ଜନ୍ମାଷ୍ଟମୀ ଦିନ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ , ଦେଖିବେ ଅଳ୍ପ ଦିନରେ ହୋଇଯିବେ କୋଟିପତି :-

ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳିତ ହୋଇଥାଏ । ଏହିଦିନ ଶ୍ରୀକୃଷ୍ଣଙ୍କଙ୍କର ଜନ୍ମ ହୋଇଥିଲା । ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଝୁଲଣା ତିଆରି କରାଯାଏ ଏବଂ ତାଙ୍କର ସାଜସଜ୍ଜା କରାଇ ଜନ୍ମଦିନ ପାଳିତ ହୋଇଥାଏ । କାରଣ ଏହିଦିନ ମଧ୍ୟରାତ୍ରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ । ତେବେ ଏହିଦିନ ବ୍ରତ ରଖିବାର ମଧ୍ୟ ନିୟମ ରହିଛି ।

ଏହିଦିନ ବ୍ରତ ରଖିଲେ ଭଗବାନ ନିଃସନ୍ତାନଙ୍କୁ ସନ୍ତାନର ଆଶୀର୍ବାଦ ମଧ୍ୟ ଦିଅନ୍ତି । ଏହିଦିନ ଅନେକ ପ୍ରକାରର ଏପରି ଉପାୟ ଏବଂ ପ୍ରୟୋଗ କରାଯାଏ ଯାହାଦ୍ୱାରା ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ଖୁସି ହୁଅନ୍ତି ଏବଂ ନିଜ ଭକ୍ତର ସମସ୍ତ ମନସ୍କାମନା ମଧ୍ୟ ପୂରଣ କରନ୍ତି । ତେବେ ଏହିଦିନ କିଛି ଜରୁରୀ ଜିନିଷ ଘରକୁ ନେଇ ଆସନ୍ତୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପିତ କରନ୍ତୁ । କାରଣ କିଛି ସ୍ୱତନ୍ତ୍ର ଜିନିଷ ଅର୍ପିତ କରିବା ଦ୍ୱାରା ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ଖୁସି ହୁଅନ୍ତି । ତେଣୁ ଆଜିକାର ଏହି ଲେଖାରେ ଆମେ ସେହି ୭ ଟି ଜିନିଷ ବିଷୟରେ କହିବୁ

୧ . ଚନ୍ଦନ :-

ସବୁ ଘରେ ଚନ୍ଦନ ରହିବା ନିତାନ୍ତ ଜରୁରୀ ଅଟେ । କାରଣ ଚନ୍ଦନ ପୂଜାରେ ଲାଗିଥାଏ । ଯେଉଁ ଘରେ ଚନ୍ଦନ ଥାଏ ସେହି ଘରେ ରାହୁ ଦୋଷ ଲାଗିନଥାଏ । ଏହାବ୍ୟତୀତ ଚନ୍ଦନ ତିଳକ ଲଗାଇଲେ ଶାନ୍ତି ମିଳିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଚନ୍ଦନ ତିଳକ ଲଗାଇଲେ ମନରେ ପ୍ରସନ୍ନତା ଆସିଥାଏ ।

୨ . ବୀଣା :-

ବୀଣାକୁ ମାତା ସରସ୍ୱତୀ କହିଲେ ମଧ୍ୟ କିଛି ଅତୁକ୍ତି ହେବ ନାହିଁ । ତେଣୁ ଘରେ ନିଶ୍ଚିତ ଭାବରେ ଛୋଟ କିମ୍ବା ବଡ଼ ବୀଣା କିମ୍ବା ଫୋଟ ଆଣି ରଖିଲେ ମଧ୍ୟ ମାତା ସରସ୍ୱତୀ ପ୍ରସନ୍ନ ହୁଅନ୍ତି । ପରିବାର ସଦସ୍ୟଙ୍କ ବୁଦ୍ଧିରେ ବିକାଶ ହୋଇଥାଏ । ସେହି ଘରେ ପିଲାମାନେ ସବୁ କ୍ଷେତ୍ରରେ ଉନ୍ନତି କରନ୍ତି ଏବଂ ସେହି ଘରେ କେବେବି କୌଣସି ପ୍ରକାରର ସମସ୍ୟା ହୁଏନାହିଁ ।

୩ . ଘିଅ :-

ଶୁଦ୍ଧ ଗାଈ ଘିଅ ଘରେ ରହିବା ନିତାନ୍ତ ଆବଶ୍ୟକ ଅଟେ । ଘିଅ ଦୀପ ଜଳାଇଲେ ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଘିଅ ଖାଇଲେ ଶରୀର ମଧ୍ୟ ସୁସ୍ଥ ରହେ । ପୁଣି ଗାଈ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ଅଟେ । ତେଣୁ ଜନ୍ମାଷ୍ଟମୀ ଦିନ ଘରେ ଘିଅ ନିଶ୍ଚିତ ରୂପରେ ରହିବା ଉଚିତ ।

୪ . ମହୁ :-

ମହୁ ପ୍ରତ୍ୟେକ ଘରେ ରଖିବା ଉଚିତ । ଜନ୍ମାଷ୍ଟମୀ ଦିନ ଏହି ଜିନିଷକୁ ନିଶ୍ଚୟ ଆଣନ୍ତୁ । ମହୁ ଦେବଦେବୀଙ୍କୁ ପ୍ରସାଦ ଆକାରରେ ଅର୍ପିତ କଲେ ଆଶୀର୍ବାଦ ମିଳିଥାଏ । ଏହାଦ୍ବାରା ଭଗବାନ ଶ୍ରୀକୃଷ୍ଣ ମଧ୍ୟ ପ୍ରସନ୍ନ ହୁଅନ୍ତି ।

୫ . ବଇଁଶୀ :-

ଭଗବାନ ଶ୍ରୀକୃଷ୍ଣଙ୍କର ବଇଁଶୀ ବେଶ ପ୍ରିୟ ଅଟେ । ଯେଉଁ ଘରେ ବଇଁଶୀ ଥାଏ ସେହି ଘରେ ଧନ ଏବଂ ପ୍ରେମର କେବେ କୌଣସି ଅଭାବ ହୁଏନାହିଁ । ବାସ୍ତୁ ଅନୁସାରେ ଏହାକୁ ଘରେ ରଖିବା ଶୁଭ ହୋଇଥାଏ । ପୁଣି ବାଉଁଶରେ ତିଆରି ବଇଁଶୀ ରଖିବା ଦ୍ୱାରା ଘରର କଳହ କ୍ଳେଶ ଦୂରେଇ ଯାଏ । ଆପଣ ଚାହିଁଲେ ଚାନ୍ଦିର ବଇଁଶୀ ଆଣି ଶ୍ରୀକୃଷ୍ଣଙ୍କ ଫୋଟରେ ଲଗାଇ ପାରିବେ । ଏହାବ୍ୟତୀତ ସେଥିରେ ମୟୁର ପର ମଧ୍ୟ ଲଗାଇ ପାରିବେ । ତେଣୁ ଜନ୍ମାଷ୍ଟମୀ ଦିନ ବଇଁଶୀ ନିଶ୍ଚିତ ଭାବରେ ଘରେ ଆଣି ରଖନ୍ତୁ ।

୬ . ବାଳ ଗୋପାଳ :-

ଯଦି ଆପଣ ସନ୍ତାନ ସମ୍ବନ୍ଧୀୟ କୌଣସି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଘରର କାନ୍ଥରେ ବାଳ ଗୋପାଳର ଫୋଟ ଲଗାନ୍ତୁ କିମ୍ବା ଭଗବାନ ଶ୍ରୀକୃଷ୍ଣଙ୍କ ଫୋଟ ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ପ୍ରସନ୍ନ ହେବେ ଏବଂ ଘରକୁ କୌଣସି ପ୍ରକାରର ସମସ୍ୟା ମଧ୍ୟ ଆସିବ ନାହିଁ ।

୭ . ଗାଈ ବାଛୁରୀ :-

ଜନ୍ମାଷ୍ଟମୀ ଦିନ ଘରକୁ ଗାଈ ବାଛୁରୀ ମୂର୍ତ୍ତି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଘରର ଆର୍ଥିକ ସମସ୍ୟା ଧୀରେ ଧୀରେ ସୁଧୁରି ଯାଏ ଏବଂ ଘରକୁ ଧନର ଆଗମନ ହୋଇଥାଏ ।

୮ . ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଭଗବାନ ଶ୍ରୀକୃଷ୍ଣଙ୍କୁ ପାରିଜାତ ପୁଷ୍ପ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ । ଏହି ପୁଷ୍ପ ଅର୍ପଣ କରିବା ଦ୍ୱାରା ମନୁଷ୍ୟର ସବୁ ମନସ୍କାମନା ପୂରଣ ହୋଇଥାଏ ।

Leave a Reply

Your email address will not be published. Required fields are marked *