” ଜନ୍ମାଷ୍ଟମୀ ” ଭଗବାନ କୃଷ୍ଣ କୁହନ୍ତି ସକାଳୁ ଉଠି ଯିଏ ଏହି ଗୋଟିଏ ଜିନିଷ ଖାଇବ ତାଙ୍କ ଘରେ ଜମେଇକି ପଇସା ଆସିବ.

ଭଗବାନ ଶ୍ରୀକୃଷ୍ଣ ମଣିଷ ସମାଜ ପାଇଁ ସଦା ସର୍ବଦା କିଛି ନା କିଛି ଶିକ୍ଷା ଦେଇଥାନ୍ତି | ତାହା କୃଷ୍ଣ ଆଉ ସୁଦାମା ଙ୍କ ବନ୍ଧୁତାର ହେଉ ଅବା କୃଷ୍ଣ ଅର୍ଜୁନ ଙ୍କ ଗାଥା ହେଉ ସବୁ କିଛି ନା କିଛି ଶିକ୍ଷା ଦେଇଛି | ତେବେ ବନ୍ଧୁଗଣ ଆଜିର ଏହି ପୋଷ୍ଟ ରେ ଆମେ ଜାଣିବା ଶ୍ରୀକୃଷ୍ଣ କଣ କହିଛନ୍ତି? ଏହା ସହିତ ଆମେ ଜାଣିବା କିପରି ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିହେବ |

ତେବେ ଭଗବାନ କୃଷ୍ଣ କହିଛନ୍ତି କର୍ମ କରିଚାଲ କିନ୍ତୁ ଫଳ ର ଇଛା କର ନାହିଁ | ତେବେ ବନ୍ଧୁଗଣ ଘରେ ସର୍ବଦା ପୂଜା କରିବା ଉଚିତ କାରଣ କୁହାଯାଏ ଦିନ ରେ ନଅ ଥର ପ୍ରାଥନା ରୁ ଗୋଟିଏ ଥର ଭଗବାନ ଙ୍କ ପାଖରେ ପହଂଚି ଥାଏ | ତେବେ ବନ୍ଧୁଗଣ ଧୂପ ଦୀପ ସର୍ବଦା ଦେଇ ପୂଜା କରିବା ଉଚିତ ଏହା କରିବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜା ଦୂର ହୋଇଥାଏ | ତେବେ ସକାଳୁ ସର୍ବ ପ୍ରଥମେ କଣ କରିବା ଉଚିତ ଆସନ୍ତୁ ଜାଣିବା..

ତେବେ ବନ୍ଧୁଗଣ ସକାଳୁ ମଣିଷ ଶରୀରରେ ନୂତନ ଉର୍ଜା ର ସଂଚାର ହୋଇଥାଏ | ସକାଳୁ ଉଠିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏଥି ସହିତ ଆପଣଙ୍କ ଜୀବନ ରେ ସକାରାତ୍ମକ ପ୍ରଭାବ ଆସିଥାଏ | କୁହାଯାଏ ସକାଳ ଭଲ ହେଲେ ପୁରା ଦିନ ଭଲ ବିତିଥାଏ | ତେବେ ଭଗବାନ କୃଷ୍ଣ କୁହନ୍ତି ପୂଜା ପାଠ, ଯଜ୍ଞ ଆଦି ସବୁ ସକାଳେ କରିବା ଦ୍ୱାରା ବହୁତ ପ୍ରଭାବ ହୋଇଥାଏ |

ବନ୍ଧୁଗଣ ସକାଳୁ ଉଠି ସର୍ବ ପ୍ରଥମେ ମାଟି ମା କୁ ମୁଣ୍ଡିଆ ମାରିବା ଉଚିତ ହୋଇଥାଏ | ଭଗବାନ କୃଷ୍ଣ କୁହନ୍ତି ମାଟି ମା ବହୁତ ଦୁଃଖ କଷ୍ଟ ସହିଥାଏ ଆମ ପାଇଁ ତେବେ ସକାଳୁ ଯେଉଁ ବ୍ୟକ୍ତି ମାଟି ମା କୁ ପୂଜା କରେ ଅବା ସ୍ପର୍ଶ କରେ ସେ ବହୁତ ଆଗକୁ ଯାଇଥାଏ | ମଣିଷ ଶରୀର ମଧ୍ୟ ମାଟିର ତତ୍ୱ ରେ ତିଆରି ଏବଂ ଆମକୁ ଯାହା ବି ଦରକାର ମାଟି ମା ସବୁ କିଛି ଦିଏ ସେଥିପାଇଁ ମାଟି ମା କୁ ସକାଳୁ ଉଠି ପ୍ରଥମେ ପ୍ରଣାମ କରିବା ଉଚିତ |

ସକାଳୁ ଉଠି ସ୍ନାନ କରିବା ସମୟ ରେ ପାଣି ରେ ଗଙ୍ଗା ଜଳ ମିଶେଇକି ସ୍ନାନ କରନ୍ତୁ | ହିନ୍ଦୁ ଧର୍ମ ରେ ଗଙ୍ଗା ଜଳ କୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଇଛି | ଏହା ମହାଦେବ ଙ୍କ ମସ୍ତକରେ ଅଛି ତେବେ ଏହାକୁ ସକାଳୁ ଉଠି ଗାଧେଇବା ଦ୍ୱାରା ମଣିଷର ସମସ୍ତ ନକାରାତ୍ମକ ଉର୍ଜା ଦୂର ହୋଇଥାଏ | ଶନି ଙ୍କ ପ୍ରଭାବ ରୁ ମଧ୍ୟ ମଣିଷ ମୁକ୍ତି ପାଇଥାଏ |

ଏବେ ଆମେ ଆପଣଙ୍କୁ କହିବୁ ଯେ ଏମିତି କଣ ଜିନିଷ ଅଛି ଯାହା ବ୍ୟକ୍ତିକୁ ସକାଳୁ ନିଶ୍ଚିତ ଭାବେ ଖାଇବା ଆବଶ୍ୟକ ଅଟେ | ବନ୍ଧୁଗଣ ସକାଳ ସମୟରେ ଆପଣ ଭଗବାନଙ୍କୁ ଫୁଲ ମାଳ କିମ୍ଭା ଖାଲି ଫୁଲ ନିଶ୍ଚିତ ଚଢ଼ାଉଥିବେ | ଏବଂ ଯେତେବେଳେ ଆପଣ କିଛି ଶୁଭ କାମରେ ବାହାରୁଛନ୍ତି ସେତେବେଳେ ଆପଣଙ୍କୁ ଭଗବାନଙ୍କ ପାଖରେ ଚଢା ଯାଇଥିବା ଯେକୌଣସି ଫୁଲର ଏକ ପାଖୁଡ଼ାକୁ ଆଶ୍ରିବାଦ ଏବଂ ପ୍ରସାଦ ଭାବି ଖାଇନେବ ଆବଶ୍ୟକ ହୋଇଥାଏ

ଏମିତି କରିବା ଦ୍ୱାରା ଆପଣଙ୍କୁ ଭଗବାନଙ୍କର କୃପା ପ୍ରାପ୍ତ ହୋଇଥାଏ ଏବେ ଏମିତି କରିବା ଦ୍ୱାରା ଭଗବାନଙ୍କ କୃପାରୁ ଆପଣଙ୍କର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଯାଇଥାଏ | ଆପଣଙ୍କ ଆତ୍ମବିଶ୍ଵାସ ବଢିଥାଏ ଆପଣଙ୍କ ଭାଗ୍ୟ ଚମକି ଯାଇଥାଏ | ଏବଂ ଏମିତିକା ସଫଳତା ସବୁବେଳେ ଧନଯୋଗ ନେଇ ଆସିଥାଏ | ଏବଂ ଏହା ସହିତ ଘରୁ ସକାଳୁ ବାହାରିବା ବେଳେ 3-4ଟି ଚାଉଳ ମଧ୍ୟ ଖାଇନେବ ଆବଶ୍ୟକ ହୋଇଥାଏ |

ଏହା ଆପଣଙ୍କୁ ମାତା ଲଷ୍ମୀଙ୍କର ଅସୀମ କୃପା ପ୍ରାପ୍ତ କରାଇବ | ଯଦି ଆପଣ କୋୖଣସି ଗୁରୁତ୍ୱପୁର୍ଣ କାର୍ଯ୍ୟ କରିବାକୁ ଯୁଆଛନ୍ତି ତେବେ ଆପଣଙ୍କୁ ସର୍ବଦା କିଛି ମିଠା ଜିନିଷ ଖାଇକି ଯିବା ଜରୁରୀ ହୋଇଥାଏ | ଏହା ଦ୍ୱାରା ଆପଣଙ୍କ କାର୍ଯ୍ୟରେ ଶୁଦ୍ଧତା ଏବଂ ଶୁଭ ସଂକେତ ଆସିଥାଏ ଏବଂ ଆପଣଙ୍କ କାର୍ଯ୍ୟ ଶୀଘ୍ର ଶେଷ ହୋଇଯାଇଥାଏ |

Leave a Reply

Your email address will not be published. Required fields are marked *