ଅଗଷ୍ଟ ୮ ଶ୍ରାବଣ ପୁତ୍ରଦା ଏକାଦଶୀରେ ଦିବ୍ୟ ଓ ଦୁର୍ଲଭ ସଂଯୋଗ : ତୁଳସୀ ଗଛର ମାଟି ଚମକେଇ ଦେବ ଆପଣଙ୍କ ଭାଗ୍ୟ,ସବୁ ସମସ୍ୟାର ହେବ ଅନ୍ତ,ଜାଣନ୍ତୁ କିପରି ..

ଶ୍ରାବଣ ମାସର ଏକାଦଶୀ କୁ ପୁତ୍ରଦା ଏକାଦଶୀ କୁହାଯାଏ,ଏହି ଏକାଦଶୀ ଏହି ଅଗଷ୍ଟ ମାସର 8 ତାରିଖ ରେ ପଡୁଛି | ଏହି ଦିନ ସନ୍ତାନ ପ୍ରାପ୍ତି ପାଇଁ ବ୍ରତ ରଖା ଯାଇଥାଏ | ଯଦି ଆପଣଙ୍କର ସନ୍ତାନ ହେଉନାହିଁ ତେବେ ଆପଣ ଏହି ଏକାଦଶୀ କରିପାରିବେ | ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ପୂଜା କରିପାରିବେ | ଏହି ଦିନ ବ୍ରତ ରଖିବା ଦ୍ଵାରା ଆପଣଙ୍କ ସନ୍ତାନର ଆୟୁଷ ବଢିଥାଏ |

ତେବେ ପୁତ୍ରଦା ଏକାଦଶୀ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ | ପୁତ୍ରଦା ଏକାଦଶୀ 7 ଅଗଷ୍ଟ ରେ ଆରମ୍ଭ ହୋଇ 8 ଅଗଷ୍ଟ ରେ ଶେଷ ହେବାକୁ ଯାଉଛି | ତେବେ ଆପଣ ଏହି ବ୍ରତ କରିବା ଦ୍ଵାରା ପାରିବାରିକ ଶାନ୍ତି ମଧ୍ୟ ହୋଇଥାଏ | ଏହି ଦିନରେ ପୁତ୍ରଦା ଏକାଦଶୀର କଥା ଶୁଣିବା ଏବଂ ଜାଣିବା ଅତ୍ୟନ୍ତ ଶୁଭ ହୋଇଥାଏ | ଏହି ବ୍ରତ ନିର୍ଜଳା ଏବଂ ଫଳ ଆହାର କରି ମଧ୍ୟ କରିପାରିବେ |

ଏହି ବ୍ରତ କରୁଥିବା ଲୋକ ଦଶମୀ ତିଥିରୁ ହି ସାତ୍ଵିକ ଆହାର କରିବା ଉଚିତ | ଏହି ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାକୁ ହୋଇଥାଏ | ଶ୍ରାବଣ ମାସ ହୋଇଥିବାରୁ ଭଗବାନ ଶିବଙ୍କର ମଧ୍ୟ ପୂଜା ଅର୍ଚନା କରିବା ସର୍ବଶ୍ରେଷ୍ଠ ହୋଇଥାଏ | ଏହି ଦିନ ବ୍ରତ କରିବାକୁ ହେଲେ ସକାଳୁ ଉଠି ସ୍ନାନ କରନ୍ତୁ, ଗଙ୍ଗାଜଳ ପାଣି ରେ ମିଶେଇ ସ୍ନାନ କରନ୍ତୁ ଏହା ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ |

ଏହା ପରେ ଫୁଲ, ଫଳ, ଧୂପ, ଦୀପ ନେଇ ଭଗବାନ ଶ୍ରୀହରି ଙ୍କୁ ପୂଜା କରନ୍ତୁ | ମନସ୍କାମନା କରି ବ୍ରତ ଆରମ୍ଭ କରନ୍ତୁ | ତେବେ ଭଗବାନ ଶ୍ରୀ ହରି ଙ୍କୁ ହଳଦିଆ ଫୁଲ, ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ | ବିଶେଷ କରି ପୂଜା କରିବା ସମୟ ରେ ତୁଳସୀ ପତ୍ର ଅର୍ପଣ କରନ୍ତୁ, ଏହା କରିବା ପରେ ଭଗବାନ ଶ୍ରୀ ହରି ଙ୍କର ସହସ୍ର ନାମ ଜପ କରନ୍ତୁ | ଏମିତି ରେ ତ ସର୍ବଦା ମନ୍ତ୍ର ପାଠ କରିବା ଉଚିତ ହୋଇଥାଏ କିନ୍ତୁ ସୂର୍ଯ୍ୟଦୟ ସମୟରେ ସହସ୍ର ନାମ ଜପ କରବା ଉତ୍ତମ ହୋଇଥାଏ |

ଏକାଦଶୀ ଦିନ କଳସ ରେ ଗଙ୍ଗାଜଳ ଏବଂ ଆମ୍ବ ପତ୍ର ରଖନ୍ତୁ ଏହା ପରେ ବିଷ୍ଣୁ ଭଗବାନ ଙ୍କୁ ପୂଜା କରନ୍ତୁ | ଏହି ଦିନ ବ୍ରତରେ ଆପଣ ଫଲ ଖାଇପାରିବେ, ପାଣି ମଧ୍ୟ ପିଇପାରିବେ କିନ୍ତୁ ଅର୍ଣ୍ଣ ଭୋଜନ କରିପାରିବେ ନାହିଁ | ଏହି ଦିନ ଆପଣ ଭଗବାନ ଙ୍କ ନାମ ଜପ କରନ୍ତୁ, ସୂର୍ଯ୍ୟାସ୍ତ ପରେ ଭଗବାନ ଶିବଙ୍କୁ ପ୍ରାଥନା କରନ୍ତୁ |

ଏହି ଦିନ ବ୍ରତ ସରିବ ପରେ ଆର୍ଥାତ ଦ୍ୱାଦଶୀ ଦିନ ବ୍ରାହ୍ମଣ ଙ୍କୁ ଡାକି ଖାଦ୍ୟ ଖୁଆଇବା ପରେ ଆପଣ ଖାଦ୍ୟ ଗ୍ରହଣ କରିପାରିବେ ଯଦି ଏହି ପରି ସମ୍ଭାବ ନୁହେଁ ତେବେ ଆପଣ ଦାନ କରିପାରିବେ|ଭଗବାନ ବିଷ୍ଣୁଙ୍କର ତୁଳସୀ ଅତି ପ୍ରିୟ ହୋଇଥାଏ | ମହାଦେବ ଙ୍କର ବେଲପତ୍ର ତେବେ ଏହି ଦିନ ତୁଳସୀ ଆପଣଙ୍କ ଭାଗ୍ୟ ବଦଳେଇ ପାରେ | ଏହି ଦିନ ଭଗବାନ ଶ୍ରୀହରି ଙ୍କୁ ପୂଜନ କରିବା ସମୟରେ ତୁଳସୀ ଅର୍ପଣ କରିବେ |

ବନ୍ଧୁଗଣ ଯଦି ଆପଣ ମାନେ ଦୁର୍ଭାଗ୍ୟର ସମ୍ମୁଖୀନ କରି କରି ହାରିଗଲେଣି ସବୁ ମୋଡ଼ରେ ଆସୁଥିବା ବିପଦକୁ ସାମ୍ନା କରି କରି ଯଦି ଆପଣ ଥକିପଡିଲେଣି ଏବଂ ଆପଣ ଏପରି ପରିସ୍ଥିତିରୁ ମୁକ୍ତି ପାଇବକୁ ଚାହୁଁଛନ୍ତି ତେବେ ଆପଣ ତୁଳସୀ ମାତାଙ୍କ ଚରଣରେ ଏହି ସହଜ ଉପାୟ ନିଶ୍ଚୟ କରନ୍ତୁ | ଏହି ଉପାୟ ଆପଣ ସକାଳ ସନ୍ଧ୍ୟା ରାତି ଯେକୌଣସି ସମୟରେ ବି କରୁପାରିବେ | ଏହି ପୂଜାରେ ଆପଣ ତୁଳସୀର ପୂଜା ତ କରିବେ କିନ୍ତୁ ତୁଳସୀ ଗଛରେ ଜଳ ଦେବେନି କି ତୁଳସୀ ପତ୍ର ଛିଣ୍ଡେଇବେ |

ଯଦି ଆପଣ ଏହି ପୂଜା ସକାଳେ କରୁଛନ୍ତି ତେବେ ଆପଣ ଗାଧେଇବା ପରେ ସ୍ୱଚ୍ଛ ବସ୍ତ୍ର ଧାରଣ କରି ଏବଂ ଯଦି ସନ୍ଧ୍ୟାରେ କରୁଛନ୍ତି ତେବେ ପୁଣୀ ଠାରେ ହାତ ଗୋଡ଼ ମୁହଁ ଧୋଇ ସଫା ବସ୍ତ୍ର ପିନ୍ଧି ଗୋଟେ ଲୋଟାରେ ଭଲ ଜଳ ନିଅନ୍ତୁ ଏବଂ ସେହିଥିରେ ଆପଣ କିଛି ଗଙ୍ଗାଜଳ ପକାନ୍ତୁ | ତୁଳସୀ ଗଛ ମୂଳରେ ଦେଶୀ ଘିଅର ଦୀପ ଜଳାନ୍ତୁ |

ଫୁଲ ଅର୍ପଣ କରନ୍ତୁ ଏବଂ ବିଷ୍ଣୁ ମହାଦେବଙ୍କୁ ସ୍ମରଣ କରି ଭଗବାନ ବିଷ୍ଣୁ ଏବଂ ମାତା ତୁଳସୀକୁ ମୁଣ୍ଡିଆ ମାରନ୍ତୁ ଏବଂ ମୁଣ୍ଡିଆ ମାରିବା ସମୟରେ ନିଜ ମନରେ ଥିବା ସମସ୍ତ କଷ୍ଟ ସମସ୍ତ ସମସ୍ୟାକୁ ମଧ୍ୟ ତୁଳସୀ ମାତାକୁ ଜାଣନ୍ତୁ | ଏବଂ ଓ଼ମ ସୁଭଦ୍ରାଏ ନମଃ ଏହି ମନ୍ତ୍ରକୁ 11 ଥର ଜପ କରନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟା ସବୁ କଷ୍ଟ ଧୀରେ ଧୀରେ ଆପଣଙ୍କ ଜୀବନରୁ ଚାଲିଯିବ |

Leave a Reply

Your email address will not be published. Required fields are marked *