ଜାଣନ୍ତୁ ରାତିରେ କେଉଁ ସ୍ୱପ୍ନ ଦେଖିଲେ ମିଳିଥାଏ କିଛି ଖାସ ଫଳ ଏବଂ କୃପା

ସବୁ ମନୁଷ୍ୟ ଶୋଇବା ସମୟରେ ସ୍ୱପ୍ନ ଦେଖନ୍ତି । ତାମଧ୍ୟରୁ କିଛି ସ୍ୱପ୍ନ ଖୁସି ଦେଇଥାଏ ଏବଂ ଆଉକିଛି ଦୁଃଖ ଦେଇଥାଏ । ଅନେକ ସମୟରେ ଏତେ ଭଲ ସ୍ୱପ୍ନ ଆସିଥାଏ ଯେ ଇଚ୍ଛା ହୋଇଥାଏ ସେହି ସ୍ୱପ୍ନ ଆହୁରି ଦେଖିବାକୁ । କିନ୍ତୁ ଆଉ କିଛି ସମୟରେ ଏତେ ଭୟଙ୍କର ସ୍ୱପ୍ନ ଆସିଥାଏ ଯାହା ସ୍ୱପ୍ନ ଜାଣିବା ପରେ ଆମେ ଭଗବାନଙ୍କୁ ଧନ୍ୟବାଦ ଜଣାଇ ଥାଉ । ବାସ୍ତବରେ ସ୍ୱପ୍ନର ଅନେକ ଅର୍ଥ ରହିଛି । ରାତିରେ ହଠାତ କିଛି ସ୍ୱପ୍ନ ଆସିବା ପଛରେ ଅନେକ ସଙ୍କେତ ମିଳିଥାଏ । ଯାହା ଆଜି ଆମେ ଏହି ଲେଖା ମାଧ୍ୟମରେ କହିବୁ ।

୧ . ଦେବଦେବୀଙ୍କ ସ୍ୱପ୍ନ :-

ଯଦି ଆପଣ ସ୍ୱପ୍ନରେ ମଜାଦେବ , ଶିବଲିଙ୍ଗ କିମ୍ବା ମନ୍ଦିରର ଦର୍ଶନ କରନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଖୁବଶୀଘ୍ର ଆପଣଙ୍କ ଜୀବନରେ ଶୁଭ ମୁହୁର୍ତ୍ତ ଆସିବାକୁ ଯାଉଛି । ବିବାହ ବ୍ରତ ଯଜ୍ଞ ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ ହେବାକୁ ଯାଉଛି । ଏହାବ୍ୟତୀତ ଯଦି ଆପଣ କୌଣସି ଅନ୍ୟ ଦେବଦେବୀଙ୍କ ସ୍ୱପ୍ନ ଦେଖନ୍ତି ତେବେ ଆପଣଙ୍କୁ ସଫଳତା ମିଳିବାକୁ ଯାଉଛି । ଚାକିରୀ ଏବଂ ବ୍ୟବସାୟ ଉଭୟ କ୍ଷେତ୍ରରେ ଏହା ଉନ୍ନତିର ସଙ୍କେତ ଅଟେ । ତେଣୁ ସେହି ଦେବଦେବୀଙ୍କ ନିମନ୍ତେ ଆଗାମୀ ଦିନ ୧୧ ଟଙ୍କା କିମ୍ବା ୨୧ ଟଙ୍କା ନିଜ ସାମ୍ୟର୍ଥ ଅନୁସାରେ ଚଢାନ୍ତୁ ।

୨ . ଯଦି ଆପଣଙ୍କୁ ସ୍ୱପ୍ନରେ ନିଜର କେହି ସମ୍ପର୍କୀୟ ଦେଖା ଯାଆନ୍ତି ତେବେ ଏହାର ଅର୍ଥ ଖୁବଶୀଘ୍ର ଆପଣଙ୍କୁ ଏକ ବଡ଼ ଅବସର ପ୍ରାପ୍ତ ହେବାକୁ ଯାଉଛି । ଯାହାଦ୍ୱାରା ଆପଣଙ୍କୁ ଅତ୍ୟନ୍ତ ଲାଭ ହେବ । ଯଦି ସ୍ୱପ୍ନରେ ପିତା ମାତା ଆସୁଛନ୍ତି ତେବେ ନିଜର ଅଫିସ କିମ୍ବା ବ୍ୟବସାୟରେ ସଫଳତା ମିଳିବ । ଯଦି ସ୍ୱପ୍ନରେ ଆପଣ ନିଜ ଜେଜେ ବାପା କିମ୍ବା ଜେଜେ ମାଙ୍କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ପ୍ରେମ ଆସିବ ଏବଂ ବୁଦ୍ଧିର ମଧ୍ୟ ବିକାଶ ହେବ ।

ଯଦି ସାଙ୍ଗ ସାଥି ସ୍ୱପ୍ନରେ ଆସୁଛନ୍ତି ଏବଂ କୌଣସି ପରାମର୍ଶ ସମ୍ବନ୍ଧୀୟ ସ୍ୱପ୍ନ ଦେଖୁଛନ୍ତି ତେବେ ନିଶ୍ଚିତ ଭାବରେ ନିଜ ସାଙ୍ଗ ସାଥୀଙ୍କ କଥା ମାନନ୍ତୁ । ଯଦି ସ୍ୱପ୍ନରେ ସ୍ୱାମୀ କିମ୍ବା ସ୍ତ୍ରୀ ନଜର ଆସେ ତେବେ ସମ୍ପର୍କ ମଜବୁତ ହେବ ଏବଂ ଯଦି ସ୍ୱପ୍ନରେ ଅଧ୍ୟାପକ ଆସୁଛନ୍ତି ତେବେ ଏହାର ଅର୍ଥ ପାଠ ପଢ଼ାରେ ଆଗ୍ରହ ଆସିବ ଏବଂ ସେଥିରେ ସଫଳତା ମଧ୍ୟ ଲାଭ କରିବେ ।

୩ . ଯଦି ଆପଣ ସ୍ୱପ୍ନରେ ବିବାହ , ନିର୍ବନ୍ଧ , ବରଯାତ୍ରୀ କିମ୍ବା ପାର୍ଟି ସମ୍ବନ୍ଧୀୟ କୌଣସି ଘଟଣା ଦେଖନ୍ତି ତେବେ ଏହା ଅଶୁଭ ଅଟେ । ଯଦି ଆପଣ ସ୍ୱପ୍ନରେ ବିଦାୟ ଦେଖନ୍ତି , କିମ୍ବା ନିଜେ କାନ୍ଦୁ ଥିବାର ଦେଖନ୍ତି ତେବେ ମଧ୍ୟ ଏହା ଅତ୍ୟନ୍ତ ଶୁଭ ଅଟେ । ସ୍ୱପ୍ନରେ ମଳ ମୂତ୍ର ଆବର୍ଜନା ଦେଖିବା ଅର୍ଥ ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଛି ।

ଯଦି ଆପଣଙ୍କୁ ସ୍ୱପ୍ନରେ ବିରାଡ଼ି ଦେଖା ଯାଉଛି ତେବେ ନିଜର କେହି ସମ୍ପର୍କୀୟଙ୍କ ସହିତ ଝଗଡ଼ା ହେବ । ଯଦି ବାଛୁରୀ ଦେଖୁଛନ୍ତି କିମ୍ବା ଗାଈ ଦେଖୁଛନ୍ତି ତେବେ ଧନ ଲାଭ ହେବ । ଏହାସହିତ ବ୍ୟବସାୟରେ ମଧ୍ୟ ଲାଭ ହେବ । ଯଦି କୁକୁର ଦେଖନ୍ତି ତେବେ କୌଣସି ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ । କିନ୍ତୁ ଯଦି କାନ୍ଦୁଥିବା କୁକୁର ଦେଖନ୍ତି ତେବେ ଏହା ଅଶୁଭ ସଙ୍କେତ ଅଟେ ।

୪ . ଯଦି ଆପଣ ସ୍ବପ୍ନରେ ଓଟ ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ ଏବଂ ଶାରୀରିକ ସମସ୍ୟାର ସଙ୍କେତ ହୋଇଥାଏ । ଯଦି ଆପଣ କଳା ନାଗ ଦେଖନ୍ତି ତେବେ ଏହା ମଧ୍ୟ ଶୁଭ ଅଟେ । ଯଦି ଆପଣ ଏକାଧିକ ସାପ ଏକା ସାଥିରେ ଦେଖନ୍ତି ତେବେ କେଉଁଠି ନା କେଉଁଠି ଶାରୀରିକ ସମ୍ବନ୍ଧ ସ୍ଥାପନ କରିବାର ଇଚ୍ଛା ଆପଣଙ୍କ ମନରେ ରହିଥିବ ।

୫ . ଅନେକ ସମୟରେ ମନୁଷ୍ୟକୁ ଅତି ନିଜର ବ୍ୟକ୍ତିଙ୍କ ସ୍ୱପ୍ନ ଆସିଥାଏ ଯାହାଙ୍କ ମୃତ୍ୟୁ ହୋଇ ଯାଇଥାଏ । ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଏହାର ଅର୍ଥ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ ଏବଂ ସବୁ ସମସ୍ୟା ମଧ୍ୟ ଦୂରେଇ ଯିବ । ଯଦି ସ୍ୱପ୍ନରେ କେହି ବ୍ୟକ୍ତି ମୃତ୍ୟୁ ବରଣ କରୁଛନ୍ତି ତେବେ ଆପଣଙ୍କ ଜୀବନର କୌଣସି ବଡ଼ ସମସ୍ୟାର ସମାଧାନ ହେବାକୁ ଯାଉଛି ।

ଯଦି ଆପଣ ସ୍ୱପ୍ନରେ ନିଆଁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କର ଫସି ରହିଥିବା ଟଙ୍କା ଖୁବଶୀଘ୍ର ମିଳିଯିବ । କିନ୍ତୁ ଯଦି ନିଆଁରେ କେହି ବ୍ୟକ୍ତି ଜଳୁଥିବାର ଦେଖନ୍ତି ତେବେ ତାହା ବ୍ୟାପାରରେ କ୍ଷତିର ସଙ୍କେତ ଅଟେ ।

୬ . ଯଦି ଆପଣ ସ୍ୱପ୍ନରେ ନିଜକୁ ପୂଜା କରୁଥିବାର ଦେଖନ୍ତି ତେବେ ଏହା ବ୍ୟାପାରରେ ଲାଭର ସଙ୍କେତ ଅଟେ । କିନ୍ତୁ ଧୂଆଁ ଦେଖିଲେ ବ୍ୟାପାରରେ କ୍ଷତିର ସଙ୍କେତ ଅଟେ । ଜଳୁଥିବା ଦୀପ ଦେଖିଲେ ତାହା ଅତ୍ୟନ୍ତ ଶୁଭ ଅଟେ । ଏହାର ଅର୍ଥ ଆପଣଙ୍କ ବୟସ ବୃଦ୍ଧି ହେବ । ଯଦି ଆପଣ ନଖ କାଟୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଭଲ ସଙ୍କେତ ଅଟେ । ଏହାର ଅର୍ଥ ସବୁ ବଡ଼ ରୋଗ ନାଶ ହୋଇଯିବ ।

୭ . ଯଦି ଆପଣ ସ୍ୱପ୍ନରେ ଅନ୍ୟ କୌଣସି ବ୍ୟକ୍ତିର ଅଙ୍ଗ କାଟି ପଡ଼ିଥିବାର ଦେଖନ୍ତି ତେବେ ଏହା ସନ୍ତାନ ପ୍ରାପ୍ତି ଦିଗରେ ଇଙ୍ଗିତ କରିଥାଏ । କିନ୍ତୁ ଯଦି ନିଜର କଟା ଅଙ୍ଗ ପଡ଼ିଥିବାର ଦେଖନ୍ତି ତେବେ ଏହା ଅଶୁଭ ଅଟେ । କୌଣସି ପ୍ରିୟ ବ୍ୟକ୍ତିର ମୃତ୍ୟୁ ସନ୍ଦେଶ ଅଟେ । ଯଦି ଆପଣ କଟା ମୁଣ୍ଡ ଦେଖନ୍ତି ତେବେ ଏହା ବଡ଼ ମାନସିକ ଚିନ୍ତାର1ସଙ୍କେତ ଅଟେ । କୌଣସି ବଡ଼ ବିଲ୍ଡିଂଗ ତିଆରି ହେଉଥିବା ଦେଖିଲେ ଏହା ସଫଳତାର ସଙ୍କେତ ଅଟେ ।

Leave a Reply

Your email address will not be published. Required fields are marked *