ଅଗଷ୍ଟ ୧୧ ରେ ଭୁଲରେବି ଏହି ସମୟରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ :-

ପ୍ରତ୍ୟେକ ବର୍ଷ ରକ୍ଷା ବନ୍ଧନ ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପାଳିତ ହୋଇଥାଏ । ଚଳିତ ବର୍ଷ ପୂର୍ଣ୍ଣିମା ତିଥି ଦୁଇଦିନ ରହିଛି । ଅଗଷ୍ଟ ୧୧ ଏବଂ ୧୨ । ତେଣୁ ଏହା ସନ୍ଦେହରେ ପକାଉଛି ଯେ କେଉଁଦିନ ରକ୍ଷାବନ୍ଧନ ପାଳନ କରିବା ଉଚିତ ହେବ । ଏହି ଦିନ ଭଦ୍ରା ସମୟରେ ରକ୍ଷାସୂତ୍ର ବାନ୍ଧିବା ଅଶୁଭ ହୋଇଥାଏ । ଭଦ୍ରା ସମୟ ଅତିବାହିତ ହେବା ପରେ ଆପଣ ରକ୍ଷା ସୂତ୍ର ବାନ୍ଧି ପାରିବେ । ତେଣୁ ଆଜିକାର ଏହି ଲେଖାରେ ଆମେ ଭଦ୍ରା କାଳ ବିଷୟରେ ଏବଂ ରାକ୍ଷୀ ବାନ୍ଧିବାର ଶୁଭ ସମୟ ବିଷୟରେ କହିବୁ ।

ରକ୍ଷାବନ୍ଧନର ଅର୍ଥ ହିଁ ହେଉଛି ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେବା । ଅର୍ଥାତ ଏହିଦିନ ସବୁ ଭାଇ ନିଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ସବୁଦିନ ପାଇଁ ଭଉଣୀକୁ ରକ୍ଷା କରିବାର ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ଭୁଲରେବି ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ଲଙ୍କା ପତି ରାବଣ ମଧ୍ୟ ଭଦ୍ରା କାଳରେ ରାକ୍ଷୀ ବାନ୍ଧିଥିଲେ ।

ଯେଉଁ କାରଣରୁ ଏକ ବର୍ଷ ମଧ୍ୟରେ ହିଁ ତାଙ୍କର ବିନାଶ ହୋଇ ଯାଇଥିଲା । ପୁଣି ଶନିଦେବଙ୍କ ଭଉଣୀ ଭଦ୍ରାଯୋଗୀଙ୍କୁ ବ୍ରହ୍ମା ଅଭିଶାପ ଦେଇଥିଲେ ଯେ ଯେଉଁ ବ୍ୟକ୍ତି ଭଦ୍ରା କାଳରେ ମାଙ୍ଗଳିକ କାର୍ଯ୍ୟ କରିବେ ତାହାର ଫଳ ଅଶୁଭ ହେବ ।

ରକ୍ଷାବନ୍ଧନ ଦିନ ଭାଇ ଭଉଣୀ ଉଭୟେ ସ୍ନାନ କରି ନୂଆ ପୋଷାକ ପିନ୍ଧି ପ୍ରଥମେ ପୂଜା କରନ୍ତୁ । ପୂଜା କରିବା ସମୟରେ ଥାଳିରେ ରାକ୍ଷୀ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ସଜାଇ ରଖନ୍ତୁ । ଏହାପରେ ଦୀପ ମଧ୍ୟ ପ୍ରଜ୍ଜ୍ୱଳନ କରନ୍ତୁ ।

ଏହାକୁ ପ୍ରଥମେ ଭଗବାନଙ୍କୁ ଅର୍ପିତ କରନ୍ତୁ ଏବଂ ତାପରେ ଭାଇକୁ ପୂର୍ବ କିମ୍ବା ଉତ୍ତର ଦିଗରେ ବସାଇ ରାକ୍ଷୀ ବାନ୍ଧନ୍ତୁ । ମନେ ରଖନ୍ତୁ ଯେ ଭାଇକୁ ରାକ୍ଷୀ ବାନ୍ଧିବା ପୂର୍ବରୁ ପ୍ରଥମେ ପୂଜା କରି ଶ୍ରୀଗଣେଶଙ୍କୁ ରାକ୍ଷୀ ବାନ୍ଧିବା ଉଚିତ । ଏହାପରେ ଭାଇକୁ ତିଳକ , ଚନ୍ଦନ ଏବଂ ରୋଲି ଲଗାଇ ହାତ ବାନ୍ଧନ୍ତୁ । ଏହାପରେ ଫୁଲ ଦେଇ ଆରତୀ କରନ୍ତୁ । ଏହାପରେ ରାକ୍ଷୀ ବାନ୍ଧି ମୁଁହ ମିଠା କରନ୍ତୁ ।

ରାକ୍ଷୀ ବାନ୍ଧିବା ପରେ ଭାଇ ଭଉଣୀକୁ ଉପହାର କିମ୍ବା ଭେଟି ସହିତ ରକ୍ଷା କରିବାକୁ ପ୍ରତିଜ୍ଞା ମଧୁ ଦେଇଥାଏ । ଚଳିତ ବର୍ଷ ୨୦୨୨ ରେ ଅଗଷ୍ଟ ୧୧ , ସକାଳ ୧୦.୩୮ ରେ ତିଥିର ପ୍ରାରମ୍ଭ ହୋଇ ଅଗଷ୍ଟ ୧୨ ସକାଳ ୭.୦୫ ରେ ଶେଷ ହେବ । ଭଦ୍ରା କାଳ ଅଗଷ୍ଟ ୧୧ ରାତି ୮ ରେ ଶେଷ ହେଉଛି । ଭଦ୍ରା କାଳ ପରେ ହିଁ ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ । ଏହି ସମୟ ରାତି 9.23 ପର୍ଯ୍ୟନ୍ତ ରହିବ ।ଏହି ମୁହୂର୍ତ୍ତର ଅବଧି ୨୨ ମିନିଟ ରହିବ ।

ଭଦ୍ରା କାଳରେ ରାକ୍ଷୀ ବାନ୍ଧିଲେ ଅଶୁଭ ହୋଇଥାଏ । ଏହାଦ୍ବାରା ପୁରା ପରିବାର କାଙ୍ଗାଳ ହୋଇପରେ। ରାବଣ ମଧ୍ୟ ଏହି ସମୟରେ ରାକ୍ଷୀ ବାନ୍ଧି ଥିବାରୁ ତାଙ୍କର ପୁରା କୂଳର ବିନାଶ ହୋଇଗଲେ । ଏପରି କୁହାଯାଏ ଯେ ସନ୍ଧ୍ୟା ସମୟରେ ରକ୍ଷା ବନ୍ଧ ପାଳନ କରିବା ଉଚିତ ନୁହେଁ । ତେଣୁ ଅଗଷ୍ଟ ୧୨ ତାରିଖ ସକାଳେ ହିଁ ରକ୍ଷା ବନ୍ଧନ ପାଳନ କରନ୍ତୁ ।

Leave a Reply

Your email address will not be published. Required fields are marked *