ଶ୍ରାବଣ ମାସରେ କେବଳ ଏହି ଗୋଟିଏ ଜିନିଷ ଖାଇ ଦିଅନ୍ତୁ ଆଉ ଦେଖନ୍ତୁ ଧନର ଆଗମନ :-

ଏମିତିରେ ତ ଶ୍ରାବଣ ମାସର ସୋମବାରର ଅନେକ ମହତ୍ତ୍ୱ ରହିଛି । ସୋମବାର ବ୍ରତ କରୁଥିବା ବ୍ୟକ୍ତିଙ୍କ ଉପରେ ସହଜରେ ମହାଦେବ ପ୍ରସନ୍ନ ହୋଇଥାନ୍ତି । ଚଳିତ ବର୍ଷ ଶ୍ରାବଣ ମାସ ତୃତୀୟ ସୋମବାର ଅତ୍ୟନ୍ତ ଖାସ ଅଟେ । ଏହିଦିନ କିଛି ଏପରି ଉପାୟ ଅଛି ଯାହାକୁ କରିବା ଦ୍ୱାରା ମହାଦେବ ସହଜରେ ପ୍ରସନ୍ନ ହୁଅନ୍ତି ପୁଣି କିଛି ଏପରି କାମ ଅଛି ଯାହାକୁ କରିବା ଦ୍ୱାରା ମହାଦେବ କ୍ରୋଧିତ ହୁଅନ୍ତି । ସୋମବାର ଦିନ ମହାଦେବ ଙ୍କୁ ଆରାଧନା କଲେ ଚନ୍ଦ୍ର ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ଏବଂ ଯେଉଁ ବ୍ୟକ୍ତି ଉପରେ ମହାଦେବଙ୍କ କୃପା ବର୍ଷିଥାଏ ସେହି ବ୍ୟକ୍ତିର ଜୀବନରୁ ସବୁ ଦୁଃଖ ଦୂର ହୋଇଯାଏ ।

୧ . ସୋମବାର ଦିନ ମହାଦେବ ଏବଂ ଚନ୍ଦ୍ରମାଙ୍କ ଦିନ ହୋଇଥାଏ । ତେଣୁ ଏହିଦିନ ମନ୍ଦିର ଯାଇ ଶିବଲିଙ୍ଗରେ ଗଙ୍ଗା ଜଳ ଅର୍ପିତ କରିବା ଉଚିତ । ଏହାଦ୍ବାରା ମହାଦେବ ଏବଂ ଚନ୍ଦ୍ରମା ମଧ୍ୟ ପ୍ରସନ୍ନ ହୁଅନ୍ତି ।

୨ . ଏହିଦିନ ଚନ୍ଦ୍ରମାଙ୍କୁ ରାତ୍ରି ସମୟରେ ଅର୍ଘ୍ୟ ଦେବା ଉଚିତ । ଯାହା ଆପଣଙ୍କ ଜୀବନକୁ ମଧ୍ୟ ବଦଳାଇ ଦେବ ।

୩ . ମହାଦେବଙ୍କର ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ସୋମବାର ଦିନ ଶିବଲିଙ୍ଗରେ କ୍ଷୀର ଦହି ଏବଂ ଧଳା ଲଡ଼ୁ ମଧ୍ୟ ଅର୍ପିତ କରନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ । ଏହିଦିନ ଧଳା ବସ୍ତ୍ର ଧାରଣ କରିବା ମଧ୍ୟ ଉତ୍ତମ ହୋଇଥାଏ ।

୪ . ଯଦି ଆପଣ ଶନିବାର ଦିନ କୌଣସି କାମରେ ବାହାରକୁ ଯାଉଛନ୍ତି ତେବେ ନିଶ୍ଚିତ ଭାବରେ ଆଇନାରେ ମୁହଁ ଦେଖି ବାହାରନ୍ତୁ । ଏହାଦ୍ବାରା ଯାହାବି କାମ ଥିବ ତାହା ବିନା ବାଧାରେ ପୁରା ହୋଇଯିବ ।

ଏହିଦିନ କିଛି ଏପରି କାମ ଅଛି ଯାହାକୁ ଆଦୋୖ କରିବା ଉଚିତ ନୁହେଁ ।

୧ . ଏହିଦିନ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅଶୁଭ ହୋଇଥାଏ ଏବଂ ଏହାଦ୍ବାରା ଭଗବାନ ଶିବ ମଧ୍ୟ କ୍ରୋଧିତ ହୋଇଥାନ୍ତି । ଏହିଦିନ ମହିଳା ମାନେ ମଧ୍ୟ କଳା ରଙ୍ଗର ବସ୍ତ୍ର ଧାରଣ କରି ବ୍ରତ ରଖିବା ଅଶୁଭ ହୋଇଥାଏ । ଯାହାର ଖରାପ ପ୍ରଭାବ ଘର ପରିବାର ଉପରେ ପଡ଼ିଥାଏ ।

୨ . ଏହି ଦିନ ଭଗବାନ ଶିବଙ୍କୁ ନାସପାତି ଅର୍ପିତ କରିବା ଉଚିତ ନୁହେଁ କିମ୍ବା ନିଜେ ମଧ୍ୟ ଏହି ଫଳର ସେବନ କରିବା ଉଚିତ ନୁହେଁ । ଏହିଦିନ ଶୁଦ୍ଧ ସାତ୍ଵିକ ଭୋଜନ ଯେପରିକି କ୍ଷୀର ଦହି ଆଦି ସେବନ କରିବା ଉଚିତ । ଏହିଦିନ ସ୍ୱାମୀ ସ୍ତ୍ରୀ ସଂଭୋଗରୁ ଦୂରେଇ ରହିବା ଉଚିତ । ନଚେତ ଭଗବାନ ଶିବଙ୍କ କ୍ରୋଧ ଦୃଷ୍ଟି ପଡ଼ିଥାଏ । ମହାଦେବଙ୍କୁ ଏହିଦିନ ଭଙ୍ଗା ଚାଉଳ , ଖଣ୍ଡିତ ବେଲପତ୍ର କିମ୍ବା କେତକୀ ଫୁଲ ଅର୍ପିତ କରିବା ଉଚିତ ନୁହେଁ । ମହାଦେବଙ୍କ ପୂଜା ସହିତ ନନ୍ଦୀ ମହାରାଜଙ୍କ ପୂଜା କରିବା ମଧ୍ୟ ଉତ୍ତମ ହୋଇଥାଏ ।

ଏହିଦିନ ଧାର କରଜ କରି ଫଳ ଆଣି ଭଗବାନଙ୍କୁ ଭୋଗ ଲଗାଇବା ଉଚିତ ନୁହେଁ । ଏହାସହିତ ନିଜେ ମଧ୍ୟ କରଜ କରି ଫଳ ଆଣି ଖାଇବା ଉଚିତ ନୁହେଁ । ଏହାଦ୍ବାରା ମହାଦେବଙ୍କ ପୂଜାର ଫଳ ପ୍ରାପ୍ତ ହୁଏନାହିଁ । ଯଦି କେହି ନିଜ ମନରୁ ଖାଇବାକୁ ଦେଉଛନ୍ତି ତେବେ ତାହା ଆପଣ ଖାଇ ପାରିବେ ।

ବୋହୁତ ଦିନର ପୁରୁଣା ଅଟା ଖାଇବା ଦ୍ୱାରା ମଧ୍ୟ ବ୍ରତ ଭାଙ୍ଗି ପାରେ । କାରଣ ସେଥିରେ ପୋକ ହୋଇଯାଏ । ଯେଉଁ ଅଟା ଖାଇବା ଆଦୋୖ ଭଲ ହୋଇ ନଥାଏ । ଏହାବ୍ୟତୀତ ଶ୍ରାବଣ ମାସରେ ଶାଗ କିମ୍ବା ସବୁଜ ପନିପରିବା ମଧ୍ୟ ଖାଇବା ବର୍ଜିତ ଅଟେ । ଏହି ଦିନ ବ୍ୟକ୍ତି ଶାନ୍ତ ରହିବା ଉଚିତ ଏବଂ କାହା ପାଇଁ ମନରେ କୌଣସି ଖରାପ ଭାବନା ଏବଂ ଖରାପ ଚିନ୍ତାଧାରା ଆଣିବା ଉଚିତ ନୁହେଁ । ନଚେତ ବ୍ରତର ଫଳ ପ୍ରାପ୍ତ ହେବ ନାହିଁ ।

ଯଦି ଏହି ମାସରେ କୌଣସି ଦିନ ବଳଦ ଆପଣଙ୍କ ଘରର ଦ୍ୱାରକୁ ଆସି ସିଙ୍ଗ ମାରିଥାଏ ତେବେ ବୁଝି ଯାଆନ୍ତୁ ଯେ ଖୁବଶୀଘ୍ର ଭଗବାନ ଶିବ ଆପଣଙ୍କ ଘରକୁ ପ୍ରବେଶ କରିବାକୁ ଯାଉଛନ୍ତି । ଏହାର ଅର୍ଥ ଖୁବଶୀଘ୍ର ଆପଣଙ୍କ ଘରକୁ ଖସି ଏବଂ ସମୃଦ୍ଧି ଆସିବାକୁ ଯାଉଛି । ତେଣୁ ଆପଣ ନନ୍ଦୀ ମହାରାଜଙ୍କୁ ନିଶ୍ଚିତ ତିଳକ ଲଗାଇ ମିଠା ବସ୍ତୁ ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *