ଶ୍ରାବଣ ମାସରେ କାହିଁକି ମହିଳା ମାନେ ପିନ୍ଧିଥାନ୍ତି ସବୁଜ ଚୁଡ଼ି , ଜାଣନ୍ତୁ କାରଣ ……

ଶ୍ରାବଣ ମାସ ସୌଭାଗ୍ୟର ମାସ ଅଟେ । କାରଣ ଏହି ମାସରେ ଜଣେ ନାରୀ କିଛି ବିଶେଷ ଉପାୟ ଦ୍ୱାରା ନିଜ ଜୀବନକୁ ବଦଳାଇ ପାରନ୍ତି ଏବଂ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ ଏବଂ ସଫଳତା ପାଇଁ କାମନା ମଧ୍ୟ କରି ପାରନ୍ତି । ତେବେ ଏହି ମାସରେ ନିଷ୍ଠାର ସହିତ କରାଯାଇଥିବା କାମନା ପୂରଣ ମଧ୍ୟ ହୋଇଥାଏ । କହିବାକୁ ଗଲେ ଶ୍ରାବଣ ମାସ କେବଳ ଗୋଟିଏ ମାସ ନୁହେଁ ବରଂ ଏକ ଉତ୍ସବ ଅଟେ । କାରଣ ଏହା ସବୁ ମାସ ଠାରୁ ସ୍ୱତନ୍ତ୍ର ହୋଇଥାଏ । ଏବଂ ଏହି ମାସରେ ମହିଳା ମାନଙ୍କ ଗତିବିଧି ଆଧ୍ୟାତ୍ମିକତା ଦିଗରେ ଗତି କରିଥାଏ ଏବଂ ଏହି ମାସରେ ମହିଳାଙ୍କ ମନ ଅଧିକ ଶୁଦ୍ଧ ଏବଂ ପବିତ୍ର ହୋଇଥାଏ

ଶ୍ରାବଣ ମାସଟି ମହାଦେବ ଶିବଙ୍କ ପାଇଁ ଏକ ସ୍ୱତନ୍ତ୍ର ମାସ ଅଟେ । ଯେଉଁ ମାସରେ ମହିଳା ମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ ଏବଂ ସୁଖ ସମୃଦ୍ଧି ପାଇଁ ମହାଦେବଙ୍କ ସୋମବାର ବ୍ରତ ରଖିଥାନ୍ତି । ଏହି ମାସଟି ବାସ୍ତବରେ ଏକ ଉତ୍ସବର ମାସ ଅଟେ । କାରଣ ଏହି ମାସରେ ପରିବେଶ ଖୁବ ସ୍ୱତନ୍ତ୍ର ଥାଏ କାରଣ ସବୁଠି ସବୁଜ ଚାଦର ଖେରି ହେବା ଭଳି ରହିଥାଏ । ଠିକ ସେହିଭଳି ମହିଳା ମାନେ ମଧ୍ୟ ଏହି ମାସରେ ନିଜର ଶୃଙ୍ଗାର କରି ନିଜକୁ ସଜେଇ ରଖନ୍ତି । ମହାଦେବଙ୍କ ବ୍ରତ ଭଳି ମହିଳା ମାନେ ମଙ୍ଗଳବାରରେ ମଙ୍ଗଳାଗୌରୀର ବ୍ରତ ମଧ୍ୟ ରଖିବା ଉଚିତ । ଯାହାଦ୍ୱାରା ମାତା ପାର୍ବତୀ ଖୁବ ପ୍ରସନ୍ନ ହୁଅନ୍ତି

ସୋମବାର ଦିନ ଶିବ ମନ୍ଦିରକୁ ଯିବା ସମୟରେ ଏକ ତମ୍ବା ପାତ୍ରରେ ଶୁଦ୍ଧ ଜଳ , କ୍ଷୀର , କେଶର , ଚନ୍ଦନ ଆଦି ମିଶ୍ରିତ କରି ନେଇ ଯାଆନ୍ତୁ ଏବଂ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ଏହାପରେ ବୋହି ଯାଇଥିବା କ୍ଷୀର ଚନ୍ଦନକୁ ଏକ ପାତ୍ରରେ ନେଇ ଆସି ନିଜ ସ୍ୱାମୀଙ୍କ କଣ୍ଠରେ ଲଗାଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହେବ ।

ଏହି ମାସରେ ମହାଦେବଙ୍କ ପୂଜା କରିବା ଜରୁରୀ ଏବଂ ତାସହିତ ମାତା ପାର୍ବତୀଙ୍କ ପୂଜା ମଧ୍ୟ କରିବା ଜରୁରୀ ଅଟେ । ଯଦି ସମ୍ଭବ ନୁହେଁ ତେବେ ମାତା ପାର୍ବତୀଙ୍କୁ ପ୍ରତ୍ୟେକ ଦିନ ସିନ୍ଦୁର ଏବଂ ନାଲି ଫୁଲ ଅର୍ପିତ କରନ୍ତୁ ।ଏପରି କରିବା ଦ୍ୱାରା ମାତା ପାର୍ବତୀଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ । ଶ୍ରାବଣ ମାସରେ ସବୁଜ ରଙ୍ଗର ଅନେକ ମହତ୍ତ୍ୱ ରହିଛି ।

ତେଣୁ ଏହି ମାସରେ ବିବାହିତା ମହିଳା ମାନେ ସବୁଜ ଚୁଡ଼ି ଏବଂ ସବୁଜ ପୋଷାକ ପିନ୍ଧିବା ଉଚିତ । ଏହାଦ୍ବାରା ମହାଦେବ ଏବଂ ପାର୍ବତୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଏହାଦ୍ବାରା ମହିଳାଙ୍କୁ ସଦା ସୁହାଗିନୀ ରହିବାର ଆଶୀର୍ବାଦ କରନ୍ତି ଏବଂ ପୁରୁଷଙ୍କୁ ଦୀର୍ଘ ଆୟୁଷର ଆଶୀର୍ବାଦ କରନ୍ତି ।

ଶ୍ରାବଣ ମାସରେ ଯେପରି ସବୁଜ ରଙ୍ଗର ମହତ୍ତ୍ୱ ରହିଛି ସେହିଭଳି କୌଣସି ଧାର୍ମିକ ଅନୁଷ୍ଠାନ କିମ୍ବା ଶୁଭ କାର୍ଯ୍ୟ ସମୟରେ ନାଲି ବସ୍ତ୍ର ଧାରଣ କରିବା ଉଚିତ । କାରଣ ନାଲି ରଙ୍ଗ ସୌଭାଗ୍ୟର ପ୍ରତୀକ ଅଟେ । ଏହାଦ୍ୱାରା ମହାଦେବ ଏବଂ ମାତା ପାର୍ବତୀଙ୍କ କୃପା ଦୃଷ୍ଟି ବଜାୟ ରହିଥାଏ ।

ଶ୍ରାବଣ ମାସରେ ମହିଳା ମାନେ ଭୁଲରେବି କଳା କିମ୍ବା ଅନ୍ୟ କୌଣସି ଅଶୁଭ ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ । ଏହାଦ୍ବାରା ମାତା ପାର୍ବତୀ କ୍ରୋଧିତ ହୁଅନ୍ତି । ଏହାବ୍ୟତୀତ ବିବାହିତା ମହିଳା ମାନେ ନିଶ୍ଚିତ ଭାବରେ ଏହି ମାସରେ ବେକ ଖାଲି ରଖିବା ଉଚିତ ନୁହେଁ ଏବଂ ସର୍ବଦା ମଙ୍ଗଳସୁତ୍ର ଧାରଣ କରିବା ଉଚିତ । କିନ୍ତୁ କେବେବି ଖାଲି ବେକ ରହିବା ଉଚିତ ନୁହେଁ ।

ସମଗ୍ର ଶ୍ରାବଣ ମାସରେ କୌଣସି ବିବାହିତା ମହିଳାଙ୍କ ସିନ୍ଥି ଖାଲି ରହିବା ଉଚିତ ନୁହେଁ ବରଂ ସବୁବେଳେ ସିନ୍ଦୁରରେ ଭରି ରହିବା ଉଚିତ । ନଚେତ ଏହା ଅଶୁଭ ହୋଇଥାଏ । ଏହାର ପ୍ରଭାବ ସ୍ୱାମୀଙ୍କ ଉପରେ ପଡ଼ିଥାଏ । ଏହି ମାସରେ ସୁହାଗ ଜିନିଷ କିଣିବା ଏବଂ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଅନେକ ଲାଭ ମିଳିଥାଏ ଏବଂ ଭଗବାନଙ୍କ କୃପା ମଧ୍ୟ ମିଳିଥାଏ ।

ଆପଣ ଚାହିଁଲେ ସିନ୍ଦୁର , ଚୁଡ଼ି , ଟିକିଲି ଭେଟି ଆକାରରେ କାହାକୁବି ଦେଇ ପାରିବେ । ଶ୍ରାବଣ ମାସରେ ପାଉଁଜି ମଧ୍ୟ ପିନ୍ଧିବା ଶୁଭ ହୋଇଥାଏ । ଯେଉଁ ମହିଳା ପାଉଁଜି ପିନ୍ଧିଥାଏ ତା ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ସେହି ଘରେ କେବେବି ଆର୍ଥିକ ସମସ୍ୟା ଦେଖା ଦିଏନାହିଁ । ଶ୍ରାବଣ ମାସରେ ବିବାହିତା କିମ୍ବା କୁଆଁରୀ କନ୍ୟା ସମସ୍ତେ ହାତରେ ମେହେନ୍ଦୀ ଲଗାଇବା ଉଚିତ ।

Leave a Reply

Your email address will not be published. Required fields are marked *