ଶୁକ୍ରବାର ଦିନ ଏହି ପାଞ୍ଚଟି କାମ ଆଦୋୖ କରନ୍ତୁ ନାହିଁ, ନଚେତ ହୋଇଯିବେ କାଙ୍ଗାଳ !

ଅନେକ ସମୟରେ ମନୁଷ୍ୟ ନିଜ ଦୁର୍ଭାଗ୍ୟ ପାଇଁ ନିଜ କର୍ମକୁ ନିନ୍ଦିଥାଏ । କିନ୍ତୁ କର୍ମରେ କେବେବି ସେ ହେଳା କରି ନଥାଏ । ଅନେକ ପରିଶ୍ରମ କରିବା ସତ୍ତ୍ୱେବି ତାକୁ ଭଲ ଫଳ ମିଳିନଥାଏ । ଦୁନିଆରେ କିଛିବି ଜିନିଷ ପାଇବା ପାଇଁ ଟଙ୍କା ବହୁତ ଜରୁରୀ ହୋଇଥାଏ । କିନ୍ତୁ ତାର ଅଭାବରେ ଅନେକ କଷ୍ଟ ଏବଂ ମାନସିକ ଅସୁସ୍ଥତାର ସାମ୍ନା କରିବାକୁ ପଡ଼ିଥାଏ । ଯାହାଦ୍ୱାରା ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଥାଏ ।

ଧନର ଦେବୀ ଲକ୍ଷ୍ମୀ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଶୁକ୍ରବାର ଦିନ କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବୁ ଯାହା କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନ ବର୍ଷା କରିବେ । ଏହାବ୍ୟତୀତ ଏହି ଦିନ ଏପରି କେଉଁ କାମ ଅଛି ଯାହା କରିବା ଦ୍ୱାରା ମାତା ଲକ୍ଷ୍ମୀ ରୁସ୍ଟ ହୋଇଥାନ୍ତି ତାହା ମଧ୍ୟ କହିବୁ ।

୧ . ଶୁକ୍ରବାର ଦିନ ଯଦି ଆପଣ କୌଣସି ମନ୍ଦିରକୁ ଯାଉଛନ୍ତି ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି ତେବେ ମୁଣ୍ଡରେ ନିଶ୍ଚିତ ଓଢ଼ଣା ଦିଅନ୍ତୁ । ଯଦି ଆପଣ ବିବାହିତ ନାରୀ ତେବେ ମୁଣ୍ଡରେ ଓଢ଼ଣା ଜରୁରୀ ଅଟେ । ନଚେତ ଆପଣଙ୍କ ପୂଜାର କୌଣସି ମହତ୍ତ୍ୱ ରହିବ ନାହିଁ ଏବଂ ତାହାର ସୁଫଳ ମଧ୍ୟ ପ୍ରାପ୍ତ ହେବ ନାହିଁ । ଏହାବ୍ୟତୀତ ମାତା ଲକ୍ଷ୍ମୀ ଏବଂ ଅନ୍ୟାନ୍ୟ ଦେବଦେବୀ ମଧ୍ୟ କ୍ରୋଧିତ ହେବେ ।

୨ . ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ଆପଣ ଯାହାବି କିଛି ଅର୍ପଣ କରିବେ ତାହା ଶୁଦ୍ଧ ସାତ୍ଵିକ ହେବା ଉଚିତ । ତେଣୁ ଧ୍ୟାନ ରଖିବେ ଯେ ଯେପରି ତାହାକୁ ଆପଣ ଆପରିଷ୍କାର ହାତରେ ନଛୁଅନ୍ତି । ନଚେତ ପୂଜା ବ୍ୟର୍ଥ ହୋଇଯିବ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହେବେ ।

୩ . କେହିବି ଦେବଦେବୀ ସେତେବେଳେ ଅଧିକ ଖୁସି ହୁଅନ୍ତି ଯେତେବେଳେ ମନୁଷ୍ୟ ପକ୍ଷୀକୁ ଦାନା କହିବାକୁ ଦେଇଥାଏ । କିନ୍ତୁ ଯଦି ଆପଣ ଶୁକ୍ରବାର ଦିନ ଜାଣିଶୁଣି କିମ୍ବା ଅଜାଣତରେ କୌଣସି ପଶୁ ପକ୍ଷୀକୁ ମାରନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା ତ ଦୂରର କଥା ଘରକୁ କେବେବି ପ୍ରବେଶ କରିବେ ନାହିଁ ।

୪ . ଯଦି ଆପଣ ଶୁକ୍ରବାର ଦିନ ପୂଜା ଘରେ କିମ୍ବା ଘରର ମୁଖ୍ୟଦ୍ୱାରରେ ଝିଟିପିଟି ଦେଖନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ଅଟେ । କିନ୍ତୁ ଯଦି ଆପଣ ଶୁକ୍ରବାର ଦିନ ଘର ଭିତରେ ଝିଟିପିଟି ଦେଖୁଛନ୍ତି ଏବଂ ତାକୁ ଘଉଡ଼ାଇବାକୁ ଚେଷ୍ଟା କରନ୍ତି ତେବେ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଘର ଛାଡ଼ି ଚାଲିଯିବେ ଏବଂ ଆର୍ଥିକ ସ୍ଥିତି ସବୁଦିନ ପାଇଁ ଖରାପ ରହିବ ।

୫ . ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ କିଛି ନା କିଛି ମିଠା ବସ୍ତୁ , ଯେପରିକି ଖିରି କିମ୍ବା ଗୁଡ଼ କୌଣସି ପ୍ରକାରର ମିଠା ଜିନିଷ ଅର୍ପିତ କରିବା ଉଚିତ । ଯଦି କିଛି ନଥାଏ ତେବେ କେବଳ ଚିନି ଅର୍ପିତ କଲେ ମାତା ଲକ୍ଷ୍ମୀ ବହୁତ ଅଧିକ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ସବୁ ଦେବଦେବୀଙ୍କୁ ଏହିଦିନ ମିଠା ବସ୍ତୁ ଅର୍ପଣ କଲେ ପ୍ରସନ୍ନ ହୁଅନ୍ତି ।

୬ . ଯେଉଁ ଘରେ ମହିଳା ମାନେ ଖୁସିରେ ରହନ୍ତି ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଯେଉଁ ଘରେ ମହିଳାଙ୍କ ଉପରେ ନିର୍ଯାତନା କରାଯାଏ ସେହିଘରେ କେବେବି ଉନ୍ନତି ହୁଏ ନାହିଁ ।

୭ . ଶୁକ୍ରବାର ଦିନ ଯଦି ଆପଣ ଘରେ ପୋଛା ଲଗାଉଛନ୍ତି ତେବେ ସାଧାରଣ ପୋଛା ଲଗାନ୍ତୁ ନାହିଁ ବରଂ ପାଣିରେ ସମୁଦ୍ରି ଲୁଣ ମିଶାଇ ପୋଛା ଲଗାନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନ ହେବ ।

୮ . ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଆଦୋୖ ଝାଡ଼ୁ ଲଗାନ୍ତୁ ନାହିଁ । କାରଣ ଏହି ସମୟରେ ଝାଡ଼ୁ ଲଗାଇଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲି ଯାଆନ୍ତି ଏବଂ ଘରକୁ ନକରାତ୍ମକତା ପ୍ରବେଶ କରିଥାଏ ।

୯ . ଶୁକ୍ରବାର ଦିନ ପିମ୍ପୁଡ଼ିକୁ ମିଠା ଅଟା କିମ୍ବା ଗୁଡ଼ ଖାଇବାକୁ ଦେବା ଅତି ଉତ୍ତମ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଆର୍ଥିକ ବୃଦ୍ଧି ହୋଇଥାଏ । ତେଣୁ ଧ୍ୟାନ ଦେବେ ଯେପରି ଏହିଦିନ ଆପଣଙ୍କ ପାଦ ତଳକୁ କୌଣସି ପିମ୍ପୁଡ଼ି ନଆସେ । ଯଦି ଏପରି ପିମ୍ପୁଡ଼ି ମରିଯାଏ ତେବେ ତୁରନ୍ତ ମାତା ଲକ୍ଷ୍ମୀଙ୍କୁ କ୍ଷମା ମାଗି ଦାନ କରନ୍ତୁ ।

୧୦ . ଶୁକ୍ରବାର ଦିନ ତାମସିକ ଭୋଜନ ଆଦୋୖ କରିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ ।

Leave a Reply

Your email address will not be published. Required fields are marked *