ଜାଣନ୍ତୁ ଜନ୍ମାଷ୍ଟମୀ ବ୍ରତ ଏବଂ ପୂଜାର ସମ୍ପୂର୍ଣ୍ଣ ବିଧି , ଏହି ଭୋଗ ଲଗାଇଲେ ହୋଇଥାଏ ସବୁ ମନସ୍କାମନା ପୂର୍ଣ୍ଣ

ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ବ୍ରତର ଅନେକ ମହତ୍ତ୍ୱ ରହିଛି । ଏହି ବ୍ରତ ସାତ ଜନ୍ମର ପାପକୁ ନଷ୍ଟ କରିବାର ସାମ୍ୟର୍ଥ ରଖିଥାଏ । ଏହି ବ୍ରତକୁ କରିବା ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହେ ଏବଂ ଜୀବନରେ କେବେ କୌଣସି ପ୍ରକାରର ସମସ୍ୟା ଆସେ ନାହିଁ । ଏହିଦିନ ଶ୍ରୀକୃଷ୍ଣଙ୍କ ପୂଜା କଲେ ସୁସନ୍ତାନ , ଦୀର୍ଘ ଆୟୁଷ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ଜନ୍ମାଷ୍ଟମୀ ପର୍ବକୁ ମନାଇ ସବୁ ପ୍ରକାରର ମନସ୍କାମନା ପୂରଣ କରାଯାଇ ପାରେ । ଯେଉଁ ବ୍ୟକ୍ତିଙ୍କର ଚନ୍ଦ୍ରମା ଦୁର୍ବଳ ଥାଏ ସେହି ବ୍ୟକ୍ତିଙ୍କୁ ଏହି କାରଣରୁ ବିଶେଷ ଲାଭ ମିଳିଥାଏ । ଆଜି ଆମେ ଏହି ଲେଖାରେ ଜନ୍ମାଷ୍ଟମୀ ପର୍ବ ପୂଜାର ସମ୍ପୂର୍ଣ୍ଣ ବିଧି ବିଷୟରେ କହିବୁ ।

ଜନ୍ମାଷ୍ଟମୀକୁ ଗୋକୁଳାଷ୍ଟମୀ ମଧ୍ୟ କୁହାଯାଏ । ଯାହାକୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଭାବରେ ସାରା ଦେଶରେ ଖୁବ ଉତ୍ସାହର ସହିତ ପାଳନ କରାଯାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ସବୁ ପ୍ରକାରର ଦୁଷ୍ଟ ଶକ୍ତିକୁ ନାଶ କରିବାର ଏକମାତ୍ର ଉପାୟ ବୋଲି କୁହାଯାଏ । ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ତେଣୁ ପ୍ରତ୍ୟେକ ବର୍ଷ ଏହିଦିନକୁ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଏ ।

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହେବାର ଏକମାତ୍ର ଉଦ୍ଦେଶ୍ୟ ଥିଲା ସେତେବେଳେ ପୃଥିବୀ ପୃଷ୍ଠରେ ସବୁ ପ୍ରକାରର ଦୁଷ୍ଟ ଶକ୍ତିର ନାଶ କରିବା । ଯାହା ମଧ୍ୟରୁ ମାମୁଁ କଂସ ଜଣେ ଥିଲେ । ଅଷ୍ଟମୀ ତିଥି ଅଗଷ୍ଟ ୧୮ ସନ୍ଧ୍ୟା ୦୯.୨୦ ମିନିଟରେ ଆରମ୍ଭ ହେବ ଏବଂ ଅଗଷ୍ଟ ୧୯ ରାତି ୧୦.୫୯ ମିନିଟରେ ସମାପ୍ତ ହେବ । ଏହି ବର୍ଷ ଜନ୍ମାଷ୍ଟମୀର ଦୁଇଟି ତିଥି ରହିଛି ।

ତେଣୁ କେହି କେହି ଏହାକୁ ଅଗଷ୍ଟ ୧୮ ରେ ତ ଆଉ କେହି ଅଗଷ୍ଟ ୧୯ ରେ ବୋଲି କହୁଛନ୍ତି । କିନ୍ତୁ ଧାର୍ମିକ ତଥ୍ୟ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ଜନ୍ମ ରାତି ୧୨ ରେ ହୋଇଥିଲା ତେଣୁ ଏହାକୁ ଅଗଷ୍ଟ ୧୮ ତାରିଖରେ ପାଳନ କରାଯିବ । ଏହି ଦିନ ରହିଥିବା ସମସ୍ତ ମୁହୁର୍ତ୍ତରେ ବିଶେଷ ଯୋଗ ହେଉଛି । ଏହି ସମୟରେ କୌଣସିବି ପୂଜା କିମ୍ବା ଧାର୍ମିକ କାର୍ଯ୍ୟର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହେବ ।

ତେବେ ଏହି ଦିନ ଲୋକେ ଭିନ୍ନ ଭିନ୍ନ ଉପାୟରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏହି ପୂଜାରେ କେଉଁ ସବୁ ଜିନିଷ ଜରୁରୀ ହୋଇଥାଏ ସେହି ବିଷୟରେ କହିବୁ । ତେବେ ଆବଶ୍ୟକୀୟ ସାମଗ୍ରୀ ମଧ୍ୟରେ କ୍ଷୀରା , ଦହି , ମହୁ , କ୍ଷୀର , ଗୋଟିଏ ଚୌକି , ହଳଦିଆ ବସ୍ତ୍ର , ପଞ୍ଚାମୃତ , ବାଳ କୃଷ୍ଣଙ୍କ ମୂର୍ତ୍ତି , ଗଙ୍ଗାଜଳ , ଦୀପ , ଘିଅ , ବାତି , ଚନ୍ଦନ , ଲହୁଣୀ , ମିଶ୍ରୀ , ଭୋଗ ସାମଗ୍ରୀ ଏବଂ ତୁଳସୀ ପତ୍ର ଅନ୍ୟତମ ।

ଏହାବ୍ୟତୀତ ଶ୍ରୀକୃଷ୍ଣଙ୍କ ବଇଁଶୀ ନିଶ୍ଚିତ ଭାବରେ ଏହି ପୂଜାରେ ସାମିଲ କରନ୍ତୁ । ବଇଁଶୀ ଶ୍ରୀକୃଷ୍ଣଙ୍କ ପ୍ରେମ ଏବଂ ମୟୁର ପର ବ୍ୟକ୍ତିତ୍ୱ । ତେଣୁ ଏହି ଦୁଇଟି ଜିନିଷକୁ ନିଶ୍ଚିତ ଭାବରେ ପୂଜାରେ ସାମିଲ କରନ୍ତୁ । ଏହାବ୍ୟତୀତ ଝୁଲଣା , ଗାଈ ବାଛୁରୀ ମୂର୍ତ୍ତି ଏବଂ ଭୋଗ ପାଇଁ ତିଆରି ହୋଇଥିବା ଲଡ଼ୁରେ ତୁଳସୀ ପତ୍ର ନିଶ୍ଚୟ ପକାନ୍ତୁ ।

ପୂଜା କରିବାର ବିଧି :-

ସକାଳୁ ଜଲଦି ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ । ଏହାପରେ ପ୍ରଥମେ ପୂଜାଘର ଏବଂ ପୂଜାସ୍ଥାନକୁ ପରିଷ୍କାର କରନ୍ତୁ । ପ୍ରଥମେ ଶ୍ରୀଗଣେଶ ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ ପୂଜା ପରେ ଶ୍ରୀକୃଷ୍ଣଙ୍କୁ ପୂଜା କରନ୍ତୁ । ଭଗବାନ ଶ୍ରୀକୃଷ୍ଣଙ୍କୁ ଗଙ୍ଗା ଜଳ , ସାଧାରଣ ଜଳ , କେଶର ମିଶ୍ରିତ ଜଳ କିମ୍ବା ପଞ୍ଚାମୃତରେ ଅଭିଷେକ କରାଇ ହଳଦିଆ ବସ୍ତ୍ର ପରିଧାନ କରାନ୍ତୁ ।

ତାପରେ ବିଧିବିଧାନ ପୂର୍ବକ ପୂଜା କରି କିଛି ସମୟ ଝୁଲଣାରେ ଝୁଲାନ୍ତୁ । ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତି ବାଳ କୃଷ୍ଣଙ୍କୁ ଝୁଲାଇ ଥାନ୍ତି ତାଙ୍କର ସବୁ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ । ଏହାପରେ ଭୋଗ ଲଗାନ୍ତୁ । ଏହିଦିନ ଗୀତା ଏବଂ ବିଷ୍ଣୁ ପୁରାଣ ନିଶ୍ଚିତ ଭାବରେ ପାଠ କରିବା ଉଚିତ । ଏହିଦିନ ରାତି ୧୨ ପରେ ହିଁ ଭଗବାନ ଶ୍ରୀକୃଷ୍ଣଙ୍କ ଆରାଧନା ନିଜ ପରିବାର ସହିତ ମିଶି କରନ୍ତୁ । ନିଜ ସାମ୍ୟର୍ଥ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କଲେ ମନରେ ଶାନ୍ତି ମିଳିଥାଏ ।

ଭଗବାନ ଶ୍ରୀକୃଷ୍ଣଙ୍କୁ ଲହୁଣୀ ମିଶ୍ରୀ ଅଧିକ ପସନ୍ଦ ଅଟେ । ତେଣୁ ଭୋଗରେ ଲହୁଣୀ ସହିତ ମିଶ୍ରୀ ମିଶାଇ ଅର୍ପିତ କଲେ ଭଗବାନ ଶ୍ରୀକୃଷ୍ଣ ବହୁତ ଜଲଦି ପ୍ରସନ୍ନ ହେବେ । ଶ୍ରୀକୃଷ୍ଣଙ୍କୁ ପଞ୍ଚାମୃତ ଭୋଗ ଏବଂ ଲଡ଼ୁ ଭୋଗ ମଧ୍ୟ ଅର୍ପିତ କରାଯାଏ । ପଞ୍ଚାମୃତ ଭୋଗ ଲଗାଇବା ନିଶ୍ଚିତ ଅଟେ । ନଚେତ ପୂଜା ଅଧା ରହିଯାଏ । ଭଗବାନ ଶ୍ରୀକୃଷ୍ଣଙ୍କର ଲଡ଼ୁ ଅତ୍ୟନ୍ତ ପସନ୍ଦ ଅଟେ । ତେଣୁ ଶୁଖିଲା ଜିନିଷରେ ହଁ ଲଡ଼ୁ ତିଆରି କରନ୍ତୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପିତ କରି ଘରେ ପରିବାର ସଦସ୍ୟଙ୍କୁ ପ୍ରସାଦ ଆକାରରେ ବାଣ୍ଟି ଦିଅନ୍ତୁ । ଭଗବାନ ଶ୍ରୀକୃଷ୍ଣଙ୍କୁ ଛପନ ଭୋଗ ଲଗାଇବାର ମଧ୍ୟ ବିଧି ରହିଛି ।

ଜନ୍ମାଷ୍ଟମୀ ଦିନ ବ୍ରତ ନକରୁଥିବା ବ୍ୟକ୍ତି ବାଇଗଣ , ମାଛ , ମାଂସ ଏବଂ ଅଣ୍ଡା ଖାଇବା ଉଚିତ ନୁହେଁ । ଏହାବ୍ୟତୀତ ମଦ , ପିଆଜ ରସୁଣର ସେବନ କରିବା ଉଚିତ ନୁହେଁ । ସବୁଜ ପନିପରିବା ଖାଇବା ଉଚିତ ନୁହେଁ । ଏହିଦିନ ଜୀବ ହତ୍ୟା କରିବା ଉଚିତ ନୁହେଁ ନଚେତ ଜୀବ ହତ୍ୟାର ପାପ ଲାଗିପାରେ । ଏହିଦିନ ଶୁଦ୍ଧ ସାତ୍ଵିକ ଭୋଜନ କରିବା ଉଚିତ । ଏହାବ୍ୟତୀତ ଯେଉଁମାନେ ବ୍ରତ କରୁଛନ୍ତି ସେମାନେ ଏସବୁ ବ୍ୟତୀତ ଭାତ ଖାଇବା ଉଚିତ ନୁହେଁ କିମ୍ବା ସାଧାରଣ ଲୁଣ ମଧ୍ୟ ଖାଇବା ଉଚିତ ନୁହେଁ । ଏହିଦିନ ହଳଦୀ ଏବଂ ସୋରିଷ ତେଲ ମଧ୍ୟ ଖାଇବା ଉଚିତ ନୁହେଁ । ନଚେତ ବ୍ରତର ଫଳ ପ୍ରାପ୍ତ ହୋଇ ନଥାଏ ।

Leave a Reply

Your email address will not be published. Required fields are marked *