ଘରକୁ ଏହି ୮ ପ୍ରକାରର କିଟପତଙ୍ଗ ଆସିଲେ ମିଳିଥାଏ ଶୁଭ ଏବଂ ଅଶୁଭ ସଙ୍କେତ

ମନୁଷ୍ୟ ନିଜର ଭଲ ମନ୍ଦ କେବଳ ଭାଗ୍ୟ ଆଧାରରେ ଚର୍ଚ୍ଚା କରିଥାଏ । କିଛି ସମସ୍ୟା ଆସିଲେ ତାହାକୁ ଦୁର୍ଭାଗ୍ୟ ମଣିଥାଏ । ପୁଣି କିଛି ଖୁସି ଆସିଲେ ତାହାକୁ ସୌଭଗ୍ୟ ମନେ କରିଥାଏ । କିନ୍ତୁ ଏହା ସତ୍ୟ ଯେ ମଣିଷର ସୁଖ ଦୁଃଖ ଭାଗ୍ୟ ଉପରେ ଏବଂ କର୍ମ ଉପରେ ନିର୍ଭର କରିଥାଏ । ତେବେ ଶାସ୍ତ୍ରରେ କିଛି ଏପରି ସଙ୍କେତ ବିଷୟରେ କୁହାଯାଇଛି ଯାହାକୁ ଯଦି ଆପଣ ଜାଣି ରଖନ୍ତି ତେବେ ଆପଣଙ୍କ ଜୀବନ ସରଳ ହୋଇଯିବ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିହୁ ଯେ ଘରକୁ କିଛି କୀଟପତଙ୍ଗ ଆସିଲେ ଆମକୁ ପରୋକ୍ଷରେ କେଉଁ ପ୍ରକାରର ଶୁଭ ଅଶୁଭ ସଙ୍କେତ ମିଳିଥାଏ ।

୧ . ବାଦୁଡ଼ି :-

ଏପରି କୁହାଯାଏ ଯେ ଯଦି ବାଦୁ ଡ଼ି ଆପଣଙ୍କ ଘରକୁ ଆସି ଘର ବନାଉଛି ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ମାତ୍ର ଯଦି ତାହା ପ୍ରତ୍ୟେକ ଦିନ ଯାଆସ କରୁଛି ତେବେ ଏହା ଅତ୍ୟନ୍ତ ଅଶୁଭ ସଙ୍କେତ ଅଟେ ।

୨ . ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ କୌଣସି ପକ୍ଷୀ ମଳତ୍ୟାଗ କରିଦିଏ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଏପରି ହେଲେ ଆଦୋୖ ବିରକ୍ତ ହୁଅନ୍ତୁ ନାହିଁ । ବରଂ ତାହା ସଫା କରି ଦିଅନ୍ତୁ ।

୩ . ଯଦି ଆପଣ ଘରେ ବୁଢିଆଣି ଜାଲ ଦେଖୁଛନ୍ତି ତେବେ ତାହା ଅଶୁଭ ସଙ୍କେତ ଅଟେ । କିନ୍ତୁ ସେହି ବୁଢିଆଣି ଜାଲ ମଧ୍ୟରେ ଯଦି ଆପଣ ନିଜର ନାମର ପ୍ରଥମ ଅକ୍ଷର ଦେଖୁଛନ୍ତି ତେବେ ତାହା ଅଶୁଭ ସଙ୍କେତ ଅଟେ ।

୪ . ଯଦି କୌଣସି କୁକୁର ଛୁଆ ଆଶ୍ରା ଖୋଜି ଖୋଜି ଆପଣଙ୍କ ଘରକୁ ଆସେ ତେବେ ଏହାର ଅର୍ଥ ନିକଟ ଭବିଷ୍ୟତରେ ଆପଣଙ୍କୁ ବଡ଼ ଧନ ଲାଭ ହେବାକୁ ଯାଉଛି ।

୫ . ଯଦି ବର୍ଷା ଦିନରେ ଦେଖା ଯାଉଥିବା ଛୋଟ ଛୋଟ ରଙ୍ଗ ବେରଙ୍ଗର କୀଟପତଙ୍ଗ ଆପଣଙ୍କ ଘରକୁ ଆସି ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ଘରକୁ କିଛି ଶୁଭ ଖବର ଆସିବାକୁ ଯାଉଛି ।

୬ . ଯଦି ଆପଣ ରାସ୍ତାରେ ଯିବା ଆସିବା ସମୟରେ କଇଁଛ ଦେଖୁଛନ୍ତି , ପୁଣି ତାହା ସଜୀବ ହେଉ କିମ୍ବା ନିର୍ଜୀବ ହେଉ , ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହା ଆପଣଙ୍କ ଘରକୁ ନିକଟ ଭବିଷ୍ୟତରେ ଆସିବାକୁ ଯାଉଥିବା ଶୁଭ ଖବରର ସଙ୍କେତ ଅଟେ ।

୭ . ସାଧରଣତଃ ଝିଣ୍ଟିକ ଘରେ ଦେଖା ଦେଲେ ଆପଣ ବିରକ୍ତ ହୁଅନ୍ତି । କିନ୍ତୁ ଝିଣ୍ଟିକାର ଶବ୍ଦ ଶୁଣିଲେ ଆପଣ ବୁଝି ଯାଆନ୍ତୁ ଯେ ଆପଣଙ୍କ ଖରାପ ଦିନ ଶେଷ ହେବାକୁ ଯାଉଛି । ଝିଣ୍ଟିକା ଯେଉଁଠି ଶବ୍ଦ କରିଥାଏ ସେହି ସ୍ଥାନର ନକରାତ୍ମକ ଶକ୍ତି ଦୂରେଇ ଯାଏ ।

୮ . ଯଦି ଆପଣ ଘରର କୌଣସି କୋଣରେ ଗେଣ୍ଡା ଦେଖୁଛନ୍ତି ତେବେ ଏହା ଆପଣଙ୍କ ଘରେ ଥିବା ନକରାତ୍ମକ ଶକ୍ତିର ସଙ୍କେତ ଅଟେ । ତେଣୁ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ ।

୯ . ହଳଦିଆ ରଙ୍ଗର ବିଛା ଦେଖିଲେ ତାହା ଶୁଭ ସଙ୍କେତ ଅଟେ । କିନ୍ତୁ ଯେଉଁଠି ଏକାଧିକ ବିଛା ଲାଇନ ହୋଇ ଘରୁ ବହାରୁଥିବାର ଦେଖନ୍ତି ତେବେ ଏହା ଲକ୍ଷ୍ମୀ ଘର ଛାଡ଼ି ଯାଉଥିବାର ସଙ୍କେତ ଅଟେ ।

୧୦ . ଯଦି ଆପଣଙ୍କ ଘରକୁ ପ୍ରଜାପତି ଆସୁଛି ତେବେ ଏହା ଆପଣଙ୍କ ଘରେ ହେବାକୁ ଥିବା ଶୁଭ ମାଙ୍ଗଳିକ କାର୍ଯ୍ୟର ସଙ୍କେତ ଅଟେ । ଏହାଦ୍ବାରା ଆପଣ ବୁଝି ଯାଆନ୍ତୁ ଯେ ଖୁବଶୀଘ୍ର ଆପଣଙ୍କ ଘରେ କୌଣସି ଶୁଭ କାର୍ଯ୍ୟ ହେବାକୁ ଯାଉଛି ।

୧୧ . ଯଦି ଆପଣ ଘର ବାହାରେ କିମ୍ବା ଭିତରେ ସାପ ଦେଖୁଛନ୍ତି ତେବେ ଏହା ଅଶୁଭ ସଙ୍କେତ ଅଟେ । ତେଣୁ ଏପରି ଦେଖିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ଯଦି ଆପଣ ଶ୍ରାବଣ ମାସରେ ଘର ବାହାରେ ଦେଖୁଛନ୍ତି ତେବେ ଏହା ଶୁଭ ସଙ୍କେତ ଅଟେ ।

୧୨ . ଯଦି ବିରାଡ଼ି ଆପଣଙ୍କ ଘରକୁ ଆସି ମଳତ୍ୟାଗ କରି ପକାଇ ଯାଉଛି ତେବେ ଏହା ଶୁଭ ସଙ୍କେତ ଅଟେ ।ଏହାଦ୍ବାରା ଘରେ ଉନ୍ନତି ହୋଇଥାଏ । କିନ୍ତୁ ବିରାଡ଼ି ବିରାଡ଼ି ମଧ୍ୟରେ ଝଗଡ଼ା ହେଲେ ତାହା ଅତ୍ୟନ୍ତ ଅଶୁଭ ସଙ୍କେତ ଅଟେ ।

୧୩ . କଳା ଝିଟିପିଟି ଅଶୁଭ ହୋଇଥାଏ । ମାତ୍ର ଧଳା ଝିଟିପିଟି ଅତ୍ୟନ୍ତ ଶୁଭ ଅଟେ । ଏହା ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଏହି ଝିଟିପିଟି ଦେଖିବା ଅର୍ଥ ବହୁତ ଜଲଦି ଆପଣଙ୍କ ଘରକୁ ଧନର ଆଗମନ ହେବାକୁ ଯାଉଛି ।

୧୪ . ନାଲି ପିମ୍ପୁଡ଼ି ଘରେ ଦେଖାଗଲେ ଅତ୍ୟନ୍ତ ଅଶୁଭ ହୋଇଥାଏ । ମାତ୍ର କଳା ପିମ୍ପୁଡ଼ି ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଧନ ପ୍ରାପ୍ତିର ସଙ୍କେତ ଅଟେ ।

Leave a Reply

Your email address will not be published. Required fields are marked *