ଶ୍ରାବଣ ମାସରେ ୧୦ ଟଙ୍କିଆ ମୁଦ୍ରାକୁ ରଖି ଦିଅନ୍ତୁ ଏହି ସ୍ଥାନରେ , ତାପରେ ଦେଖନ୍ତୁ ଚମତ୍କାର

ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କ ମାସ । ଯାହାକି ଭଗବାନ ଶିବଙ୍କର ଅତି ପ୍ରିୟ ଅଟେ । ତେଣୁ ଏହି କାରଣରୁ ଯେଉଁ ଭକ୍ତ ନିଷ୍ଠାର ସହିତ ଏହି ମାସରେ ଭଗବାନ ଶିବଙ୍କର ଆରାଧନା କରିଥାଏ ତା ଉପରେ ମହାଦେବଙ୍କ କୃପଦ୍ରୁଷ୍ଟି ସର୍ବଦା ବର୍ଷିଥାଏ । ଏହାଦ୍ବାରା ସେହି ବ୍ୟକ୍ତିର ସବୁ ମନସ୍କାମନା ପୂରଣ ହୋଇଥାଏ ଏବଂ ନଅ ଗ୍ରହ ମଧ୍ୟ ତାଙ୍କ ସହିତ ଚାଲନ୍ତି ।

ଯେଉଁ ବ୍ୟକ୍ତିର ଜାତକରେ ନଅଟି ଯାକ ଗ୍ରହ ଉଚ୍ଚ ଥାଏ ସେହି ବ୍ୟକ୍ତିର ଜୀବନରେ କେବେବି ଦୁଃଖ ଆସେନାହିଁ । ଏପରି କୁହାଯାଏ ଯେ ଭଗବାନ ଶିବଙ୍କ ଭକ୍ତ ଯେକେହିବି ହୋଇପାରେ । ତେବେ ସେ ମନୁଷ୍ୟ ହେଉ , ପଶୁ ହେଉ , ରାକ୍ଷସ ହେଉ କିମ୍ବା ପ୍ରେତ ହେଉ । ଆଜିକାର ଏହି ଲେଖାରେ ଆମେ କିଛି ଉପାୟ ବିଷୟରେ କହିବୁ ଯାହାକୁ ଯଦି ବ୍ୟକ୍ତି ଏହି ଶ୍ରାବଣ ମାସରେ କରେ ତେବେ ତା ଜୀବନରେ ଦୁର୍ଭାଗ୍ୟ ଦୂରେଇ ଯାଏ ।

ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ମନୁଷ୍ୟ କିଛି ଏପରି କାମ କରିବା ଉଚିତ ଯାହାଦ୍ୱାରା ତାର ଜୀବନ ସମୃଦ୍ଧ ହେବା ସହିତ ସୌଭାଗ୍ୟ ମଧ୍ୟ ବଜାୟ ରହିବ । ତେବେ ଯେଉଁ ବ୍ୟକ୍ତି ଏହି ଶ୍ରାବଣ ମାସର ସୋମବାର ବ୍ରତ କରିଥାଏ ଏବଂ ପ୍ରତ୍ୟେକ ଦିନ ମହାଦେବଙ୍କୁ ଜଳ ଅର୍ପିତ କରିଥାଏ ସେହି ବ୍ୟକ୍ତିର ଜୀବନ ସାର୍ଥକ ହୋଇଯାଏ ଏବଂ ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳି ଯାଏ । କାରଣ ଭଗବାନ ଶିବ ତାଙ୍କ ଉପରେ ଅତ୍ୟନ୍ତ ପ୍ରୀତ ହୁଅନ୍ତି । ଏହାଦ୍ବାରା ନବଗ୍ରହ ମଧ୍ୟ ଉଚ୍ଚ ସ୍ଥାନରେ ରହିଥାଏ । ଏହି କାରଣରୁ ଉକ୍ତ ବ୍ୟକ୍ତି ସବୁ କ୍ଷେତ୍ରରେ ସଫଳତା ପାଇଥାଏ ଏବଂ ସର୍ବଦା ଆଗକୁ ବଢ଼ି ଚାଲିଥାଏ ।

ଏହାମଧ୍ୟ କୁହାଯାଇଛି ଯେ ଏହି ମାସରେ ଯେଉଁ ବ୍ୟକ୍ତି ବରଗଛର ଯତ୍ନ ନେଇଥାଏ , ପୂଜା କରିଥାଏ ଏବଂ ପ୍ରତ୍ୟେକ ଦିନ କ୍ଷୀର ଏବଂ ଜଳ ଅର୍ପିତ କରିଥାଏ ସେହି ବ୍ୟକ୍ତିକୁ ପିତୃଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏମିତିକି କୂଳଦେବୀ ଏବଂ କୂଳଦେବତା ମଧ୍ୟ ତାଙ୍କ ସପକ୍ଷରେ ଆସି ଯାଆନ୍ତି ।

ଏପରି ବ୍ୟକ୍ତି ଜୀବନରେ କେବେ ସଙ୍କଟ ଆସେ ନାହିଁ । କାରଣ ଭଗବାନ ତାଙ୍କୁ ସବୁବେଳେ ରକ୍ଷା କରନ୍ତି । ଯଦି ଆପଣ ଏହି ଶ୍ରାବଣ ମାସରେ ସଞ୍ଜୀବନି ମନ୍ତ୍ରର ସାଧନା କରନ୍ତି ତେବେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ସବୁ ସାଧନାରେ ସିଦ୍ଧି ପ୍ରାପ୍ତ ହୋଇଥାଏ । ତେଣୁ ଏହି ପ୍ରୟୋଗ କରିବା ପାଇଁ ଆପଣଙ୍କୁ କେବଳ ଗୋଟିଏ ୧୦ ଟଙ୍କିଆ ମୁଦ୍ରାର ଆବଶ୍ୟକତା ରହିଛି ।

ତାହାକୁ ଆପଣ ଶ୍ରାବଣ ମାସରେ ପ୍ରତିଦିନ ନିଜ ତକିଆ ତଳେ ରଖି ଶୁଅନ୍ତୁ । ଏହାଦ୍ବାରା ସବୁ ନକରାତ୍ମକ ଶକ୍ତି ଏହି ମୁଦ୍ରାରେ ସମାହିତ ହୋଇଯିବ । କାରଣ ଲୋକଙ୍କ ଜୀବନରେ ସମସ୍ୟା ଆସିବାର ମୁଖ୍ୟ କାରଣ ହେଉଛି ନକରାତ୍ମକତା । ଯାହାକି ୨୪ ଘଣ୍ଟା ମନୁଷ୍ୟ ଚାରିପଟେ ବୁଲିଥାଏ ।

ଯାହା ତାଙ୍କ କାର୍ଯ୍ୟକୁ ବିଗାଡ଼ି ଦେଇଥାଏ । ଏହାପରେ ପ୍ରତ୍ୟେକ ଦିନ ସକାଳୁ ଉଠି ସେହି ମୁଦ୍ରାକୁ ଭଲ ଭାବରେ ଧୋଇ ପାଖ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗରେ ସ୍ପର୍ଶ କରି ଆଣନ୍ତୁ । ଏହାଦ୍ବାରା ଆପଣଙ୍କ ଭିତରେ ଥିବା ସବୁ ନକରାତ୍ମକ ଶକ୍ତି ଚାଲିଯାଏ । ଶିବଲିଙ୍ଗରେ ସ୍ପର୍ଶ କରିବା ମାତ୍ରେ ହିଁ ସବୁ ନକରାତ୍ମକ ଶକ୍ତି ସକାରାତ୍ମକ ଶକ୍ତିରେ ପରିଣତ ହୋଇଯାଏ ।

ଯାହାକି ଆପଣଙ୍କ ମଧ୍ୟରେ ପ୍ରବେଶ କରିଥାଏ । ଏହାଦ୍ବାରା ଜୀବନର ସବୁ ସଙ୍କଟ ଦୂରେଇ ଯାଏ । ତେଣୁ ଯେଉଁ ବ୍ୟକ୍ତିଙ୍କ ଜୀବନରେ ଦୁର୍ଭାଗ୍ୟ ରହିଛି ସେହି ବ୍ୟକ୍ତି ସବୁଦିନ ଶିବଲିଙ୍ଗରେ ଜଳ ଚଢ଼ାଇ ଉକ୍ତ ମୁଦ୍ରାକୁ ସ୍ପର୍ଶ କରାଇବା ଉଚିତ । ତାପରେ ତାହାକୁ ଘରକୁ ଆଣି ରାତିରେ ତକିଆ ତଳେ ରଖି ଶୁଅନ୍ତୁ । ଏହାଦ୍ବାରା ମନୁଷ୍ୟର ଦୁର୍ଭାଗ୍ୟ ବହୁତ ଜଲଦି ସୌଭାଗ୍ୟରେ ପରିଣତ ହୋଇଯିବ ।

Leave a Reply

Your email address will not be published. Required fields are marked *