ଅଗଷ୍ଟ ୧ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗରେ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଏବଂ ଦେଖନ୍ତୁ ଚମତ୍କାର :-

ଶ୍ରାବଣ ମାସ ସୋମବାରର ଅନେକ ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ମହାଦେବ ନିଜ ଭକ୍ତଙ୍କ ଉପରେ ଖୁବଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି । ତେବେ ଚଳିତ ବର୍ଷ ଶ୍ରାବଣ ମାସରେ ଚାରୋଟି ସୋମବାର ପଡ଼ିଛି । ପ୍ରତ୍ୟେକ ବର୍ଷ ୪ କିମ୍ବା ୫ ଟି ସୋମବାର ପଡ଼ିଥାଏ । ତେବେ ଚଳିତ ବର୍ଷ ଶ୍ରାବଣ ମାସର ୨ ଟି ସୋମବାର ପରେ ତୃତୀୟ ସୋମବାର ଅଗଷ୍ଟ ୧ ରେ ।

ତେବେ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସୋମବାରରେ ମହାଦେବଙ୍କୁ ଅର୍ପିତ କରାଯାଉଥିବା ବିଶେଷ ବସ୍ତୁ ଭିନ୍ନ ଭିନ୍ନ ହୋଇଥାଏ । ଯେପରିକି ପ୍ରଥମ ସୋମବାରରେ ଏକ ମୁଠା ଚାଉଳ । ଦ୍ଵିତୀୟ ସୋମବାରରେ ଏକ ମୁଠା ଧଳା ତିଳ ଏବଂ ତୃତୀୟରେ ଏକ ମୁଠା କଞ୍ଚା ମୁଗ ।

ଚଳିତ ବର୍ଷ ଶ୍ରାବଣ ମାସରେ ତୃତୀୟ ସୋମବାର ଦିନ ମୁଗ ଅର୍ପିତ କରିବା ପରେ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା , ରୁଦ୍ରଭିଷେକ କରିବା ଦ୍ୱାରା ମହାଦେବ ଅତି ସହଜରେ ପ୍ରସନ୍ନ ହୋଇଯିବେ । ଏହାଦ୍ବାରା ଜୀବନର ସବୁ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଯିବ । ତୃତୀୟ ସୋମବାର ଦିନ ମହାଦେବଙ୍କ ଅତି ପ୍ରିୟ ଧଳା ବସ୍ତୁ ଯେପରିକି ଧଳା ବସ୍ତ୍ର , ଧୁତୁରା ଫୁଲ , ଧଳା ଲଡ଼ୁ , ଭାଙ୍ଗ , ବେଲପତ୍ର , ଗଙ୍ଗା ଜଳ , କ୍ଷୀର , ଦହି ଏହିପରି ଜିନିଷ ଅର୍ପିତ କରନ୍ତୁ । କିନ୍ତୁ ଭୁଲରେବି ମାଳତି , ଚମ୍ପା କିମ୍ବା କେତକୀ ଫୁଲ ଅର୍ପିତ କରିବା ଉଚିତ ନୁହେଁ । ବେଲପତ୍ର ଅର୍ପିତ କରିବା ସମୟରେ ସର୍ବଦା ଓଲଟା ଅର୍ପିତ କରନ୍ତୁ ।

ମନେ ରଖନ୍ତୁ ଯେ ସର୍ବଦା ତିନୋଟି ପତ୍ର ଥିବା ଏବଂ ଖଣ୍ଡିତ ହୋଇ ନଥିବା ବେଲପତ୍ର ଅର୍ପିତ କରନ୍ତୁ । ବେଲପତ୍ର କେବେ ବାସୀ ହୋଇ ନଥାଏ ତେଣୁ ବେଲପତ୍ର ନଥିଲେ ପୂର୍ବ ଦିନର ବେଲପତ୍ରକି ଧୋଇ ପୁଣିଥରେ ମହାଦେବଙ୍କୁ ଅର୍ପିତ କରି ପାରିବେ । ତେବେ ତୃତୀୟ ସୋମବାରରେ ମହାଦେବଙ୍କୁ ବେଲପତ୍ର ଅର୍ପିତ କଲେ ସବୁ ପାପ ନଷ୍ଟ ହୋଇଥାଏ । ଏହିଦିନ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ଆରାଧନା ମଧ୍ୟ କରନ୍ତୁ ।

ଆପଣ ଚାହିଁଲେ ରୁଦ୍ରଭିଷେକ ଗଙ୍ଗା ଜଳରେ କରିପାରିବେ । ଏହିଦିନ ଚାନ୍ଦିର ତ୍ରିଶୂଳ ଭଗବାନଙ୍କୁ ଅର୍ପିତ କରି ପାରିବେ । ଯାହାଦ୍ୱାରା କାଳସର୍ପ ଦୋଷ ଦୂର ହୋଇଥାଏ । ସୋମବାର ଦିନ ସକାଳ ସମୟରେ ମହାଦେବଙ୍କ ପୂଜା କରି ଘିଅ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ଏବଂ ସନ୍ଧ୍ୟା ସମୟରେ ସୋରିଷ ତେଲରେ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ।

ଏହିଦିନ ମୟୁର ପରକୁ ମହାଦେବଙ୍କୁ ଅର୍ପିତ କରି ବେଡ଼ରୁମରେ ଆଣି ରଖିଲେ ସନ୍ତାନ ସନ୍ତତି ଆଉ କେବେ ଭୟଭୀତ ହେବେ ନାହିଁ । ମହାଦେବଙ୍କୁ ଗୁଡ଼ରେ ଅଭିଷେକ କରାଇଲେ ଜୀବନରେ ମାନ ସମ୍ମାନ ଏବଂ ଉନ୍ନତି ହୋଇଥାଏ । ସେହିପରି ମହୁରେ ଅଭିଷେକ କରିଲେ ଚାକିରୀ ଏବଂ ବ୍ୟବସାୟ ଜନିତ ସମସ୍ୟା ଶେଷ ହୋଇଯାଏ । ଯଦି ଆପଣ ଅଭିଷେକ ପରେ ମହାଦେବଙ୍କୁ ଚନ୍ଦନ ଲଗାନ୍ତି ତେବେ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ଅତର ଅର୍ପିତ କଲେ ସବୁ ଦୁଃଖ କଷ୍ଟ ବାଧା ଦୂର ହୋଇଯାଏ । ଏହିଦିନ ଆପଣ ମହାଦେବଙ୍କୁ ଭସ୍ମରେ ତିଳକ କରି ନିଜେ ମଧ୍ୟ ତିଳକ କରି ପାରିବେ ।

ଯଦି ଆପଣ ବଡ଼ କରଜରେ ବୁଡ଼ି ରହିଛନ୍ତି ତେବେ ତିନୋଟି ସୋମବାର କିମ୍ବା ତିନୋଟି ଶନିବାର ବଟବୃକ୍ଷ ପାଖରେ ଏକ ଉପାୟ କରନ୍ତୁ । ଏକ ଲୋଟା ଜଳରେ କିଛି ଅଟା ଏବଂ ହଳଦୀ ମିଶାଇ ବଟବୃକ୍ଷରେ ଅର୍ପିତ କରିବା ସମୟରେ ଓଁ ବଟକେଶ୍ବର ମହାଦେବ ଜପ କରନ୍ତୁ । ଏହାପରେ ସେହି ବଟବୃକ୍ଷର ଚେରରୁ ଏକ ଅଂଶ ଆଣି ଏକ ନାଲି କପଡ଼ାରେ ବାନ୍ଧି ବେକରେ ଧାରଣ କରନ୍ତୁ । ଏହାଦ୍ୱାରା କରଜ ସମସ୍ୟା ଦୂରେଇ ଯିବ । କିମ୍ବା ଆପଣ ପ୍ରତି ମଙ୍ଗଳବାର କିଛି କିଛି କରଜ ଟଙ୍କା ଦେବା ଆରମ୍ଭ କରନ୍ତୁ । ଦେଖିବେ ବହୁତ ଜଲଦି କରଜ ସମସ୍ୟା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *