ଜନ୍ମାଷ୍ଟମୀରେ ଏହି ଜିନିଷକୁ ଘରକୁ ଆଣିଲେ ହୋଇଥାଏ ଆର୍ଥିକ ଲାଭ ଏବଂ ଭଗବାନ ଶ୍ରୀକୃଷ୍ଣ ଦୂର କରନ୍ତି ସବୁ ସଙ୍କଟ :-

ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀର ଏକ ବିଶେଷ ମହତ୍ତ୍ୱ ରହିଛି । ଏହି ଦିନଟି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଏ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥାଏ । ଏହିଦିନ ରାତି ୧୨ ରେ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ ପାଳିତ ହୋଇ ଦୋଳି ଟଣା ଯାଇଥାଏ । ଏହାକୁ ଭକ୍ତ ମାନେ ଖୁବ ଉଲ୍ଲାସର ସହିତ ପାଳନ କରିଥାନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଏହି ଜନ୍ମାଷ୍ଟମୀ ପୂର୍ବରୁ ଯଦି ଆପଣ ଗୋଟିଏ ଜିନିଷ ଘରକୁ ଆଣି ରଖି ଦିଅନ୍ତି ତେବେ ଶ୍ରୀକୃଷ୍ଣଙ୍କର ଅସୀମ କୃପା ପ୍ରାପ୍ତ ହୋଇଥାଏ ।

ଅଷ୍ଟମୀ ତିଥି ଅଗଷ୍ଟ ୧୮ ସନ୍ଧ୍ୟା ୦୯.୨୦ ମିନିଟରେ ଆରମ୍ଭ ହେବ ଏବଂ ଅଗଷ୍ଟ ୧୯ ରାତି ୧୦.୫୯ ମିନିଟରେ ସମାପ୍ତ ହେବ । ଏହି ବର୍ଷ ଜନ୍ମାଷ୍ଟମୀର ଦୁଇଟି ତିଥି ରହିଛି । ତେଣୁ କେହି କେହି ଏହାକୁ ଅଗଷ୍ଟ ୧୮ ରେ ତ ଆଉ କେହି ଅଗଷ୍ଟ ୧୯ ରେ ବୋଲି କହୁଛନ୍ତି । କିନ୍ତୁ ଧାର୍ମିକ ତଥ୍ୟ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ଜନ୍ମ ରାତି ୧୨ ରେ ହୋଇଥିଲା ତେଣୁ ଏହାକୁ ଅଗଷ୍ଟ ୧୮ ତାରିଖରେ ପାଳନ କରାଯିବ । ଏହି ଦିନ ରହିଥିବା ସମସ୍ତ ମୁହୁର୍ତ୍ତରେ ବିଶେଷ ଯୋଗ ହେଉଛି । ଏହି ସମୟରେ କୌଣସିବି ପୂଜା କିମ୍ବା ଧାର୍ମିକ କାର୍ଯ୍ୟର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହେବ ।

ଜନ୍ମାଷ୍ଟମୀ କହିଲେ ଶ୍ରୀକୃଷ୍ଣଙ୍କ ବାଲ୍ୟାବସ୍ଥା ଏବଂ ଯୁବାବସ୍ଥାର ସୁନ୍ଦର ଚିତ୍ର ଆମ ଆଖି ଆଗରେ ନାଚି ଉଠୁଛି । ତେବେ ଏହିଦିନ ଶ୍ରୀକୃଷ୍ଣଙ୍କ ସାଜସଜ୍ଜା ଏବଂ ଶୃଙ୍ଗାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଯଦି ଆପଣ ଏହି ୮ ଟି ବସ୍ତୁକୁ ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ଆଣନ୍ତି ତେବେ ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ପ୍ରସନ୍ନ ହେବେ । ନଚେତ ଆପଣ ଯେ କୌଣସି ଗୋଟିଏବି ଆଣି ପାରିବେ । ସେହି ବସ୍ତୁକୁ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପିତ କରନ୍ତୁ ।

୧ . ମୟୁର ପର :-

ଏପରି ମାନ୍ୟତା ରହିଛି ଯେ ରାଧା ରାଣୀ ରହୁଥିବା ମହଲରେ ତାଙ୍କ ସହିତ ମୟୁର ମାନେ ମଧ୍ୟ ରହୁଥିଲେ । ଯେତେବେଳେ ଶ୍ରୀକୃଷ୍ଣଙ୍କ ମୁରଲୀ ଶବ୍ଦ ଶୁଣା ଯାଉଥିଲା । ସେତେବେଳେ ରାଧାଙ୍କ ସହିତ ମୟୁର ମାନେ ମଧ୍ୟ ନାଚିବାକୁ ଲାଗୁଥିଲେ । ଏମିତି ଦିନେ ଗୋଟିଏ ମୟୁର ପର ତଳେ ଖସି ପଡ଼ିବାରୁ ଶ୍ରୀକୃଷ୍ଣ ତାହାକୁ ଉଠାଇ ନେଇ ନିଜ ମୁଣ୍ଡରରେ ଖୋସି ଦେଇଥିଲେ । ଶ୍ରୀକୃଷ୍ଣଙ୍କ ମୁଣ୍ଡରେ ମୟୁର ପର ରାଧାଙ୍କ ପ୍ରେମର ପ୍ରତୀକ ବୋଲି କୁହାଯାଏ । ତେଣୁ ମୟୁର ପରକୁ ଶ୍ରୀକୃଷ୍ଣଙ୍କ ପୂଜାରେ ଲଗାଇବା ଉଚିତ । ଶାସ୍ତ୍ର ଅନୁଯାୟୀ ମୟୁର ପର ଘରର ବାସ୍ତୁ ଦୋଷକୁ ମଧ୍ୟ ଦୂର କରିଥାଏ ଏବଂ ସକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ । ତେଣୁ ଜନ୍ମାଷ୍ଟମୀ ପୂର୍ବରୁ ମୟୁର ପର ଆଣି ଘରେ ରଖିବା ଉଚିତ ।

୨ . ମୁରଲୀ :-

ଭଗବାନ ଶ୍ରୀକୃଷ୍ଣଙ୍କର ମୁରଲୀ ଅତ୍ୟନ୍ତ ପ୍ରିୟ ଅଟେ । ଯାହାକି ପ୍ରେମ ଏବଂ ଆନନ୍ଦର ପ୍ରତୀକ ଅଟେ । ଏହି ଶବ୍ଦ ଶୁଣି ଗୋପାଳୁଣୀ ମାନେ ତାଙ୍କ ଦିଗରେ ଆକୃଷ୍ଟ ହୋଇ ଆସୁଥିଲେ । ତେଣୁ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଶୃଙ୍ଗାରରେ ମୁରଲୀ ସାମିଲ କଲେ ଘର ପରିବାରରେ ଖୁସି ଆସିଥାଏ । ତେଣୁ ତାହାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପିତ କରିବା ସହିତ ଘରେ ମଧ୍ୟ ଲଗାନ୍ତୁ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହୋଇଯାଏ । କିନ୍ତୁ ଧ୍ୟାନ ଦେବା ଉଚିତ ଯେ ମୁରଲୀ କେବେବି ସିଧା ଲଗାଇବା ଉଚିତ ନୁହେଁ । ବରଂ ଏହାକୁ ତିରଜକ ଲଗାଇଲେ ଲାଭ ମିଳିଥାଏ । ଘର ପରିବାରରେ କଳହ ଥିଲେ ତକିଆ ତଳେ ମୁରଲୀ ରଖି ଶୋଇଲେ ଏହି ସମସ୍ୟା ଦୂର ହୋଇଯାଏ ।

୩ . ମୟୁର ପଙ୍ଖ ମୁକୁଟ :-

ଏପରି କୁହାଯାଏ ଯେ ଶ୍ରୀକୃଷ୍ଣଙ୍କ ଜାତକରେ କାଳ ସର୍ପ ଦୋଷ ଥିଲା । ଯେହେତୁ ମୟୁର ସାପ ଠାରୁ ରକ୍ଷା କରିଥାଏ ତେଣୁ ମୟୁର ପର ମୁକୁଟ ଲଗାଇଲେ ଏହି କାଳ ସର୍ପ ଦୋଷ ଦୂର ହୋଇଥାଏ ।

୪ . ଲହୁଣୀ :-

ଭଗବାନଙ୍କ ଭୋଗରେ ଲହୁଣୀ ମିଶ୍ରୀ ନିଶ୍ଚିତ ଭାବରେ ମିଶାଇବା ଉଚିତ । ଏହାଦ୍ବାରା ଆରୋଗ୍ୟ ପ୍ରାପ୍ତି ହୋଇଥାଏ ।

୫ . ଝୁଲଣା :-

ଏହି ଜନ୍ମାଷ୍ଟମୀ ଦିନ ଭକ୍ତିଭାବରେ ଶ୍ରୀକୃଷ୍ଣଙ୍କୁ ଝୁଲଣା ଝୁଲାଇବାର ବିଧି ରହିଛି । ଏହା ଠିକ ଛୋଟ ପିଲାଙ୍କୁ ଦୋଳି ଝୁଲାଇବା ସହିତ ସମାନ ଅଟେ । ତେଣୁ ଭଗବାନଙ୍କୁ ଝୁଲଣା ଅର୍ପିତ କଲେ ପ୍ରେମ ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ ।

୬ . ଜନ୍ମାଷ୍ଟମୀ ଦିନ ବାଳ ଶ୍ରୀକୃଷ୍ଣଙ୍କୁ ସ୍ନାନ କରାଯିବା ପରେ ହଳଦିଆ ବସ୍ତ୍ର ପିନ୍ଧାଇ ଦିଆଯାଏ । ତେଣୁ ପୂଜା ସାମଗ୍ରୀରେ ଏହି ହଳଦିଆ ବସ୍ତ୍ରକୁ ନିଶ୍ଚିତ ସାମିଲ କରିବା ଉଚିତ । ଏହା ପ୍ରେମ ଏବଂ ବୈରାଗୀର ପ୍ରତୀକ ଅଟେ ।

Leave a Reply

Your email address will not be published. Required fields are marked *