ଶ୍ରାବଣ ମାସରେ ଯଦି ଘରୁ ଏପରି ପିମ୍ପୁଡ଼ି ବାହାରୁଛି ତେବେ ଜାଣି ନିଅନ୍ତୁ ହେ ଘରକୁ ଆସିବେ ସ୍ୱୟଂ ମହାଦେବ :-

ଶ୍ରାବଣ ମାସ ମହାଦେବଙ୍କ ପୂଜାର ମାସ ଅଟେ । ଏହି ମାସରେ ମହାଦେବ ସବୁଠି ବିଦ୍ୟମାନ ରହନ୍ତି ଏବଂ ନିଷ୍ଠାର ସହିତ ପୂଜା କରୁଥିବା ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି । ଏହାଦ୍ୱାରା ବ୍ୟକ୍ତିର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଘର ପରିବାରରେ ଖୁସିର ବାତାବରଣ ରହିଥାଏ । କିନ୍ତୁ ଅନେକ ସମୟରେ ମଣିଷର ସମସ୍ୟା ଦ୍ବିଗୁଣିତ ହୋଇଯାଏ । ଯାହାଦ୍ୱାରା ମହାଦେବଙ୍କର କିଛି ଖାସ ଉପାୟ କରିବା ଉଚିତ । ଆଜି ଆମେ ଆପଣଙ୍କୁ ଏହି ଲେଖାରେ କିଛି ବିଶେଷ ଉପାୟ ବିଷୟରେ କହିବୁ ଏବଂ କିଛି ସଙ୍କେତ ବିଷୟରେ କହିବୁ ଯାହାଦ୍ୱାରା ଅପଇଁ ଜାଣି ପାରିବେ ଯେ ଆପଣଙ୍କ ଘରକୁ ଭଗବାନ ଶିବଙ୍କର ଆଗମନ ହେବାକୁ ଯାଉଛି ।

ପିମ୍ପୁଡ଼ି ଗୋଟିଏ ଛୋଟ ଜୀବ ହୋଇଥିବାରୁ ମଣିଷ ତାହାକୁ ସବୁବେଳେ ଅଣଦେଖା କରିଥାଏ । କିନ୍ତୁ ମନେ ରଖନ୍ତୁ ସେହି ଛୋଟ ପିମ୍ପୁଡ଼ି ଆପଣଙ୍କ ଜୀବନ ମୃତ୍ୟୁ ସହିତ ଜଡ଼ିତ । ପିମ୍ପୁଡ଼ିକୁ ମନୁଷ୍ୟର ଜୀବନ ସହିତ ଉଦାହରଣ ଦିଆଯାଏ ଯାହା ମନୋବଳ ବଢ଼ାଇବା , ପରିଶ୍ରମ ଏବଂ ଧୌର୍ଯ୍ୟ ଦିଗରେ ଶିକ୍ଷା ଦେଇଥାଏ ।

ବିଜ୍ଞାନରେ ମଧ୍ୟ କୁହାଯାଇଛି ଯେ ପିମ୍ପୁଡ଼ି ମାନେ ମିଶି ଏକ ପାହାଡ଼କୁ କାଟିବାର କ୍ଷମତା ରଖନ୍ତି । ପିମ୍ପୁଡ଼ି ଏକତାର ପ୍ରତୀକ ଏବଂ କୌଣସି ବ୍ୟକ୍ତିକୁ ସଫଳତାର ଉଦାହରଣ ଦେବାବେଳେ ପିମ୍ପୁଡ଼ିର ଉଦାହରଣ ଦିଆଯାଏ । ତେବେ ଆପଣଙ୍କ ଘରେ ପିମ୍ପୁଡ଼ି ଦେଖା ଗଲେ ତାହା ଅନେକ କିଛି ସଙ୍କେତ ଦେଇଥାଏ । ଯାହା ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ ।

ଘରେ ଯଦି ଆପଣ ପିମ୍ପୁଡ଼ି ଦେଖୁଛନ୍ତି ତେବେ ପ୍ରଥମେ ଏହା ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଘରେ କେଉଁ ରଙ୍ଗର ପିମ୍ପୁଡ଼ି ଅଧିକ ରହିଛି । ସାଧରଣତଃ ମଣିଷ ମୃତ୍ୟୁ ପରେ ତାକୁ ୮୪ ଲକ୍ଷ ୟୁନିରେ ବୁଲିବାକୁ ପଡ଼ିଥାଏ ଏବଂ ତାପରେ ଯାଇ ତାକୁ ମଣିଷ ଜନ୍ମ ମିଳିଥାଏ । କଳା ପିମ୍ପୁଡ଼ିକୁ ଭଗବାନ ବିଷ୍ଣୁଙ୍କ ପ୍ରତୀକ ବୋଲି କୁହାଯାଇଛି । ତେଣୁ ଯଦି ଆପଣ ପିମ୍ପୁଡ଼ିକୁ ଅଟା ଖାଇବାକୁ ଦିଅନ୍ତି ତେବେ ମଣିଷକୁ ଆଉ ୮୪ ଲକ୍ଷ ୟୁନିରେ ବୁଲିବାକୁ ପଡ଼ିବ ନାହିଁ ଏବଂ ସିଧାସଳଖ ବୈକୁଣ୍ଠ ପ୍ରାପ୍ତି ହେବ । କୁହାଯାଏ ବୈକୁଣ୍ଠରେ ବ୍ୟକ୍ତି ଶାନ୍ତିରେ ଜୀବନ ଅତିବାହିତ କରିଥାଏ ।

ଯଦି ଆପଣ ପିମ୍ପୁଡ଼ିକୁ ଚିନି ମିଶା ଅଟା ଖାଇବାକୁ ଦିଅନ୍ତି ତେବେ ଏହାଦ୍ବାରା ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତି ବଜାୟ ରହିବା ସହିତ ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିବ । ଯଦି ଆପଣ ମାନସିକ ଚିନ୍ତାରେ ଚାପଗ୍ରସ୍ତ ଅଛନ୍ତି ତେବେ ନଡ଼ିଆର ଶୁଖିଲା ପାଉଡର ତିଆରି କରି ଘରର ବାହାରେ ଏବଂ ଭିତରେ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ଦେଖିବେ ଆପଣଙ୍କର ସବୁ ପ୍ରକାରର ଚିନ୍ତା କିଛିଦିନ ଭିତରେ ହିଁ ଦୂରେଇ ଯିବ ।

ଏହାଦ୍ବାରା ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ବାସ ହେବ । ଏହାଦ୍ବାରା ଆପଣଙ୍କ ଚେହେରାର ପ୍ରକାଶ ମଧ୍ୟ ବଢିଯିବ । ଯଦି ଆପଣ ବାଦାମରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତି ତେବେ ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଏହାବ୍ୟତୀତ ଯଦି ଚାକିରୀରେ କୌଣସି ପ୍ରକାରର ସମସ୍ୟା ଆସୁଛି ତେବେ ବାଦାମ ପାଉଡରରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ ।

ଏହାଦ୍ବାରା ବିଜନେସରେ ମଧ୍ୟ ଉନ୍ନତି ହେବ । ଏହାଦ୍ବାରା କରଜ ସମସ୍ୟାରୁ ମୁକ୍ତି ମିଳିଥାଏ । ସାଧରଣତଃ ପିମ୍ପୁଡ଼ିର ରଙ୍ଗ ମଧ୍ୟ ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ । ଅନେକ ସମୟରେ ଗ୍ରହ ଦୁର୍ବଳ ହେବା କାରଣରୁ ରାହୁ କେତୁ ଦୋଷ ଲାଗିଯାଏ । ତେଣୁ କୌଣସି ପ୍ରକାରର ଦୋଷ ଲାଗିଲେ ଅଟାରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ଅନେକ ସମୟରେ ଲୋକଙ୍କର ରୂପି ସମସ୍ୟା ଦେଖା ଯାଇଥାଏ ।

ଯାହାକି ସେମାନଙ୍କ ଚିନ୍ତାର କାରଣ ସାଜିଥାଏ । ଏହା କେବଳ ରାହୁ ଦୋଷ କାରଣରୁ ହୋଇଥାଏ । ତେଣୁ ପିମ୍ପୁଡ଼ିକୁ ଚିନି ଖାଇବାକୁ ଦିଅନ୍ତୁ । ଯଦି ଶୁକ୍ର ଗ୍ରହ ଦୋଷ ରହିଛି କିମ୍ବା ଶୁକ୍ର ଗ୍ରହ ଦୁର୍ବଳ ରହିଛି ତେବେ ପ୍ରତି ଶୁକ୍ରବାର ଦିନ ପିମ୍ପୁଡ଼ିକୁ ଚିନି ଖାଇବାକୁ ଦିଅନ୍ତୁ । ଯଦି ସୂର୍ଯ୍ୟ କମଜୋର ଥାଆନ୍ତି ତେବେ ରବିବାର ଦିନ ପିମ୍ପୁଡ଼ିକୁ ଖିରି ତିଆରି କରି ଖାଇବାକୁ ଦିଅନ୍ତୁ ।

ଯଦି କେତୁ ଦୋଷ ଆପଣଙ୍କ ଜାତକରେ ଲାଗିଛି ତେବେ ୪୩ ଦିନ ପର୍ଯ୍ୟନ୍ତ ଅଟାରେ ଗୁଡ଼ ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ଏହାବ୍ୟତୀତ ଆପଣ କଳା ଏବଂ ଧଳା କମ୍ବଳ ଦାନ ମଧ୍ୟ କରିପାରିବେ । ପିତୃ ଦୋଷକୁ ଦୂର କରିବା ପାଇଁ ଘରେ ତିଆରି ହେଉଥିବା ଖାଦ୍ୟରୁ ଅଳ୍ପ ବାହାର କରି ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ଯେଉଁ ଘରେ କଳା ପିମ୍ପୁଡ଼ି ଦେଖା ଯାଇଥାଏ ସେହି ଘରେ ଭାଗ୍ୟ ଉଦୟ ହୋଇଥାଏ । ଏହାଦ୍ବାରା ଆପଣ ଲୋକପ୍ରିୟ ହେବାର ମଧ୍ୟ ସଙ୍କେତ ମିଳିଥାଏ ।

Leave a Reply

Your email address will not be published. Required fields are marked *