ଗୁରୁବାର ଦିନ କଦଳୀ ଗଛରେ ଚଢାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ,ମା ଲକ୍ଷ୍ମୀ ଦୌଡ଼ି ଦୌଡ଼ି ଚାଲି ଆସିବେ ଆପଣଙ୍କ ଘରକୁ ..!

ବୃହଷ୍ପତି ହେଉଛନ୍ତି ସବୁ ଗ୍ରହଙ୍କ ମଧ୍ୟରେ ଶ୍ରେଷ୍ଠ । ତେଣୁ ବୃହଷ୍ପତି ଯଦି ଜନ୍ମ ଜାତକରେ ଉଚ୍ଚରେ ଥାଏ ତେବେ ବ୍ୟକ୍ତିର ଜୀବନରେ କେବେବି କୌଣସି ସମସ୍ୟା ଆସେ ନାହିଁ । କାରଣ ବୃହଷ୍ପତି ହେଉଛନ୍ତି ବିବାହ , ସନ୍ତାନ , ଧନର କାରକ । ତେଣୁ ଯଦି ବୃହସ୍ପତି ଦୁର୍ବଳ ହୁଅନ୍ତି ତେବେ ଘରେ ଆର୍ଥିକ ସମସ୍ୟା ଦେଖାଦିଏ ଏବଂ ପରିବାରରେ ମଧ୍ୟ ଅଶାନ୍ତି ଦେଖା ଦିଏ ।

ତେଣୁ ବୃହସ୍ପତିଙ୍କୁ ଖୁସି କରିବା ପାଇଁ ବୃହସ୍ପତି ବାରରେ କିଛି ଉପାୟ କରିବା ଉଚିତ । ଯାହାଦ୍ୱାରା ବୃହସ୍ପତି ପ୍ରସନ୍ନ ହେବେ ଏବଂ ସବୁ ସମସ୍ୟା ଦୂରେଇ ଯିବ । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ବିଶେଷ ଉପାୟ ବିଷୟରେ କହିବାକୁ ଯାଉଛୁ ।

୧ . ବୃହସ୍ପତି କଦଳୀ ଗଛ ସହିତ ଜଡ଼ିତ । ତେଣୁ ଯଦି ଆପଣ କଦଳୀ ଗଛକୁ ନିରନ୍ତର ପୂଜା କରନ୍ତି ତେବେ ବୃହସ୍ପତି ମଧ୍ୟ ଖୁସି ହେବେ । ଏହାଦ୍ବାରା ମନରେ ଶାନ୍ତି ଆସିବ ଏବଂ ସବୁ ପ୍ରକାରର ଚିନ୍ତା ମଧ୍ୟ ଦୂର ହେବ ।

୨ . ଯଦି କୌଣସି ଆର୍ଥିକ ସମସ୍ୟା ଥାଏ ତେବେ ଗୁରୁବାର ଦିନ ସକାଳୁ କିଛି ଚନ୍ଦନ କଥା ଟୁକୁଡ଼ାକୁ ଏକ ହଳଦିଆ ସୂତାରେ ବାନ୍ଧି କଦଳୀ ଗଛ ମୂଳରେ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ଦେଖିବେ ଘରକୁ ଧନର ଆଗମନ ହେବ । ମାତ୍ର ମନେ ରଖନ୍ତୁ ଏହି ଉପାୟ କରିବା ପୂର୍ବରୁ ଆପଣ ନିଶ୍ଚିତ ସ୍ନାନ କରନ୍ତୁ ଏବଂ ଜଳ ମଧ୍ୟ ଅର୍ପିତ କରନ୍ତୁ ।

୩ . ଯଦି ଚାକିରୀ ଏବଂ ବ୍ୟବସାୟ ସମ୍ବନ୍ଧୀୟ କୌଣସି ସମସ୍ୟା ଥାଏ ତେବେ କିଛି ଗୁରୁବାର କଦଳୀ ଗଛ ମୂଳରେ ପାଣିରେ ଅଳ୍ପ ହଳଦୀ ମିଶାଇ ଅର୍ପଣ କରନ୍ତୁ । ଦେଖିବେ ଚାକିରୀ ଏବଂ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ।

୪ . ଯଦି ଆପଣ କୌଣସି ବଡ଼ ଚିନ୍ତାରେ ଅଛନ୍ତି ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଜଳ ଅର୍ପଣ କରିବା ସମୟରେ ସେଥିରେ କିଛି ଗୁଡ଼ ମିଶାନ୍ତୁ ଏବଂ ଅଳ୍ପ ଚଣା ଡାଲି ମଧ୍ୟ ମିଶାଇ ଅର୍ପଣ କରନ୍ତୁ । ଦେଖିବେ ଯେତେ ବଡ଼ ଚିନ୍ତା ହେଉ ସମାଧାନ ହୋଇଯିବ ।

୫ . ଯଦି ଆପଣ କୌଣସି ଏକ ନୂଆ କାମ କରିବାକୁ ଯାଉଛନ୍ତି ଏବଂ ଚାହୁଁଛନ୍ତି ଯେ ତାହା ସଫଳ ହେଉ ତେବେ କଦଳୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଏବଂ ସେଥିରେ କିଛି ଚିନି ମିଶାଇ ଅର୍ପଣ କରନ୍ତୁ । ଏହି ସମୟରେ ଭଗବାନ ବୃହସ୍ପତିଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ । ‘ ଓଁ ବ୍ରିଙ୍ଗ ବୃହସ୍ପତୟେ ନମଃ ‘ ।

୬ . ଯଦି ଆପଣଙ୍କର କୌଣସି କାମ ପୁରା ହୋଇ ପାରୁନାହିଁ କିମ୍ବା ଘରରର କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟ ହୋଇ ପାରୁନାହିଁ ତେବେ ହଳଦୀ ଗଛ ମୂଳରେ ଦୁଇଟି ଗୋଟା ହଳଦୀକୁ କପଡ଼ାରେ ଗଣ୍ଠି ପକାଇ ରଖି ଦିଅନ୍ତୁ । ଯଦି ଆପଣ ମନ୍ଦିରରେ ଥିବା କଲଦୀ ଗଛ ମୂଳରେ କରୁଛନ୍ତି ତେବେ ତାହାକୁ ସେହି ସ୍ଥାନରେ ଛାଡ଼ି ଦିଅନ୍ତୁ । କିନ୍ତୁ ଯଦି ଆପଣ ଘରେ କରୁଛନ୍ତି ତେବେ ପ୍ରତି ଗୁରୁବାର ହଳଦୀ ଗଣ୍ଠିକୁ ବଦଳାଇ ଦିଅନ୍ତୁ । ପୁରୁଣା ହଳଦୀ ଗଣ୍ଠିକୁ ମାଟିରେ ଦବାଇ ଦିଅନ୍ତୁ କିମ୍ବା ଜଳରେ ବିସର୍ଜିତ କରି ଦିଅନ୍ତୁ । ଦେଖିବେ ଆପଣଙ୍କର ସବୁ କାମ ପୂରଣ ହୋଇଯିବ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂରେଇ ଯିବ ।

୭ . ଯଦି ଆପଣ ଧନୀ ହେବାକୁ ଚାହୁଁଛି ତେବେ ହଳଦୀ ଗଛ ମୂଳରେ ଏକ ଟଙ୍କିଆ ମୁଦ୍ରା ଦବାଇ ଦିଅନ୍ତୁ । ମନେ ରଖନ୍ତୁ ଏହି ଉପାୟ କରିବା ସମୟରେ ଯେପରି ଆପଣଙ୍କୁ କେହିବି ନଦେଖନ୍ତି । ନଚେତ ତାହାର ଫଳ ପ୍ରାପ୍ତ ହେବ ନାହିଁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଅମାପ ଧନ ପ୍ରାପ୍ତି ହେବ । ଏହି ଉପାୟ କେବଳ ଗୋଟିଏ ଥର କରନ୍ତୁ ।

୮ . ଯଦି ଆପଣଙ୍କ ବୈବାହିକ ଜୀବନରେ କୌଣସି ସମସ୍ୟା ଅଛି ତେବେ ହଳଦୀ ଗଛ ମୂଳରେ ପୂଜା କରନ୍ତୁ ଏବଂ ଜଳ ଅର୍ପିତ କରିବା ସମୟରେ ହଳଦୀ ମିଶାଇ ଅର୍ପିତ କରନ୍ତୁ । ଏହାପରେ ସେଠାରେ ହଳଦୀ ଗଣ୍ଠି ମଧ୍ୟ ଅର୍ପିତ କରନ୍ତୁ । ବୈବାହିକ ଜୀବନର ସବୁ ସମସ୍ୟା ଦୂରେଇ ଯିବ ।

୯ . ଯଦି ଆପଣଙ୍କର ବିବାହ ସମ୍ବନ୍ଧୀୟ କିମ୍ବା ସନ୍ତାନ ପ୍ରାପ୍ତି ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଗୁରୁବାର ଦିନ କଦଳୀ ଗଛକୁ ପୂଜା କରି ଜଳରେ ହଳଦୀ ମିଶାଇ ଅର୍ପିତ କରନ୍ତୁ । ଏହାପରେ ଏକ ହଳଦିଆ କପଡ଼ା ଅର୍ପିତ କରି କଦଳୀ ଗଛର ପରିକ୍ରମା କରନ୍ତୁ । ପରିକ୍ରମା କରିବା ସମୟରେ ବୃହସ୍ପତିଙ୍କୁ ପ୍ରାର୍ଥନା କରି ନିଜର ସବୁ ସମସ୍ୟା ବିଷୟରେ କୁହନ୍ତୁ । ଦେଖିବେ ଆପଣଙ୍କ ବିବାହ ଏବଂ ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *