ଆଜିର ରାଶିଫଳ : ୦୯ ଅଗଷ୍ଟ ୨୦୨୨,ମଙ୍ଗଳବାର : ଆଜି ଏହି ରାଶିର ଲୋକଙ୍କୁ ମିଳିପାରେ ଅଶୁଭ ସୂଚନା

ମେଷ ରାଶି:- ବିଦେଶରୁ ବ୍ୟବସାୟ କରୁଥିବା ଲୋକଙ୍କର ଭଲ ଆୟ ହେବ। ଦରମା ପ୍ରାପ୍ତ ଲୋକଙ୍କର ଅଳ୍ପ ସମସ୍ୟା ହୋଇପାରେ। ଭାଇ ଓ ଭଉଣୀମାନଙ୍କ ପ୍ରତି ପ୍ରେମ ବୃଦ୍ଧି ପାଇବ। ଆଜି କାହାକୁ ଋଣ ଦେବା ଠାରୁ ଦୂରେଇ ରୁହନ୍ତୁ।

ବୃଷ ରାଶି:- ଆପଣ ମାନସିକ ସ୍ତରରେ ଶାନ୍ତ ରହିବେ। ବ୍ୟକ୍ତିଗତ ସଂପର୍କରେ କିଛି ମତଭେଦ ହୋଇପାରେ। ଅତୀତର ଭୁଲଗୁଡ଼ିକୁ ସଂଶୋଧନ କରି ଆପଣ ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାକୁ ସଫଳ ହେବେ। ଆଜିର ଅଧିକାଂଶ ସମୟ ସାଙ୍ଗମାନଙ୍କ ସହିତ ବିତାଇବେ।

ମିଥୁନ ରାଶି:- ଏହି ରାଶିର ବ୍ୟବସାୟୀମାନଙ୍କୁ ଆଜି ଲାଭ ହେବ। ବିଦେଶ ଯାତ୍ରା ସମ୍ଭବ ଅଟେ। ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ ନଚେତ ପରେ ଆର୍ଥିକ ସମସ୍ୟା ଉପୁଜିପାରେ। ଅଫିସରେ ଆଜିର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହୋଇନପାରେ।

କର୍କଟ ରାଶି:- ଆଜି ପ୍ରେମିଙ୍କ ସହିତ ଖୁସିର ସମୟ ବିତାଇବେ। ଅଫିସରେ କିଛି ନୂତନ ଦାୟିତ୍ୱ ଦିଆଯାଇପାରେ।ଛାତ୍ରମାନେ ସେମାନଙ୍କର ସାକ୍ଷାତକାର ସମୟରେ ବିନା ଦ୍ୱିଧାରେ ସଠିକ ଉତ୍ତର ଦେବା ଉଚିତ। ଏହି ଦିନ ହନୁମାନଙ୍କ ସହିତ ଶନି ଦେବଙ୍କୁ ପୂଜା କରନ୍ତୁ।

ସିଂହ ରାଶି:- ଆଜିର ଦିନ ଆପଣ ଘରର ସାଜ-ସଜାରେ କିଛି ପରିବର୍ତ୍ତନ କରିପାରନ୍ତି। କୌଣସି ପୁରୁଣା ବନ୍ଧୁଙ୍କୁ ସାକ୍ଷତ କରିପାରନ୍ତି। ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ। ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ।

କନ୍ୟା ରାଶି:- ଆଜିର ଦିନ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ।କୌଣସି କାମ ପାଇଁ ବାହାରକୁ ଯିବା ପୂର୍ବରୁ ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ। ସନ୍ତାନ ପକ୍ଷରୁ କିଛି ଭଲ ଖବର ମିଳିପାରେ। ପ୍ରେମ ସମ୍ପର୍କ ମଜବୁତ ହେବ।

ତୁଳା ରାଶି:- ଆଜିର ଦିନ ସଞ୍ଚୟ କରିବା ଜରୁରୀ ଅଟେ। ଘରେ ଚାପ ଯୋଗୁ ଆପଣଙ୍କ ମନୋବଳ ମଧ୍ୟ ଖରାପ ହୋଇପାରେ। ଆଜିର ଦିନ ଅନେକ ଜିନିଷ ଆପଣଙ୍କ ମନ ଅନୁଯାୟୀ ହେବ ନାହିଁ। ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ।

ବିଛା ରାଶି:- ଆଜିର ଦିନ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଅନୁକୂଳ ଅଟେ। କାମ ପାଇଁ ଆପଣଙ୍କୁ ଘରୁ ଦୂରେଇ ଯିବାକୁ ପଡିପାରେ। ଜୀବନସାଥୀଙ୍କ ସହଯୋଗ ପାଇବେ। ଆଜି ସ୍ୱାଭାବରେ ଅହଂର ପ୍ରଭାବ ରହିପାରେ।

ଧନୁ ରାଶି:- ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ବିଶେଷ ଦିନ ନୁହେଁ। ପିଲାମାନଙ୍କଠାରୁ ସୁଖ ପାଇବା ପାଇଁ ଯୋଗ ବନୁଅଛି। ଆଜି କାର୍ଯ୍ୟ ସମ୍ପନ୍ନ ପାଇଁ ଭଗବାନ ଗଣେଶଙ୍କୁ ଲଡୁର ଭୋଗ ଅର୍ପଣ କରନ୍ତୁ। ଅଫିସରେ ଆପଣ ବୁଦ୍ଧିମତାରେ କାମକୁ ସଫଳ କରିବାରେ ସଫଳ ହେବେ।

ମକର ରାଶି:- ଆଜି କୌଣସି ବଡ ଡିଲ ହୋଇପାରେ। ଆଜି ଏହି ରାଶିର ଲୋକଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାକୁ ଯାଉଛି। ଛାତ୍ରମାନଙ୍କ ଅଧ୍ୟୟନରେ କିଛି ବ୍ୟବଧାନ ହୋଇପାରେ। ଘରକୁ କୌଣସି ଅତିଥିଙ୍କ ଆଗମନ ହୋଇପାରେ।

କୁମ୍ଭ ରାଶି:- ଆଜି ଆୟର ଉତ୍ସ ବୃଦ୍ଧି ପାଇବ। ବିବାହିତ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜିର ଦିନ ଘରୁ ବାହାରକୁ ଯିବା ପୂର୍ବରୁ କିଛି ମିଠା ଖାଆନ୍ତୁ କାମ ପୁରା ହୋଇଯିବ।

ମୀନ ରାଶି:- ଆଜି ଆପଣଙ୍କୁ କୌଣସି ନୂତନ ବନ୍ଧୁ କିମ୍ବା ପ୍ରେମି ମିଳିପାରେ। ପାରିବାରିକ ଉତ୍ସବରେ ଆପଣ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଜୀବନସାଥୀଙ୍କ ଠାରୁ ଧନ ଲାଭ ହେବ। ଜୋଶର ସହିତ କାମ କରିବେ। ସନ୍ତାନଙ୍କ ପ୍ରତି ବି ମଧ୍ୟ ଧ୍ୟାନ ଦିଅନ୍ତୁ।

Leave a Reply

Your email address will not be published. Required fields are marked *