ଅଗଷ୍ଟ ୪ ବଡ଼ ଗୁରୁବାର : ତୁଳସୀ ଗଛ ମୂଳରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ , ରାତାରାତି ହୋଇଯିବେ ମାଲାମାଲ,ଆଜି ହିଁ ଚେଷ୍ଟା କରନ୍ତୁ …

ହିନ୍ଦୁ ଧର୍ମରେ ତୁଳସୀକୁ ଦେବୀ ବୋଲି ମାନା ଯାଏ ଏବଂ ତୁଳସୀ ଗଛର ଅନେକ ମହତ୍ତ୍ୱ ମଧ୍ୟ ରହିଛି । ତୁଳସୀ ଖୁବ ଗୁଣକାରୀ ଏବଂ ସବୁ ଧାର୍ମିକ କାର୍ଯ୍ୟରେ ତୁଳସୀର ବ୍ୟବହାର ଅନିର୍ବାର୍ଯ୍ୟ ହୋଇଥାଏ । କୌଣସି ପବିତ୍ର କାମ , ଯଜ୍ଞ ଆଦିରେ ତୁଳସୀର ବ୍ୟବହାର ହୋଇଥାଏ ଏହାଦ୍ବାରା ଭଗବାନ ଖୁବଶୀଘ୍ର ପ୍ରସନ୍ନ ହୁଅନ୍ତି । ଭଗବାନ ବିଷ୍ଣୁଙ୍କର ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ ।

ବିନା ତୁଳସୀରେ ଭଗବାନ ବିଷ୍ଣୁ କୌଣସି ନୈବେଦ୍ୟ ଗ୍ରହଣ କରନ୍ତି ନାହିଁ । ମନୁଷ୍ୟର ଦୈନନ୍ଦିନ ଜୀବନରେ ମଧ୍ୟ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ଘରେ ତୁଳସୀ ଗଛ ରଖି ପ୍ରତ୍ୟେକ ଦିନ ଜଳ ଅର୍ପଣ କଲେ ଏବଂ ଯତ୍ନ ନେଲେ ଘରେ ରୋଗ ଶୋକ କିମ୍ବା କୌଣସି ପ୍ରକାରର ସମସ୍ୟା ଦେଖା ଦିଏ ନାହିଁ । ଘରର ମୂଖ୍ୟଦ୍ୱାରର ଦୁଇ ପାର୍ଶ୍ଵରେ ତୁଳସୀ ଗଛ ଲଗାଇଲେ ଖୁବ ଭଲ ଶୁଭ ଫଳ ମିଳିଥାଏ ।

ଆଜି ଆମେ ଏହି ତୁଳସୀ ଗଛରେ କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଘରେ କେବେ ଆର୍ଥିକ ସମସ୍ୟା ଦେଖାଦିଏ ନାହିଁ । ତୁଳସୀକୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି ମାନାଯାଏ । କୁହାଯାଏ ଯେ ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଅମୃତ କଳସି ହଲିବା ଦ୍ୱାରା କିଛି ବୁନ୍ଦା ଅମୃତ ମାଟିରେ ପଡ଼ି ଯାଇଥିଲା । ଯେଉଁଠାରୁ ତୁଳସୀର ଉତ୍ପତ୍ତି ହୋଇଥିଲା ।

basil

ସେହିଠାରୁ ହିଁ ବ୍ରହ୍ମା ତୁଳସୀକୁ ଭଗବାନ ବିଷ୍ଣୁଙ୍କୁ ଅର୍ପିତ କରି ଦେଇଥିଲେ । ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କ ଅର୍ଦ୍ଧାଙ୍ଗିନୀ କୁହାଯାଏ । କୁହାଯାଏ ଯେ ତୁଳସୀ ଗଛକୁ ପୂଜାକଲେ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୁଅନ୍ତି । ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ଉଭୟ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଖୁସି ହୁଅନ୍ତି ଯାହାଦ୍ୱାରା ଘରେ କେବେବି କୌଣସି ପ୍ରକାରର ଆର୍ଥିକ ସମସ୍ୟା ଦେଖା ଦିଏନାହିଁ ଏବଂ କୌଣସି ପ୍ରକାରର ପାରିବାରିକ କଳହ କ୍ଳେଶ ମଧ୍ୟ ଦେଖା ଦିଏନାହିଁ ।

ଗୁରୁବାର ଦିନ ତୁଳସୀର ବିଶେଷ ପୂଜା ଦ୍ୱାରା ଭଗବାନ ବିଷ୍ଣୁ ଖୁବ ଖୁସି ହୁଅନ୍ତି । କିନ୍ତୁ ଘରେ ତୁଳସୀ ଗଛ ରଖିବାର ଅନେକ ବିଧି ରହିଛି । ଯେଉଁ ବିଧି ଅନୁଯାୟୀ ତୁଳସୀ ଗଛକୁ ସର୍ବଦା ଗାଉଁଲାରେ ଲଗାଇବା ଉଚିତ । ଏହାକୁ ସିଧାସଳଖ ଭୂଇଁରେ ଲଗାଇଲେ ଅଶୁଭ ଫଳ ଦେବା ଆରମ୍ଭ କରିଥାଏ । ସର୍ବଦା ଘରର ଉତ୍ତର , ପୂର୍ବ କିମ୍ବା ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ । ତୁଳସୀ ଗଛ ଚତୁଃପାଶ୍ୱର୍ରେ ସର୍ବଦା ପରିଷ୍କାର ରଖିବା ଉଚିତ ।

କାରଣ ମାତା ଲକ୍ଷ୍ମୀ ମଧ୍ୟ ପରିଷ୍କାର ପରିଚ୍ଛନ୍ନତାକୁ ପସନ୍ଦ କରନ୍ତି । ତୁଳସୀ ଗଛ ମୂଳରେ ଅନ୍ୟ ଗଛ ଉଠିଲେ ତାହାକୁ ତୁରନ୍ତ ବାହାର କରି ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ତୁଳସୀ ଗଛରେ ପାଣି ଦିଅନ୍ତୁ । ତୁଳସୀ ଗଛକୁ ପ୍ରତ୍ୟେକ ଦିନ ୪ ରୁ ୮ ଘଣ୍ଟା ଖରା ଆବଶ୍ୟକ ଥାଏ ତେଣୁ ତାହାକୁ ଏପରି ସ୍ଥାନରେ ରଖନ୍ତି ଯେଉଁଠି ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ମିଳୁଥିବ ।

ତୁଳସୀ ଗଛର ନିୟମିତ ପୂଜା ଦ୍ୱାରା ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ ତାହା ସନ୍ତାନ ସମ୍ବନ୍ଧରେ ହେଉ କିମ୍ବା ଅର୍ଥ ସମ୍ବନ୍ଧରେ ହେଉ । ତୁଳସୀ ଗଛ ପାଖରେ ଆପଣ ଚାହିଁଲେ କଦଳୀ ଗଛ ଲଗାଇ ପାରିବେ । କାରଣ କଦଳୀ ଗଛ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଅଟେ ।

ପ୍ରତ୍ୟେକ ଦିନ ସକାଳୁ ଉଠି ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଏହାପରେ ତୁଳସୀ ଗଛରେ ଜଳରେ ହଳଦୀ ମିଶାଇ ଅର୍ପଣ କରନ୍ତୁ ଏବଂ ଏହାସହିତ ଚନ୍ଦନ , ଫୁଲ , ଧୂପ , ଦୀପ ଏବଂ ନୈବେଦ୍ୟ ମଧ୍ୟ ଅର୍ପଣ କରି ଦିଅନ୍ତୁ । ପୂଜା କରିବା ସମୟରେ ମହାପ୍ରସାଦ ଜନନୀ , ‘ ସହସୌହାର୍ଦ୍ଦ୍ୟ ବର୍ଦ୍ଧିନି ଆଦି ବାଦୀ ହରା ନିତ୍ୟମ ତୁଳସୀ ଦେବୀ ନମସ୍ତୁତେ ‘ ଏହି ମନ୍ତ୍ରର ଜପ କରନ୍ତୁ । ଏହାପରେ ତୁଳସୀ ଗଛ ମୂଳରେ ଚନ୍ଦନ ଏବଂ ସିନ୍ଦୁର ଲଗାନ୍ତୁ । ଏପରି କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଖୁସି ଆସିଥାଏ । ପୂଜା କରିବା ପରେ ୧ , ୫ କିମ୍ବା ୭ ଥର ପରିକ୍ରମା କରନ୍ତୁ । ତାପରେ ତୁଳସୀ ବଚ ମୂଳରେ ବସି ତୁଳସୀ ଗାୟତ୍ରୀ ମନ୍ତ୍ରୀ ଜପ କରନ୍ତୁ ।

ମାତା ତୁଳସୀନ୍କୟ ନିଜର ସମସ୍ତ ସମସ୍ୟା କୁହନ୍ତୁ ଏବଂ ମାତା ତୁଳସୀଙ୍କ ଆରାଧନା କରନ୍ତୁ । ଦେଖିବେ ମାତା ତୁଳସୀ ଆପଣଙ୍କ ସବୁ ସମସ୍ୟାକୁ ଦୂର କରିବେ । ଭଗବାନ ବିଷ୍ଣୁ ନିଶ୍ଚିତ ଭାବରେ ଆପଣଙ୍କ ସେବା କରିବେ । ଗୁରୁବାର ଦିନଟି ହେଉଛି ଭଗବାନ ବିଷ୍ଣୁଙ୍କର ଦିନ । ତେଣୁ ଏହିଦିନ ସନ୍ଧ୍ୟାରେ ତୁଳସୀ ଗଛ ସାମ୍ନାରେ ଏକ ଘିଅ ଦଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଏହାପରେ ମନ୍ତ୍ର ଜପ କରନ୍ତୁ ।

୭ ଟି ଗୁରୁବାର ପର୍ଯ୍ୟନ୍ତ ଏହି ଉପାୟ କରନ୍ତୁ ଦେଖିବେ ସବୁ ସମସ୍ୟା ଥିଲା ହୋଇଯିବ । ଏହାବ୍ୟତୀତ ଗୁରୁବାର ଦିନ ତାମସିକ ଭୋଜନ କରନ୍ତୁ ନାହିଁ । ଏହିଦିନ କୌଣସି ପୁରୁଣା ଜିନିଷ କାହାକୁ ଦେବା , ନଖ ଏବଂ କେଶ ଆଦି କାଟିବା ଏହି ସବୁ କାମ କରିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯିବେ । ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ତେବେ ପାଖରେ ଏକ ହଳଦିଆ ରୁମାଲ ନିଶ୍ଚୟ ରଖନ୍ତୁ । ଦେଖିବେ ଆପଣଙ୍କର ସବୁ କାମ ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *