ଶ୍ରାବଣର ଶେଷ ମଙ୍ଗଳବାର ମନ ଖୋଲିକି କୃପା ବରଷେଇବେ ହନୁମାନ ଜି, ଏହି 3ଟି ରାଶିଙ୍କୁ ମିଳିବ ବଡ ଧନ ଲାଭ..

ପବିତ୍ର ଶ୍ରାବଣ ମାସ ଶେଷ ହେବାକୁ ଯାଉଛି । 14 ଜୁଲାଇରୁ ଆରମ୍ଭ ହୋଇଥିବା ଶ୍ରାବଣ 12 ଅଗଷ୍ଟରେ ଶେଷ ହେବାକୁ ଯାଉଛି | ଏଭଳି ପରିସ୍ଥିତିରେ ଅନେକ ଲୋକ ଆଜି (ଜୁଲାଇ 8) ଧୂମଧାମର ସହିତ ଶ୍ରାବଣର ଚତୁର୍ଥ ତଥା ଶେଷ ସୋମବାର ପାଳନ କରୁଛନ୍ତି | କିନ୍ତୁ ଆପଣ ଜାଣନ୍ତି କି ଶ୍ରାବଣର ଚତୁର୍ଥ ତଥା ଶେଷ ମଙ୍ଗଳବାର (ଜୁଲାଇ 9) ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର | ଏହି ଦିନ କିଛି ବିଶେଷ ରାଶିଗୁଡିକୁ ହନୁମାନଜୀଙ୍କ ବିଶେଷ ଆଶୀର୍ବାଦ ମିଳିବ |

ଶ୍ରାବଣର ଶେଷ ମଙ୍ଗଳବାରରେ ହନୁମାନ ଜୀଙ୍କର ପୂଜାପାଠ କରିବା ଅତ୍ୟନ୍ତ ଲାଭଦାୟକ ହେବ | ଏହି ଦିନ ହନୁମାନ ଜୀଙ୍କର ତିନୋଟି ପ୍ରିୟ ରାଶି ଅନେକ ଲାଭ ପାଇବେ | ସେ ମାନଙ୍କ ଜୀବନରୁ ଦୁଃଖର ଅନ୍ତ ଘଟିବ | କ୍ୟାରିୟର ଠାରୁ ନେଇକି ଟଙ୍କା ପର୍ଯ୍ୟନ୍ତ,ଆପଣଙ୍କୁ ଅନେକ ଲାଭ ମିଳିବ | ତେବେ ଆସନ୍ତୁ ଜାଣିବା ଏହି 3 ଟି ଭାଗ୍ୟଶାଳୀ ରାଶିଗୁଡିକ ବିଷୟରେ |

ମେଷ ରାଶି –

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ମେଷ ରାଶି ହନୁମାନଜୀଙ୍କର ପ୍ରିୟ ରାଶି ଅଟେ । ଏହି ରାଶି ଉପରେ ବଜରଙ୍ଗବାଲିଙ୍କର ବିଶେଷ ଆଶୀର୍ବାଦ ରହିଥାଏ । ସେମାନଙ୍କ ଭାଗ୍ୟ ସଦା ସର୍ବଦା ଉଜ୍ଜ୍ୱଳ ଓ ଆଲୋକିତ ରହିଥାଏ | ସେମାନେ ଯେକୌଣସି କାର୍ଯ୍ୟରେ ହାତ ରଖିନ୍ତି,ତାହା ବିନା କୌଣସି ବାଧା ବିଘ୍ନ ଦ୍ୱାରା ସମାପ୍ତ ହୋଇ ଥାଏ | ସେମାନଙ୍କର କେବେ ବି ଟଙ୍କା ପଇସାର ଅଭାବ ହୋଇ ନଥାଏ | ବଜରଙ୍ଗବାଲି ଯେକୌଣସି ସ୍ଥାନରୁ ସେମାନଙ୍କ ପାଇଁ ଟଙ୍କାର ବ୍ୟବସ୍ଥା କରିଦେଇ ଥାନ୍ତି |

ଶ୍ରାବଣର ଶେଷ ମଙ୍ଗଳବାରରେ ମେଷ ରାଶିର ଲୋକମାନେ ହନୁମାନଜି ଙ୍କ ମନ୍ଦିରକୁ ଯାଇ ପ୍ରଣାମ କରିବା ଉଚିତ୍ | ଯଦି ସମ୍ଭବ,ତେବେ ନଡିଆ ଚିରୋଞ୍ଜୀ ଚଢେଇବା ମଧ୍ୟ ଉଚିତ୍ ହୋଇଥାଏ | ଏହି ସମୟରେ ଆପଣ ଆପଣଙ୍କର ଯାହା ବି ମନୋକାମାନା ମାଗିବେ ତାହା ପୂରଣ ହେଇଯିବ | ଆପଣଙ୍କ ଜୀବନରୁ ଦୁଃଖ ସମ୍ପୂର୍ଣ ଭାବରେ ଚାଲିଯିବ |

କୁମ୍ଭ ରାଶି –

ଏହି ରାଶିର ଲୋକମାନଙ୍କ ସହ ହନୁମାନ ଜୀଙ୍କର ଏକ ବିଶେଷ ସଂଲଗ୍ନ ରହିଥାଏ | ହନୁମାନ ଜି ସେମାନଙ୍କ ପ୍ରତି ସଦା ସର୍ବଦା ଦୟାଳୁ ରହଥାନ୍ତି । ଏହା ପରେ ଶ୍ରାବଣର ଏହି ମାସରେ ସେ ସେମାନଙ୍କ ଉପରେ ବିଶେଷ କୃପା ବରଷେଇବାକୁ ଯାଉଛନ୍ତି | ସେମାନଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଲାଭ ମିଳିବ | କୌଣସି ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିବ ନାହିଁ |

ଭାଗ୍ୟ ସେମାନଙ୍କର ସାଥ ଦେବ | ସମାଜରେ ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ | ସେମାନେ ସେମାନଙ୍କ ପ୍ରିୟ ଲୋକଙ୍କଠାରୁ ସ୍ନେହ ଆଉ ଭଲପାଇବା ପାଇବେ | ନୂତନ ଯାନ ଏବଂ ଘର କିଣିବାର ସମ୍ଭାବନା ରହିପାରେ | ସ୍ୱାସ୍ଥ୍ୟ ଭଲ ରହିବ | ଯେକ କୌଣସି ଶୁଭ କାର୍ଯ୍ୟକୁ ନେଇ ଏକ ଲମ୍ବା ଯାତ୍ରା ହୋଇପାରେ |

ଶ୍ରାବଣ ମାସରେ ଆପଣ ମାଙ୍କଡ କିମ୍ବା ଅନ୍ୟ କୌଣସି ପ୍ରାଣୀକୁ କଦଳୀ ଖାଇବାକୁ ଦେବା ଉଚିତ୍ | ଶ୍ରାବଣର ଶେଷ ମଙ୍ଗଳ ବାରରେ କୁମ୍ଭ ରାଶିର ଲୋକମାନେ କୌଣସି ଅଭାବୀ ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରନ୍ତି | ସେମାନଙ୍କୁ କିଛି ହଳଦିଆ, ନାଲି କିମ୍ବା କମଳା ରଙ୍ଗର ଜିନିଷ ଦାନ କରନ୍ତୁ | ଏହା ଦ୍ୱାରା ଆପଣଙ୍କ ଖରାପ କାମ ମଧ୍ୟ ଠିକ୍ ସମୟରେ ହୋଇଯିବ | ହନୁମାନ ଜୀ ମଧ୍ୟ ଆପଣଙ୍କର ବିଶେଷ ଯତ୍ନ ନେବେ |

ସିଂହ ରାଶି –

ହନୁମାନ ଜୀ ସିଂହ ରାଶିର ଲୋକମାନଙ୍କର ବିଶେଷ ଧ୍ୟାନ ରଖିଥାନ୍ତି | ସେ ସେମାନଙ୍କୁ ଅସୁବିଧାରୁ ରକ୍ଷା କରନ୍ତି । ଶ୍ରାବଣ ମାସରେ ସେମାନଙ୍କ ସହିତ ଅନେକ ଭଲ ଘଟଣା ଘଟିବ | ଯେପରିକି ଅର୍ଥର ଲାଭ ହେବ | ଚାକିରିରେ ପଦୋନ୍ନତି ହେବ | ବ୍ୟବସାୟରେ ବଡ ଡିଲ୍ ଫାଇନାଲ ହୋଇପାରେ | କିଛି ଶୁଭ କାମ ପାଇଁ ବିଦେଶୀକୁ ଯାତ୍ରା ହୋଇ ପାରେ | ରୋଗରୁ ମୁକ୍ତି ମିଳିପାରେ | ନିଜ ଲୋକଙ୍କ ଠାରୁ ଭଲପାଇବା ମିଳିବ |

ଶ୍ରାବଣର ଶେଷ ମଙ୍ଗଳବାରରେ ସିଂହ ରାଶିର ଲୋକମାନେ ହନୁମାନ ଜୀଙ୍କ ପାଇଁ ବ୍ରତ କରିବା ଉଚିତ୍ | ଆହୁରି ମଧ୍ୟ ମନ୍ଦିର ରେ ବଜରଙ୍ଗବାଲି ନାମରେ ଏକ ଚୋଲା ଅର୍ପଣ କରନ୍ତୁ | ଭବିଷ୍ୟତ ରେ ଏହା ଆପଣଙ୍କୁ ବହୁତ ଲାଭ ଦେବ | ପରବର୍ତ୍ତୀ ଏକ ବର୍ଷ ପାଇଁ ଆପଣଙ୍କୁ କୌଣସି ପ୍ରକାରର ଦୁଃଖ କିମ୍ବା ଅସୁବିଧା ଛୁଇଁ ପାରିବେ ନାହିଁ | ହନୁମାନ ଜୀ ଆପଣଙ୍କର ବିଶେଷ ଧ୍ୟାନ ରଖିବେ |

Leave a Reply

Your email address will not be published. Required fields are marked *