ଜନ୍ମାଷ୍ଟମୀ ବଡ଼ ଗୁରୁବାରରେ କେବଳ ଏକ ଚିମୁଟା ହଳଦୀ ନେଇ କରନ୍ତୁ ଏହି ପ୍ରୟୋଗ , ଆସିବ ଅଗଣିତ ଧନ :-

ଗୁରୁବାର ଦିନଟି ଦେବଗୁରି ବୃହସ୍ପତିଙ୍କ ଦିନ ଅଟେ ଏବଂ ଏହି ଦିନ ଦେବଗୁରୁଙ୍କୁ ମନେଇବା ପାଇଁ ଅନେକ ପ୍ରକାରର ଉପାୟ କରାଯାଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ହଳଦୀର କିଛି ପ୍ରୟୋଗ ବିଷୟରେ କହିବୁ ଯାହାକି ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତ କରିବ । ହଳଦୀର କିଛି ଖାସ ପ୍ରୟୋଗ ଯଦି ଆପଣ ଗୁରୁବାର ଦିନ କରନ୍ତି ତେବେ ଦେବେଗୁରୁ ବୃହସ୍ପତି ମଜବୁତ ହୋଇଥାଏ । ଏହାଦ୍ବାରା ଜୀବନରେ ଧନ ଏବଂ ମାନ ସମ୍ମାନର ପ୍ରତିଷ୍ଠା ହୋଇଥାଏ । ହଳଦୀ ଏକ ବିଶେଷ ପ୍ରକାରର ଔଷଧି ଅଟେ ଯେଉଁଥିରେ ଦୈବୀ ଗୁଣ ରହିଥାଏ ।

ବିବାହରେ ବର ବଧୂଙ୍କୁ ହଳଦୀ ଲଗାଇବା ପଛରେ ମଧ୍ୟ ଏହି କାରଣ ଅଛି ଯେ ଯେପରି ଖରାପ ନଜର ନଲାଗେ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ । ହାତରେ କିମ୍ବା ବେକରେ ହଳଦୀ ଟୀକା ଲଗାଇଲେ ମଧ୍ୟ ବୃହସ୍ପତି ମଜବୁତ ହୋଇଥାଏ । ହଳଦୀ ଦାନ କରିବା ମଧ୍ୟ ଶୁଭ ହୋଇଥାଏ । ଏହାଦ୍ବାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀ ସମସ୍ୟାର ଅନ୍ତ ହୋଇଥାଏ । ଘର ବାହାରେ ହଳଦୀ ରେଖା ଟାଣିଲେ ନକରାତ୍ମକତା ପ୍ରବେଶ କରିପାରେ ନାହିଁ ।

ସ୍ନାନ କରିବା ସମୟରେ ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସ୍ନାନ କଲେ ଏହା ଶାରୀରିକ ଏବଂ ମାନସିକ ଶୁଦ୍ଧତା ଦେଇଥାଏ । ଏହାଦ୍ବାରା ଚାକିରୀ ଏବଂ ବ୍ୟବସାୟରେ ମଧ୍ୟ ଉନ୍ନତି ହୋଇଥାଏ । ହଳଦୀର ପ୍ରୟୋଗ ଦ୍ୱାରା ଜୀବନରେ ସମ୍ପୂର୍ଣ୍ଣ ତା ଆସିଥାଏ ଯାହାକି ନକରାତ୍ମକତାକୁ ଦୂର କରିଥାଏ । ଏହି କାରଣରୁ ହୋମ ରେ ଏହାର ବ୍ୟବହାର ହୋଇଥାଏ । ସୂର୍ଯ୍ୟ ଦେବଙ୍କୁ ହଳଦୀ ମିଶା ଜଳ ଅର୍ପଣ କଲେ ମନଇଚ୍ଛା ବର ପ୍ରାପ୍ତି ହୋଇଥାଏ ।

ବୃହସ୍ପତିଙ୍କ କୃପାରୁ ଅନେକ ସୁଖ ଲାଭ ହୋଇଥାଏ । ଯେମିତିକି ଆର୍ଥିକ , ସନ୍ତାନ ଏବଂ ଚାକିରୀ ଓ କ୍ୟାରିଅର ସମ୍ବନ୍ଧୀୟ ସମସ୍ତ ପ୍ରକାରର ସୁଖ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଶିକ୍ଷା କ୍ଷେତ୍ରରେ ବାଧା ଆସୁଥିଲେ ମଧ୍ୟ ବୃହସ୍ପତି ଦେବଙ୍କୁ ପ୍ରସନ୍ନ କରିବା ଉଚିତ । ଯଦି ଆପଣଙ୍କ ଘରେ କୌଣସି ପ୍ରକାରର ନକରାତ୍ମକତା ଅଛି କିମ୍ବା କେହି ଆପଣଙ୍କ ଉପରେ ତନ୍ତ୍ରମନ୍ତ୍ର କରି ଦେଇଛି ତେବେ ମଧ୍ୟ ହଳଦୀର ଏକ ପ୍ରୟୋଗ ଏସବୁଥିରୁ ମୁକ୍ତି କରି ପାରିବ ।

ଯଦି ଆପଣ କୌଣସି ବଡ଼ ରୋଗ ଯେପରିକି କ୍ୟାନ୍ସର ଭଳି ରୋଗରେ ପୀଡିତ ଅଛନ୍ତି ତେବେ ଆପଣ ହଳଦୀ ଦାନ କରିବା ଉଚିତ । ଏହାବ୍ୟତୀତ ମୁଣ୍ଡରେ ହଳଦୀ ଟୀକା ମଧ୍ୟ ଲଗାଇବା ଉଚିତ । ଏହାଦ୍ବାରା ଏହି ସମସ୍ୟା ଠିକ ହୋଇଯିବ । ଏହି ଉପାୟ ପ୍ରତିଦିନ କଲେ ନକରାତ୍ମକତା ମଧ୍ୟ ଦୂରେଇ ଯିବ । ଯଦି ବୃହସ୍ପତି ସମ୍ବନ୍ଧୀୟ ଅନ୍ୟ କୌଣସି ସମସ୍ୟା ଥାଏ ତେବେ ଏକ ହଳଦୀକୁ ହଳଦିଆ କପଡ଼ାରେ ବାନ୍ଧି ବାହୁରେ ବାନ୍ଧି ଦିଅନ୍ତୁ ।

ଏହାଦ୍ବାରା ବୃହସ୍ପତି ସମ୍ବନ୍ଧୀୟ ସବୁ ସମସ୍ୟା ଦୂରେଇ ଯିବ । ଏହି ଭଳି ପ୍ରତି ଗୁରୁବାର କଲେ ଭଲ ଫଳ ପ୍ରାପ୍ତ ହୋଇଥାଏ । ଯଦି ଆପଣ ଶାରୀରିକ ଏବଂ ମାନସିକ ଭାବରେ ନକରାତ୍ମକତା ଦ୍ୱାରା ଘେରି ରହିଛନ୍ତି ତେବେ ସ୍ନାନ କରୁଥିବା ଜଳରେ ଏକ ଚିମୁଟା ହଳଦୀ ମିଶାଇ ସ୍ନାନ କଲେ ମାନସିକ ଶାନ୍ତି ମିଳିଥାଏ । ନକରାତ୍ମକତା ଦୂରେଇ ଯାଏ ଏବଂ ଚାକିରୀ ସମ୍ବନ୍ଧୀୟ ସବୁ ସମସ୍ୟା ମଧ୍ୟ ଦୂରେଇ ଯାଏ ।

ପ୍ରତ୍ୟେକ ଦିନ ହଳଦୀ ତିଳକ ଲଗାଇଲେ ସବୁ ବିଗିଡ଼ି ଯାଇଥିବା କାମ ପୁଣିଥରେ ହୋଇଯାଏ । ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଘରେ କୌଣସି ପ୍ରକାରର ନକରାତ୍ମକ ଶକ୍ତିର ବାସ ଅଛି ତେବେ ମୁଖ୍ୟ ଗେଟ କିମ୍ବା ମୁଖ୍ୟ ଦ୍ୱାର ଥିବା କାନ୍ଥରେ ହଳଦୀ ରେଖା ଟାଣି ଦିଅନ୍ତୁ । ଦେଖିବେ ନକରାତ୍ମକତା ଉଭେଇ ଯିବ । ଏହି ଉପାୟ ପ୍ରତ୍ୟେକ ଦିନ ସକାଳ ସମୟରେ କରନ୍ତୁ । କାରଣ ହଳଦୀ ଦ୍ୱିପ୍ରହର ସମୟରେ ଉଡ଼ି ଯାଇଥାଏ ।

ଯଦି ଆପଣଙ୍କ ବିବାହରେ କୌଣସି ସମସ୍ୟା ରହିଛି କିମ୍ବା ସଠିକ ଜୀବନସାଥୀ ପାଇବାରେ ସମସ୍ୟା ହେଉଛି ତେବେ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରୁଥିବା ଜଳରେ ଏକ ଚିମୁଟା ହଳଦୀ ମିଶାଇ ଅର୍ପଣ କରନ୍ତୁ । ଏହାବ୍ୟତୀତ ଲୋଟାରେ ଲାଗି ଯାଇଥିବା ହଳଦୀକୁ ନିଜ ମସ୍ତକରେ ଲଗାନ୍ତୁ । ଏହାଦ୍ବାରା ବିବାହ ସମ୍ବନ୍ଧୀୟ ସମସ୍ୟା ସୁଧୁରି ଯିବ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହେଉ ତେବେ ଗୁରୁବାର ଦିନ ପୁରା ଘରେ ହଳଦୀ ପାଣି ସିଞ୍ଚନ କରନ୍ତୁ ।

ଏଥିପାଇଁ ଅଳ୍ପ ଶୁଦ୍ଧ ଜଳ , ଗଙ୍ଗା ଜଳ ଏବଂ ଏକ ଚିମୁଟା ହଳଦୀ ନେଇ ଘରର ପ୍ରତି କୋଣଅନୁକୋଣରେ ସିଞ୍ଚି ଦିଅନ୍ତୁ । ଯଦି ଆପଣ ଏହି ଉପାୟ ପ୍ରତ୍ୟେକ ଦିନ କରନ୍ତି ତେବେ ଖୁବ ଭଲ ଲାଭ ପ୍ରାପ୍ତ ହେବ । ଗୁରୁବାର ଦିନ ଏକ ସାଧା କାଗଜ ନେଇ ସେଥିରେ ମଧ୍ୟ ଏକ ସରଳ ଉପାୟ କରି ପାରିବେ । ପ୍ରଥମେ ଏକ ଚିମୁଟା ହଳଦୀ ନେଇ ସେଥିରେ ଗୋଲାପ ଜଳ କିମ୍ବା ଗଙ୍ଗା ଜଳ କିମ୍ବା ଶୁଦ୍ଧ ଜଳ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।

ଏହାପରେ ତାହାକୁ ନେଇ ନିଜ ଅନାମିକା ଆଙ୍ଗୁଠି ଯୋଗେ ସାଧା କାଗଜରେ ଶ୍ରୀ ଲେଖନ୍ତୁ । ଏହାପରେ ତାହାକୁ ପୂଜା ଘରେ ରଖି ସବୁଦିନ ଭଳି ପୂଜା କରନ୍ତୁ । ଏହାପରେ ତାହାକୁ ନିଜ ପର୍ସ କିମ୍ବା ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ପ୍ରତ୍ୟେକ ଗୁରୁବାର ଏହି କାଗଜକୁ ବଦଳାଇ ଦିଅନ୍ତୁ । ଯଦି ନିରନ୍ତର ଆପଣ ଏହି ଉପାୟ କରନ୍ତି ତେବେ ଆପଣଙ୍କୁ ଖୁବ ଶୁଭ ଫଳ ପାପ୍ତ ହେବ । ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ ଏବଂ ଆର୍ଥିକ ଅଭିବୃଦ୍ଧି ହେବ ।

Leave a Reply

Your email address will not be published. Required fields are marked *