ଚଳିତ ବର୍ଷ ଅଗଷ୍ଟ ୧୧ ରକ୍ଷାବନ୍ଧନରେ ଭୁଲରେବି ଏହି ସମୟରେ ବାନ୍ଧନ୍ତୁ ନାହିଁ ରାକ୍ଷୀ , ନଚେତ ସାରା ଜୀବନ ପସ୍ତାଇବେ :-

ଚଳିତ ବର୍ଷ ରକ୍ଷା ବନ୍ଧନକୁ ନେଇ ଲୋକେ ଦ୍ଵନ୍ଦରେ ଅଛନ୍ତି ଯେ କେଉଁଦିନ ରକ୍ଷାବନ୍ଧନ ମନାଇବେ । ଯେହେତୁ ଚଳିତ ବର୍ଷ ରକ୍ଷାବନ୍ଧନ ଅଗଷ୍ଟ ୧୧ ଏବଂ ୧୨ ରେ ପଡୁଛି । ଏହାବ୍ୟତୀତ କେଉଁଦିନ ରକ୍ଷାବନ୍ଧନ ପାଳନ କରିବା ଶୁଭ ହୋଇଥାଏ ତାହା ମଧ୍ୟ ଜାଣିବାକୁ ଚାହୁଁଛନ୍ତି । ତେଣୁ ଆଜିକାର ଏହି ଲେଖାରେ ଆମେ ଏ ବର୍ଷର ରକ୍ଷାବନ୍ଧନ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଯଥା ଉଚିତ ଦିନ , ଉଚିତ ସମୟ ଏବଂ ଏହିଦିନ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ କହିବୁ ।

ଚଳିତ ବର୍ଷ ଶ୍ରାବଣ ମାସ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ରକ୍ଷାବନ୍ଧନ ପଡ଼ୁଛି । ରକ୍ଷାବନ୍ଧନ କାହିଁକି ପାଳିତ ହୋଇଥାଏ ଏହା ପ୍ରାୟ ସମସ୍ତେ ଜଣିଥିବେ । ସାଧରଣତଃ ଏହିଦିନ ଭଉଣୀ ନିଜ ଭାଇକୁ ରାକ୍ଷୀ ବାନ୍ଧିଥାଏ ଏବଂ ଭାଇ ଭଉଣୀକୁ ଜୀବନସାରା ରକ୍ଷା କରିବାକୁ ପ୍ରତିଜ୍ଞା ନେଇଥାଏ । ଏହିଦିନ ଭଉଣୀ ଭାଇକୁ ମିଠା ମଧ୍ୟ ଖୁଆଇଥାଏ । ଏହିବର୍ଷ ଶ୍ରାବଣ ପୂର୍ଣ୍ଣିମା ତିଥି ଦୁଇଦିନ ରହିବ । ଅଗଷ୍ଟ ୧୧ ପୂର୍ଣ୍ଣିମା ମଧ୍ୟମବ୍ୟାପୀନି ଚନ୍ଦ୍ରଉଦୟବ୍ୟାପୀନି ରହିବ । ଏହା ସକାଳ ୧୦.୩୮ ରୁ ଆରମ୍ଭ ହୋଇ ଆଗାମୀ ଦିନ ସନ୍ଧ୍ୟା ୭.୦୫ ରେ ଶେଷ ହେବ । ତେବେ ଏହି ରକ୍ଷାବନ୍ଧନର ଆରମ୍ଭ ଭବିଷ୍ୟପୁରାଣ ଅନୁଯାୟୀ ଜଣା ପଡ଼ିଥାଏ ।

ଏପରି କୁହାଯାଏ ଯେ କୌଣସି ଏକ ସମୟରେ ଦେବତା ଏବଂ ଦାନବଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ଦାନବ ମାନେ ପ୍ରଭାବଶାଳୀ ହେବାରେ ଲାଗିଲେ । ତେଣୁ ଇନ୍ଦ୍ର ଦେବତା ବିଚଳିତ ହୋଇ ବୃହଷ୍ପତିଙ୍କ ପାଖକୁ ଯାଇ ସେଠାରେ ସବୁକିଛି କହିଲେ । କିନ୍ତୁ ପାଖରେ ବସିଥିବା ଇନ୍ଦ୍ରାଣୀ ସବୁ ଶୁଣୁଥିଲେ । ତେଣୁ ସେ ଏକ ରେଶମ ସୂତା ବାନ୍ଧି ମନ୍ତ୍ର କରି ଇନ୍ଦ୍ରଙ୍କ ହାତରେ ବାନ୍ଧି ଦେଇଥିଲେ ।

ଯେଉଁ କାରଣରୁ ଇନ୍ଦ୍ର ବିଜୟ ଲାଭ କରିଥିଲେ । ସେହି ବନ୍ଧନ ଶ୍ରାବଣ ମାସରେ ହୋଇଥିଲା । ତେଣୁ ଏହାକୁ ସେହିଦିନ ଠାରୁ ରକ୍ଷାବନ୍ଧନ ଭାବରେ ପାଳନ କରାଯାଇ ଆସୁଛି । ଏହି ରକ୍ଷାବନ୍ଧନକୁ ଖୁବ ଖୁସିରେ ପାଳନ କରାଯାଏ ସତ କିନ୍ତୁ ଚଳିତ ବର୍ଷ ଏହି ପୂର୍ଣ୍ଣିମାକୁ ନେଇ କିଛି ସତର୍କତା ଅବଲମ୍ବନ କରିବା ଉଚିତ ।

ଚଳିତ ବର୍ଷ ଭଦ୍ରା କାଳ ସମୟରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ , ନୂଆ କାର୍ଯ୍ୟ ଆରମ୍ଭ କରବା ଉଚିତ ନୁହେଁ । ତେଣୁ ଏହି ମୁହୂର୍ତ୍ତରେ ଭଉଣୀକୁ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ । ଚଳିତ ବର୍ଷ ଭଦ୍ରା କାଳ ସକାଳ ୧୦ ରୁ ଆରମ୍ଭ ହୋଇ ରାତି ୮.୫୨ ପର୍ଯ୍ୟନ୍ତ ରହିବ ।

ଏହି ସମୟରେ ରାକ୍ଷୀ ବାନ୍ଧିଲେ ଘର ପରିବାର ଉପରେ ସମସ୍ୟା ଆସିପାରେ କିମ୍ବା ଭାଇ ଭଉଣୀ ଜୀବନରେ ଉପରେ ବିପଦ ଆସିପାରେ । ତେଣୁ ଏହି ଦିନ ଦିନସାରା ଛାଡ଼ି ରାତି ୮.୫୨ ପରେ ହିଁ ରାକ୍ଷୀ ବାନ୍ଧି ପାରିବେ । କିମ୍ବା ଆଗାମୀ ଦିନ ମଧ୍ୟ ବାନ୍ଧି ପାରିବେ । ଏହିଦିନ ଶ୍ରାବଣ ମାସ ଶେଷ ହେଉଛି ସତ କିନ୍ତୁ ପୂର୍ଣ୍ଣିମା ତିଥି ମଧ୍ୟ ରହୁଛି । ଆପଣ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧି ପାରିବେ ।

ଏହିଦିନ ସ୍ନାନ ଦାନ ବ୍ରତ ମଧ୍ୟ ଉଭୟ ଭାଇ ଭଉଣୀ ରଖି ପାରିବେ । ତାପରେ ରାତି ୮.୫୨ ପରେ ଭଉଣୀ ରାକ୍ଷୀ ବାନ୍ଧିବା ପାଇଁ ଏକ ବନ୍ଦାପନା ଥାଳି ପ୍ରସ୍ତୁତ କରିବା ଉଚିତ ଯେଉଁଥିରେ ସିନ୍ଦୁର , ଚନ୍ଦନ , କେଶର , ଚାଉଳ , ରୋଲି , ରାକ୍ଷୀ , ଗୋଟା ନଡ଼ିଆ , ଘିଅ ଦୀପ ଆଦି ନେବା ଉଚିତ । ଏହାପରେ ଭାଇର ମୁଁହ ପୂର୍ବ କିମ୍ବା ପଶ୍ଚିମ ଏବଂ ଭଉଣୀର ମୁଁହ ମଧ୍ୟ ପୂର୍ବ କିମ୍ବା ପଶ୍ଚିମ ହେବା ଆବଶ୍ୟକ ।

ରାକ୍ଷୀ ବାନ୍ଧିବା ସମୟରେ ଉଭୟ ଭାଇ ଭଉଣୀ ମୁଣ୍ଡକୁ ଘଡ଼ାଇ ରଖିବା ଉଚିତ । ତାପରେ ଭଉଣୀ ଭାଇ ମଥାରେ ଚନ୍ଦନ , ସିନ୍ଦୁର , କେଶର ଆଦି ମିଶାଇ ତିଳକ ଲଗାଇବା ପରେ ହାତରେ ଗୋଟା ନଡ଼ିଆ ଧରିବାକୁ ଦିଅନ୍ତୁ । ଏହାପରେ ରାକ୍ଷୀ ବାନ୍ଧି ସେଥିରେ ଅତି କମରେ ୫ଟି ଗଣ୍ଠି ପକାନ୍ତୁ ।

ଏହାପରେ ଘିଅ ଦୀପ ଜାଳି , ଚାଉଳ ଦ୍ୱାରା ଦ୍ୱାରା ବନ୍ଦାପନା କରନ୍ତୁ । ଏହାପରେ ଭାଇ ନିଜ ଭଉଣୀକୁ ନିଜ ସାମ୍ୟର୍ଥ ଅନୁସାରେ କିଛି ଭେଟ ଦେବା ଉଚିତ । କିନ୍ତୁ ଭୁଲରେବି ଲୁହା କିମ୍ବା କାଚ ଧାତୁର ଜିନିଷ ଭେଟି ଦେବା ଉଚିତ ନୁହେଁ । ଏହିଦିନ କେଶ କିମ୍ବା ଦାଢ଼ି କାଟନ୍ତୁ ନାହିଁ ଏବଂ କାହା ଉପରେ କ୍ରୋଧ କିମ୍ବା ବାଦ ବିବାଦ କରନ୍ତୁ ନାହିଁ । ମାସିକ ଧର୍ମ ସମୟରେ ଭାଇକୁ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *