ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ଶିବଲିଙ୍ଗରେ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ସବୁ ସମସ୍ୟା ହୋଇଯିବ ଦୂର :-

ଶ୍ରାବଣ ମାସ ମହାଦେବଙ୍କ ଭକ୍ତଙ୍କ ପାଇଁ ଏବଂ ମହାଦେବଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଏହି ମାସରେ ଭକ୍ତ ଗଣ କେବଳ ଏକ ଲୋଟା ଜଳ ଅର୍ପିତ କରି ଭଗବାନ ଶିବଙ୍କ କୃପା ପ୍ରାପ୍ତ କରନ୍ତି । ତେବେ କେବଳ ଏହି ମାସ ନିଷ୍ଠାର ସହିତ ଏବଂ ସଚ୍ଚା ମନରେ ହିଁ ଭଗବାନ ଶିବଙ୍କ ଆରାଧନା କରିବା ଉଚିତ । ଯାହାଦ୍ୱାରା ଭଗବାନ ଶିବଙ୍କ ସହିତ ମାତା ପାର୍ବତୀ ମଧ୍ୟ ପ୍ରସନ୍ନ ହେବେ ।

ଆପଣଙ୍କର କୌଣସି ପ୍ରକାରର ମନସ୍କାମନା ତାହା ସନ୍ତାନ ନିମିତ୍ତ ହେଉ କିମ୍ବା ଧନ ପ୍ରାପ୍ତି କିମ୍ବା ଚାକିରୀ ଏବଂ କ୍ୟାରିଅର ନିମିତ୍ତ ହେଉ , ସବୁକିଛି ଭଗବାନ ଶିବଙ୍କ ଭକ୍ତିପୂର୍ଣ୍ଣ ଆରାଧନା ଦ୍ୱାରା ପୂରଣ ହେବ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଶ୍ରାବଣ ମାସ ସୋମବାର ଦିନ ସକାଳୁ ଉଠି କେଉଁ ଉପାୟ କରିବା ଦ୍ୱାରା ପୂଜାର ଭଲ ଫଳ ମିଳିଥାଏ

ତେବେ ସୋମବାର ଦିନ ସକାଳୁ ଉଠି ଭଗବାନ ଶିବଙ୍କ ପୂଜା କରନ୍ତୁ । ଯଦି ଆପଣ ମନ ମୁତାବକ ଜୀବନ ସାଥି ପାଇବାକୁ ଚାହୁଁଛନ୍ତି ତେବେ ସୋମବାର ସକାଳୁ ଉଠି ସ୍ନାନ କରି ଶିବଲିଙ୍ଗରେ କେଶର ମିଶ୍ରିତ କଞ୍ଚା କ୍ଷୀର ଅର୍ପିତ କରନ୍ତୁ । ଗାଈ କ୍ଷୀର ଅଧିକ ଉତ୍ତମ ହୋଇଥାଏ । କ୍ଷୀର ଅର୍ପିତ କରିବା ସମୟରେ ଓଁ ନମଃ ଶିବାୟ ନିଶ୍ଚିତ ଜପ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ ଏବଂ ଆପଣଙ୍କୁ ଭଲ ଜୀବନ ସାଥି ମଧ୍ୟ ମିଳିବ । ଯଦି ବିବାହ ହେବାକୁ ବିଳମ୍ବ ହେଉଛି ତେବେ ସେହି ସମସ୍ୟାର ମଧ୍ୟ ସମାଧାନ ହୋଇଯିବ ।

ଯଦି ଆପଣଙ୍କର ଧନ ପ୍ରାପ୍ତି ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ସୋମବାର ଦିନ ମାଛକୁ ଅଟା ଗୋଳି ଖୁଆନ୍ତୁ । ଏହାଦ୍ବାରା ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ କିମ୍ବା ଆର୍ଥିକ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । କୌଣସି ସ୍ଥାନରେ ଟଙ୍କା ଫସିଥିଲେ ତାହା ମଧ୍ୟ ଠିକ ହୋଇଯିବ । ମନେ ରଖନ୍ତୁ ଏହି କାମ କରିବା ସମୟରେ ମନେ ମନେ ମହାଦେବଙ୍କ ମନ୍ତ୍ର ଜପ ସହିତ ନିଜ ସମସ୍ୟା ବିଷୟରେ ମଧ୍ୟ କହି ଦିଅନ୍ତୁ । କୌଣସି ମନସ୍କାମନା ଥିଲେ ସୋମବାର ଦିନ ବିଧିବଦ୍ଧ ଭାବରେ ମହାଦେବଙ୍କ ପୂଜା କରନ୍ତୁ । ପଞ୍ଚାମୃତରେ ଅଭିଷେକ କରନ୍ତୁ । ନଚେତ ଗଙ୍ଗା ଜଳ କିମ୍ବା ସାଧାରଣ ଜଳରେ ମଧ୍ୟ ଅଭିଷେକ କରି ପାରିବେ ।

୨୧ ଟି ବେଲପତ୍ର ନେଇ ସେଥିରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଗୋଟିଏ ପରେ ଗୋଟିଏ ମହାଦେବଙ୍କୁ ଅର୍ପଣ କରନ୍ତୁ । ଯଦି ଆପଣ ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ ମହାଦେବଙ୍କ ପ୍ରିୟ ନନ୍ଦୀ କିମ୍ବା କୌଣସି ଗାଈକୁ ସବୁଜ ଚାରା ଖୁଆନ୍ତୁ । ଏହାଦ୍ବାରା ସବୁ ପ୍ରକାରର ସୁଖ ପ୍ରାପ୍ତି ହୋଇଥାଏ ।

ଯଦି ଆପଣ ଆର୍ଥିକ କ୍ଷେତ୍ରରେ ଉନ୍ନତି ଚାହୁଁଛନ୍ତି ତେବେ ସୋମବାର ଦିନ ଗରିବଙ୍କୁ ଭୋଜନ କରନ୍ତୁ । ଏହାଦ୍ବାରା ଆପଣଙ୍କୁ କେବେ ଅନ୍ନ ଅଭାବ ହେବ ନାହିଁ । ଏହାଦ୍ବାରା ପିତୃଙ୍କ ଆଶୀର୍ବାଦ ମଧ୍ୟ ସର୍ବଦା ବଜାୟ ରହିବ । ଯଦି ଆପଣଙ୍କ ଜାତକରେ କୌଣସି ଗ୍ରହର ପ୍ରଭାବ ରହିଛି କିମ୍ବା ଦୋଷ ରହିଛି ତେବେ ଜଳରେ କଳା ତିଳ ମିଶାଇ ଶିବଲିଙ୍ଗରେ ଅର୍ପିତ କରନ୍ତୁ ।

ଯଦି ଆପଣ ଅପାର ଧନ ପ୍ରାପ୍ତି ଚାହୁଁଛନ୍ତି ତେବେ ପାରଦ ତିଆରି ଶିବଲିଙ୍ଗ ପୂଜା କରନ୍ତୁ । ଏହାଦ୍ବାରା ଅମାପ ଧନ ସମ୍ପତ୍ତିର ପ୍ରାପ୍ତି ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ସନ୍ତାନ ପ୍ରାପ୍ତିରେ କୌଣସି ସମସ୍ୟା ନଆସୁ ତେବେ ଏଗାର ଥର ଶିବଲିଙ୍ଗରେ ଅଟା ରେ ଅଭିଷେକ କରନ୍ତୁ ।

ଏହି ସମୟରେ ମହାଦେବଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ । ଏହାଦ୍ବାରା ସନ୍ତାନ ପ୍ରାପ୍ତିର କାମନା ପୂରଣ ହୋଇଥାଏ । ସୋମବାର ଦିନ ଅଟାର ଶିବଲିଙ୍ଗ ପୂଜା କରିବା ଦ୍ୱାରା ସବୁ ପ୍ରକାରର ବାଧା ଦୂରେଇ ଯାଏ । ସନ୍ତାନ ପ୍ରାପ୍ତିରେ ଆସୁଥିବା ସମସ୍ୟା ଦୂରେଇ ଯାଏ । ଯଦି ଆପଣ ରୋଗରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଶିବଲିଙ୍ଗକୁ ଜଳରେ ଅଭିଷେକ କରନ୍ତୁ ।

Leave a Reply

Your email address will not be published. Required fields are marked *