ଏହିଦିନ ପଡୁଛି ନାଗ ପଞ୍ଚମୀ , ଜାଣି ରଖନ୍ତୁ ପୂଜା କରିବାର ଉପଯୁକ୍ତ ଦିନ ଏବଂ ସମୟ , ତାସହିତ ବିଶେଷ ଉପାୟ :-

ଶ୍ରାବଣ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ନାଗପଞ୍ଚମୀ ପର୍ବ ଭାବରେ ପାଳନ କରାଯାଏ । ଶନତାନ ଧର୍ମରେ ନାଗ ଦେବତାଙ୍କ ପୂଜାର ଅନେକ ମହତ୍ତ୍ୱ ରହିଛି । ଏହିଦିନ ମହାଦେବଙ୍କ ଆଭୂଷଣ ସ୍ୱରୂପ ନାଗ ଦେବତାଙ୍କୁ ପୂଜା କରାଯାଏ । ଯାହାଦ୍ୱାରା ଆଧ୍ୟାତ୍ମିକତା ବୃଦ୍ଧି ପାଇଥାଏ । ଏହାଦ୍ବାରା ସବୁ ପ୍ରକାରର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ନାଗପଞ୍ଚମୀରେ ପୂଜା କରିବାର ବିଶେଷ ଉପାୟ ଏବଂ ଏହିଦିନ ପୂଜା କରିବାର ଉପଯୁକ୍ତ ସମୟ ଏବଂ କେଉଁ ଉପାୟ ଦ୍ୱାରା ଏହି ଦିନର ଲାଭ ଉଠାଇ ହେବ , ସେହି ବିଷୟରେ କହିବୁ ।

ନାଗପଞ୍ଚମୀ ଅଗଷ୍ଟ ମାସ ୨ ତାରିଖ ସକାଳ ୫.୧୩ ରୁ ଆରମ୍ଭ ହୋଇ ଅଗଷ୍ଟ ୩ ସକାଳ ୫.୪୧ ମଧ୍ୟର ରହିବ । ତେଣୁ ଏହିଦିନ ପୂଜା କରିବାର ଶୁଭ ମୁହୂର୍ତ୍ତ ୫.୪୩ ରୁ ୮.୨୫ ମଧ୍ୟରେ । ଏହିଦିନ ନାଗ ଦେବତାଙ୍କୁ ପୂଜା କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ । ଏହିଦିନ ନାଗ ଦେବତାଙ୍କୁ କ୍ଷୀର ଅର୍ପିତ କରିବା ଉଚିତ ଏବଂ ଦାନ ଦେବତାଙ୍କ ଆରାଧନା କରିବା ଉଚିତ । ଯାହାଦ୍ୱାରା ଜୀବନର ସବୁ ସମସ୍ୟାର ନାଶ ହୋଇଯିବ । ନାଗ ପଞ୍ଚମୀରେ ନାଗ ଦେବତାଙ୍କ ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ପୂଜା କରିବା ଦ୍ୱାରା ଘର ଧନ ଧାନ୍ୟରେ ପୁରି ଯାଏ ।

ଏହିଦିନ ବିଶେଷ ରୂପରେ ନାଗ ଦେବତାଙ୍କ ପୂଜା କରିବା ଉଚିତ । ଏହିଦିନ ଅନନ୍ତ ବସୁକୀ , ପଦ୍ମ , ମହାପଦ୍ମ , ଶଙ୍ଖ , କାଳିଆ ଏବଂ ପିଙ୍ଗଲ ନାମକ ନାଗଦେବଙ୍କୁ ପୂଜା କରାଯାଏ । ଏହିଦିନ ନାଗ ଦେବତାଙ୍କୁ ଖୀରରେ ଅଭିଷେକ କରାଇ ହଳଦୀ , ଚାଉଳ , ରୋଲି ଏବଂ ଫୁଲ ଅର୍ପଣ କରାଯାଏ ।

ଏପରି କୁହାଯାଏ ଯେ ନାଗ ଦେବତାଙ୍କୁ କଞ୍ଚା କ୍ଷୀର ଏବଂ ଖିଲ ଅର୍ପଣ କଲେ ଘର ଧନ ଧାନ୍ୟରେ ଭରପୁର ହୋଇଯାଏ । ପ୍ରତ୍ୟେକଙ୍କ ଘରେ ନିଜ ନିଜର ପରମ୍ପରା ଅନୁଯାୟୀ ନାଗ ଦେବତାଙ୍କ ଚିତ୍ର ଅଙ୍କନ କରାଯାଏ । ତାହା ଘରର ମୁଖ୍ୟଦ୍ୱାରର ଦୁଇ ପଟେ ହେଉ କିମ୍ବା ପୂଜାଘରେ ହେଉ । ଗୋବର ଦ୍ୱାରା ଚିତ୍ର ଅଙ୍କାଯାଏ ତାପରେ ବିଧି ପୂର୍ବକ ଫୁଲ , କ୍ଷୀର ଏବଂ ଅନ୍ୟାନ୍ୟ ଜିନିଷ ଅର୍ପିତ କରାଯାଏ ।

ଆପଣ କୌଣସି ମନ୍ଦିରକୁ ଯାଇ ମହାଦେବଙ୍କ ସହିତ ନାଗ ଦେବତାଙ୍କ ପୂଜା କରି ପାରିବେ କିମ୍ବା ନିଜ ଘରେ ଯେଉଁ ବିଧିରେ ପୂଜା କରାଯାଏ ସେହି ଅନୁଯାୟୀ ପୂଜା କରି ପାରିବେ । ନାଗ ଦେବତାଙ୍କୁ ପୂଜା କରିବା ସମୟରେ ମନ୍ତ୍ର ଜପ କରନ୍ତୁ ” ଓଁ ନବ କୁଲାୟ ବିମ୍ମହେ ବିଷ ଦନ୍ତାୟ ଧୀମହି ତନୋ ସର୍ପ ପ୍ରଚୋଦୟା । ଅହିଂ ମନ୍ତ୍ର ଜପ କରି ସବୁ ଜିନିଷ ଅର୍ପିତ କରନ୍ତୁ ।

ଆପଣ ଚାହିଁଲେ ଧୂପ ଏବଂ ଦୀପ ଦେଇ ପାରିବେ ମାତ୍ର ତାହା ଅତି ନିକଟରେ ରଖନ୍ତୁ ବରଂ କିଛି ଦୂରରୁ ଦୀପ ଜାଳନ୍ତୁ । ଏହାପରେ ନାଗ ପଞ୍ଚମୀ କଥା ନିଶ୍ଚୟ ଶୁଣନ୍ତୁ । ଅନେକ ଲୋକ ନାଗ ପଞ୍ଚମୀ ବ୍ରତ ରଖିଥାନ୍ତି ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ହୋଇଥାଏ । ଅନେକ ପରିବାର ସାପ କାମୁଡ଼ାରୁ ମୁକ୍ତି ପାଇବା ପାଇଁ ଏବଂ କାଳ ସର୍ପଦୋଷରୁ ମୁକ୍ତି ପାଇବା ପାଇଁ ଏହି ବ୍ରତ କରିଥାନ୍ତି ।

ସାଧରଣତଃ ମନୁଷ୍ୟର ଜାତକରେ କାଳ ସର୍ପ ଦୋଷ ଖୁବ ସମସ୍ୟା ସୃଷ୍ଟି କରିଥାଏ ।ଯାହାଦ୍ୱାରା ସଫଳତା ମିଳି ନଥାଏ ଏବଂ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଚାନ୍ଦିର ନାଗ ନାଗୁଣିର ପୂଜା କରନ୍ତୁ । ପ୍ରଥମେ ଚାନ୍ଦିର ନାଗ ନାଗୁଣି ଆଣି ତାହାର ବିଧିବଦ୍ଧ ଭାବରେ ପୂଜା କରନ୍ତୁ । କ୍ଷୀରରେ ଅଭିଷେକ କରନ୍ତୁ ଏବଂ ଫୁଲ ଅର୍ପଣ କରିବା ପରେ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ତମ୍ବା ନାଗ ନାଗୁଣି ଆସି ମଧ୍ୟ ପୂଜା କରି ପାରିବେ ।ଏହାଦ୍ବାରା କାଳ ସର୍ପ ଦୋଷ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *