ଜନ୍ମାଷ୍ଟମୀ ଦିନ ସକାଳୁ ଖାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣ କଣ କହିଛନ୍ତି

ବର୍ତ୍ତମାନ ସମୟରେ ମନୁଷ୍ୟ ପାଇଁ ସବୁଠାରୁ ଅଧିକ ଜରୁରୀ ଜିନିଷ ହେଉଛି ଟଙ୍କା । ଏଥିପାଇଁ ମନୁଷ୍ୟ ବହୁତ ପରିଶ୍ରମ କରିଥାଏ । କିନ୍ତୁ ଏତେ ପରିଶ୍ରମ କରିବା ସତ୍ତ୍ୱେବି ମନୁଷ୍ୟକୁ ସଫଳତା ମିଳେନାହିଁ । ପୁଣି ଆର୍ଥିକ ଲାଭ ହେବାତ ଦୂରର କଥା । କିନ୍ତୁ ଏସବୁ ହେବା ପଛରେ କାରଣ ହେଉଛି ମନୁଷ୍ୟର କିଛି ଭୁଲ ଯେଉଁ କାରଣରୁ ମନୁଷ୍ୟକୁ ଏପରି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

ଯାହାକି ଆମର ପୁରୁଣା ଧର୍ମଗ୍ରନ୍ଥ ଏବଂ ଶାସ୍ତ୍ରରେ ଲେଖାଯାଇଛି । ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କିଛି ଏପରି ଜିନିଷ ଅଛି ଯାହାକୁ ଜନ୍ମାଷ୍ଟମୀ ଦିନ ଖାଇବା ଦ୍ୱାରା ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ । ଯାହାକୁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ ।

ଘରକୁ ଦାରିଦ୍ର୍ୟତା ଆସିବାର କାରଣ ମନୁଷ୍ୟ ନିଜେ । ସକାଳୁ ଉଠି ମନୁଷ୍ୟ କିଛି ଏପରି ଭୁଲ କରିଥାଏ । ଯେଉଁ କାରଣରୁ ତାକୁ ଦାରିଦ୍ର୍ୟତାର ସାମ୍ନା କରବାକୁ ପଡ଼ିଥାଏ ।

୧ . ଆଇନା :-

ସକାଳୁ ଉଠିବା ମାତ୍ରେ ଭୁଲରେବି ଆଇନାରେ ନିଜ ମୁହଁ ଦେଖିବା ଉଚିତ ନୁହେଁ । କାରଣ ସକାଳୁ ଉଠି ସର୍ବପ୍ରଥମେ ଆଇନାରେ ମୁହଁ ଦେଖିବା ଦ୍ୱାରା ଦାରିଦ୍ର୍ୟତା ଆସିଥାଏ ।

୨ . ଭୋଜନ :-

ସକାଳୁ ଉଠିବା ମାତ୍ରେ ଭୋଜନ କରିବା ଉଚିତ ନୁହେଁ । ଆଜିକାର ଆଧୁନିକ ଯୁଗରେ ଅନେକ ଲୋକ ଏପରି ଭୁଲ କରୁଛନ୍ତି । ଏପରି କରିବା ଦ୍ୱାରା ଦାରିଦ୍ର୍ୟତା ଆସିଥାଏ । କାରଣ ସକାଳୁ ଉଠି ପ୍ରଥମେ ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବାପରେ ହିଁ ଭୋଜନ କରିବା ଉଚିତ । କାରଣ ଆମେ ଅନ୍ନ ସୂର୍ଯ୍ୟଦେବଙ୍କ ଦୟାରୁ ହିଁ ପାଇଥାଉ । ଏହାବ୍ୟତୀତ ମୁହଁ ଏବଂ ଦାନ୍ତ ସଫା ନକରିବା ଯାଏଁ ଅନ୍ନ ଗ୍ରହଣ କରିବା ଉଚିତ ନୁହେଁ ।

୩ . ଭାଗ୍ୟକୁ ନିନ୍ଦିବା :-

ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଭଗବାନଙ୍କୁ ଆରାଧନା କରିବା ଉଚିତ । କିନ୍ତୁ ସକାଳୁ ଉଠିବା ମାତ୍ରେ ଭାଗ୍ୟକୁ ନିନ୍ଦା କରିବା କିମ୍ବା ନକରାତ୍ମକ କଥା ଭାବିବା ଉଚିତ ନୁହେଁ । ଏହାଦ୍ବାରା ଆମର ପୁରା ଦିନଚର୍ଯା ଖରାପ ଯାଇଥାଏ । ବରଂ ଭଗବାନଙ୍କୁ ସ୍ମରଣ କରି ପ୍ରାର୍ଥନା କରିବା ଉଚିତ ।

୪ . ଗଙ୍ଗା ଜଳ :-

ଗଙ୍ଗା ଏକ ପବିତ୍ର ନଦୀ ଯେଉଁଠି ସ୍ୱୟଂ ଦେବଦେବୀ ମଧ୍ୟ ସ୍ନାନ କରନ୍ତି । ତେଣୁ ରାତିରେ ଶୋଇବା ସମୟରେ ଏକ ତମ୍ବା ଲୋଟାରେ କିଛି ଗଙ୍ଗା ଜଳ ନେଇ ମୁଣ୍ଡ ପାଖରେ ରଖି ଦିଅନ୍ତୁ ଏବଂ ସକାଳୁ ଉଠି ସେଥିରୁ ଅଳ୍ପ ବିଛଣାରେ ସିଞ୍ଚନ କରିବା ସହିତ ବାକି ଜଳୁ ପିଇ ଦିଅନ୍ତୁ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଏପରି କରିବା ଦ୍ୱାରା ବ୍ୟକ୍ତିକୁ ଯୁଗ ଯୁଗର ପ୍ରାପ୍ତି ହୋଇଯାଏ । ଶାସ୍ତ୍ର ଅନୁସାରେ ମୃତ୍ୟୁ ପୂର୍ବରୁ ବ୍ୟକ୍ତି ତୁଣ୍ଡରେ ଗଙ୍ଗା ଜଳ ଦେଲେ ସବୁ ପାପ ଦୂର ହୋଇଯାଏ ଏବଂ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।

୫ . ଯଦି ଆପଣ ଚାହୁଁଛନ୍ତି ଯେ ଜୀବନରୁ ଦାରିଦ୍ର୍ୟତା ଦୂର ହୋଇଯାଉ ତେବେ ସକାଳୁ ଉଠିବା ମାତ୍ରେ ଆଇନାରେ ମୁହଁ ନଦେଖି ନିଜ ପ୍ରିୟ ଦେବତାଙ୍କୁ ଆରାଧନା କରନ୍ତୁ କିମ୍ବା ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରନ୍ତୁ । ଏହାବ୍ୟତୀତ ସକାଳୁ ଉଠି ମାଟି ମା ଙ୍କୁ ସ୍ପର୍ଶ କରି ପ୍ରଣାମ କରନ୍ତୁ ଏବଂ କ୍ଷମା ମାଗି ତାଙ୍କ ଉପରେ ପାଦ ରଖନ୍ତୁ । ଏହାଦ୍ୱାରା ଭାଗ୍ୟରେ ପଡ଼ିଥିବା ସମସ୍ୟା ମଧ୍ୟ ଦୂର ହୋଇଯାଏ । ସ୍ନାନ ପାଏ ଗୁରୁଜନଙ୍କ ଆଶୀର୍ବାଦ ନେବାକୁ ଭୁଲନ୍ତୁ ନାହିଁ ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସକାଳୁ କେଉଁ ଜିନିଷ ଖାଇବା ଉଚିତ :-

୧ . ସକାଳୁ ଯଦି ଆପଣ କୌଣସି ସ୍ଥାନକୁ ବାହାରକୁ ଯାଉଛନ୍ତି ତେବେ ୩ – ୪ ଦାନା ଚାଉଳ ନିଶ୍ଚୟ ଖାଇ ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ ।

୨ . ଯଦି ସକାଳୁ ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି ତେବେ ଭଗବାନଙ୍କ ବେକରେ କିମ୍ବା ଚରଣରେ ଥିବା କୌଣସି ଫୁଲର ଏକ ପାଖୁଡ଼ା ନେଇ ଆଶୀର୍ବାଦ ଭାବି ନିଶ୍ଚୟ ଖାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ସ୍ୱୟଂ ଈଶ୍ୱରଙ୍କ କୃପା ପ୍ରାପ୍ତ ହେବ ।

୩ . ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ସକାଳୁ ମିଠା ଖାଇବା ଦ୍ୱାରା କିମ୍ବା ଯଦି ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି ତେବେ ମିଠା ଖାଇଲେ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ଭାଗ୍ୟ ଉଦୟ ହୋଇଥାଏ ।

୪ . ଯଦି ଆପଣ ସକାଳୁ କୌଣସି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତେବେ ମଥାରେ ଚନ୍ଦନ ତିଳକ ନିସ୍ଚୟ ଲଗାନ୍ତୁ . ଏହାଦ୍ବାରା ସେହି ବ୍ୟକ୍ତି ଉପରେ ଈଶ୍ୱରଙ୍କ କୃପା ସର୍ବଦା ବଜାୟ ରହିଥାଏ ।

୫ . ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଥାଏ ସେହି ବ୍ୟକ୍ତି ଭଗବାନଙ୍କ କୃପା ଲାଭ କରିଥାଏ । ଏହାଦ୍ବାରା ସେ ସମାଜରେ ମାନ ସମ୍ମାନର ଅଧିକାରୀ ହେବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ ।

Leave a Reply

Your email address will not be published. Required fields are marked *