ଘରକୁ ଏହି ୯ ଟି କୀଟପତଙ୍ଗ ଆସିଲେ ମିଳିଥାଏ ଶୁଭ ସଙ୍କେତ , ହୋଇଥାଏ ଧନ ପ୍ରାପ୍ତି , ଜାଣନ୍ତୁ କେଉଁ କେଉଁ କୀଟ ?

ହିନ୍ଦୁ ଧର୍ମ ପୁରାଣରେ ଅନେକ ପଶୁପକ୍ଷୀଙ୍କୁ ପୂଜନୀୟ ମାନା ଯାଏ । ପଶୁ ପକ୍ଷୀ ମାନଙ୍କୁ ଦେବଦେବୀଙ୍କ ବାହନ ଭାବରେ ପୂଜା କରାଯାଏ । ଶାସ୍ତ୍ର ଅନୁଯାୟୀ ଘରକୁ ପଶୁ ପକ୍ଷୀ ମାନଙ୍କ ଆସିବା ଏକ ବିଶେଷ ସଙ୍କେତ ହୋଇଥାଏ । ବୈଜ୍ଞାନିକ ଏବଂ ବିଶେଷଜ୍ଞଙ୍କ ମତରେ ପଶୁ ପକ୍ଷୀ ମାନେ ବାତାବରଣରେ ଥିବା ସକାରାତ୍ମକତାକୁ ଜାଣି ସେହି ଦିଗରେ ଯାଇଥାନ୍ତି ।

ଏହି କାରଣରୁ ସେମାନେ ସକାରାତ୍ମକ ବାତାବରଣ ଥିବା ଘରକୁ ଯାଆନ୍ତି । ଏହି କାରଣରୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ ସର୍ବଦା ସ୍ୱଚ୍ଛ ରଖିବାକୁ କୁହାଯାଏ । ତେଣୁ ଘରକୁ ଆସି ବସୁଥିବା ପକ୍ଷୀ ଦ୍ୱାରା ଘରର ଲୋକଙ୍କ ସ୍ଵଭାବ ବିଷୟରେ ଜାଣିହୁଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଘରକୁ ଆସୁଥିବା ପଶୁ ପକ୍ଷୀ ଆମକୁ କେଉଁ ସଙ୍କେତ ଦିଅନ୍ତି ।

୧ . ଚୁଚୁନ୍ଦ୍ରା :-

ଶାସ୍ତ୍ର ଅନୁସାରେ ଘରେ ଚୁଚୁନ୍ଦ୍ରା ରହିବା ଅତ୍ୟନ୍ତ ଶୁଭ ଅଟେ । କାରଣ ଯେଉଁ ଘରେ ଚୁଚୁନ୍ଦ୍ରା ରହିଥାଏ ସେହିଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଯଦି ଚୁଚୁନ୍ଦ୍ରା କୌଣସି ବ୍ୟକ୍ତି ଚାରିପଟେ ବୁଲିଯାଏ ତେବେ ଏହାର ଅର୍ଥ ସେହି ବ୍ୟକ୍ତିକୁ ବହୁତ ଶୀଘ୍ର କୌଣସି ବଡ଼ ଲାଭ ହେବାକୁ ଯାଉଛି । ଯଦି ଦୀପାବଳି ରାତିରେ କାହାକୁ ଚୁଚୁନ୍ଦ୍ରା ଦେଖାଯାଏ ତେବେ ତାକୁ ଅତିଶୀଘ୍ର ଧନ ଲାଭ ହେବାକୁ ଯାଉଛି । ଯଦି ଚୁଚୁନ୍ଦ୍ରା ଘରର ଚାରିପଟେ ଚକ୍କର ଲଗାଏ ତେବେ ସେହି ଘରର ବିପତ୍ତି ଟଳିଯାଏ ।

୨ . ମୂଷା :-

ହୁଏତ ମୂଷା ଗଣେଶଙ୍କ ବାହାନ ଅଟେ । କିନ୍ତୁ ତାହାକୁ ନକରାତ୍ମକ ଶକ୍ତିର ପ୍ରତୀକ ମାନାଯାଏ । ଘରେ ଅଧିକ ମୂଷା ରହିବା ଘରର ଲୋକଙ୍କର ବୁଦ୍ଧି ନାଶ ଏବଂ ନକରାତ୍ମକ ଚିନ୍ତାଧାରାର କାରଣ ହୋଇଥାଏ । ତେଣୁ ଘରେ ବହୁତ ସଂଖ୍ୟକ ମୂଷା ରହିବା ଅଶୁଭ ଅଟେ । ଯେଉଁଠି ଆପରିଷ୍କାର ଥାଏ ସେହିଠାରେ ହିଁ ମୂଷା ରହେ । ଯାହାଦ୍ୱାରା ପରିବାରର ଲୋକଙ୍କର ବୁଦ୍ଧି ଭ୍ରଷ୍ଟ ହୁଏ ଏବଂ ନକରାତ୍ମକତା ବୃଦ୍ଧି ପାଏ ।ଯେଉଁ ଘରେ କଳା ମୂଷା ଥାଏ ସେହି ଘରେ ଗମ୍ଭୀର ରୋଗ ହେବାର ସମ୍ଭାବନା ବଢ଼ିଯାଏ ।

୩ . ମହୁମାଛି ବସା :-

ଘରେ ମହୁମାଛି ବସା ରହିବା ଅତ୍ୟନ୍ତ ଅଶୁଭ ଅଟେ । ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ । ମହୁମାଛି ବସାରେ ଅଗଣିତ ଛେଦ ରହିଥାଏ ଯାହା ଆପଣଙ୍କ ଜୀବନକୁ ମଧ୍ୟ କ୍ଷତ ବିକ୍ଷତ କରିଦିଏ । ତେଣୁ ଘରେ କୌଣସି ସ୍ଥାନରେ ମହୁମାଛି ବସା ଥିଲେ ତାହାକୁ ତୁରନ୍ତ ହଟାଇ ଦେବା ଉଚିତ ।

୪ . ବୁଢିଆଣି ଜାଲ :-

ଘରେ ବୁଢିଆଣି ଜାଲ ଅଶୁଭ ସଙ୍କେତ ଦେଇଥାଏ । ଏହା ନକରାତ୍ମକତା ଆଣିଥାଏ । ଯେଉଁଘରେ ବୁଢିଆଣି ଜାଲ ଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । କାରଣ ଏହା ମନୁଷ୍ୟ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ ଏବଂ ଦାରିଦ୍ର୍ୟତା ଆଣିଥାଏ । ଏହା ସଫଳତାକୁ ମଧ୍ୟ ରୋକିଥାଏ ।

୫ . ପ୍ରଜାପତି :-

ଘରକୁ ପ୍ରଜାପତି ଆସିବା ସୌଭାଗ୍ୟର କଥା ଅଟେ । ଏହାକୁ ଭଲ ସଙ୍କେତ ମାନାଯାଏ । ଘରକୁ ପ୍ରଜାପତି ଆସିବା ଅର୍ଥ ବହୁତ ଜଲଦି ଆପଣଙ୍କୁ ଶୁଭ ସମାଚାର ମିଳିବାକୁ ଯାଉଛି । ଘରେ ବାରମ୍ବାର ପ୍ରଜାପତି ଦେଖା ଦେବା ଉନ୍ନତିର ସଙ୍କେତ ଅଟେ । ଏହାଦ୍ବାରା ଆପଣଙ୍କ ଜୀବନ ମଧ୍ୟ ଖୁସିରେ ଭରିଯିବ ।

୬ . କଳା ଭଅଁର :-

ଘରକୁ କଳା ଭଅଁର ଆସିବା ଶୁଭ ସଙ୍କେତ ଅଟେ । ଏହାର ସମ୍ବନ୍ଧ ପ୍ରେମ ପ୍ରସଙ୍ଗକୁ ଯୋଡ଼ି ଦେଖାଯାଏ । ଯଦି ଆପଣଙ୍କ ଘରକୁ ବାରମ୍ବାର ଭଅଁର ଆସୁଛି ତେବେ ବିବାହ ସହିତ ଜଡ଼ିତ କୌଣସି ଶୁଭ ସମାଚାର ଆପଣଙ୍କୁ ମିଳିବାକୁ ଯାଉଛି ।

୭ . ବିଛା :-

ସ୍ୱପ୍ନରେ ବିଛା ଦେଖାଯିବା ସଙ୍କଟର ସଙ୍କେତ ଅଟେ । ଯେଉଁଠି ଘରୁ ବିଛା ବାହାରକୁ ଯିବାକୁ ଲାଗେ ତାହାର ଅର୍ଥ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘର ଛାଡ଼ି ଚାଲିଯିବେ । ହଳଦିଆ ବିଛା ମାୟାର ପ୍ରତୀକ ଅଟେ । ଏପରି ବିଛା ଘରୁ ବାହାରିଲେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୮ . କଳା ପିମ୍ପୁଡ଼ି :-

ଯଦି ଆପଣଙ୍କ ଘରେ କଳା ପିମ୍ପୁଡ଼ି ବାହାରେ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଭବିଷ୍ୟତରେ ସୁଖ ଶାନ୍ତିରେ ବୃଦ୍ଧି ହେବାକୁ ଯାଉଛି । କଳା ପିମ୍ପୁଡ଼ି ଐଶ୍ୱର୍ଯ୍ୟ ବଢ଼ାଇ ଥାଏ । କଳା ପିମ୍ପୁଡ଼ିକୁ ଭୋଜନ ଖୁଆଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଚାଉଳ ଭର୍ତ୍ତି ପାତ୍ରରୁ ପିମ୍ପୁଡ଼ି ବାହାରୁଛି ତେବେ ତାହା ମଧ୍ୟ ଏକ ଶୁଭ ସଙ୍କେତ ଅଟେ । ଯଦି ଆପଣ କଳା ପିମ୍ପୁଡ଼ିକୁ ବର୍ତ୍ତୃଳାକାର ଆକାର ଧାରଣ କରିଥିବାର ଦେଖନ୍ତି ତେବେ ମାତା ଲକ୍ଷ୍ମୀଙ୍କ ଆଗମନ ହେବ ।

୯ . ଗେଣ୍ଡା :-

ଯଦି ଘରୁ ଗେଣ୍ଡା ବାହାରିବାର ଦେଖନ୍ତି ତେବେ ଆପଣଙ୍କୁ ବହୁତ ଜଲଦି ଧନ ପ୍ରାପ୍ତି ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *