ଅଗଷ୍ଟ ୧୧ ପୂର୍ଣ୍ଣିମା ଦିନ ଭୁଲରେବି ଏହି ତିନୋଟି ଜିନିଷ କରନ୍ତୁ ନାହିଁ ଦାନ , ନଚେତ ! …………

ଶ୍ରାବଣ ମାସ ପୂର୍ଣ୍ଣିମାରେ ସ୍ନାନ ଦାନର ଅନେକ ମହତ୍ତ୍ୱ ରହିଛି । ତେଣୁ ଏହି ଦିନରେ ଦାନ କଲେ ଅନେକ ଗୁଣା ଲାଭ ମିଳିଥାଏ । ଚଳିତ ମାସ ପୂର୍ଣ୍ଣମୀ ଅଗଷ୍ଟ ୧୧ ରେ ଅଛି । ଏହିଦିନ ମହାଦେବଙ୍କ କୃପା ପାଇଁ ରୁଦ୍ରଭିଷେକ ଏବଂ ଭଗବାନ ବିଷ୍ଣୁଙ୍କ କୃପା ପାଇବା ପାଇଁ ଆରାଧନା କରାଯାଏ । ତେଣୁ ଏହି ପୂର୍ଣ୍ଣିମା ଅବସରରେ ତିନୋଟି ଜିନିଷ ଭୁଲରେବି କାହାକୁ ଦେବା ଉଚିତ ନୁହେଁ ।

ଯାହାଦ୍ୱାରା ଘର ପରିବାରରେ ସୁଖ ସମୃଦ୍ଧି ଆସିଥାଏ । ଦାନ କରିବା ଅତ୍ୟନ୍ତ ଜରୁରୀ ଅଟେ । ଶାସ୍ତ୍ର ଅନୁସାରେ ମଣିଷକୁ ନିଜ ଜୀବନକାଳରେ ଥରେ ନିଶ୍ଚିତ ଭାବରେ ଗୁପ୍ତ ଦାନ କରିବା ଉଚିତ । ଏହାଦ୍ୱାରା ନର୍କକୁ ଯିବାକୁ ପଡ଼ି ନଥାଏ । ଆଜିକାର ଏହି ଲେଖାରେ ଆମେ କେଉଁ ତିନୋଟି ଜିନିଷ ଦେବା ଉଚିତ ନୁହେଁ ସେହି ବିଷୟରେ କହିବୁ । ଆଉ କିଛି ବସ୍ତୁ ରହିଛି ଯାହାକୁ ଦାନ କରିବା ଦ୍ୱାରା ଜୀବନର ସବୁ ଦୁଃଖ କଷ୍ଟ ଦୂରେଇ ଯିବ ।

୧ . ଲୁଣ :-

ସୋମବାର ଦିନ ଲୁଣ ଦାନ କରିବା ଅତ୍ୟନ୍ତ ଶୁଭ ଅଟେ । ଏହାଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଥାଏ । ଏହି ଦାନ କରିବା ପାଇଁ ସାବୁତ ଲୁଣ ହିଁ ଅଧିକ ଉପଯୋଗୀ ଅଟେ । କିମ୍ୱା ଆପଣ ଘରେ ବ୍ୟବହାର କରୁଥିବା ସାଧାରଣ ଲୁଣ ମଧ୍ୟ ଦାନ କରି ପାରିବେ । ଲୁଣ ଦାନ ସର୍ବଶ୍ରେଷ୍ଠ ଦାନ ଅଟେ ।

୨ . ଗୁଡ଼ :-

କୌଣସିବି ସମ୍ପର୍କରେ ମଧୁରତା ଆଣିବାକୁ ଚାହୁଁଥିଲେ ସୋମବାର ଦିନ ନିଶ୍ଚିତ ଭାବରେ ଗୁଡ଼ ଦାନ କରନ୍ତୁ । ତେବେ ତାହା ସ୍ୱାମୀ , ସ୍ତ୍ରୀ ମଧ୍ୟରେ ହେଉ କିମ୍ବା ମା ପୁଅ ମଧ୍ୟରେ ହେଉ । ଗୁଡ଼ ଦାନ କରିବା ଦ୍ୱାରା କଳହ କ୍ଳେଶ ଯେତେ ଗଭୀର ହୋଇଥାଉ ନା କାହିଁକି ତାହା ମଧୁର ସମ୍ପର୍କ ପରିଣତ ହୋଇଯିବ । ଗାଈକୁ ଗୁଡ଼ ଏବଂ ରୁଟି ଖୁଆଇବା ଦ୍ୱାରା ମଧ୍ୟ ସମ୍ପର୍କ ମଧୁର ହୋଇଥାଏ । ଏହାଦ୍ୱାରା ଆର୍ଥିକ ଲାଭ ମଧ୍ୟ ହୋଇଥାଏ । ତେଣୁ ସୋମବାର ଦିନ ମହାଦେବଙ୍କୁ ଗୁଡ଼ ଅର୍ପିତ କରନ୍ତୁ ।

୩ . ତିଳ :-

ତିଳ ଦାନ କରିବା ଦ୍ୱାରା ବ୍ୟକ୍ତିର ଆତ୍ମବିଶ୍ୱାସ ବଢ଼ିଥାଏ । ଆପଣ ଚାହିଁଲେ କଳା କିମ୍ବା ଧଳା ତିଳର ଦାନ କରନ୍ତୁ । ଆପଣ କଳା ତିଳ ଶନିବାରରେ ଦାନ କରି ପାରିବେ । ଏହାଦ୍ବାରା କୌଣସି ପ୍ରକାରର ସମସ୍ୟାବି ଛୁଇଁପାରିବ ନାହିଁ । ଏହାବ୍ୟତୀତ ସୋମବାର ଦିନ କଳା କିମ୍ବା ଧଳା ତିଳ ନିଶ୍ଚୟ ଦାନ କରନ୍ତୁ ।

୪ . ଧାନ ଗହମ :-

ମା ଜଗଦମ୍ବା ମହାଦେବଙ୍କ ଅର୍ଦ୍ଧାଙ୍ଗିନୀ ଅଟନ୍ତି । ତେଣୁ ଯଦି ଆପଣ ସୋମବାର ଦିନ ଧାନ ଏବଂ ଗହମ ଦାନ କରନ୍ତି ତେବେ ଅନ୍ନ ଭଣ୍ଡାର କେବେ ଖାଲି ହୁଏନାହିଁ । ମାତା ଲକ୍ଷ୍ମୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ମହାଦେବଙ୍କ ସୁଲଭ କୃପା ବର୍ଷା ହୋଇଥାଏ ଏବଂ ଘରେ କେବେ ଆର୍ଥିକ ସମସ୍ୟା ଦେଖା ଦିଏନାହିଁ । ସୋମବାର ଦିନ ଗାଈକୁ ଗୁଡ଼ ଏବଂ ରୁଟି ମିଶାଇ ଖାଇବାକୁ ଦେଲେ ଅନେକ ଗୁଣା ପୁଣ୍ୟ ପ୍ରାପ୍ତି ହୋଇଥାଏ । ସୂର୍ଯ୍ୟଙ୍କୁ ମଜବୁତ କରିବା ପାଇଁ ରବିବାର ଦିନ କୌଣସି ଗରିବ ଲୋକଙ୍କୁ ଶହେ କିଲୋ ଗୁଡ଼ ଦାନ କରିବା ଉଛିତ ଅଟେ ।

୫ . କ୍ୟାରିଅରରେ ସୁଦ୍ଧାର ପାଇଁ ମୁଗ ଡାଲି , ସାଧବା ମହିଳାଙ୍କୁ ସବୁଜ ଶାଢ଼ୀ ଏବଂ ଚୁଡ଼ି ଦାନ କରିବା ଉତ୍ତମ ହୋଇଥାଏ । ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଗୁରୁଗ୍ରହ ମଜବୁତ ହୋଇଥାଏ । ଯାହାକି ସଫଳତାର କାରକ ଅଟେ ।

Leave a Reply

Your email address will not be published. Required fields are marked *