ଜନ୍ମାଷ୍ଟମୀ ରାତିରେ ତୁଳସୀ ଗଛ ସାମ୍ନାରେ କହି ଦିଅନ୍ତୁ ଏହି ଦୁଇ ଶବ୍ଦ , ମୁହଁରୁ ବାହାରିବା ମାତ୍ରେ ହେବ ସବୁ ମନସ୍କାମନା ପୂର୍ଣ୍ଣ :-

କୃଷ୍ଣ ଜନ୍ମାଷ୍ଟମୀ ସବୁ ହିନ୍ଦୁ ମାନଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପର୍ବ ଅଟେ । ତେବେ ଏହିଦିନ ବାଳ କୃଷଙ୍କ ପ୍ରତିମୂର୍ତ୍ତିକୁ ଅତି ନିଷ୍ଠାର ସହିତ ପୂଜା କରାଯାଇ ଦୋଳିରେ ଝୁଲା ଯାଇଥାଏ । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମଧରାତ୍ର ସମୟରେ ଅନୁଷ୍ଠିତ ହୋଇଥାଏ । ଏହିଦିନ ଭଗବଟ ଗୀତା ଏବଂ ପୁରାଣ ପାଠ କରିବା ସର୍ବଶ୍ରେଷ୍ଠ ହୋଇଥାଏ ।ତେବେ ଏହିଦିନ ଭଗବାନ କୃଷ୍ଣଙ୍କୁ ପୂଜା କରିବା ସମୟରେ କିଛି ବିଶେଷ ଜିନିଷ ଅର୍ପିତ କରିବା ଉଚିତ ଯାହାଦ୍ୱାରା ଭଗବାନ ଶ୍ରୀକୃଷ୍ଣ ବହୁତ ଜଲଦି ପ୍ରସନ୍ନ ହେବେ । ତେବେ ଚାଲନ୍ତୁ ଜାଣିନେବା ।

ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ସମୟରେ ଲହୁଣୀ ମିଶ୍ରୀ ଅର୍ପିତ କରନ୍ତୁ । ଏହାସହିତ ଭଗବାନନ୍କ ପ୍ରିୟ ବଇଁଶୀ ଏବଂ ମୟୁର ପର ଅର୍ପିତ କରିବା ଦ୍ୱାରା ଭାଗ୍ୟ ବଦଳି ଯାଏ । ଭଗବାନ ଶ୍ରୀକୃଷ୍ଣଙ୍କ କୃପା ମିଳିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କୁ ପଞ୍ଚାମୃତ ଦ୍ୱାରା ଅଭିଷେକ କରିବା ସମୟରେ ସେଥିରେ ତୁଳସୀ ପତ୍ର ନିଶ୍ଚୟ ପକାନ୍ତୁ । ତାହାକୁ ନିଜେ ମଧ୍ୟ ପ୍ରସାଦ ଆକାରରେ ସେବନ କରନ୍ତୁ ।

ଏହାଦ୍ବାରା ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ । ଏହିଦିନ ଶ୍ରୀକୃଷ୍ଣଙ୍କୁ ନିଶ୍ଚିତ ଭାବରେ ତୁଳସୀ ପତ୍ର ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ । ଏହିଦିନ ତୁଳସୀ ଗଛ ସାମ୍ନାରେ ଘିଅ ଦୀପ ପ୍ରଜ୍ଜ୍ଵଳିତ କଲେ ଏବଂ ଓଁ ନମଃ ଭଗବତେ ବାସୁଦେବାୟ ଜପ କରି ୧୧ ଥର ତୁଳସୀ ଚଉରାର ପରିକ୍ରମା କଲେ ପାରିବାରିକ କଳହ କ୍ଳେଶରୁ ମୁକ୍ତି ମିଳିଥାଏ । ଘରର ସ୍ଥିତି ମଧ୍ୟ ସୁଦୃଢ଼ ହୋଇଯାଏ ।

ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଞ୍ଚାମୃତରେ ତୁଳସୀ ପତ୍ର ପକାଇ ସ୍ନାନ କରାଇଲେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଯଦି ଚାକିରୀ ସମ୍ବନ୍ଧୀୟ କୌଣସି ସମସ୍ୟା ଥାଏ ତେବେ ତୁଳସୀ ଗଛରେ ମୋୖଲି ସୂତା କିମ୍ୱା ନାଲି ସୂତା ଅର୍ପିତ କରନ୍ତୁ । ଏହାଦ୍ବାରା ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ଯଦି ଆପଣ ଘରେ ଖୁସି ଚାହୁଁଛନ୍ତି ତେବେ ଏହିଦିନ ନିଜ ହାତରେ ଏକ ତୁଳସୀ ଗଛ ନିଶ୍ଚୟ ଲଗାନ୍ତୁ ।

ଏହାବ୍ୟତୀତ ଚାକିରୀ ସମ୍ବନ୍ଧୀୟ କିମ୍ବା କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ଏହିଦିନ ଏକ ତୁଳସୀ ଗଛ ନେଇ ମନ୍ଦିରରେ ରଖି ଆସନ୍ତୁ । ଦେଖିବେ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ। ଯଦି ଆପଣ ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଅର୍ପଣ କରନ୍ତି ତେବେ ସନ୍ତାନ ପ୍ରାପ୍ତିର ସମସ୍ୟା ଦୂର ହୋଇଯିବ ।

କାରଣ ତୁଳସୀ ମଙ୍ଗଳ ଗ୍ରହ ସହିତ ଜଡ଼ିତ ଅଛି । ତେଣୁ ଯଦି ଆପଣ ଜନ୍ମାଷ୍ଟମୀ ଦିନ ନିଜ ପର୍ସରେ କିମ୍ବା ସିନ୍ଦୁକରେ ତୁଳସୀ ପତ୍ର ରଖନ୍ତି ତେବେ ଏହା ଧନକୁ ଆକର୍ଷିତ କରିଥାଏ । ଯଦି ଆପଣ ବ୍ୟବସାୟରେ ଉନ୍ନତି ଚାହୁଁଛନ୍ତି ତେବେ ଏକ ପାତ୍ରରେ ପାଣି ନେଇ ସେଥିରେ ତିନୋଟି ତୁଳସୀ ପତ୍ର ପକାଇ ଦିଅନ୍ତୁ । ଏହାପରେ ସେହି ପାଣିକୁ ଆପଣଙ୍କ ବ୍ୟବସାୟ ସ୍ଥଳ କିମ୍ବା ଦୋକାନର କବାଟ କିମ୍ବା ଦ୍ୱାରରେ ସିଞ୍ଚି ଦିଅନ୍ତୁ ।

ଏପରି କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବ ଏବଂ ସଫଳତା ମିଳିବ । ଏମିତି ମାନ୍ୟତା ରହିଛି ଯେ ଗହମ ପେଷିବା ସମୟରେ ସେଥିରେ ତୁଳସୀ , କେଶର ଏବଂ ଚଣା ମିଶାଇ ପେଷିଲେ ମଧ୍ୟ ଆର୍ଥିକ ଲାଭ ମିଳିଥାଏ । ପରିବାରରେ ମଧ୍ୟ ସୁଖ ଶାନ୍ତି ଆସିଥାଏ । ଏହାବ୍ୟତୀତ ଯଦି ପ୍ରତ୍ୟେକ ଦିନ ତୁଳସୀ ଗଛ ମୂଳରେ ଦୀପ ଜଳାନ୍ତି ତେବେ ଆର୍ଥିକ ସମୃଦ୍ଧି ଏବଂ ପରିବାରରେ ସୁଖ ଶାନ୍ତି ଆସିଥାଏ ।

ଜନ୍ମାଷ୍ଟମୀ ଦିନ କୌଣସିବି ଭୋଜନ ବନାଇବା ସମୟରେ ସେଥିରେ ତୁଳସୀ ପତ୍ର ପକାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟର ତାଲା ଖୋଲିଯିବ । ଚାକିରୀ ସମ୍ବନ୍ଧୀୟ ସମସ୍ୟା ଥିଲେ ଏକ ଧଳା କପଡ଼ାରେ ୧୬ ଟି ତୁଳସୀ ମଞ୍ଜି ଗୁଡ଼ାଇ ଚାକିରୀ କ୍ଷେତ୍ରରେ ଗାଉଁଲାରେ ଦବାଇ ଦିଅନ୍ତୁ । ଘରର ରୋଷେଇ ଘରେ ଦୁଇଟି ତୁଳସୀ ପତ୍ର ନିଶ୍ଚୟ ରଖନ୍ତୁ । ଘରେ ସୁଖ ଶାନ୍ତି ନିଶ୍ଚୟ ରହିବ । ସ୍ନାନ କରୁଥିବା ପାଣିରେ ତୁଳସୀ ପତ୍ର ପକାଇ ସ୍ନାନ କଲେ ପରସ୍ପର ମଧ୍ୟରେ ପ୍ରେମ ବଢ଼ିଥାଏ । ପିଲାଙ୍କ ନଜର ଦୋଷ ଦୂର କରିବା ପାଇଁ ମଧ୍ୟ ତୁଳସୀର ଉପଯୋଗ କରନ୍ତୁ ।

Leave a Reply

Your email address will not be published. Required fields are marked *