ଭୁଲରେ ବି ମହିଳାଙ୍କର ଏହି ଜିନିଷକୁ ପୁରା ଉତାରିବା ଉଚିତ ନୁହେଁ , ନଚେତ ପୁରୁଷ ମାନେ ଭୋଗି ପାରନ୍ତି ଏପରି ସମସ୍ୟା :-

ଆମ ହିନ୍ଦୁ ଧର୍ମ ଅନୁଯାୟୀ ମହିଳା ଦେବୀଙ୍କ ରୂପ ହୋଇଥାନ୍ତି । କେବଳ ଭାରତରେ ହିଁ ମହିଳାଙ୍କ ସ୍ଥାନ ଦେବୀଙ୍କ ସ୍ଥାନରେ ରହିଛି । କୁହାଯାଏ ଯେ କୌଣସି ଘରକୁ ନର୍କ କିମ୍ବା ସ୍ଵର୍ଗରେ ପରିଣତ କରିବାର କ୍ଷମତା ମହିଳାଙ୍କ ପାଖରେ ଥାଏ । ମହିଳା ଚାହିଁଲେ ନର୍କକୁ ମଧ୍ୟ ସ୍ୱର୍ଗରେ ପରିଣତ କରିପାରେ । ତେଣୁ ଆମ ହିନ୍ଦୁ ଧର୍ମ ଅନୁଯାୟୀ କୌଣସିବି ପୁରୁଷ ମହିଳାଙ୍କର କିଛି ଜିନିଷ ପୁରା ଓଲ୍ହାଇବା ଉଚିତ ନୁହେଁ ନଚେତ ଜୀବନ ଉପରେ ସମସ୍ୟା ଆସିପାରେ । ଏହାବ୍ୟତୀତ ମହିଳାଙ୍କୁ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ ମଧ୍ୟ କହିବୁ ।

୧ . ମହିଳା ମାନେ ବିଳମ୍ବରେ ଶୋଇବା ଉଚିତ ନୁହେଁ କିମ୍ବା ବିଳମ୍ବରେ ଉଠିବା ଉଚିତ ନୁହେଁ । ଯେଉଁ ଘରେ ମହିଳା ବିଳମ୍ବରେ ଉଠନ୍ତି ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ସେହି ଘରେ ନକରାତ୍ମକତା ବୃଦ୍ଧି ପାଇଥାଏ । ମହିଳାଙ୍କୁ ସକାଳୁ ଶୀଘ୍ର ଉଠି ଘରକୁ ସଫାସୁତୁରା ପୋଛାପୋଛି କରି ନିଜର ନିତ୍ୟକର୍ମ କରି ଠାକୁର ପୂଜା କରିବା ଉଚିତ । କିନ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳା ବିଳମ୍ବ ପର୍ଯ୍ୟନ୍ତ ଶୋଇଥାଏ ତାହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ ଏବଂ ତାହାଦ୍ୱାରା ଘରେ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

୨ . ମହିଳା ମାନେ ସର୍ବଦା ନିଜର କେଶ ଏବଂ ପାଦକୁ ପରିଷ୍କାର ରଖିବା ଉଚିତ । କାରଣ ଆପରିଷ୍କାର ପାଦ ଏବଂ କେଶ ଦ୍ୱାରା ମାତା ଲକ୍ଷ୍ମୀ ରୁସ୍ଟ ହୋଇ ଘରୁ ଚାଲି ଯାଆନ୍ତି । ଯାହାଦ୍ୱାରା ସେହି ପ୍ରକାରର ମହିଳା ସବୁବେଳେ ଧନ ସମ୍ପତ୍ତି ଏବଂ ସ୍ୱାମୀ ସୁଖରୁ ବଞ୍ଚିତ ରହନ୍ତି । ମହିଳା ମାନେ ନିଜର ପାଦ ଏବଂ କେଶ ପରିଷ୍କାର ରଖିଲେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏବଂ ଘରର ଆର୍ଥିକ ସ୍ଥିତି ମଜବୁତ ରହିଥାଏ ।

୩ . ଆମ ଶାସ୍ତ୍ରରେ ସ୍ନାନ କରିବାର ଉପଯୁକ୍ତ ସମୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯେଉଁ ଅନୁଯାୟୀ ସକାଳ ୮ ପରେ ସ୍ଥାନ କରିବା ଉପଯୁକ୍ତ ସମୟ ହୋଇ ନଥାଏ । କାରଣ ସେହି ସମୟରେ ବାତାବରଣରେ ଦିବ୍ୟ ଶକ୍ତିର ଉପସ୍ଥିତ ନଥାଏ । ଯେଉଁ ଘରର ମହିଳା ସକାଳ ୮ ପରେ ସ୍ନାନ କରନ୍ତି ସେହି ଘରେ ଭଗବାନଙ୍କ କୃପା କେବେ ରହେ ନାହିଁ ।

ଯଦି କୌଣସି କାରଣ ବଶତଃ ସକାଳ ୮ ପୂର୍ବରୁ ସ୍ନାନ ସମ୍ଭବ ହୋଇ ପାରୁନାହିଁ ତେବେ ୧୨ ଟା ପୂର୍ବରୁ ନିଶ୍ଚିତ ଭାବରେ ସ୍ନାନ କରନ୍ତୁ । କାରଣ ୧୨ ଟା ପରେ ସ୍ନାନ ଦାନବ ସ୍ନାନ ସଦୃଶ୍ୟ ହୋଇଥାଏ । ଯେଉଁ ଘରର ମହିଳା ବିଳମ୍ବରେ ସ୍ନାନ କରନ୍ତି ସେହି ଘରେ କେବେ ସମୃଦ୍ଧି ଆସେ ନାହିଁ । ମହିଳା ମାନେ ସ୍ନାନ କରିବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇବା ଉଚିତ ଯାହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୪ . ସକାଳୁ ରୋଟି ବନାଇବା ସମୟରେ ଗୋଟିଏ ରୋଟି ଗାଈ ପାଇଁ ବାହାର କରି ରଖନ୍ତୁ । କାମକୁ ଯିବା ପୂର୍ବରୁ ପ୍ରତ୍ୟେକ ଦିନ ଗାଈକୁ ଗୋଟିଏ ରୋଟି ନିଶ୍ଚୟ ଖୁଆନ୍ତୁ । ଏହାଦ୍ବାରା ଘରେ ସମୃଦ୍ଧି ବଢ଼ିବା ସହିତ ଖୁବ ଶୁଭ ଫଳ ମଧ୍ୟ ପ୍ରାପ୍ତ ହେବ ।

୫ . ସକାଳ ସମୟରେ ବାତାବରଣରେ ଦିବ୍ୟ ଶକ୍ତିର ଉପସ୍ଥିତି ରହିଥାଏ ।ତେଣୁ ଏହି ସମୟରେ ଘର ସଫା କରିବା ଉଚିତ । ଯଦି ଆପଣ ବିଳମ୍ବରେ ଘର ପରିଷ୍କାର କରନ୍ତି ତେବେ କିଛିବି ଲାଭ ହୋଇ ନଥାଏ ।

୬ . ସକାଳୁ ପ୍ରତ୍ୟେକ ଦିନ ସ୍ନାନ ପରେ ଠାକୁର ପୂଜା କରିବା ଉଚିତ । ଯେଉଁଠି ଧୂପ , ଦୀପ ପ୍ରଜ୍ଜ୍ୱଳନ କରିବା ଉଚିତ । କାରଣ ଏହାଦ୍ବାରା ବାତାବରଣ ଶୁଦ୍ଧ ହୋଇଥାଏ ଏବଂ ଘରକୁ ଭଗବାନ ଏବଂ ନକରାତ୍ମକତା ପ୍ରବେଶ କରିଥାଏ ।

୭ . ଦ୍ୱିପ୍ରହର ସମୟରେ ମହିଳା ମାନେ କୌଣସି ଶୂନଶାନ ସ୍ଥାନକୁ ଯେପରିକି ମଶାଣିକୁ ଯିବା ଉଚିତ ନୁହେଁ କାରଣ ଏହାଦ୍ବାରା ନକରାତ୍ମକତାର ଶିକାର ହେବାକୁ ପଡ଼ିଥାଏ ।

୮ . ମହିଳା ମାନେ ନିଜ ନାଭିକୁ ପରିଷ୍କାର ରଖିବା ଉଚିତ । କାରଣ ମହିଳାଙ୍କ ନାଭିରେ ମାତା ପାର୍ବତୀ ବାସ କରନ୍ତି ଏବଂ ତାହା ଶକ୍ତି କେନ୍ଦ୍ର ଅଟେ । ନାଭିକୁ ଆପରିଷ୍କାର ରଖିଲେ ମାତା ପାର୍ବତୀ କ୍ରୋଧିତ ହୁଅନ୍ତି । ତେଣୁ ଏମିତିରେ ନାଭିକୁ ପରିଷ୍କାର ରଖିବା ଉଚିତ । ଶାସ୍ତ୍ର ଅନୁସାରେ ଯେଉଁ ମହିଳା ନିଜ ନାଭିକୁ ଆପରିଷ୍କାର ରଖେ ସେହି ଘରକୁ ବାଧା ଆସିଥାଏ , ଗୃହ କ୍ଳେଶ ଦେଖା ଦେଇଥାଏ , ବିବାହରେ ସମସ୍ୟା ଆସିଥାଏ ଏବଂ ଜୀବନ ମଧ୍ୟ ବର୍ବାଦ ହୋଇଯାଏ

କେବେବି ପୁରୁଷ ମାନେ ମହିଳାଙ୍କୁ କୌଣସି ସ୍ଥାନରେ ନିଚ୍ଚ ଦେଖାଇବା ଉଚିତ ନୁହେଁ ଏବଂ ଅପମାନ ଦେବା ଉଚିତ ନୁହେଁ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ସ୍ଥାନରେ ନାରୀଙ୍କ ସମ୍ମାନ ନାହିଁ ସେହି ସ୍ଥାନରେ ଭଗବାନ ବାସ କରନ୍ତି ନାହିଁ । ଯେଉଁ ବ୍ୟକ୍ତି ନିଜ ଜୀବନରେ ନାରୀଙ୍କୁ ସମ୍ମାନ ଦେଇଥାଏ ସେ ଜୀବନରେ ଆଗକୁ ବଢ଼ିଥାଏ । ଯେଉଁ ବ୍ୟକ୍ତି ନାରୀଙ୍କ ଇଜ୍ଜତ ଉତାରି ଥାଏ ସେ କେବେବି ସଫଳ ହୋଇପାରେ ନାହିଁ ।

Leave a Reply

Your email address will not be published. Required fields are marked *