖା ଦିଏ ।

୫ . ରୋଷେଇ ଘର :-

ମାତା ଲକ୍ଷ୍ମୀ ଅର୍ଥାତ ମାତା ଅନ୍ନପୂର୍ଣ୍ଣା ସ୍ୱଚ୍ଛତାକୁ ଅଧିକ ପସନ୍ଦ କରନ୍ତି । ଏହାବ୍ୟତୀତ ଆମେ ପ୍ରତ୍ୟେକ ଦିନ ଭୋଜନ ପୂର୍ବରୁ ମାତା ଅନ୍ନପୂର୍ଣ୍ଣାଙ୍କୁ ସ୍ମରଣ କରି ଭୋଜନ ଗ୍ରହଣ କରିଥାଉ । ତେଣୁ ରୋଷେଇ ଘରକୁ ମଧ୍ୟ ସବୁବେଳେ ପରିଷ୍କାର ରଖିବା ଉଚିତ ।

୬ . ଚକି ବେଳୁଣୀ :-

ଘରର ପ୍ରଥମ ରୁଟିକୁ ମାତା ଲକ୍ଷ୍ମୀଙ୍କ ନାମରେ କରାଯାଇ ଥାଏ ଯାହାକି ଗାଈକୁ ଖାଇବାକୁ ଦିଆଯାଏ । ତେଣୁ ଘରର ବେଲଣା କାଠି ଏବଂ ଚକିକୁ ଅନ୍ୟ ବ୍ୟକ୍ତିକୁ ଉପଯୋଗ ପାଇଁ ଦେବା ଉଚିତ ନୁହେଁ । ନଚେତ ତାସହିତ ଆପଣଙ୍କ ଭାଗ୍ୟ ମଧ୍ୟ ଅନ୍ୟ ଘରକୁ ଚାଲିଯିବ । ଆପଣ ସହଯୋଗ କରିବାକୁ ଚାହୁଁଥିଲେ ମାର୍କେଟରୁ ଅନ୍ୟ ଏକ ଚକି ଏବଂ ବେଲଣା କାଠି କିଣି ଦେଇ ପାରିବେ ।

କେଉଁ କାମ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୧ . ଘରର ମହିଳା ମାନେ ପ୍ରତ୍ୟେକ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ସାରି ଏକ ଲୁଟା ଜଳରେ ହଳଦୀ ମିଶାଇ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖିବା ଉଚିତ । ଏହା ପରେ ଓଁ ମହାଲକ୍ଷ୍ମୈ ଜପ କରିବା ଉଚିତ । ପୂଜା ପରେ ସେହି ଜଳକୁ ଘରର ମୁଖ୍ୟ ଦ୍ୱାର ନିକଟରେ ସିଞ୍ଚିଲେ ସକାରାତ୍ମକତା ବୃଦ୍ଧି ହୋଇଥାଏ । ବଳକା ପାଣିକୁ କୌଣସି ଗଛ ମୂଳରେ ଦେଇ ପାରିବେ । ଏହାଦ୍ୱାରା ଘରର ସମସ୍ତ ପ୍ରକାରର ଦୋଷ ଦୂର ହୋଇଥାଏ ଏବଂ ଘରକୁ ଦେବଦେବୀଙ୍କ ଆଗମନ ହୋଇଥାଏ । ଏହାଦ୍ବାରା ସ୍ୱାମୀଙ୍କ ସବୁ ପ୍ରକାରର ସମସ୍ୟା ମଧ୍ୟ ଦୂରେଇ ଯାଏ ।

୨ . ସକାଳୁ ରୋଟି କରିବା ସମୟରେ ପ୍ରଥମ ରୋଟି ଗାଈକୁ ଏବଂ ଶେଷ ରୋଟି କୁକୁରକୁ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ଏବଂ ଅଳ୍ପ ଦିନ ମଧ୍ୟରେ ହିଁ ଆର୍ଥିକ ଲାଭ ଆସିବା ଆରମ୍ଭ ହୋଇଯିବ ।

୩ . ରାତିରେ ଶୋଇବା ସମୟରେ ପିତ୍ତଳ ପାତ୍ରରେ ପାଣି ଭରି ରଖନ୍ତୁ । ସକାଳୁ ଉଠି ସେହି ପାଣିକୁ ଗଛ ମୂଳରେ ଢ଼ାଳିଲେ ଭାଗ୍ୟ ଚମକି ଥାଏ ।

୪ . କୌଣସି ପ୍ରକାରର ପୋଖରୀ , ନଦୀ କିମ୍ବା ଜଳାଶୟକୁ ଯାଇ ମାଛକୁ ଅଟା ଗୁଳି କରି ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ନିୟମିତ ଭାବରେ ଏହି ଉପାୟ କଲେ ଅଳ୍ପ ଦିନରେ ହିଁ ଭାଗ୍ୟ ଚମକି ଥାଏ ।

୫ . ଘରେ ଦେବଦେବୀଙ୍କୁ ପୂଜା କରିବା ସମୟରେ ସର୍ବଦା ସତେଜ ଫୁଲ ହିଁ ଦିଅନ୍ତୁ । ଯାହାଦ୍ୱାରା ଦେବଦେବୀଙ୍କ କୃପଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ ।

୬ . ସକାଳୁ ଉଠିବା ମାତ୍ରେ ନିଜର ହାତ ପାପୁଲିକୁ ତିନି ଚାରି ଥର ଦେଖି ନିଜ ମୁହଁରେ ବୁଲାଇ ନିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *